Posted inଖେଳ

ପ୍ରଥମଥର ଫାଇନାଲରେ ୩ ଭାରତୀୟ

ବୁଦାପେଷ୍ଟ, ୨୬।୮(ପି.ଟି.): ଓଡ଼ିଶାର କିଶୋର ଜେନା ଏଠାରେ ଚାଲିଥିବା ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ଜାଭେଲିନ ଥ୍ରୋ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ତାଙ୍କ ସହ ଟୋକିଓ ଅଲିମ୍ପିକ୍ସ ଗୋଲ୍ଡ ମେଡାଲିଷ୍ଟ ନୀରଜ ଚୋପ୍ରା ଓ ଡି.ପି. ମନୁ ମଧ୍ୟ ଫାଇନାଲରେ ପହଞ୍ଚତ୍ଛନ୍ତି। ପ୍ରଥମଥର ପାଇଁ କୌଣସି ଏକ ବିଶ୍ୱ ଚାମ୍ପିୟନଶିପ୍‌ରେ ୩ ଭାରତୀୟ ଫାଇନାଲରେ ପ୍ରବେଶ କରିଛନ୍ତି। ନୀରଜ ଗୋଟିଏ ପାଦ ଆଗକୁ ବଢ଼ି ୨୦୨୪ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଗୋଟିଏ ବଡ଼ ଥ୍ରୋ ତାଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା ଦେଇଛି। କ୍ୱାଲିଫିକେଶନ ଗ୍ରୁପ୍‌ ‘ବି’ରେ କିଶୋର ୮୦.୫୫ ମିଟର ଥ୍ରୋ କରିଥିଲେ, ଯାହାକି ଫାଇନାଲରେ ସ୍ଥାନ ପାଇବାକୁ ପର୍ଯ୍ୟାପ୍ତ ହୋଇଥିଲା। ଗ୍ରୁପ୍‌ ‘ଏ’ରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ନୀରଜ ନିଜ ପ୍ରଥମ ଉଦ୍ୟମରେ ହିଁ ସିଜନ ଶ୍ରେଷ୍ଠ ୮୮.୭୭ ମିଟର ଥ୍ରୋ କରିଥିଲେ। ଫଳରେ ବିଶ୍ୱ ଚାମ୍ପିୟନଶିପ୍‌ର ଫାଇନାଲରେ ପ୍ରବେଶ କରିବା ସହ ଅଲିମ୍ପିକ୍ସ ଟିକେଟ ପାଇ ଯାଇଥିଲେ। ଡି.ପି. ମନୁ ୮୧.୩୧ ମିଟର ଥ୍ରୋ କରିଥିଲେ। ପ୍ୟାରିସ ଅଲିମ୍ପିକ୍ସ ପାଇଁ କ୍ୱାଲିଫାଇଂ ମାର୍କ ୮୫.୫୦ ମିଟର। ଜୁଲାଇ ୧ରୁ କ୍ୱାଲିଫାଇଂ ଓ୍ବିଣ୍ଡୋ ଓପନ ରହିଥିବାବେଳେ ନୀରଜ ଏଠାରେ ତାହା ହାସଲ କରିଛନ୍ତି। ଫାଇନାଲ ରବିବାର ଅନୁଷ୍ଠିତ ହେବ। ୨୫ ବର୍ଷୀୟ ନୀରଜ ୨୦୨୨ରେ ଆମେରିକାରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପ୍‌ରେ ରୌପ୍ୟ ପଦକ ହାସଲ କରିଥିଲେ। ଏଥର ସ୍ବର୍ଣ୍ଣ ବିଜୟ ଉପରେ ତାଙ୍କ ନଜର ରହିବ।
ନୀରଜଙ୍କ କ୍ୱାଲିଫାଇଂ ରାଉଣ୍ଡ ଅଳ୍ପ ସମୟ ବିଶିଷ୍ଟ ଥିଲା। କାରଣ ଚଳିତ ବିଶ୍ୱ ଚାମ୍ପିୟନଶିପ୍‌ର ଫାଇନାଲରେ ପ୍ରବେଶ ପାଇଁ ଅଟୋମେଟିକ୍‌ ଯୋଗ୍ୟତା ମାର୍କ ୮୩ ମିଟର ଥିଲା। ସେ ପ୍ରଥମ ଉଦ୍ୟମରେ ୮୮.୭୭ ମିଟର ସ୍ପର୍ଶ କରିବାରୁ ଆଉ ଥ୍ରୋ କରିବାକୁ ପଡ଼ି ନ ଥିଲା। ନୀରଜଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୮୯.୯୪ ମିଟର। ଏଠାରେ ଗ୍ରୁପ୍‌ ‘ଏ’ ଓ ଗ୍ରୁପ୍‌ ‘ବି’ର ଶ୍ରେଷ୍ଠ ୧୨ ଥ୍ରୋୟର ଫାଇନାଲରେ ପ୍ରବେଶ ପାଇଁ ଯୋଗ୍ୟତା ପାଇଛନ୍ତି। ନୀରଜଙ୍କ ସହ ଗୋଟିଏ ଗ୍ରୁପ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ମନୁ ଦ୍ୱିତୀୟ ଉଦ୍ୟମରେ ୮୧.୩୧ ମିଟର ସହ ତୃତୀୟ ସ୍ଥାନରେ ରହିଥିଲେ। ୨ ଗ୍ରୁପ୍‌ର ପ୍ରଦର୍ଶନ ଭିତ୍ତିରେ ଓଭରଅଲ୍‌ ତାଙ୍କୁ ୬ଷ୍ଠ ସ୍ଥାନ ମିଳିଥିଲା। ଗତ ଜୁଲାଇରେ ଅନୁଷ୍ଠିତ ଏସିଆନ ଚାମ୍ପିୟନଶିପ୍‌ରେ ସେ ରୌପ୍ୟ ପଦକ ପାଇଥିଲେ।
