ଶିଶୁ ପାଇଁ ଅମୃତ

ମା’ ସ୍ତନରୁ ଝରୁଥିବା କ୍ଷୀର ଶିଶୁ ପାଇଁ ଅମୃତର ଧାରା; ଯାହା ପ୍ରତିଷେଧକ ଟିକା ସଦୃଶ ଶିଶୁକୁ ସମସ୍ତ ରୋଗ ଓ ଜଟିଳତାରୁ ରକ୍ଷା କରିଥାଏ। ତେବେ ଶିଶୁ ପାଇଁ ସ୍ତନ୍ୟପାନର ଉପକାରିତା
ବିଷୟରେ ସଚେତନ କରିବା ପାଇଁ ଅଗଷ୍ଟ ପ୍ରଥମ ସପ୍ତାହକୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଭାବେ
ପାଳନ କରାଯାଇ ଆସୁଛି। ଏହି ଉପଲକ୍ଷେ ବିଶେଷ ଉପସ୍ଥାପନା …

ସ୍ତନ୍ୟପାନ: ଏକ ସାମାଜିକ ଦାୟିତ୍ୱ
-ଡା. ନରେଶ ଚନ୍ଦ୍ର ଆଚାର୍ଯ୍ୟ
ମାତୃ ସ୍ତନ୍ୟପାନ ଶିଶୁର ଜନ୍ମଗତ ଅଧିକାର। ଯଦିଓ, ସମସ୍ତେ ଏ ବିଷୟରେ ଅବଗତ ଯେ, ସ୍ତନ୍ୟପାନ ଶିଶୁର ସର୍ବୋତ୍ତମ ଆହାର ତଥାପି ପରିସଂଖ୍ୟାନ କହେ ପ୍ରଥମ ଛ’ ମାସ ପର୍ଯ୍ୟନ୍ତ ୫୪.୯% ମାତା ସ୍ତନ୍ୟପାନ କରାଇଥାନ୍ତି। ୪୧.୬% ଜନ୍ମର ପ୍ରଥମ ଘଣ୍ଟାରେ ୮୧% ଜନ୍ମର ପ୍ରଥମ ଦିନରେ ଶିଶୁକୁ ମାତୃ ସ୍ତନ୍ୟ ଦେଇଥାନ୍ତି।
ପାଇଁ ସ୍ତନ୍ୟପାନ ହିଁ ସମ୍ପୂର୍ଣ୍ଣ ଆହାର। ପ୍ରଥମ ଛ’ ମାସ ସ୍ତନ୍ୟପାନ ବ୍ୟତୀତ ପାଣି କିମ୍ବା ଅନ୍ୟ କୌଣସି ଖାଦ୍ୟ ଦେବା ଉଚିତ ନୁହେଁ। ପ୍ରତ୍ୟେକ ସ୍ତନ୍ୟପାୟୀ ପ୍ରାଣୀ ସେମାନଙ୍କ ଶିଶୁଙ୍କ ସ୍ତନ୍ୟପାନ କରାଇଥାନ୍ତି ଓ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ଶାରୀରିକ ଓ ମାନସିକ ଅଭିବୃଦ୍ଧି ପାଇଁ ସମସ୍ତ ଉପାଦାନ ମାତୃସ୍ତନ୍ୟରେ ରହିଥାଏ ଯେପରି ତିମି ମାଛର କ୍ଷୀରରେ ଅଧିକ ଚର୍ବି ଥାଏ ଯାହାକି ତା’ର ଶିଶୁକୁ ଜଳରେ ରହିବା ପାଇଁ ଶକ୍ତି ଯୋଗାଇବ। ବ୍ୟାଘ୍ର ଏକ ମାଂସାସୀ ପ୍ରାଣୀ ଓ ଗୋମହିଷାଦି ପଶୁ ତୃଣଭୋଜି ପ୍ରାଣୀ ସେମାନଙ୍କ ମାତୃସ୍ତନ୍ୟ ସେମାନଙ୍କୁ ଶରୀର ଓ ମସ୍ତିଷ୍କ ବୃଦ୍ଧି ପାଇଁ ଅନୁରୂପ ଉପାଦାନ ଯୋଗାଇଥାଏ।
