Posted inଫୁରସତ

ଜାତୀୟ ପରିସଂଖ୍ୟାନ ଦିବସ: ବିକାଶରେ ପରିସଂଖ୍ୟାନର ଭୂମିକା ଉଲ୍ଲେଖନୀୟ

ପ୍ରତିବର୍ଷ ଜୁନ୍‌ ୨୯ରେ ଜାତୀୟ ପରିସଂଖ୍ୟାନ ଦିବସ ପାଳନ କରାଯାଏ। ପରିସଂଖ୍ୟାନ କ୍ଷେତ୍ରରେ ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହାଲନୋବିସଙ୍କ ମହତ୍ତ୍ୱପୂର୍ଣ୍ଣ ଯୋଗଦାନକୁ ଏହି ଦିବସରେ ସ୍ମରଣ କରାଯାଇଥାଏ। ପଦ୍ମବିଭୂଷଣ ମହାଲନୋବିସଙ୍କୁ ଭାରତୀୟ ପରିସଂଖ୍ୟାନର ପିତା କୁହାଯାଏ। ସେ ୧୮୯୩ ଜୁନ ୨୯ରେ ପଶ୍ଚିମବଙ୍ଗରେ ଜନ୍ମ ହୋଇଥିଲେ। ଏଣୁ ଏହି ଦିନଟିକୁ ଜାତୀୟ ପରିସଂଖ୍ୟାନ ଦିବସ ଭାବେ ପାଳନ କରାଯିବା ଲାଗି ସ୍ଥିର କରାଯାଇ ୨୦୦୭ରେ ପ୍ରଥମେ ଏହା ପାଳନ କରାଯାଇଥିଲା।
ବିଭିନ୍ନ ଅର୍ଥନୈତିକ ଓ ସାମାଜିକ ଯୋଜନା ମାଧ୍ୟମରେ ଦେଶର ବିକାଶକୁ ତ୍ୱରାନ୍ବିତ କରାଯାଉଛି। ଏଥିରେ ପରିସଂଖ୍ୟାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମହାଲନୋବିସ ହୃଦୟଙ୍ଗମ କରିଥିଲେ ଯେ, ସବୁ କ୍ଷେତ୍ରରେ ପରିସଂଖ୍ୟାନର ଉପଯୋଗ ଆର୍ଥିକ ଓ ସାମାଜିକ ବିକାଶକୁ ଆଗେଇ ନେବ। ଯାହାଫଳରେ ସେ ଇଣ୍ଡିଆନ୍‌ ଷ୍ଟାଟିଷ୍ଟିକ୍ସ ଇନ୍‌ଷ୍ଟିଚ୍ୟୁଟ ବା ଭାରତୀୟ ପରିସଂଖ୍ୟାନ ସଂସ୍ଥା (ଆଇଏସ୍‌ଆଇ) ପ୍ରତିଷ୍ଠା କରିଥିଲେ। ତା’ପରେ ପରିସଂଖ୍ୟାନଗତ ବିକାଶ ହିଁ ଦେଶକୁ ବିକାଶ ପଥରେ ଆଗେଇ ନେବାରେ ପ୍ରମୁଖ ଭୂମିକା ନେଇଆସୁଛିି ବୋଲି କୁହାଯାଇପାରେ। ଏଣୁ ଜାତୀୟ ପରିସଂଖ୍ୟାନ ଦିବସରେ ଯୋଜନା, ବିକାଶ ତଥା ଦୈନନ୍ଦିନ ଜୀବନରେ ପରିସଂଖ୍ୟାନର ଗୁରୁତ୍ୱ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯାଇଥାଏ। ମିନିଷ୍ଟ୍ରି ଅଫ୍‌ ଷ୍ଟାଟିଷ୍ଟିକ୍ସ ଆଣ୍ଡ୍‌ ପ୍ରୋଗ୍ରାମ ଇମ୍ପ୍ଲିମେଣ୍ଟେଶନ (ଏମ୍‌ଓଏସ୍‌ପିଆଇ) ଦ୍ୱାରା ସାରା ଦେଶରେ ଏହି ଦିବସ ପାଳନ କରାଯାଏ। ଏହିି ଅବସରରେ ଜାତୀୟ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ, ଆଲୋଚନାଚକ୍ର ଓ ପ୍ରତିଯୋଗିତାମାନ ଆୟୋଜିତ ହୋଇଥାଏ। ପରିସଂଖ୍ୟାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଯୋଗ୍ୟ ବ୍ୟକ୍ତିଙ୍କୁ ୨୦୧୯ରେ ଏହି ଦିବସରେ ପ୍ରଥମେ ପ୍ରଫେସର ପି.ସି. ମହାଲନୋବିସ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ଚଳିତ ବର୍ଷ କୋଭିଡ୍‌-୧୯ ମହାମାରୀ ଯୋଗୁ ଭର୍ଚୁଆଲି ପାଳନ କରଯିବା ଲାଗି ସ୍ଥିର କରାଯାଇଥିବା ଜାତୀୟ ପରିସଂଖ୍ୟାନ ଦିବସରେ ଉକ୍ତ ପୁରସ୍କାର ପ୍ରଦାନ କରାଯିବ। ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ସ୍ଲୋଗାନ୍‌ ନେଇ ଏହି ଦିବସ ପାଳନ କରାଯାଇ ଆସୁଅଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri