ପାତ୍ରପୁର, ୨୪ା୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ସୀମାନ୍ତରେ ପ୍ରବାହିତ ଜାମୁଗଣ୍ଡ ନାଳରେ ବର୍ଷାଜଳ ବୃଦ୍ଧି ପାଇଛି। ଏଥିଯୋଗୁ କେତେକ ଆଦିବାସୀ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛି। ପାତ୍ରପୁର ବ୍ଲକର ଦୁର୍ଗମ ଅଞ୍ଚଳରେ ଥିବା ବୁରାତାଳ ପଞ୍ଚାୟତ ଅନ୍ତର୍ଗତ ଜାମୁଗଣ୍ଡ ଗ୍ରାମରୁ ଜଣେ ଗର୍ଭବତୀ ମହିଳାଙ୍କୁ ଓଡ୍ରାଫ ଟିମ ଉଦ୍ଧାର କରି ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି।
ଜାମୁଗଣ୍ଡ ନାଳର ଅତ୍ୟଧିକ ବର୍ଷାଜଳ ପ୍ରବାହିତ ଯୋଗୁ ଜାମୁଗଣ୍ଡ ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ବିଚ୍ଛିନ୍ନ ହୋଇପଡ଼ିଥିଲା। ଏହି ସମୟରେ ଗ୍ରାମର ଜଣେ ଗର୍ଭବତୀଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଏନେଇ ବ୍ଲକ ପ୍ରଶାସନ ସୂଚନା ପାଇ ଓଡ୍ରାଫ ଟିମକୁ ଘଟଣାସ୍ଥଳକୁ ପଠାଇଥିଲା। ଓଡ୍ରାଫ ଟିମ ପହଞ୍ଚି ସତର୍କତାର ସହ ଗର୍ଭବତୀ ମହିଳାଙ୍କୁ ଜାମୁଗଣ୍ଡ ନାଳର ପ୍ରଖର ସ୍ରୋତ ପାର କରାଇ ତାଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲା।