ପ୍ରସ୍ତୁତି ଗର୍ଭ ଧାରଣର ମାସରୁ ଆରମ୍ଭ ହୋଇଥାଏ। ଏହା ଦୁଇଟି ହରମୋନ ଉପରେ ନିର୍ଭର କରେ। ଗୋଟିଏ ପ୍ରୋଲାକ୍ସିନ୍‌ ଓ ଅନ୍ୟଟି ଅକ୍ସିଟୋସିନ୍‌। ଶିଶୁଟି ଜନ୍ମ ହେବା ପରେ ତା’ର ମୁଖଟି ମାତୃସ୍ତନକୁ ସ୍ପର୍ଶ କରିବା ମାତ୍ରେ ସେଠାରୁ ଶିହରଣ ଯାଇ ମସ୍ତିଷ୍କରେ ଥିବା ପିଚ୍ୟୁଟାରି ଗ୍ରନ୍ଥିରୁ ପ୍ରୋଲାକ୍ଟିନ ହରମୋନ ନିର୍ଗତ ହୁଏ ଓ ଯାହାକି ଦୁଗ୍ଧ ପ୍ରସ୍ତୁତି ଆରମ୍ଭ କରାଏ। ପ୍ରତି ସ୍ତନରେ ଥିବା ୧୫ରୁ ୨୦ଟି ଥଳିରେ ଥିବା ଦୁଗ୍ଧ ପ୍ରସ୍ତୁତି କୋଷରୁ ଦୁଗ୍ଧ ନିର୍ଗତ ହୋଇ ଏକ ନଳୀରେ ସଞ୍ଚୟ ହୁଏ। ଏଥିରୁ ଅନ୍ୟ ଏକ ଶିହରଣ ଯାଇ ମସ୍ତିଷ୍କରେ ଥିବା ପିଚ୍ୟୁଟାରୀ ଗ୍ରନ୍ଥିରୁ ଅକ୍ସିଟୋସିନ୍‌ ନାମକ ହର୍ମୋନ ନିର୍ଗତ ହୁଏ, ଯାହାକି ଏହି ସଞ୍ଚତ୍ତ ଦୁଗ୍ଧକୁ ନିପଲ୍‌ରେ ଥିବା ୧୫-୨୦ ଛିଦ୍ର ଦେଇ ବାହାରକୁ ନିର୍ଗତ କରାଏ। ସମସ୍ତ ମା’ଙ୍କ ସ୍ତନରେ ଏହି ପ୍ରକ୍ରିୟା ହୋଇଥାଏ। ଯାହାକି ଶିଶୁର ମୁଖ ସ୍ତନକୁ ସ୍ପର୍ଶ କଲେ ହିଁ ଆରମ୍ଭ ହୋଇଥାଏ। ଏହି ଈଶ୍ୱରଦତ୍ତ ଅନାବିଳ ସ୍ନେହରୁ ପ୍ରସ୍ତୁତ ମାତୃ ସ୍ତନ୍ୟ ଅସୀମ ଶକ୍ତି, ରୋଗ ପ୍ରତିରୋଧକ ଶକ୍ତିରେ ଭରପୂର।
ଶିଶୁ ପାଇଁ ଉପାଦେୟ କଷକ୍ଷୀର: ଶିଶୁ ଜନ୍ମର ପ୍ରଥମ ତିନିଦିନ କଷକ୍ଷୀର ବା କୋଲୋଷ୍ଟ୍ରମ ବାହାରେ ଯାହାର ପରିମାଣ ଦିନକୁ ୫ ମିଲି ହୋଇଥାଏ। ଏହି କ୍ଷୀରରେ ଇମ୍ୟୁନୋଗ୍ଲୋବୁଲିନ୍‌ ପ୍ରଚୁର ପରିମାଣରେ ଥାଏ ଏବଂ ଏଥିରେ ଥିବା କମ୍ପ୍ଲିମେଣ୍ଟ, ମାକ୍ରୋଫେଜ, ଲିମ୍ଫୋସାଇଟ୍‌, ଲାକ୍ଟୋଜ୍‌, ଭିଟାମିନ୍‌ ଏ, ବି୧୨ ଏବଂ କେ ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏହାବ୍ୟତୀତ ମାତୃସ୍ତନ୍ୟରେ ପୁଷ୍ଟିସାର ପ୍ରତି ୧୦୦ ମି.ଲି.ରେ ୧.୧ଗ୍ରାମ୍‌ ଲାକ୍ସଆଲବୁମିନ୍‌, ହ୍ବେପ୍ରୋଟିନ୍‌ କେଜିନ ୩୦% – ୪୦%, ସିଷ୍ଟିନ୍‌ ଓ ଟରିନ୍‌ ଥାଏ। ସେହିପରି ଲାକ୍ଟୋଜ୍‌ ୬.୫ଗ୍ରାମ୍‌ ଥାଏ, ଯାହାକି ଶିଶୁକୁ ଶକ୍ତି ଦେଇଥାଏ ଏବଂ କ୍ୟାଲ୍‌ସିୟମ୍‌ ଓ ଲୌହକୁ ଧରିରଖିଥାଏ। ଚର୍ବି ଜାତୀୟ ୩.୫ଗ୍ରାମ୍‌ ଗାଲାକ୍ଟୋଲିପିଡ୍‌ ଆକାରରେ ଥାଏ ଯାହାକି ଶିଶୁର ମସ୍ତିଷ୍କ ଅଭିବୃଦ୍ଧିରେ ସାହାଯ୍ୟ କରେ। କ୍ୟାଲ୍‌ସିୟମ୍‌ ଓ ଫସ୍‌ଫରସ୍‌ ୩୪/୧୫ ୨ରୁ ଅଧିକ ଥାଏ ଯାହାକି ପିହୁଳା ରୋଗରୁ ରକ୍ଷା କରେ। ରକ୍ତକାରକ ଶକ୍ତି ସାମାନ୍ୟ ଅଧିକ ଥିବାରୁ ଛମାସ ପୂର୍ବରୁ ରକ୍ତହୀନତା ଦେଖାଯାଏ ନାହିଁ। ଏହାବ୍ୟତୀତ ସୋଡ଼ିୟମ୍‌, ପୋଟାସିୟମ୍‌, କ୍ଲୋରାଇଡ୍‌, ଭିଟାମିନ୍‌ ଡ଼ି, ଭିଟାମିନ୍‌ ଇ, ଫଲିକ୍‌ ଏସିଡ଼, ଓସମୋଲଲିଟି ଥାଏ ଯାହାକି ଶିଶୁର ବୃକକ୍‌ (kidney) ଉପରେ କୁପ୍ରଭାବ ପକାଏ ନାହିଁ।
ମା’ କର୍ମଜୀବୀ ହୋଇଥିଲେ: ବର୍ତ୍ତମାନ ଅଧିକାଂଶ ମହିଳା କର୍ମଜୀବୀ, ସେମାନଙ୍କ କ୍ଷେତ୍ରରେ ଶିଶୁଙ୍କୁ ସ୍ତନ୍ୟପାନ କରାଇବା କଷ୍ଟକର ହୋଇପଡ଼ୁଛି। ଚାହିଁଲେ ଡବା କ୍ଷୀର ପରିବର୍ତ୍ତେ ନିଜ କ୍ଷୀର କାଢି(ଏକ୍ସପ୍ରେସ୍‌ଡ ମଦର୍ସ ମିଲ୍କ ବା ଇଏମ୍‌ଏମ୍‌) ଶିଶୁ ପାଇଁ ସଞ୍ଚୟ କରି ଫ୍ରିଜ୍‌ରେ ରଖି ଶିଶୁକୁ ମଝିରେ ମଝିରେ ଖୁଆଇ ପାରିବେ। ସେମାନେ ବ୍ରେଷ୍ଟ ପମ୍ପ ଦ୍ୱାରା କିମ୍ବା ହାତରେ ଦିନକୁ ୮ରୁ ୧୦ ଥର ପ୍ରତିଦିନ ୮୦୦ ମି.ଲି.ରୁ ୧୦୦୦ ମି.ଲି. ପର୍ଯ୍ୟନ୍ତ କ୍ଷୀର କାଢି ସଂଗ୍ରହ କରିପାରିବେ। ଏଥିପାଇଁ ପ୍ରଥମେ ହାତକୁ ଭଲଭାବରେ ଧୋଇବେ ଓ ସମସ୍ତ ପାତ୍ରକୁ ଷ୍ଟେରିଲାଇଜ କରିବେ। କ୍ଷୀରକୁ ଜୀବାଣୁଶୂନ୍ୟ ଗ୍ଲାସ୍‌ କିମ୍ବା ହାର୍ଡ଼ ପ୍ଲାଷ୍ଟିକ ଗ୍ଲାସ୍‌ରେ ରଖିବେ। ମା’ କ୍ଷୀର ସଂଗ୍ରହ ପରେ ସଙ୍ଗେ ସଙ୍ଗେ ୪ଘଣ୍ଟା ମଧ୍ୟରେ ଶିଶୁକୁ ଦିଆଯିବା ଆବଶ୍ୟକ କିମ୍ବା ସଙ୍ଗେ ସଙ୍ଗେ ଫ୍ରିଜ୍‌ ମଧ୍ୟରେ ରଖି ୭୨ ଘଣ୍ଟା ମଧ୍ୟରେ ଦିଆଯିବା ଦରକାର।
ମାତୃ ସ୍ତନ୍ୟପାନ ଦ୍ୱାରା ହିଁ ଶିଶୁକୁ ରୋଗମୁକ୍ତ ରଖିହେବ ଓ ଏକ ସୁସ୍ଥ ବିଶ୍ୱ ଭବିଷ୍ୟତରେ କଳ୍ପନା କରାଯାଇ ପାରିବ।
ସ୍ତନ୍ୟପାନକୁ ପ୍ରୋତ୍ସାହନ ଓ କାର୍ଯ୍ୟକାରୀ କରାଇବା କେବଳ ପିତାମାତାଙ୍କର ନୁହେଁ ଏକ ସାମାଜିକ ଦାୟିତ୍ୱ, ଏହା ହିଁ ଏ ବର୍ଷର ବିଶ୍ୱ ସ୍ତନ୍ୟପାନ ସପ୍ତାହର ଅନୁଚିନ୍ତା।
-ଶିଶୁରୋଗ ବିଶେଷଜ୍ଞ,
ଲିଙ୍ଗରାଜ ବିହାର, ପୋଖରିପୁଟ,
ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

‘ମହାପ୍ରଭୁ ଜଗନ୍ନାଥ’ ଚଳଚ୍ଚିତ୍ର ଉପରେ ଅଙ୍କୁଶ ଲଗାଇଲେ କୋର୍ଟ, ଅନ୍ୟାଦେଶ ପର୍ଯ୍ୟନ୍ତ…

କଟକ,୧୫l୭(ପ୍ରଭୁକଲ୍ୟାଣ ପାଲ): ଆନିମେଟେଡ୍ ଚଳଚ୍ଚିତ୍ର (ମହାପ୍ରଭୁ ଜଗନ୍ନାଥ) ମୁକ୍ତିଲାଭ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଛନ୍ତି ଓଡ଼ିଶା ହାଇକୋର୍ଟ। ଅନ୍ୟାଦେଶ ପର୍ଯ୍ୟନ୍ତ ଚଳଚ୍ଚିତ୍ର ପ୍ରଦର୍ଶନ ନ କରିବାକୁ ହାଇକୋର୍ଟଙ୍କ…

ଚାଷୀ ପ୍ରତିନିଧି-ଅଧିକାରୀଙ୍କ ଦ୍ୱିପାକ୍ଷିକ ବୈଠକ, ପ୍ରତଶ୍ରୁତି ମିଳିବା ପରେ…

ବରଗଡ଼,୧୫ା୭(ପ୍ରେମାନନ୍ଦ ଖମାରୀ): ଅଧିକ ଧାନ ଉପତ୍ାଦନ ପାଇଁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ମାତ୍ର ଏଠାରେ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଯାଇଛି। ରବିଧାନ ବିକ୍ରିବଟାରେ…

ଇଂଲଣ୍ଡରେ ବଡ଼ ବିବାଦରେ ଛନ୍ଦି ହେଲେ ବିରାଟ କୋହଲି, ବଡିଗାର୍ଡ କଲେ ଏଭଳି କାଣ୍ଡ

ନୂଆଦିଲ୍ଲୀ,୧୫ା୭: ଇଂଲଣ୍ଡ ବିପକ୍ଷ ODI ସିରିଜ୍ ସମୟରେ ବିରାଟ କୋହଲି ଏକ ବଡ଼ ବିବାଦରେ ଫସିଯାଇଛନ୍ତି । ତାଙ୍କ ଅଙ୍ଗରକ୍ଷୀ ଇଂଲଣ୍ଡରେ ଭାରତୀୟ ସାମ୍ବାଦିକଙ୍କ ପ୍ରତି ଖୋଲାଖୋଲି…

ବୋମାମାଡ଼ କରି ହତ୍ୟା ଉଦ୍ୟମ: ମାଷ୍ଟରମାଇଣ୍ଡଙ୍କ ସମେତ ୩ ଗଲେ ଜେଲ୍‌, ଅଭିଯୁକ୍ତଙ୍କ ନାଁରେ ରହିଛି କେସ୍‌ର ଲମ୍ବା ତାଲିକା

ଦିଗପହଣ୍ଡି,୧୫ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ଏସ୍‌.ଶିବ ରେଡ୍ଡୀଙ୍କ ଘର ଉପରକୁ ବୋମାମାଡ଼ କରି ତାଙ୍କୁ ଏବଂ ତାଙ୍କ…

କଂସାମାରି ରାସ୍ତାକଡରେ ଜୁଆ ଖେଳ ବେଳେ ପୋଲିସର ଚଢଉ, ଜବତ ହେଲା…

ଦିଗପହଣ୍ଡି,୧୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗାଁ ରାସ୍ତାକଡରେ ଜୁଆ ଖେଳ ଚାଲିଥିବା ବେଳେ ଚଢାଉ କଲା ପୋଲିସ । ବୁଧବାର ଅପରାହ୍ନ…

ନିର୍ମାଣ ହୋଇପାରିନି ଭୋଜନ ଗୃହ, ଖୋଲା ଆକାଶ ତଳେ ମଧ୍ୟାହ୍ନଭୋଜନ ଖାଉଛନ୍ତି ଛାତ୍ରୀଛାତ୍ର

ବରଗଡ଼,୧୫ା୭(ପ୍ରେମାନନ୍ଦ ଖମାରୀ): ପାଠ ପଢ଼, ଦେଶ ଗଢ଼। ବିଦ୍ୟାଳୟଗୁଡ଼ିକରେ ଅନୁଷ୍ଠିତ ବିଭିନ୍ନ ସଭା, ସମିତିରେ ସରକାରୀ କଳର ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ବିଧାୟକ, ଏମ୍‌ପି, ମନ୍ତ୍ରୀ…

ରୁଷିଆରୁ ତେଲ କ୍ରୟ ଉପରେ ଆମେରିକାର ବଡ଼ ନିଷ୍ପତ୍ତି, ଭାରତ ଦେବ…

ଓ୍ବାଶିଂଟନ,୧୫।୭: ରୁଷିଆରୁ ତୈଳ କ୍ରୟ କରୁଥିବା ଦେଶମାନଙ୍କ ଉପରେ ୫୦୦ପ୍ରତିଶତ ଶୁଳ୍କ ଲାଗୁ କରିବାର ପ୍ରସ୍ତାବ ମଧ୍ୟରେ, ଭାରତ ଏବଂ ଚାଇନା ପାଇଁ ଏକ ଆଶ୍ବସ୍ତିକର ଖବର…

ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରୁଛନ୍ତି ଫିଲିପ୍‌, ବାପାଙ୍କୁ ଆସିଲା ଏମିତି କଲ୍‌…

ଗୁଡ଼ାରି,୧୫ା୭(ପ୍ରମୋଦ ପତି): ଦାଦନ ଖଟିବାକୁ କେରଳ ରାଜ୍ୟକୁ ଯାଇ ସେଠାରେ ମୃତ୍ୟୁ ବରଣ କରିଛନ୍ତି ଗୁଡ଼ାରି ବ୍ଲକର ଏମ୍‌କେ ରାଇ ପଞ୍ଚାୟତ ଅନ୍ତର୍ଗତ ମକାଗୁଡ଼ା ଗ୍ରାମର ଅବିବାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri