Posted inଜାତୀୟ

ପକ୍ଷପାତ କରେନାହିଁ, ଘୃଣାକୁ ନିନ୍ଦାକରେ

ନୂଆଦିଲ୍ଲୀ,୩ା୯(ପି.ଟି.):ଫେସ୍‌ବୁକ୍‌ ରାଜନୈତିକ ଦୃଷ୍ଟିରୁ ପକ୍ଷପାତ କରୁଥିବା ଏବଂ ଭାରତର ଗଣତାନ୍ତ୍ରିକ ପ୍ରକ୍ରିୟାରେ ହସ୍ତକ୍ଷେପ କରୁଥିବା ନେଇ ବିବାଦ ଦେଖାଦେଇଥିବାବେଳେ କଂଗ୍ରେସ କରିଥିବା ଅଭିଯୋଗ ଉପରେ ସୋସିଆଲ ମିଡିଆ ପ୍ଲାଟଫର୍ମ ପକ୍ଷରୁ ଜବାବ ରଖାଯାଇଛି। ଏହା ପକ୍ଷପାତ କରେନାହିଁ ଏବଂ ଯେକୌଣସି ପ୍ରକାର ଘୃଣା ଓ ଧର୍ମାନ୍ଧତାକୁ ନିନ୍ଦା କରେ ବୋଲି ଫେସ୍‌ବୁକ୍‌ ପକ୍ଷରୁ କୁହାଯାଇଛି। କଂଗ୍ରେସର ଅଭିଯୋଗ ଉପରେ ଫେସ୍‌ବୁକ୍‌ର ପବ୍ଲିକ୍‌ ପଲିସି, ଟ୍ରଷ୍ଟ ଆଣ୍ଡ ସେଫ୍‌ଟି ନିର୍ଦ୍ଦେଶକ ନେଇଲ୍‌ ପଟ୍ସ କହିଛନ୍ତି, ପାତରଅନ୍ତର ଅଭିଯୋଗ ଅତ୍ୟନ୍ତ ଗୁରୁତର। ଏହା ସବୁବେଳେ ନିରପେକ୍ଷ ରହିଆସିବା ସହ ସର୍ବୋଚ୍ଚ ସ୍ତରର ସାଧୁତା ବଜାୟ ରଖିଆସିଛି ବୋଲି ସେ କହିଛନ୍ତି।
ଫେସ୍‌ବୁକ୍‌ରେ ଭାଜପା ନେତାମାନଙ୍କ ଉତ୍ତେଜନାପୂର୍ଣ୍ଣ ଓ ଘୃଣା ଉଦ୍ରେକକାରୀ ବକ୍ତବ୍ୟକୁ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ଅଣଦେଖା କରୁଥିବାନେଇ ଓ୍ବାଲ ଷ୍ଟ୍ରିଟ୍‌ ଜର୍ନାଲରେ ପ୍ରକାଶ ପାଇଥିଲା। ଭାରତୀୟ ଗଣତାନ୍ତ୍ରିକ ପ୍ରକ୍ରିୟା ଏବଂ ସାମାଜିକ ସୌହାର୍ଦ୍ଦ୍ୟରେ ଫେସ୍‌ବୁକ୍‌ ହସ୍ତକ୍ଷେପ କରୁଥିବା ନେଇ କଂଗ୍ରେସ ଅଭିଯୋଗ କରିଥିଲା। ଘୃଣିତ ବକ୍ତୃତା ନିୟମାବଳୀ ଶାସକ ଭାଜପା ନେତାଙ୍କ ଉପରେ ଲାଗୁ କରିବାରେ ଏହା କୋହଳ ମନୋଭାବ ପୋଷଣ କରୁଥିବା ନେଇ ବିରୋଧୀ ଦଳ ପକ୍ଷରୁ ଅଭିଯୋଗ ହୋଇଥିଲା। ଏନେଇ କଂଗ୍ରେସ ଫେସ୍‌ବୁକ୍‌ ସିଇଓ ମାର୍କ ଜୁକରବର୍ଗଙ୍କୁ ପତ୍ର ଲେଖି ଜବାବ ମାଗିଥିଲା।
ଫେସ୍‌ବୁକ୍‌ର ନୀତିର ଉଲ୍ଲଂଘନ କରିଥିବା ଅଭିଯୋଗରେ ଭାଜପା ନେତା ଟି. ରାଜା ସିଂଙ୍କୁ ଉକ୍ତ ପ୍ଲାଟଫର୍ମ ନିଷିଦ୍ଧ କରିଛି। ରାଜନୈତିକ ଚାପ ବଢ଼ିବା ପରେ ତେଲଙ୍ଗାନାର ଏହି ଭାଜପା ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଅଭିଯୋଗ ହେଉଛି। ତାଙ୍କୁ ଫେସ୍‌ବୁକ୍‌ର ବିପଜ୍ଜନକ ବ୍ୟକ୍ତିବିଶେଷ ଓ ସଂଗଠନ ନୀତି ତାଲିକାରେ ରଖାଯାଇଛି। ଫେସ୍‌ବୁକ୍‌ କିମ୍ବା ଏହାର ଫଟୋ ଓ ଭିଡିଓ ଶେୟାରିଂ ପ୍ଲାଟଫର୍ମ ଇନ୍‌ଷ୍ଟାଗ୍ରାମରେ ତାଙ୍କୁ ଅନୁମତି ମିଳିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ବଡ଼ ଘୋଟାଲା, କମିଶନ୍‌ ନେଇ ୨୦୦ କୋଟିର ନକଲି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୨୬।୦୭: କରୋନା ସମୟରେ ୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତିର ଖୁଲାସା କରିଛି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବି । ଏହି...

ପ୍ରକାଶ ପାଇଲା ନିଟ୍‌ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର

ନୂଆଦିଲ୍ଲୀ, ୨୬।୦୭: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜିର ଫାଇନାଲ୍‌ ରେଜଲ୍ଟ ପ୍ରକାଶ...

୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌...

ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟ ଝଟ୍‌କା, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୬।୦୭: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ ଆଜି ପୁଣିଥରେ କୋର୍ଟ ଶୁଣାଣି କରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର...

‘ଦିଲ୍ଲୀରୁ ଗୋଟିଚାଳନା ସରିଛି, ଉତ୍ତରପ୍ରଦେଶରେ କିଛି ବଡ଼ ହେବାକୁ ଯାଉଛି’

ନୂଆଦିଲ୍ଲୀ,୨୬।୭: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସଞ୍ଜୟ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସଞ୍ଜୟ ଶୁକ୍ରବାର କହିଛନ୍ତି...

ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା: ବଙ୍ଗଳା ନମ୍ବର-୫, ସୁନ୍‌ହେରୀ ବାଗ୍‌ ରୋଡ…

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତା ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଠିକଣା ବଦଳିବାକୁ ଯାଉଛି। ସୁନ୍‌ହରୀ ବାଗ୍‌ ରୋଡ୍‌, ବଙ୍ଗଳା ନମ୍ବର-୫...

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ଭାରତରୁ ମିଳିଲା ବଡ଼ ଉପାଧି, କହିଲେ…

ନୂଆଦିଲ୍ଲୀ, ୨୬।୦୭: ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କୁ ନିଜେ ପଢ଼ୁଥିବା ଅନୁଷ୍ଠାନରୁ ବଡ଼ ଉପାଧି ମିଳିଛି । ଆଇଆଇଟି ଖଡ଼ଗପୁରରୁ ସେ...

ଫିଟିଗଲା ଗୁମର, କଂଗ୍ରେସ ସହ ହୋଇଛି ଭିତିରି ମେଣ୍ଟ!

ନୂଆଦିଲ୍ଲୀ,୨୬।୭:ନିର୍ବାଚନରେ ହାରିବା ଏବଂ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ଜଗନମୋହନ ରେଡ୍ଡୀଙ୍କ ଅଡୁଆ ବଢିବାରେ ଲାଗିଛି। ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ସିଏମ ହୋଇଛନ୍ତି ଏବଂ ଦାୟିତ୍ୱ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri