Posted inଫୁରସତ

ଜାତୀୟ ପରିସଂଖ୍ୟାନ ଦିବସ: ବିକାଶରେ ପରିସଂଖ୍ୟାନର ଭୂମିକା ଉଲ୍ଲେଖନୀୟ

ପ୍ରତିବର୍ଷ ଜୁନ୍‌ ୨୯ରେ ଜାତୀୟ ପରିସଂଖ୍ୟାନ ଦିବସ ପାଳନ କରାଯାଏ। ପରିସଂଖ୍ୟାନ କ୍ଷେତ୍ରରେ ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହାଲନୋବିସଙ୍କ ମହତ୍ତ୍ୱପୂର୍ଣ୍ଣ ଯୋଗଦାନକୁ ଏହି ଦିବସରେ ସ୍ମରଣ କରାଯାଇଥାଏ। ପଦ୍ମବିଭୂଷଣ ମହାଲନୋବିସଙ୍କୁ ଭାରତୀୟ ପରିସଂଖ୍ୟାନର ପିତା କୁହାଯାଏ। ସେ ୧୮୯୩ ଜୁନ ୨୯ରେ ପଶ୍ଚିମବଙ୍ଗରେ ଜନ୍ମ ହୋଇଥିଲେ। ଏଣୁ ଏହି ଦିନଟିକୁ ଜାତୀୟ ପରିସଂଖ୍ୟାନ ଦିବସ ଭାବେ ପାଳନ କରାଯିବା ଲାଗି ସ୍ଥିର କରାଯାଇ ୨୦୦୭ରେ ପ୍ରଥମେ ଏହା ପାଳନ କରାଯାଇଥିଲା।
ବିଭିନ୍ନ ଅର୍ଥନୈତିକ ଓ ସାମାଜିକ ଯୋଜନା ମାଧ୍ୟମରେ ଦେଶର ବିକାଶକୁ ତ୍ୱରାନ୍ବିତ କରାଯାଉଛି। ଏଥିରେ ପରିସଂଖ୍ୟାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମହାଲନୋବିସ ହୃଦୟଙ୍ଗମ କରିଥିଲେ ଯେ, ସବୁ କ୍ଷେତ୍ରରେ ପରିସଂଖ୍ୟାନର ଉପଯୋଗ ଆର୍ଥିକ ଓ ସାମାଜିକ ବିକାଶକୁ ଆଗେଇ ନେବ। ଯାହାଫଳରେ ସେ ଇଣ୍ଡିଆନ୍‌ ଷ୍ଟାଟିଷ୍ଟିକ୍ସ ଇନ୍‌ଷ୍ଟିଚ୍ୟୁଟ ବା ଭାରତୀୟ ପରିସଂଖ୍ୟାନ ସଂସ୍ଥା (ଆଇଏସ୍‌ଆଇ) ପ୍ରତିଷ୍ଠା କରିଥିଲେ। ତା’ପରେ ପରିସଂଖ୍ୟାନଗତ ବିକାଶ ହିଁ ଦେଶକୁ ବିକାଶ ପଥରେ ଆଗେଇ ନେବାରେ ପ୍ରମୁଖ ଭୂମିକା ନେଇଆସୁଛିି ବୋଲି କୁହାଯାଇପାରେ। ଏଣୁ ଜାତୀୟ ପରିସଂଖ୍ୟାନ ଦିବସରେ ଯୋଜନା, ବିକାଶ ତଥା ଦୈନନ୍ଦିନ ଜୀବନରେ ପରିସଂଖ୍ୟାନର ଗୁରୁତ୍ୱ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯାଇଥାଏ। ମିନିଷ୍ଟ୍ରି ଅଫ୍‌ ଷ୍ଟାଟିଷ୍ଟିକ୍ସ ଆଣ୍ଡ୍‌ ପ୍ରୋଗ୍ରାମ ଇମ୍ପ୍ଲିମେଣ୍ଟେଶନ (ଏମ୍‌ଓଏସ୍‌ପିଆଇ) ଦ୍ୱାରା ସାରା ଦେଶରେ ଏହି ଦିବସ ପାଳନ କରାଯାଏ। ଏହିି ଅବସରରେ ଜାତୀୟ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ, ଆଲୋଚନାଚକ୍ର ଓ ପ୍ରତିଯୋଗିତାମାନ ଆୟୋଜିତ ହୋଇଥାଏ। ପରିସଂଖ୍ୟାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଯୋଗ୍ୟ ବ୍ୟକ୍ତିଙ୍କୁ ୨୦୧୯ରେ ଏହି ଦିବସରେ ପ୍ରଥମେ ପ୍ରଫେସର ପି.ସି. ମହାଲନୋବିସ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ଚଳିତ ବର୍ଷ କୋଭିଡ୍‌-୧୯ ମହାମାରୀ ଯୋଗୁ ଭର୍ଚୁଆଲି ପାଳନ କରଯିବା ଲାଗି ସ୍ଥିର କରାଯାଇଥିବା ଜାତୀୟ ପରିସଂଖ୍ୟାନ ଦିବସରେ ଉକ୍ତ ପୁରସ୍କାର ପ୍ରଦାନ କରାଯିବ। ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ସ୍ଲୋଗାନ୍‌ ନେଇ ଏହି ଦିବସ ପାଳନ କରାଯାଇ ଆସୁଅଛି।


Enter your email to get our daily news in your inbox.

All Right Reserved By Dharitri.Com

ATM ଟଙ୍କା ଉଠାଇବା ଫେଲ୍‌ ହେଲେ ଦୈନିକ ୧୦୦ ଟଙ୍କା କ୍ଷତିପୂରଣ: RBI ବଦଳାଇଲା ୫ଟି ବଡ଼ ନିୟମ

ମୁମ୍ବାଇ,୨୮।୫: ଯଦି ଆପଣ ବ୍ୟାଙ୍କ ଋଣର ଇଏମଆଇ (EMI) ପରିଶୋଧ କରୁଛନ୍ତି, ଏଟିଏମ (ATM) ବ୍ୟବହାର କରୁଛନ୍ତି କିମ୍ବା ମୋବାଇଲ ବ୍ୟାଙ୍କିଙ୍ଗ ଜରିଆରେ ଅନଲାଇନ କାରବାର କରୁଛନ୍ତି,…

୨୫ ଦିନରେ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା, ବିଧାୟକ ଅସ୍ଥାୟୀ ମଣ୍ଡପରେ ପହଞ୍ଚି…

ଛତ୍ରପୁର,୨୮ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଛତ୍ରପୁରର ଆରାଧ୍ୟ ଦେବୀ ମା’ ରାମାୟଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଲାଗି ଉଠୁଛି ପଡୁଛି ସାରା ସହର। ଗୁରୁବାର ଯାତ୍ରାର ୨୫ଦିନ ଅବସରରେ…

ଶିବକୁମାରଙ୍କୁ ନେଇ ଏମିତି କହିଲେ ପ୍ରିୟଙ୍କା ଗାନ୍ଧୀ, ଯେଉଁମାନେ କଷ୍ଟକର ସମୟରେ…

ବେଙ୍ଗାଲୁରୁ,୨୮ା୫: କର୍ନାଟକର କଂଗ୍ରେସ ସରକାରରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ବିବାଦର ଏବେ ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା କ୍ୟାବିନେଟ୍‌ ମନ୍ତ୍ରୀମାନଙ୍କ ସହିତ ଏକ…

ଛାତ୍ରାବାସରେ ଭୟଙ୍କର ଅଗ୍ନିକାଣ୍ଡ: ଜୀବନ୍ତ ଜଳିଗଲେ ୧୬ ଛାତ୍ରୀ

ନାଇରୋବି,୨୮।୫: କେନିଆର ନାକୁରୁ କାଉଣ୍ଟିର ଗିଲଗିଲ୍ସ୍ଥିତ ଉତୁମିଶି ବାଳିକା ଏକାଡେମୀର ଏକ ଛାତ୍ରାବାସରେ ଏକ ଭୟଙ୍କର ଅଗ୍ନିକାଣ୍ଡ ସମଗ୍ର ଦେଶକୁ ଥରାଇ ଦେଇଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ,…

ଜୁନ୍ ୧ରୁ ବଦଳୁଛି Indane, Bharat ଏବଂ HP ଗ୍ୟାସର ୬ଟି ନିୟମ; ସିଧାସଳଖ ଆପଣଙ୍କ ପକେଟ୍ ଉପରେ ପଡ଼ିବ ପ୍ରଭାବ!

ନୂଆଦିଲ୍ଲୀ,୨୮।୫: ଯଦି ଆପଣଙ୍କ ପରିବାର Indane, Bharat ଗ୍ୟାସ, କିମ୍ୱା HP ଗ୍ୟାସର ଏକ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଆଗାମୀ ମାସଟି ଆପଣଙ୍କ ପାଇଁ…

ଇଦ୍‌ରେ ପ୍ରଶଂସକଙ୍କୁ ବଡ଼ ଉପହାର ଦେଲେ ସଲମାନ

ଅଭିନେତା ସଲମାନ ଖାନଙ୍କ ଓ୍ବାର୍‌ ଡ୍ରାମା ଫିଲ୍ମ ‘ମାତୃଭୂମି: ମେଁ ରେଷ୍ଟ ଇନ୍‌ ପିସ୍‌’ର ଏକ ନୂତନ ଗୀତ ଇଦ୍‌-ଉଜ୍‌-ଜୁହାର ବିଶେଷ ଅବସରରେ ମୁକ୍ତିଲାଭ କରିଛି। ଏହା…

ମନ୍ଦିର ଦର୍ଶନ କରି ଫେରୁଥିବା ବେଳେ ଯୁବତୀଙ୍କୁ ଟେକିନେଲେ ଦୁର୍ବୃତ୍ତ, ଗଣବଳାତ୍କାର କରିବା ପରେ କଲେ…..

ଜୟପୁର,୨୮।୫: ରାଜସ୍ଥାନର ରାଜଧାନୀ ଜୟପୁରରେ ଜଣେ ଯୁବତୀଙ୍କ ସହ ଗଣବଳାତ୍କାରର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଘଟଣାଟି ସହରର ଭିକେଆଇ ପୋଲିସ ଷ୍ଟେସନ ଅଧୀନରେ ଘଟିଥିବା…

ସରକାରଙ୍କ ବଡ଼ ପ୍ଲାନ! ଖୁବଶୀଘ୍ର ବଦଳିବାକୁ ଯାଉଛି ପେଟ୍ରୋଲ ପକାଇବାର ନିୟମ…

ନୂଆଦିଲ୍ଲୀ,୨୮।୫: ଭାରତରେ ପେଟ୍ରୋଲ ପମ୍ପର ଗ୍ରାହକମାନେ ଖୁବ ଶୀଘ୍ର ବିଭିନ୍ନ ପ୍ରକାରର ଇଥାନଲ-ମିଶ୍ରିତ ପେଟ୍ରୋଲ ବାଛିବାର ବିକଳ୍ପ ପାଇପାରିବେ, ଯାହା ସେମାନଙ୍କର ର୍ନିଦ୍ଦିଷ୍ଟ ଯାନ ପାଇଁ ଉପଯୁକ୍ତ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri