ମାଟିର ମହକରେ ଫେରିଲା ଦେଶୀ ମଞ୍ଜି, ପ୍ରେରଣାଦାୟୀ ସାଜିଲେ ମହିଳା ଚାଷୀ, ହସିହସି କୁହନ୍ତି ଆମ ପରିବାରରେ…

କର୍ଲାମୁଣ୍ଡା,୧୨ା୭(ପ୍ରଦୀପ କୁମାର ସାହୁ): ବଦଳୁଥିବା କୃଷି ପଦ୍ଧତି ମଧ୍ୟରେ ଯେତେବେଳେ ଅନେକ ଚାଷୀ ହାଇବ୍ରିଡ୍‌ ମଞ୍ଜି ଓ ରାସାୟନିକ କୃଷି ଉପରେ ନିର୍ଭରଶୀଳ ହୋଇପଡ଼ିଛନ୍ତି, ସେତେବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ଗଜବାହାଲ ପଞ୍ଚାୟତ ଧରାଖମନ ଗାଁର ମହିଳା ଚାଷୀ ରେଖ ପୁଟେଲ ନିଜର ନିଷ୍ଠା ଓ ପରିଶ୍ରମ ବଳରେ ଦେଶୀ ମଞ୍ଜି ସଂରକ୍ଷଣର ଏକ ନୂଆ ଅଧ୍ୟାୟ ରଚନା କରିଛନ୍ତି।

ତାଙ୍କ କାହାଣୀ କେବଳ ଜଣେ ଚାଷୀଙ୍କ ସଫଳତାର କାହାଣୀ ନୁହେଁ, ବରଂ ସୁସ୍ଥ ଖାଦ୍ୟ, ସୁସ୍ଥ ମାଟି ଓ ଖାଦ୍ୟ ସ୍ବାଧୀନତା ପ୍ରତି ଏକ ନୂଆ ଆଶାର ବାର୍ତ୍ତା। ମାତ୍ର ଛଅ ମାସରେ ୧୮ କିଲୋଗ୍ରାମ ନଳିତା ଶାଗର(ଚେଁ ଶାଗ) ଭାଜି ଶାଗ ମଞ୍ଜି ସଂଗ୍ରହ କରିପାରିଛନ୍ତି। ଆମ ପରିବାରରେ ଏହି ଶାଗ ଖାଇବା ସହ ଗାଁ ନିକଟରେ ଥିବା ବଜାରରେ ବିକ୍ରି ମଧ୍ୟ କରିଛି, ମଞ୍ଜି ସଂରକ୍ଷଣ କଠିନ ନୁହେଁ, ଏହା ଆତ୍ମବିଶ୍ୱାସର ବିଷୟ, ବୋଲି ହସି ହସି କହନ୍ତି ରେଖ। ପ୍ରାୟ ପନ୍ଦର ବର୍ଷ ପୂର୍ବେ ସେ ମଧ୍ୟ ଅନ୍ୟମାନଙ୍କ ପରି ବଜାରରୁ ହାଇବ୍ରିଡ୍‌ ମଞ୍ଜି କିଣି ଚାଷ କରୁଥିଲେ। ଧିରେ ଧିରେ ସେ ଅନୁଭବ କଲେ ଯେ ଏହି ପଦ୍ଧତି ରାସାୟନିକ ସାର ଓ କୀଟନାଶକ ଉପରେ ନିର୍ଭରଶୀଳତା ବଢ଼ାଉଛି। ଖାଦ୍ୟର ସ୍ବାଦ ବଦଳିଯାଉଛି, ମାଟିର ଉର୍ବରତା କମୁଛି ଓ ଚାଷ ଖର୍ଚ୍ଚ ବଢ଼ୁଛି।

ତେବେ ଶହେ ବିକଳ୍ପଜୀବିକା ଫାଉଣ୍ଡେଶନ ଓ ଧରା ଖମନ ଗାଁ ଗ୍ରାମ ଉନ୍ନୟନ କମିଟିର ମିଳିତ ପ୍ରୟାସରେ ଆରମ୍ଭ ହୋଇଥିବା ଭଲ ଖାଇବା ଓ ଭଲ ଖୁଆଇବା ଅଭିଯାନ ତାଙ୍କ ଚିନ୍ତାଧାରାକୁ ବଦଳାଇଦେଲା। ପ୍ରଶିକ୍ଷଣ, ଅନୁଭୂତି ବିନିମୟ ଓ ବିହନ ବନ୍ଧୁମାନଙ୍କ ସହଯୋଗରେ ସେ ପୁଣି ଦେଶୀ ମଞ୍ଜି ସଂରକ୍ଷଣ ଆରମ୍ଭ କଲେ। ଆଜି ତାଙ୍କ ଘର ଏକ ଛୋଟ ବିହନ ଭଣ୍ଡାରରେ ପରିଣତ ହୋଇଛି।
ରେଖଙ୍କ ବିଶ୍ୱାସ, ଦେଶୀ ମଞ୍ଜି କେବଳ ଭବିଷ୍ୟତର ଫସଲକୁ ସୁରକ୍ଷିତ କରେ ନାହିଁ, ଏହା ଲୋକଙ୍କ ସ୍ବାସ୍ଥ୍ୟ, ମାଟିର ଜୀବନ୍ତତା ଓ ଜୈବ ବିବିଧତାକୁ ମଧ୍ୟ ସୁରକ୍ଷା ଦେଇଥାଏ। ତାଙ୍କ ପାଇଁ ମଞ୍ଜି କେବଳ ଚାଷର ଉପକରଣ ନୁହେଁ, ଏହା ଆଗାମୀ ପିଢ଼ି ପାଇଁ ଏକ ଅମୂଲ୍ୟ ସମ୍ପଦ। ଆଜି ରେଖଙ୍କ ଏହି ପ୍ରୟାସ ଆଖପାଖ ଅଞ୍ଚଳର ଅନେକ ମହିଳା ଚାଷୀଙ୍କ ପାଇଁ ପ୍ରେରଣା ପାଲଟିଛି। ଦେଶୀ ମଞ୍ଜି ସଂରକ୍ଷଣ ମାଧ୍ୟମରେ ସେ ପ୍ରମାଣ କରିଛନ୍ତି ଯେ, ପ୍ରକୃତି ସହ ତାଳମେଳ ରଖି କୃଷି କଲେ ଖାଦ୍ୟ ସୁରକ୍ଷା, ପୌଷ୍ଟିକତା ଓ ପରିବେଶ ସଂରକ୍ଷଣତିନୋଟି ଲକ୍ଷ୍ୟ ଏକାସାଙ୍ଗରେ ପୂରଣ ହୋଇପାରିବ।
ରେଖଙ୍କ ଏହି ଯାତ୍ରା ଏକ ସ୍ପଷ୍ଟ ବାର୍ତ୍ତା ଦେଉଛିଦେଶୀ ମଞ୍ଜି ବଞ୍ଚିଲେ ମାଟି ବଞ୍ଚିବ, ମାଟି ବଞ୍ଚିଲେ ଖାଦ୍ୟ ବଞ୍ଚିବ, ଆଉ ଖାଦ୍ୟ ବଞ୍ଚିଲେ ଆମର ଭବିଷ୍ୟତ ସୁରକ୍ଷିତ ରହିବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?