ସେହିପରି ନୂଆଦିଲ୍ଲୀଠାରେ ଅବସ୍ଥାପିତ ହଙ୍ଗେରିଆନ ଦୂତାବାସ ପକ୍ଷରୁ ଭିଜା ବାତିଲଜନିତ ସମସ୍ୟାର ସମ୍ମୁଖୀନ ହୋଇଥିବା କିଶୋର ପ୍ରତିଯୋଗିତାରେ କିନ୍ତୁ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ସେ ଗ୍ରୁପ୍‌ ‘ବି’ରେ ୮୦.୫୫ ମିଟର ସହ ୫ମ ସ୍ଥାନରେ ରହିଥିଲେ। ତେବେ ଓଭରଅଲ୍‌ ସେ ୯ମ ସ୍ଥାନରେ ରହି ଫାଇନାଲରେ ପ୍ରବେଶ କରିଥିଲେ। ଏହା ତାଙ୍କର ପ୍ରଥମ ବିଶ୍ୱ ଚାମ୍ପିୟନଶିପ୍‌। ”ପୂର୍ବରୁ କୌଣସି ବିଶ୍ୱ ଚାମ୍ପିୟନଶିପ୍‌ରେ ୩ ଭାରତୀୟ କେବେ ଫାଇନାଲରେ ପ୍ରବେଶ କରି ନ ଥିଲେ। ଏହା ଭାରତୀୟ ଜାଭେଲିନ୍‌ ପାଇଁ ଐତିହାସିକ ଦିନ“ ବୋଲି ଜଣେ ଟିମ୍‌ କୋଚ୍‌ ପ୍ରକାଶ କରିଛନ୍ତି। ଭାରତ ପ୍ରଥମଥରପାଇଁ ୧୯୮୩ ବିଶ୍ୱ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିଥିଲା। କ୍ୱାଲିଫାଇଂ ପର୍ଯ୍ୟାୟରେ ପ୍ରତି ପ୍ରତିଯୋଗୀଙ୍କୁ ୩ ଥର ଥ୍ରୋ ସୁଯୋଗ ମିଳିଥାଏ। ପୂର୍ବରୁ ବିଶ୍ୱ ଚାମ୍ପିୟନଶିପ୍‌ ହେଉ କିମ୍ବା ଅଲିମ୍ପିକ୍ସ ନୀରଜ ଗୋଟିଏ ଲେଖାଏ ଥ୍ରୋରେ ଯୋଗ୍ୟତା ଅର୍ଜନ କରିଥିଲେ। ଏଠାରେ ମଧ୍ୟ ତାହାର ପୁନରାବୃତ୍ତି କରିଛନ୍ତି।
ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ପାକିସ୍ତାନର ଅର୍ଶଦ ଖାଁ ୮୬.୭୯ ମିଟର ଥ୍ରୋ କରିବା ସହ ପ୍ୟାରିସ ଅଲିମ୍ପିକ୍ସ ଯୋଗ୍ୟତା ପାଇଛନ୍ତି। ନଦିମ ୨୦୧୮ ଏସିଆନ ଗେମ୍ସରେ ବ୍ରୋଞ୍ଜ ପାଇଥିଲେ। ସେଠାରେ ନୀରଜ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ…

ଦୀପାବଳି ପୂର୍ବରୁ ଖୁସିଖବର: ରାଶନ କାର୍ଡଧାରୀଙ୍କୁ ମାଗଣା ମିଳିବ ଗ୍ୟାସ ସିଲିଣ୍ଡର! ଜାଣନ୍ତୁ କେମିତି ଉଠାଇବେ ଲାଭ

୩।୧୦: ଦୀପାବଳି ପର୍ବ ପୂର୍ବରୁ ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ସରକାର ରାଶନ କାର୍ଡଧାରୀ ପରିବାରଙ୍କୁ…

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ମୋଦି, ଶାହା, ଜ୍ଞାନେଶ ‘ଗଣତନ୍ତ୍ର ଧ୍ୱଂସ’ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୩।୧୦: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?