ଜଳସେଚନ ବ୍ୟବସ୍ଥା ପ୍ରତି ଅଣଦେଖା

ନୟାଗଡ଼ ଅଫିସ,୩୧ା୩: କୃଷିପ୍ରଧାନ ଜିଲା ନୟାଗଡ଼ରେ ଜଳସେଚନର ସୁବିଧା ନାହିଁ । ନଦୀନାଳ ଘେରା ଏହି ଜିଲାରେ ଜଳସେଚନର ସୁବିଧା କରାଯାଇ ନ ଥିବାରୁ ବର୍ଷାଜଳ ହିଁ ଚାଷ ପାଇଁ ଭରସା ସାଜିଛି । ଜିଲାରେ ମହାନଦୀ, ବୃତ୍ତଙ୍ଗ ପରୀ ନଦୀ ପ୍ରବାହିତ ହୋଇଥିଲେ ହେଁ ୨୫ ପ୍ରତିଶତ ଜମି ଜଳସେଚିତ ହୋଇପାରୁ ନାହିଁ । ଏଣୁ ଚାଷୀମାନେ ଅଭିଶପ୍ତ ଜୀବନଯାପନ କରୁଛନ୍ତି । ଅନ୍ୟପକ୍ଷରେ ପ୍ରଥମ ପର୍ଯ୍ୟାୟ ଜଙ୍ଗଲ ଅନୁମତି ଓ ଏଥିନେଇ ଲାଗି ରହିଥିବା ଆଶଙ୍କା ଦୂର ହେବା ପରେ ମଧ୍ୟ ୧୦ ବର୍ଷ ହେଲା ବୃତ୍ତଙ୍ଗ ଜଳଯୋଜନା ଅଟକି ରହଛି ।

ସୂଚନା ଅନୁଯାୟୀ, ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ. ଜାତୀୟ ରାଜପଥର ଦଶପଲ୍ଲା ବ୍ଲକ ଟାକରାଠାରୁ ୧୦ କି.ମି. ଦୂର ଦୁର୍ଗମ ପାର୍ବତ୍ୟାଞ୍ଚଳରେ ରହିଛି ମଞ୍ଜରୀ ଅଞ୍ଚଳ । ସେଠାରେ ମାଈ ପାହାଡ଼ ଓ ଡାବଳଦେଈ ପାହାଡ଼ ମଧ୍ୟରେ ବନ୍ଧ ପକାଯାଇ ମହାନଦୀର ଅନ୍ୟତମ ଶାଖା ନଦୀ ବୃତ୍ତଙ୍ଗରେ ଏକ ଜଳଯୋଜନା କରିବା ପାଇଁ ୩୮ ବର୍ଷ ହେବ ଦାବି ହୋଇ ଆସୁଥିଲା । ୧୯୭୮ରେ ଦଶପଲ୍ଲାଠାରେ ବୃତ୍ତଙ୍ଗ ଜଳଯୋଜନାର ସର୍ଭେ କାର୍ଯ୍ୟ ସମ୍ପାଦନା ଲାଗି କାର୍ଯ୍ୟାଳୟ ଖୋଲା ଯାଇଥିଲା । ସେହି ସର୍ବେକ୍ଷଣ ଅନୁଯାୟୀ ପ୍ରସ୍ତୁତ ରିପୋର୍ଟରେ ନୟାଗଡ଼ ଜିଲାର ସମସ୍ତ ଅଞ୍ଚଳ ସହ ପ୍ରତିବେଶୀ ଜିଲା ଖୋର୍ଦ୍ଧାର ବୋଲଗଡ଼, ବେଗୁନିଆ, ଜଙ୍କିଆ ଅଞ୍ଚଳରେ ଜଳସେଚନର ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବା ଲାଗି ସମନ୍ବିତ ବୃତ୍ତଙ୍ଗ ଜଳଯୋଜନାର ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା । କିଛିଦିନର ନୀରବତା ପରେ ୧୯୯୦ରେ ଏଥିପାଇଁ ତପତ୍ରତା ପ୍ରକାଶ ପାଇଥିଲା । ଉଭୟ ପୁରୀ ଓ କଟକ ଜଳସମ୍ପଦ ବିଭାଗ ପକ୍ଷରୁ ପୁନଃ ସର୍ଭେ କାର୍ଯ୍ୟ ତଦାରଖ କରାଯାଇଥିଲା । ଦଶପଲ୍ଲାଠାରେ ଦ୍ୱିତୀୟ ଥର ପାଇଁ ଯେଉଁ ସର୍ଭେ କାର୍ଯ୍ୟାଳୟ ଖୋଲାଯାଇଥିଲା ତାହା ୪ ବର୍ଷ ପରେ ଉଠିଯାଇଥିଲା । ପରିମାର୍ଜିତ ସର୍ଭେ ଅନୁଯାୟୀ ବୃତ୍ତଙ୍ଗ ମଧ୍ୟମ ଜଳଯୋଜନା ଦ୍ୱାରା ନୟାଗଡ଼ ଜିଲାର ୫ ବ୍ଲକ ଅଞ୍ଚଳର ୨୩ହଜାର ୩୦୦ ହେକ୍ଟର ପରିମିତ ଚାଷଜମିରେ ଜଳସେଚନ ଉପଲବ୍ଧ କରାଯିବା ଲାଗି ଆକଳନ କରାଯାଇଥିଲା। ରାଜ୍ୟରେ ବିଜେଡି ସରକାର କ୍ଷମତାକୁ ଆସିବା ପରେ ଉଭୟ ରାଜନୈତିକ ଓ ପ୍ରଶାସନିକସ୍ତରରେ ତପତ୍ରତା ପ୍ରକାଶ ପାଇଥିଲା । ଫଳସ୍ବରୂପ ପ୍ରବଳ ଦାବି ଯୋଗୁ ଏହି ଯୋଜନାକୁ ୨୦୦୦ ଡିସେମ୍ବର ୧୮ରେ ଏନଡିଏ ସରକାରଙ୍କ ଶାସନ କାଳରେ କେନ୍ଦ୍ରୀୟ ଜଳ କମିଶନର ବୈଷୟିକ-ଆର୍ଥିକ ସମୀକ୍ଷା କମିଟି ମଞ୍ଜୁରୀ ଦେଇଥିଲା । ୨୦୦୪ ଅଗଷ୍ଟ ୧୭ରେ କେନ୍ଦ୍ରୀୟ ଜଙ୍ଗଲ ଓ ପର୍ଯ୍ୟାବରଣ ମନ୍ତ୍ରଣାଳୟ ପକ୍ଷରୁ ବାଘ, ହାତୀ ପ୍ରକଳ୍ପ ଆଳରେ ଉକ୍ତ ପ୍ରକଳ୍ପର ପ୍ରସ୍ତାବକୁ ଖାରଜ କରିଦିଆ ଯାଇଥିଲା । ୭ ବାଘ ଓ ୨୫ ହାତୀଙ୍କ ଚଳାଚଳ ବ୍ୟାଘାତ ଆଶଙ୍କା ଦର୍ଶାଯାଇ ଜନଗଣଙ୍କ ଆଶା ଆକଂକ୍ଷାକୁ ଧୂଳିସାତ କରିବାର ଅପଚେଷ୍ଟାକୁ ପ୍ରତିହିତ କରିବା ପାଇଁ ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସ୍ତକ୍ଷେପ କରିଥିଲେ । ଏହିପରି ବିଭିନ୍ନ ବିଭାଗ ପକ୍ଷରୁ କ୍ଲିୟରାନ୍ସ ହୋଇଥିଲେ ମଧ୍ୟ ଏହି ଜଳଯୋଜନା କାର୍ଯ୍ୟକାରୀ ହୋଇପାରି ନ ଥିଲା । ପରେ ରାଜ୍ୟ ସରକାର ୨୦୦୫ ମାର୍ଚ୍ଚ ୧୮ରେ ଏନେଇ ଏକ ପ୍ରସ୍ତାବ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟକୁ ଜଙ୍ଗଲ ଅନୁମତି ପ୍ରଦାନ ପାଇଁ ପଠାଇଥିଲେ । ଏଥିରେ ୧୫୨୪.୧୭ ହେକ୍ଟର ଜଙ୍ଗଲ ଜମିକୁ ବ୍ୟବହାର କରିବା ପାଇଁ ଅନୁମତି ଲୋଡ଼ା ଯାଇଥିଲା । ୨୦୧୦ ଅଗଷ୍ଟ ଶେଷ ସପ୍ତାହରେ ବୃତ୍ତଙ୍ଗ ଜଳଯୋଜନାକୁ ପ୍ରଥମ ପର୍ଯ୍ୟାୟ ଜଙ୍ଗଲ ଅନୁମତି ମିଳିଥିଲା । ଅନୁମତି ମିଳିବା ପରେ ଜିଲାରେ ଆନନ୍ଦର ଲହରି ଖେଳିଯାଇଥିଲା । ହେଲେ ସେ ସମୟରେ ବୁଡ଼ି ଅଞ୍ଚଳର ଲୋକମାନେ ବୃତ୍ତଙ୍ଗକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଥିଲେ । ବୃତ୍ତଙ୍ଗ ବିରୋଧୀ ଆନ୍ଦୋଳନ ଥମିଥିବାବେଳେ କିଛି ମାସ ହେଲା ସପକ୍ଷବାଦୀଙ୍କ ଆନ୍ଦୋଳନ ଚାଲିଥିଲା । ତେବେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସପକ୍ଷ କି ବିପକ୍ଷବାଦୀଙ୍କ ଆନ୍ଦୋଳନ ଆଉ ନାହିଁ । ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲାବାସୀଙ୍କ ପାଇଁ ମହାନଦୀରୁ ଜଳସେଚନ ବ୍ୟବସ୍ଥା ସ୍ବପ୍ନ ହୋଇ ରହିଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?