Posted inଜାତୀୟ

ରାଷ୍ଟ୍ରବାଦ ରାଜନୀତି, ମୋହନ ଭାଗଓ୍ବତ-ସଞ୍ଜୟ ମୁହାଁମୁହିଁ, ଅଖଣ୍ଡ ଭାରତ ସ୍ବପ୍ନ ନେଇ ଚର୍ଚ୍ଚା…

ନୂଆଦିଲ୍ଲୀ, ୧୪।୪ : ରାଷ୍ଟ୍ରବାଦ ରାଜନୀତି ନେଇ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପ୍ରମୁଖ ମୋହନ ଭାଗଓ୍ବତ ଏବଂ ଶିବସେନା ଏମ୍‌ପି ସଞ୍ଜୟ ରାଉତ ମୁହାଁମୁହିଁ ହୋଇଛନ୍ତି। ପୁଣି ଅଖଣ୍ଡ ଭାରତ ସ୍ବପ୍ନ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଭାଗଓ୍ବତ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ ସନାତନ ଧର୍ମ ହେଉଛି ହିନ୍ଦୁ ରାଷ୍ଟ୍ର। ୧୫ ବର୍ଷ ମଧ୍ୟରେ ଭାରତ ପୁଣି ଏକ ଅଖଣ୍ଡ ଭାରତରେ ପରିଣତ ହେବ। ଆମେ ଏସବୁକୁ ନିଜ ଆଖିରେ ଦେଖିବା।

ସେ କହିଛନ୍ତି ଯେ ଯଦିଓ ସାଧୁମାନଙ୍କ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ୨୦ ରୁ ୨୫ ବର୍ଷ ମଧ୍ୟରେ ଭାରତ ପୁଣି ଏକ ଅଖଣ୍ଡ ଭାରତ ହେବ। ମାତ୍ର ଆମେ ସମସ୍ତେ ଏକାଠି ଏହି କାର୍ଯ୍ୟରେ ଯୋଗଦେଲେ୧୦ ରୁ ୧୫ ବର୍ଷ ମଧ୍ୟରେ ଅଖଣ୍ଡ ଭାରତ ଗଠନ ହୋଇ ପାରିବ।

ଏହାର ଜବାବରେ ଶିବସେନା ଏମ୍‌ପି ସଞ୍ଜୟ ରାଉତ କହିଛନ୍ତି ଯେ ତୁମେ ଅଖଣ୍ଡ ଭାରତ ନିର୍ମାଣ କର କିନ୍ତୁ ୧୫ ବର୍ଷ ନୁହେଁ ୧୫ ଦିନ କାର୍ଯ୍ୟରେ କରି ଦେଖାଇବାକୁ ପ୍ରତିଜ୍ଞା କର। ଅଖଣ୍ଡ ଭାରତର ସ୍ବପ୍ନ ସଭିଏଁ ଦେଖୁଛନ୍ତି। ଏହା ବୀର ସାବରକର, ବାଲାସାହେବ ଠାକରେଙ୍କ ସ୍ବପ୍ନ ଥିଲା। ତେଣୁ ସର୍ବପ୍ରଥମେ ତୁମେ ବୀର ସାବରକରଙ୍କୁ ଭାରତ ରତ୍ନ ସମ୍ମାନ ପ୍ରଦାନ କରିବା ଆବଶ୍ୟକ।

ରାଉତ କହିଛନ୍ତି ଯେ ଏକ ଅଖଣ୍ଡ ଭାରତ ଗଠନ କରିବା ପାଇଁ ସର୍ବପ୍ରଥମେ ଭାରତ ସହିତ ପାକ୍‌ ଅଧିକୃତ କଶ୍ମୀର(ପିଓକେ)କୁ ସଂଯୋଗ କର ଏବଂ ତା’ପରେ ବିଭାଜନ ହୋଇଥିବା ପାକିସ୍ତାନକୁ ଭାରତ ସହିତ ଯୋଡ଼ିବା କାର୍ଯ୍ୟ କର।

