Posted inଖେଳ

ନ୍ୟୁଜିଲ୍ୟାଣ୍ଡ ଗସ୍ତ ପୂର୍ବରୁ ଚର୍ଚ୍ଚାରେ ବୈଭବ ସୂର୍ଯ୍ୟବଂଶୀ: ୧୫ ବର୍ଷୀୟ ଭାରତୀୟ ସେନ୍‌ସେସନ୍‌ଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ କିୱି କୋଚ୍‌

ନୂଆଦିଲ୍ଲୀ,୨୪ା୯: ଅକ୍ଟୋବରରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ T20 ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା ହୋଇ ନ ଥିଲେ ବି, ନ୍ୟୁଜିଲ୍ୟାଣ୍ଡରେ ଭାରତର ୧୫ ବର୍ଷୀୟ ଯୁବ ସେନ୍‌ସେସନ୍ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ନ୍ୟୁଜିଲ୍ୟାଣ୍ଡ ଦଳର ମୁଖ୍ୟ କୋଚ୍ ରବ୍ ୱାଲ୍ଟର ଏକ ଖବରଦାତା ସମ୍ମିଳନୀରେ ବୈଭବଙ୍କୁ ନେଇ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି। ସେ କହିଛନ୍ତି ଯେ, ସେ ବୈଭବଙ୍କୁ ନିଜ ଦେଶର ଦ୍ରୁତ ଏବଂ ବାଉନ୍ସି ପିଚ୍‌ରେ ଖେଳୁଥିବାର ଦେଖିବାକୁ ଚାହାନ୍ତି।

ଖବରଦାତା ସମ୍ମିଳନୀରେ ୱାଲ୍ଟର କହିଛନ୍ତି, “ହଁ, ମୁଁ ବୈଭବଙ୍କୁ ଆମର ଦ୍ରୁତ ଏବଂ ବାଉନ୍ସି ପିଚ୍‌ରେ ଦେଖିବାକୁ ପସନ୍ଦ କରିବି। ସେ ଜଣେ ରୋମାଞ୍ଚକର ଖେଳାଳି। ଆପଣ ଆଇପିଏଲ୍‌ (IPL)ରେ ବିଶ୍ୱର ଶ୍ରେଷ୍ଠ ବୋଲରଙ୍କ ବିପକ୍ଷରେ ତାଙ୍କର ଆକ୍ରାମକ ବ୍ୟାଟିଂ ଦେଖିଛନ୍ତି। ଏବେ ମୁଖ୍ୟ ଚ୍ୟାଲେଞ୍ଜ ହେଉଛି ଭିନ୍ନ ପରିସ୍ଥିତି ଓ ପିଚ୍‌ରେ ସେ କିପରି ଖେଳୁଛନ୍ତି ଏବଂ ଆମେ ଆମ ପରିବେଶରେ ତାଙ୍କୁ କିପରି ବୋଲିଂ କରୁଛୁ।”

ୱାଲ୍ଟର ଆହୁରି କହିଛନ୍ତି, “ଜଣେ କୋଚ୍ ଭାବେ ଆପଣ ସବୁବେଳେ ଚାହାନ୍ତି ଯେ ବିପକ୍ଷ ଖେଳାଳିମାନେ ଟିକେ ଚାପରେ ରହନ୍ତୁ ଏବଂ ସେମାନେ କିପରି ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ତାହା ଦେଖିବାକୁ ମିଳୁ। ମୁଁ ଏହି ମୁକାବିଲାକୁ ଅପେକ୍ଷା କରିଛି। ଯଦି ସେ ଏହି ଗସ୍ତରେ ନ ଆସନ୍ତି, ତେବେ ବି ଭାରତ ପାଖରେ ଅନେକ ଭଲ ଖେଳାଳି ଅଛନ୍ତି।”

ସୂଚନାଯୋଗ୍ୟ ଯେ, ବୈଭବ ଅଣ୍ଡର-୧୯ କ୍ରିକେଟ୍ ଏବଂ ଆଇପିଏଲ୍‌ରେ ନିଜ ବ୍ୟାଟିଂ ଦ୍ୱାରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ ଇଂଲଣ୍ଡ, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକାରେ ଭାରତୀୟ U19 ଦଳ ସହ ଚମତ୍କାର ପ୍ରଦର୍ଶନ କରିଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ନ୍ୟୁଜିଲ୍ୟାଣ୍ଡ ମାଟିରେ କୌଣସି ମ୍ୟାଚ୍ ଖେଳିନାହାନ୍ତି। ସେଥିପାଇଁ ଏହି ଗସ୍ତ ତାଙ୍କ ପାଇଁ ଏକ ବଡ଼ ଅଗ୍ନିପରୀକ୍ଷା ସାବ୍ୟସ୍ତ ହୋଇପାରେ।

ଯଦିଓ ଆନ୍ତର୍ଜାତୀୟ ସ୍ତରରେ ତାଙ୍କୁ ଏପର୍ଯ୍ୟନ୍ତ ଅଧିକ ସୁଯୋଗ ମିଳିନାହିଁ। ଇଂଲଣ୍ଡ ଗସ୍ତରେ ସେ ସାଧାରଣ ପ୍ରଦର୍ଶନ କରିଥିଲେ ବି, ଜିମ୍ବାୱେରେ ୩ଟି ମ୍ୟାଚ୍‌ରେ ୨ଟି ଅର୍ଦ୍ଧଶତକ ହାସଲ କରି ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲେ। ଆଫଗାନିସ୍ତାନ ବିପକ୍ଷ ୩ଟି T20 ମ୍ୟାଚ୍‌ରେ ତାଙ୍କୁ ବସିବାକୁ ପଡ଼ିଥିଲା। ଏବେ ଆଶା କରାଯାଉଛି ଯେ ଅକ୍ଟୋବରରେ ହେବାକୁ ଥିବା ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ତାଙ୍କୁ ଟିମ୍ ଇଣ୍ଡିଆରେ ସ୍ଥାନ ମିଳିପାରେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୨୫ରେ ବନ୍ଦ ରହିବ ଶିକ୍ଷାନୁଷ୍ଠାନ

