କାନ୍ଥରେ ନାମ

ଭାରତର ଜମ୍ମୁ ଓ କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ୨୨ ଏପ୍ରିଲ ୨୦୨୫ରେ ଘଟିଥିଲା ଓ ସେଥିରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣର ଜବାବ ଦେବାକୁ ଯାଇ ଭାରତୀୟ ସେନା ପକ୍ଷରୁ ୭ ମେ’ରୁ ୧୦ ମେ’ ଯାଏ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଆତଙ୍କବାଦୀଙ୍କ ଭିତ୍ତିଭୂମିକୁ ଧ୍ୱଂସ କରିବା ପାଇଁ ‘ଅପରେଶନ ସିନ୍ଦୂର’ ନାମରେ ସାମରିକ ଅଭିଯାନ କରାଯାଇଥିଲା। ଏଥିରେ ଦାବି କରାଯାଇଥିଲା ଯେ, ଭାରତୀୟ ସେନା ପାକିସ୍ତାନର ୯ ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଦେଇଥିଲା। ଅବଶ୍ୟ ଯେଉଁ ନିର୍ଦ୍ଦିଷ୍ଟ ଆତଙ୍କବାଦୀ ପହଲଗାମ ଆକ୍ରମଣ କରି ଖସି ପଳାଇଥିଲେ, ସେମାନେ ସମ୍ଭବତଃ ଆଜି ମଧ୍ୟ ଜୀବିତ ଅଛନ୍ତି। କାରଣ ଭାରତ ସରକାର ସେହି ବ୍ୟକ୍ତିବିଶେଷଙ୍କୁ ଖୋଜିବା ପାଇଁ କୌଣସି ପ୍ରଚେଷ୍ଟା କରିଥିବାର ସୁରାକ୍‌ କେହି ପାଇନାହାନ୍ତି। ଅପରେଶନ ସିନ୍ଦୂର ପରେ ଦେଶପ୍ରେମର ଲହରି ଭାରତରେ ଛାଇ ଯାଇଥିଲା। ଦେଖିଲାବେଳକୁ ଭାରତ ସହିଥିବା କ୍ଷତି ବିଷୟରେ ଗୋଟିଏ ପରେ ଗୋଟିଏ ତଥ୍ୟ ପ୍ରକାଶ ପାଇବାରେ ଲାଗିଛି । ୩୧ ମେ’୨୦୨୫ରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ଭାରତର ତତ୍‌କାଳୀନ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଅନିଲ ଚୌହ୍ବାନ ସିଙ୍ଗାପୁରରେ ଆୟୋଜିତ ଶାଙ୍ଗ୍‌ରି-ଲା ଡାଏଲଗ୍‌ରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧରେ ଭାରତୀୟ ଲଢ଼ୁଆ ବିମାନ ଖସିପଡ଼ିଥିବା ମାନିଥିଲେ। ସେ କହିଥିଲେ ପ୍ରଶ୍ନ ନୁହେଁ, କେତୋଟି ବିମାନ କ୍ଷତିଗ୍ରସ୍ତ ହେଲା ବରଂ ଅନୁସନ୍ଧାନ ସାପେକ୍ଷ ଯେ ଲଢ଼ୁଆ ବିମାନ କାହିଁକି ଖସିଲା। ତାଙ୍କର ଏହି ବାର୍ତ୍ତା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର ବିଭିନ୍ନ ସ୍ଥାନରେ ଦାବି କଲେ ଯେ ଭାରତର ୬ଟି ଯୁଦ୍ଧ ବିମାନ ଖସିପଡ଼ିଛି ଏବଂ ତାଙ୍କ ନିର୍ଦ୍ଦେଶ କ୍ରମେ ଉଭୟ ଭାରତ ଓ ପାକିସ୍ତାନ ଯୁଦ୍ଧବନ୍ଦ ୧୦ ମେ’ ୨୦୨୫ରେ ଘୋଷଣା କଲେ। ଟ୍ରମ୍ପ୍‌ଙ୍କ କଥାକୁ ଦୋହରାଇ ପାକିସ୍ତାନ ମଧ୍ୟ ଦାବି କଲା ଯେ ଭାରତର ୬ଟି ଯୁଦ୍ଧବିମାନ ଭାରତ ଉପରେ ଖସାଇ ଦିଆଯାଇଛି। ଅର୍ଥାତ୍‌ ଏହି ବିମାନଗୁଡ଼ିକ ପାକିସ୍ତାନ ଆକାଶ (ଏୟାର ସ୍ପେସ୍‌) ପ୍ରବେଶ କରି ନ ଥିଲା। ଏଭଳି ସବୁ ନକାରାତ୍ମକ ମତ ସମଗ୍ର ଭାରତୀୟ ଗଣମାଧ୍ୟମରେ ବିଶେଷ ଗୁରୁତ୍ୱ ପାଇ ନ ଥିଲା। ସେତେବେଳେ ଭାରତ ସରକାର ତା’ର ବିମାନ ଖସିଛି କି ନାହିଁ ସେ ସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ ଉଚିତ ମନେ କରି ନ ଥିଲେ। ଆମେ ସମସ୍ତେ ଦେଶବାସୀ ଭାବିଥିଲୁ, ଭାରତ ସରକାରଙ୍କ ନୀରବତା ପ୍ରମାଣ କରୁଛି ଯେ ଆମ ଦେଶର କୌଣସି ଲଢ଼ୁଆ ବିମାନ କ୍ଷତିଗ୍ରସ୍ତ ହୋଇନାହିଁ। କିନ୍ତୁ ଏବେ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଇଛି। ଗତ ସପ୍ତାହରେ କେନ୍ଦ୍ର ସରକାରଙ୍କ ଜାତୀୟ ଯୁଦ୍ଧ ସ୍ମାରକୀ (ନ୍ୟାଶନାଲ ଓ୍ବାର ମେମୋରିଆଲ) ଓ୍ବେବ୍‌ସାଇଟ୍‌ର ‘ରୋଲ୍‌ ଅଫ୍‌ ଅନର’ ବିଭାଗରେ ‘ଅପରେଶନ ସିନ୍ଦୂର’ ବେଳେ ୬ ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ବିଷୟ ପ୍ରକାଶିତ ହୋଇଛି ଏବଂ ସେସବୁ ନୂଆଦିଲ୍ଲୀସ୍ଥିତ ଜାତୀୟ ଯୁଦ୍ଧ ସ୍ମାରକୀରେ ଖୋଦିତ କରାଯାଇଥିବା ଦେଖିବାକୁ ମିଳିଛି। ‘ଅପରେଶନ ସିନ୍ଦୂର’ର ୧୩ ମାସ ପରେ ଏଭଳି ଆନୁଷ୍ଠାନିକ ସାର୍ବଜନୀନ ସରକାରୀ ଘୋଷଣା କାହିଁକି କରାଯାଇଛି ତାହା ସରକାରଙ୍କୁ ସନ୍ଦେହ ଘେରକୁ ଟାଣି ନେଇଛି।
ଯେକୌଣସି ବିଷୟ ସିଏ ଭଲ ହେଉ ବା ମନ୍ଦ, ତାହାକୁ ସାର୍ବସାଧାରଣରେ ପ୍ରକାଶ କରାଯିବାକୁ ‘ବ୍ୟବସ୍ଥାଗତ ସ୍ବଚ୍ଛତା’ କୁହାଯାଇଥାଏ। ସେଭଳି ସ୍ବଚ୍ଛତା ରହିଲେ ସରକାରଙ୍କର ଲୋକଙ୍କ ପ୍ରତି ଉତ୍ତରଦାୟିତ୍ୱ ଥିବା ବୁଝାପଡ଼େ। କିଛି ବିଷୟକୁ କିଛି ସମୟ ପାଇଁ ଲୁଚାଇ ଦିଆଯାଇପାରେ। କିନ୍ତୁ ତାହା ସବୁକାଳ ପାଇଁ ସମ୍ଭବ ହୋଇ ନ ଥାଏ। ଯୁଦ୍ଧ ହେଲେ ଉଭୟ ପକ୍ଷର କ୍ଷତି ଘଟିବା ଏକ ସ୍ବାଭାବିକ କଥା। ଦେଶର ଯବାନଙ୍କ ମୃତ୍ୟୁକୁ ଲୁଚାଇ ରଖିବା ଅର୍ଥ ସେମାନଙ୍କ ଆତ୍ମା ପ୍ରତି ଅସମ୍ମାନ କରିବା ଏବଂ ଦୀର୍ଘକାଳ ପର୍ଯ୍ୟନ୍ତ ସେମାନଙ୍କ ପରିବାରକୁ କୌଣସି ପ୍ରାପ୍ୟ ବା କ୍ଷତିପୂରଣ ମିଳିବାରୁ ବଞ୍ଚିତ କରାଗଲା ବୋଲି କୁହାଯାଇପାରେ। ଦେଶର ସୁରକ୍ଷାରେ ଥିବାରୁ ବରଂ ସେମାନଙ୍କ ବିଷୟରେ ତତ୍‌କ୍ଷଣାତ୍‌ ପରିବାର, ବନ୍ଧୁବର୍ଗ ସହ ଦେଶବାସୀ ଜାଣିଥିଲେ ସେମାନଙ୍କ ବୀରତ୍ୱକୁ ସମ୍ମାନ ମିଳିଥାଆନ୍ତା। ସୂଚନା ଦିଆଯାଇପାରେ, ‘ଅପରେଶନ ସିନ୍ଦୂର’ ବିଷୟରେ ୨୦୨୫ ଜୁଲାଇ ୨୮ରେ ସଂସଦରେ ହୋଇଥିବା ସ୍ବତନ୍ତ୍ର ବିତର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦୃଢ଼ ଭାବେ କହିଥିଲେ, ”ପ୍ରଶ୍ନ କର ଭାରତର କୌଣସି ସୈନିକର ପ୍ରାଣହାନି ହୋଇଛି କି? ତା’ର ଜବାବରେ ମୁଁ କହିବି ‘ନାହିଁ’।“ ପ୍ରତିରକ୍ଷା ମନ୍ତ୍ରୀଙ୍କ ପାର୍ଲାମେଣ୍ଟରେ ଏଭଳି ଦୃଢ଼ୋକ୍ତି ଗଣମାଧ୍ୟମରେ ଜନସାଧାରଣ ଦେଖିଥିଲେ। ଆମେ ସମସ୍ତେ ମଧ୍ୟ ତାଙ୍କ କଥାକୁ ବିଶ୍ୱାସ କରିଥିଲୁ। ଏବେ କେବଳ ରାଜନାଥ ସିଂ ନୁହନ୍ତି, ସମଗ୍ର ସରକାରୀ ବ୍ୟବସ୍ଥା ଉପରେ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ। ଯୁଦ୍ଧ କୌଶଳ, ଜାତୀୟ ସୁରକ୍ଷାର ଯେତେ ଦ୍ୱାହି ଦେଲେ ମଧ୍ୟ ବିଶ୍ୱାସଯୋଗ୍ୟ ହେଉନାହିଁ। ବୀର ସୈନିକଙ୍କ ମୃତ୍ୟୁ ଖବର ଘୋଡ଼ାଇବା ପଛରେ କେଉଁ ଯୁଦ୍ଧ କୌଶଳ ବା ଜାତୀୟ ସୁରକ୍ଷା ପଦାରେ ପଡ଼ିଯାଇଥାଆନ୍ତା, ତାହା ବୁଝିବା ଅସମ୍ଭବ। ଏହା ବ୍ୟତୀତ ଅନେକ ରାଜନୈତିକ ଦୃଷ୍ଟିକୋଣରୁ ଯୁକ୍ତି ବାଢ଼ୁଛନ୍ତି ଯେ ସେନାର ବ୍ୟବସ୍ଥାରେ ପ୍ରତ୍ୟେକ ମୃତ ସୈନିକର ପ୍ରାଣବଳି ଦେବାପରେ ବିଧିବଦ୍ଧ ଅନୁସନ୍ଧାନ କରାଯାଏ ଏବଂ ତା’ପରେ ତାଙ୍କ ମୃତ୍ୟୁ ସମ୍ପର୍କରେ ଘୋଷଣା କରାଯାଇଥାଏ। ଯଦି ଏହି କାର୍ଯ୍ୟ ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ କରିବାରେ ଏକ ବର୍ଷରୁ ଊର୍ଦ୍ଧ୍ୱ ସମୟ ଲାଗିଲା, ତେବେ ତାହାର ପ୍ରସ୍ତୁତି ସମ୍ପର୍କରେ ଚିନ୍ତା ଉପୁଜିବା ସ୍ବାଭାବିକ।
ଏଠାରେ ମନେରଖିବାକୁ ହେବ ଯେ ସେନାକୁ କୌଣସି ଭାବେ ରାଜନୈତିକ ବା ଧାର୍ମିକ ରଙ୍ଗରେ ବୋଳିବା ଉଚିତ ନୁହେଁ। କିନ୍ତୁ ନିଜ ନାଗରିକଙ୍କ କ୍ଷତି ବିଷୟରେ ସାର୍ବଜନୀନ କରିବାରେ କୌଣସି ଅସୁବିଧା ନାହିଁ। ଯବାନଙ୍କ ସର୍ବୋଚ୍ଚ ବଳିଦାନକୁ ଅଣଦେଖା କରାଯିବା ଅର୍ଥ ସରକାର ଜନସାଧାରଣଙ୍କ ବିଶ୍ୱାସ ଭଙ୍ଗ କରିଛନ୍ତି। ଏକ ଗଣତାନ୍ତ୍ରିକ ଦେଶରେ ତଥ୍ୟ ଲୁଚାଇ ରଖିବାର ପରମ୍ପରା ରହିଲେ ତାହା ସରକାର ଓ ବ୍ୟବସ୍ଥା ପ୍ରତି ଅବିଶ୍ୱାସ ଏବଂ ସନ୍ଦେହ ବୃଦ୍ଧି କରାଇଥାଏ।

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

କୋଟପାଡ଼ରେ ବନ୍ୟା ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ, ପୀଡ଼ିତଙ୍କୁ ନେଇ କଲେ ବଡ଼ ଘୋଷଣା

କୋରାପୁଟ,୨୭।୯(ଅମିତାଭ ବେହେରା ): କୋରାପୁଟ ଜିଲାର ବନ୍ୟା ପ୍ରଭାବିତ କୋଟପାଡ଼ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ପାଗଳ ହନୁ ମାଙ୍କଡ କାମୁଡାରେ ଅନେକ ଆହତ ; ବନ ବିଭାଗର ଉଦ୍ୟମ ବିଫଳ, ଆତଙ୍କିତ ଗାଁ ଲୋକେ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ପାଗଳ ହନୁ ମାଙ୍କଡର ଉପଦ୍ରବ ଦେଖିବାକୁ ମିଳିଛି । ୮ରୁ ଉର୍ଦ୍ଧ୍ବ ଲୋକ ଆହତ…

ପିକଅପ୍ ଧକ୍କାରେ ଶିଶୁଙ୍କ ମୃତ୍ୟୁ; କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଟାୟାର ଜାଳି ଆନ୍ଦୋଳନ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ମେକ୍ସପିକଅପ୍ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସଂଧ୍ଯ୍ଯାରେ ଉତ୍ତେଜନା ଦେଖାଦେଇଛି । ଚାଙ୍ଗୁଡ଼ିଆପଦର ସାହିର…

ଗାଡ଼ି ଚାଳକଙ୍କ ପାଇଁ ଆସିଲା କଡ଼ା ନିୟମ, ଏହା ନଥିଲେ ୧ ଅକ୍ଟୋବରଠୁ ମିଳିବନି ପେଟ୍ରୋଲ-ଡିଜେଲ

ନୂଆଦିଲ୍ଲୀ,୨୭।୯: ଦିଲ୍ଲୀ-NCRରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ଓ ପରିବହନ ବିଭାଗ ପକ୍ଷରୁ ଅକ୍ଟୋବର ୧ରୁ କଡ଼ା ନିୟମ ଲାଗୁ କରାଯିବାକୁ ଯାଉଛି ।…

‘ବହୁତ କଥା ହେଉଛୁ ତୁ…’: କ୍ୟାମେରା ଆଗରେ ନିୟନ୍ତ୍ରଣ ହରାଇଲେ ରଣବୀର! କାହାକୁ ଏମିତି କହିଲେ ଜାଣନ୍ତୁ

ମୁମ୍ବାଇ,୨୭।୯: ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଓ ବିକି କୌଶଲ୍‌ ଖୁବଶୀଘ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ରେ ଏକାଠି…

ମାଛ ଡବାରେ ହେଉଥିଲା ଗଞ୍ଜେଇ ଚାଲାଣ; ମାଡିବସିଲା କଳାହାଣ୍ଡି ଅବକାରୀ ବିଭାଗ, ୨୫ ବସ୍ତା ଜବତ

ଭବାନୀପାଟଣା,୨୭।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଗଞ୍ଜେଇ ମାଫିଆମାନେ ବିଭିନ୍ନ ସମୟରେ ଅଭିନବ ଉପାୟରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରୁଥିବା ନଜିର ରହିଛି । ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?