Posted inଜାତୀୟ

ପିଏମ୍‌ କେୟାର୍ସ ପାଣ୍ଠିକୁ ୨.୨୫ ଲକ୍ଷ ଦାନ କରିଛନ୍ତି ମୋଦି

ନୂଆଦିଲ୍ଲୀ,୪ା୯:କରୋନା ମହାମାରୀ ସଙ୍କଟର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୨୭ରେ ପିଏମ୍‌ କେୟାର୍ସ ପାଣ୍ଠି ଘୋଷଣା କରିଥିଲେ। ଏହାର ପ୍ରଥମ ଅଡିଟ୍‌ ରିପୋର୍ଟ ବୁଧବାର ସର୍ବସାଧାରଣରେ ପ୍ରକାଶ ପାଇଥିଲା। ପାଣ୍ଠି ଗଠନ ହେବାର ପ୍ରଥମ ୫ ଦିନ ମଧ୍ୟରେ ୩,୦୭୬ କୋଟି ଟଙ୍କା ଦାନ ମିଳିଥିଲା। ପ୍ରଧାନମନ୍ତ୍ରୀ ଉକ୍ତ ପାଣ୍ଠିକୁ ୨.୨୫ ଲକ୍ଷ ଟଙ୍କା ଦାନ କରିଥିବା ଜଣାପଡିଛି। ପୂର୍ବରୁ କନ୍ୟାଶିଶୁ ଶିକ୍ଷା କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ସ୍ବଚ୍ଛ ଗଙ୍ଗା ମିଶନ ପର୍ଯ୍ୟନ୍ତ ବିଭିନ୍ନ ପାଣ୍ଠିକୁ ମୋଦି ଅତୀତରେ ଦାନ କରିବା ସହ ଅବହେଳିତ ବର୍ଗଙ୍କ କଲ୍ୟାଣ ଲାଗି ସହାୟତା କରିଛନ୍ତି। ବର୍ତ୍ତମାନ ସୁଦ୍ଧା ମୋଦିଙ୍କର ମୋଟ ଦାନ ପରିମାଣ ୧୦୩ କୋଟି ଟଙ୍କାରୁ ଅଧିକ। କୁମ୍ଭମେଳାରେ ପରିମଳ କର୍ମଚାରୀମାନଙ୍କ କଲ୍ୟାଣ ଲାଗି ମୋଦି ନିଜ ବ୍ୟକ୍ତଗତ ସଞ୍ଚୟରୁ ୨୧ ଲକ୍ଷ ଟଙ୍କା ଦାନ କରିଥିଲେ। ଦକ୍ଷିଣ କୋରିଆରୁ ପାଇଥିବା ସିଓଲ ଶାନ୍ତି ପୁରସ୍କାର ବାବଦରେ ୧.୩ କୋଟି ଟଙ୍କାକୁ ସେ ନମାମି ଗଙ୍ଗେ କାର୍ଯ୍ୟକ୍ରମକୁ ଦେଇଥିଲେ। ତାଙ୍କୁ ମିଳିଥିବା ସମସ୍ତ ସ୍ମରଣୀୟ ସାମଗ୍ରୀର ନିଲାମରୁ ମିଳିଥିବା ୩.୪୦ କୋଟି ଟଙ୍କାକୁ ସେ ସ୍ବଚ୍ଛ ଗଙ୍ଗା ମିଶନକୁ ଦାନ କରିଥିଲେ। ୨୦୧୫ ପର୍ଯ୍ୟନ୍ତ ପାଇଥିବା ଉପହାର ନିଲାମରୁ ମିଳିଥିବା ୮.୩୫ କୋଟି ଟଙ୍କାକୁ ସେ ନମାମି ଗଙ୍ଗେ ମିଶନ ପାଇଁ ପ୍ରଦାନ କରିଥିଲେ। ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ୮୯.୯୬ କୋଟି ଟଙ୍କା କନ୍ୟା କେଲାଭାନି ଫଣ୍ଡକୁ ଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କ ଘରୁ ମିଳିଲା ପ୍ରେମିକଙ୍କ ଝୁଲନ୍ତା ମୃତଦେହ

ପାଟନା,୯ା୧୨: ବିହାରର ମୋତିହାରୀରେ ଜଣେ ନାବାଳକଙ୍କୁ ହତ୍ୟା କରାଯାଇଛି। ନାବାଳକଙ୍କ ମୃତଦେହ ତାଙ୍କ ପ୍ରେମିକାଙ୍କ ଘରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ମୃତଦେହ ଉଦ୍ଧାର ପରେ ଗାଁରେ...

ଅଯୋଧ୍ୟା ପୁଣି ହେବ ଭାଜପାର ‘ଗେମ ଚେଞ୍ଜର’!

ନୂଆଦିଲ୍ଲୀ,୩।୬: ପ୍ରାୟ ୪୦ ମାସ ମଧ୍ୟରେ, ୧୫ ଡିସେମ୍ବର ୨୦୨୩ରେ, ଅଯୋଧ୍ୟାରେ ନିର୍ମାଣ କରାଯାଉଥିବା ରାମ ମନ୍ଦିର ପ୍ରସ୍ତୁତି ଶେଷ ହେବ। ଏହା ପରେ ପ୍ରଧାନମନ୍ତ୍ରୀ...

ସରକାରୀ କୋଭିଡ ହସ୍ପିଟାଲକୁ ମିଳିବ ୫୦ ହଜାର ସ୍ବଦେଶୀ ଭେଣ୍ଟିଲେଟର

ନୂଆଦିଲ୍ଲୀ,୨୩।୬: ପିଏମ୍‌ କେୟାର୍ସ ଫଣ୍ଡ ଜରିଆରେ ଦେଶର ସରକାରୀ କୋଭିଡ ହସ୍ପିଟାଲକୁ ୫୦,୦୦୦ ‘ମେଡ ଇନ୍‌ ଇଣ୍ଡିଆ’ ଭେଣ୍ଟିଲେଟର ଯୋଗାଇ ଦିଆଯିବ। ଏଥିପାଇଁ ପିଏମ୍‌ କେୟାର୍ସ...

୩ ସେନା ଏକଜୁଟ ହୋଇ କାର୍ଯ୍ୟ କରିବେ: ରାଓ୍ବତ

ନୂଆଦିଲ୍ଲୀ,୧।୧: ଜେନେରାଲ ବିପିନ୍‌ ରାଓ୍ବତ ୪ ତାରକା ବିଶିଷ୍ଟ ଚିଫ୍‌ ଅଫ୍‌ ଡିଫେନ୍ସ୍‌ ଷ୍ଟାଫ୍‌(ସିଡିଏସ୍‌) ଭାବେ ବୁଧବାର କାର୍ଯ୍ୟଭାର ସମ୍ଭାଳିଛନ୍ତି। ଏହି ଅବସରରେ ସେ କହିଛନ୍ତି...

କୋଭିଶିଲ୍ଡ ଦେବାର ୫ ମିନିଟ୍‌ ପରେ କୋଭାକ୍ସିନ

ପାଟନା,୧୯।୬: ସୁନିଲା ଦେବୀ ନାମକ ଜଣେ ବୃଦ୍ଧାଙ୍କୁ ମାତ୍ର ୫ ମିନିଟ୍‌ର ବ୍ୟବଧାନରେ ଉଭୟ କୋଭାକ୍ସିନ ଓ କୋଭିଶିଲ୍ଡ ଟିକା ଦିଆଯାଇଛି। ୬୩ ବର୍ଷୀୟା ବୃଦ୍ଧା...

ମାଡିଆସୁଛି ବାତ୍ୟା ‘ବାୟୁ’

ନୂଆଦିଲ୍ଲୀ, ୧୧।୬: ଫନୀ ପରେ ଏବେ ପୁଣି ମାଡିଆସୁଛି ଆଉ ଏକ ବାତ୍ୟା ‘ବାୟୁ’। ଦକ୍ଷିଣ ପୂର୍ବ ଆରବ ସାଗରରେ ସୃଷ୍ଟ ଲଘୁଚାପ ଧିରେ ଧିରେ...

ତୃଣମୂଳ କଂଗ୍ରେସ ଦୁର୍ନୀତିରେ ରେକର୍ଡ କରିଛି: ମୋଦି

ନୂଆଦିଲ୍ଲୀ,୨୧।୩: ପଶ୍ଚିମବଙ୍ଗରେ ମାର୍ଚ୍ଚ ୨୭ରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ କରାଯିବ। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଭୋଟରଙ୍କୁ ହାତେଇବା...

ପ୍ରିୟଙ୍କା ଗାନ୍ଧୀ ଅସୁସ୍ଥ

ନୂଆଦିଲ୍ଲୀ,୧୫ ।୧୧: କଂଗ୍ରେସର ଉତ୍ତର ପ୍ରଦେଶ ପ୍ରଭାରୀ ତଥା ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସୋମବାର ମୁରାଦାବାଦ ଗସ୍ତ କରିବାର ଥିଲା । ହେଲେ...

Advertisement
Archives

Model This Week