ଛତ୍ରପୁର,୨୪।୯(ଦିଲ୍ଲୀପ ସାମଲ): ଭାରତୀୟ ପାଣିପାଗ ବିଭାଗ ଗଞ୍ଜାମ ଜିଲା ପାଇଁ ପୁଣି ଅରେଞ୍ଜ ଆଲର୍ଟ ଜାରି କରିଛି। ସେପ୍ଟେମ୍ବର ୨୫ ତାରିଖରେ ଜିଲାରେ ପ୍ରବଳରୁ ଅତି ପ୍ରବଳ…

‘ସଂଘର୍ଷ ଉଭୟ ପକ୍ଷର କ୍ଷତି ଘଟାଇବ’, ଆମେରିକା ଗସ୍ତ ସମୟରେ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଦୃଢ଼ ବାର୍ତ୍ତା

ଓ୍ବାଶିଂଟନ,୨୪।୯: ବର୍ତ୍ତମାନ ଆମେରିକା ଗସ୍ତରେ ଥିବା ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଗୁରୁବାର ଏକ କାର୍ଯ୍ୟକ୍ରମ ମଞ୍ଚରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଦୃଢ଼ ବାର୍ତ୍ତା ପ୍ରଦାନ କରିଥିଲେ।…

୩ ଦିନ ହେଲା ବର୍ଷା ଜାରି , ମାଧବରୀଡ଼ାରେ ବିପଦ ସଂକେତ ଜଳସ୍ତର

ବେଲଗୁଣ୍ଠା,୨୪ା୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଅବପାତ ପ୍ରଭାବରେ ବେଲଗୁଣ୍ଠା ଅଞ୍ଚଳରେ ଗତ ୩ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଫଳରେ ଧାନ ଫସଲକୁ ନେଇ ଚାଷୀଙ୍କ…

ବନ୍ୟାର ପ୍ରଖର ସ୍ରୋତରେ ନାଳ ପାରି ହେଲେ ଗର୍ଭବତୀ

ପାତ୍ରପୁର, ୨୪ା୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ସୀମାନ୍ତରେ ପ୍ରବାହିତ ଜାମୁଗଣ୍ଡ ନାଳରେ ବର୍ଷାଜଳ ବୃଦ୍ଧି ପାଇଛି। ଏଥିଯୋଗୁ କେତେକ ଆଦିବାସୀ ଗ୍ରାମ ବାହ୍ୟ…

ଆରପାରିରେ ବଲିଉଡ୍‌ର ମଲ୍ଟି-ଟାଲେଣ୍ଟେଡ୍ ଅଭିନେତା ମୁସ୍ତାକ୍ ଖାନ୍, ୫୬ ବର୍ଷ ବୟସରେ ପରଲୋକ

ମୁମ୍ବାଇ: ହିନ୍ଦୀ ସିନେମା ଓ ଟେଲିଭିଜନ୍ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଣାଶୁଣା ବରିଷ୍ଠ ଅଭିନେତା ମୁସ୍ତାକ୍ ଖାନ୍‌ଙ୍କର ୫୬ ବର୍ଷ ବୟସରେ ପରଲୋକ…

ଏସୀୟ କ୍ରୀଡ଼ାର ୧୦,୦୦୦ ମିଟର ଦୌଡ଼ରେ ସୀମାଙ୍କ ଐତିହାସିକ ବ୍ରୋଞ୍ଜ ପଦକ

ନାଗୋୟା,୨୪ା୯: ଭାରତୀୟ ଟ୍ରାକ ଆଣ୍ଡ ଫିଲ୍ଡ ଆଥଲେଟ୍‌ ସୀମା ଗୁରୁବାର ମହିଳା ୧୦,୦୦୦ ମି. ବ୍ରୋଞ୍ଜ ପଦକ ଜିତିଛନ୍ତି। ସୀମା ଦୌଡ଼କୁ ୩୨:୫୦.୦୫ ସେକେଣ୍ଡରେ ଶେଷ କରି…

କଳାହାଣ୍ଡିରେ ଥମିବାର ନା ଧରୁନି ବର୍ଷା, କୁତ୍ରିମ ନଦୀ ହେଲା ଫତେନଗର ପଡା ମୁଖ୍ୟ ରାସ୍ତା

ଭବାନୀପାଟଣା ୨୪।୯,(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଗତ ତିନିଦିନ ଧରି କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ଜନଜୀବନ…

ଅକ୍ଟୋବର ୧ରୁ ଧନବର୍ଷା! ରାହୁଙ୍କ ସ୍ୱାତୀ ନକ୍ଷତ୍ରକୁ ଯିବେ ବୁଧ, ମାଲାମାଲ୍ ହେବେ ଏହି ୫ ରାଶି

ଅକ୍ଟୋବର ୧ ତାରିଖ ସକାଳ ୯ଟା ୩୩ ମିନିଟ୍‌ରେ ଗ୍ରହମାନଙ୍କ କୁମାର ‘ବୁଧ’ ତୁଳା ରାଶିରେ ବିରାଜମାନ ଥାଇ ସ୍ୱାତୀ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି। ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?