ସେ କହିଛନ୍ତି ଯେ ଯେଉଁଠାରେ ପୂର୍ବରୁ ଭାରତର ସୀମା ଥିଲା, ସେସବୁକୁ ମଧ୍ୟ ଯୋଡନ୍ତୁ। ଶ୍ରୀଲଙ୍କାକୁ ଯୋଡନ୍ତୁ ଏବଂ ପରେ ଭାରତକୁ ଏକ ସୁପର ପାୱାର୍‌ କରନ୍ତୁ। ଆପଣଙ୍କୁ କେହି ଅଟକାଇ ନାହାଁନ୍ତି। କିନ୍ତୁ ଏହାପୂର୍ବରୁ କାଶ୍ମୀର ପଣ୍ଡିତମାନଙ୍କୁ ଘରକୁ ଫେରିବା ପାଇଁ ଦିଅନ୍ତୁ ଏବଂ ଯଦି ଆପଣ ଏହା କରନ୍ତି ତେବେ ଆମେ ଆପଣଙ୍କୁ ନିଶ୍ଚିତ ସମର୍ଥନ କରିବୁ।

ସଞ୍ଜୟ କହିଛନ୍ତି ଯେ, ଶିବସେନାର ରକ୍ତରେ ମଧ୍ୟ ହିନ୍ଦୁତ୍ୱ ରହିଛି। ତେଣୁ ଆମକୁ ହିନ୍ଦୁତ୍ୱ ବିଷୟରେ କିଛି ଶିକ୍ଷା କରିବାର ଆବଶ୍ୟକତା ନାହିଁ। ଯେତେବେଳେ ବି ହିନ୍ଦୁତ୍ୱ ଉପରେ ଆକ୍ରମଣ କରାଯାଏ, ସେତେବେଳେ ଭାଜପା ଆଗରେ ନଥାଏ। ଆମେ ସେଠାରେ ରହିଥାଉ। ସେଠାରେ ବାଲାସାହେବ ଠାକରେ ଏବଂ ଉଦ୍ଧବ ଠାକରେ ରହିଥିଲେ ବୋଲି ସଞ୍ଜୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଆ ଖେଳୁଥିବା ସମୟରେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ

ରିଷିଡା, ୨।୭,(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କଳାମୁଣ୍ତା ବ୍ଲକ ଅନ୍ତର୍ଗତ ଗଜବାହଲ ପଞ୍ଚାୟତ ସ୍ଥିତ ବାଲାଜୀ ରାଇସ ମିଲ ଭିତରେ ଗୁରୁବାର କୌଣସି ସୂତ୍ରରୁ ଖବର ପାଇ…

ଘରେ ପାଠ ପଢିବାକୁ କହିବାରୁ ରାଜି ନ ହୋଇ ଚରମ ପଦକ୍ଷେପ ନେଲେ ନାବାଳିକା

ଦାରିଙ୍ଗବାଡି, ୨।୭, (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଘଟିଯାଇଛି ବଡ଼ ଅଘଟଣ ଜଣେ ଯୁକ୍ତ ୨ ପଢୁଥିବା ଛାତ୍ରୀ ପାଠ ପଢିବାକୁ…

ଜାତୀୟ ରାଜପଥର ଫୁଟ୍‌ପାଥରୁ ଲୁହା ରେଲିଂ କାଟି ନେଇଗଲେ ଦୁର୍ବୃତ୍ତ, ଠିକାସଂସ୍ଥାର ପ୍ରକଳ୍ପ ଅଧିକାରୀ କହିଲେ…

ଦାରିଙ୍ଗବାଡ଼ି,୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦେଇ ଯାଇଥିବା ଗୋପାଳପୁରଠାରୁ ରାଇପୁର ରାସ୍ତାର ସିମନବାଡ଼ି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ରାଜପଥର ଫୁଟ୍‌ପାଥରେ ଲାଗିଥିବା ଲୁହା ରେଲିଂଗୁଡିକୁ…

ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚିଙ୍କୁ ‘ସାନ ଭଉଣୀ’ ବୋଲି କାହିଁକି କହିଲେ ପ୍ରଧାନମନ୍ତ୍ରୀ ମୋଦି? ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ

ନୂଆଦିଲ୍ଲୀ,୨।୭: ଭାରତ ଏବଂ ଜାପାନ ମଧ୍ୟରେ ସମ୍ପର୍କକୁ ଗୁରୁବାର ଏକ ଗଭୀର ବ୍ୟକ୍ତିଗତ ଏବଂ ଭାବପ୍ରବଣ ମୁହୂର୍ତ୍ତ ଭାବରେ ଚିହ୍ନିତ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଥର…

ଅଙ୍ଗନଓ୍ବାଡ଼ି ପାଚିକାଙ୍କୁ ରୋଷେଇ କରିବାକୁ ବିରୋଧ, ଅଭିଯୋଗ ଆଣି କହିଲେ ମୋ’ ହାତରୁ…

ଝାରବନ୍ଧ,୨ା୭(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ଅନର୍ଗତ ଦଓ୍ବୋନପାଲି ଗ୍ରାମରେ ଜାତିବାଦକୁ ନେଇ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଭିଯୋଗ ଅନୁଯାୟୀ, ଦଓ୍ବୋନପାଲି ଗ୍ରାମରେ…

ଶରଦ ପାୱାରଙ୍କ NCP-SPର କଂଗ୍ରେସ ସହିତ ମିଶ୍ରଣକୁ ନେଇ ଆସିଲା ବଡ଼ ଅପଡେଟ, ଦଳୀୟ ନେତା କହିଲେ…

ନୂଆଦିଲ୍ଲୀ,୨।୭: ମହାରଷ୍ଟ୍ର କଂଗ୍ରେସ ନେତା ନାନା ପାଟୋଲେ କହିଛନ୍ତି ଯେ ଶରଦ ପାୱାରଙ୍କ ଦଳର କଂଗ୍ରେସ ସହିତ ମିଶ୍ରଣ ସମ୍ପର୍କରେ କୌଣସି ଆଲୋଚନା ହେଉନାହିଁ। ସେ ଏହି…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହିତ ଜଡିତ ସମସ୍ତ ଟ୍ରେଡ ଡିଲ୍‌ କେବଳ ଗୁଜବ; ମୁମ୍ବାଇ ଇଣ୍ଡିଆନ୍ସରୁ ଆସୁଥିବା ଖବର ଆପଣଙ୍କ ହୋସ୍‌ ଉଡାଇ ଦେବ

ନୂଆଦିଲ୍ଲୀ,୨।୭: ୨୦୨୪ ପରି, ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ଆଲୋଚନାର ବିଷୟ ପାଲଟିଛନ୍ତି। ତିନି ବର୍ଷ ପୂର୍ବେ ମୁମ୍ବାଇ ଇଣ୍ଡିଆନ୍ସ ଏକ ଟ୍ରେଡ ଡିଲ୍‌ ମାଧ୍ୟମରେ ହାର୍ଦ୍ଦିକଙ୍କୁ…

ପ୍ରଦୂଷିତ ହେଉଛି ସହର, ସବୁଠି ଗଛ ଲଗାଇବାକୁ ଆହ୍ବାନ ଦେଲେ…

ଭଞ୍ଜନଗର,୨ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡସ୍ତରୀୟ ବନ ମହୋତ୍ସବ ସପ୍ତାହ ଗାଲେରୀ ରେଞ୍ଜ ସାମରଡ଼ା ବନ ସୁରକ୍ଷା ସମିତି ଅଞ୍ଚଳରେ ପାଳିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri