Posted inଖେଳ

ମହିଳା ଦଳକୁ ୫୦ ମିଟର ପିସ୍ତଲରେ ସ୍ବର୍ଣ୍ଣ

ବାକୁ (ଆଜରବୈଜାନ), ୨୬ା୮: ତିୟାନା, ସାକ୍ଷୀ ସୂର୍ଯ୍ୟବଂଶୀ ଓ କିରଶଦୀପ କୌରଙ୍କ ନେଇ ଭାରତୀୟ ଦଳ ଏଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ୨୦୨୩ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ୫୦ ମିଟର ପିସ୍ତଲ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରିଛି। ଏହି ଟିମ୍‌ ଇଭେଣ୍ଟରେ ଭାରତର ଉପରୋକ୍ତ ୩ ଶୁଟର ମୋଟ ୧,୫୭୩ ପଏଣ୍ଟ ସ୍କୋର କରି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଚାଇନା (୧,୫୬୭) ଦ୍ୱିତୀୟ ଏବଂ ମଙ୍ଗୋଲିଆ (୧,୫୬୬) ତୃତୀୟ ସ୍ଥାନରେ ରହିଛି। ଭାରତ ଏହି ଟୁର୍ନାମେଣ୍ଟରେ ୬ ସ୍ବର୍ଣ୍ଣ ଓ ୮ ବ୍ରୋଞ୍ଜ ସହ ମୋଟ ୧୪ ପଦକ ହାସଲ କରିବା ସହ ଚାଇନା ପଛକୁ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏଥିସହିତ ୪ଜଣ ଭାରତୀୟ ପ୍ୟାରିସ ଅଲିମ୍ପିକ କୋଟା ହାସଲ କରିଛନ୍ତି। ପରେ ତିୟାନା ବ୍ୟକ୍ତିଗତ ମହିଳା ୫୦ ମିଟର ପିସ୍ତଲ ଇଭେଣ୍ଟରେ ଏକ ବ୍ରୋଞ୍ଜ ପଦକ ପାଇଥିଲେ। ବ୍ୟକ୍ତିଗତ ପ୍ରତିଯୋଗିତାରେ ତିୟାନା ୫୩୩ ଶଟ୍‌ କରିଥିଲେ। ସାକ୍ଷୀ ୫୩୧ ଶଟ୍‌ ସହ ୫ମ ସ୍ଥାନରେ ରହିଥିବା ବେଳେ କରଣଦୀପ୍‌ ୫୦୯ ଶୁଟିଂ ସହ ଏକାଦଶ ସ୍ଥାନ ଅଧିକାର କରିଥିଲେ। ଭାରତ ଆହୁରି ମଧ୍ୟ ପୁରୁଷ ୫୦ମିଟର ପିସ୍ତଲରେ ଦୁଇଟି ବ୍ରୋଞ୍ଜ ପଦକ ଲାଭ କରିଛି। ବ୍ୟକ୍ତିଗତ ଇାଭେଣ୍ଟରେ ରବିନ୍ଦର ସିଂ ୫୫୬ ଶଟ୍‌ କରି ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେ କମଲଜିତ୍‌ ଓ ବିକ୍ରମ ଶିନ୍ଦେଙ୍କୁ ସାଥୀ କରି ମୋଟ ୧,୬୪୬ ସ୍କୋର ସହ ଟିମ୍‌ ବ୍ରୋଞ୍ଜ ହାସଲ କରିଥିଲେ। ଟୁର୍ନାମେଣ୍ଟର ଏହି ଫାଇନାଲ ଅଲିମ୍ପିକ ଇଭେଣ୍ଟରେ ଭାରତୀୟ ଯୋଡ଼ି ପୃଥ୍ବୀରାଜ ତୋନ୍ଦାଇମାନ ଏବଂ ମନୀଷା କିର୍‌ ୧୩୩ ଶଟ୍‌ ସହ ୨୨ତମ ସ୍ଥାନରେ ରହିଥିଲେ। ଅନ୍ୟପକ୍ଷରେ କିନାନ୍‌ ଚେନାଇ ଓ ପ୍ରୀତି ରଜାକ୍‌ ସମାନ ସ୍କୋର କରିଥିଲେ ହେଁ ଚୂଡ଼ାନ୍ତ ହିସାବରେ ସେମାନଙ୍କୁ ୨୪ତମ ସ୍ଥାନ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବର୍ଣ୍ଣ ଜିତିଲେ ଆଦିବାସୀ ଝିଅ ଝରଣା: ଶ୍ରମିକ ମା’ବାପାଙ୍କ ଝିଅଙ୍କ ସଫଳତାରେ ଜିଲା ଗର୍ବିତ

ଅମରପାଲି,୩ା୧୦(ପୀତାମ୍ବର ସାହୁ):ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ନିରନ୍ତର ପରିଶ୍ରମ ଆଗରେ ହାର ମାନିଛି ଆର୍ଥିକ ଅନଟନ। ଏହାର ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର…

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ…

ଦୀପାବଳି ପୂର୍ବରୁ ଖୁସିଖବର: ରାଶନ କାର୍ଡଧାରୀଙ୍କୁ ମାଗଣା ମିଳିବ ଗ୍ୟାସ ସିଲିଣ୍ଡର! ଜାଣନ୍ତୁ କେମିତି ଉଠାଇବେ ଲାଭ

୩।୧୦: ଦୀପାବଳି ପର୍ବ ପୂର୍ବରୁ ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ସରକାର ରାଶନ କାର୍ଡଧାରୀ ପରିବାରଙ୍କୁ…

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ମୋଦି, ଶାହା, ଜ୍ଞାନେଶ ‘ଗଣତନ୍ତ୍ର ଧ୍ୱଂସ’ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୩।୧୦: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?