Posted inଜାତୀୟ

ବର୍ଷିଲେ ଖାର୍ଗେ: କହିଲେ ‘ମୁଖ୍ୟମନ୍ତ୍ରୀଙ୍କୁ ବ୍ଲାକ୍‌ମେଲ କରି ସରକାର ଗଢ଼ିଛି ଭାଜପା’

କୋହିମା,୨୧।୨: ନାଗାଲାଣ୍ଡ ବିଧାନସଭା ନିର୍ବାଚନ ୨୦୨୩ ଲାଗି ଫେବୃଆରୀ ୨୭ରେ ମତଦାନ ହେବ। ଏହାପୂର୍ବରୁ ସମସ୍ତ ଦଳ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଅଛନ୍ତି। ଏହି କ୍ରମରେ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ ପହଞ୍ଚିଛନ୍ତି। ସେଠାରେ ସେ ଭାଜପା ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ବ୍ଲାକମେଲ୍‌ କରି ଭାଜପା ସରକାର ଗଠନ କରିଥିବା ସେ କହିଛନ୍ତି।

ଚୁମୁକେଡିମାରେ ଦିଫୁପର ଗ୍ରାମରେ ଏକ ନିର୍ବାଚନୀ ସଭାକୁ ଉଦ୍‌ବୋଧନ ଦେଇ ଖାର୍ଗେ କହିଛନ୍ତି, ଗତ ୨୦ ବର୍ଷ ଧରି ନ୍ୟାଶନାଲିଷ୍ଟ ଡେମୋକ୍ରେଟିକ୍‌ ପ୍ରୋଗ୍ରେସିଭ ପାର୍ଟି(ଏନ୍‌ଡିପିପି), ନାଗା ପିପୁଲ୍ସ ଫ୍ରଣ୍ଟ (ଏନ୍‌ପିଏଫ) ଏବଂ ଭାରତୀୟ ଜନତା ପାର୍ଟି(ଭାଜପା) ରାଜ୍ୟକୁ ଲୁଟ କରିଛନ୍ତି। ଏବେ ନାଗାଲାଣ୍ଡର ଲୋକଙ୍କ ପାଇଁ ନ୍ୟାୟ ଏବଂ ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବା ସରକାର ଆସିବାର ସମୟ ଆସିଛି।

ଖାର୍ଗେ ତାଙ୍କ ସମ୍ବୋଧନରେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ବ୍ଲାକମେଲ କରି ଭାଜପା ସରକାର ଗଠନ କରିଛି। କେବଳ ଏଠାରେ ନୁହେଁ, ଛଅରୁ ସାତୋଟି ରାଜ୍ୟରେ ସେମାନେ ବିଧାୟକଙ୍କ ଉପରେ ଚାପ ପକାଇ ସରକାର ଗଠନ କରିଛନ୍ତି। କର୍ନାଟକରେ ଆମର ଏକ ସଂଖ୍ୟାଗରିଷ୍ଠ ସରକାର ଥିଲା। ସେଠାରେ ସେ ବିଧାୟକ କିଣି ସରକାର ଗଠନ କରିଥିଲେ। ମଧ୍ୟପ୍ରଦେଶ, ମଣିପୁର, ଗୋଆ ଏବଂ ଉତ୍ତରାଖଣ୍ଡରେ ମଧ୍ୟ ଭାଜପା ଏଭଳି କରିଛି।

ତେବେ କଂଗ୍ରେସ ହିମାଚଳ ପ୍ରଦେଶ ଏବଂ ଛତିଶଗଡ଼ ଭଳି କ୍ଷମତାକୁ ଆସିଲେ ନାଗାଲାଣ୍ଡରେ ଥିବା ପୁରୁଣା ପେନସନ୍‌ ଯୋଜନାକୁ ଲାଗୁ କରାଯିବ। ସୁରକ୍ଷା ଏବଂ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ବୃଦ୍ଧି କରିବା ସହ ମାସକୁ ୩୦୦୦ ଟଙ୍କା ବୃଦ୍ଧାବସ୍ଥା ପେନ୍‌ସନ, ସହରାଞ୍ଚଳ ସ୍ଥାନୀୟ ମହିଳାମାନଙ୍କ ପାଇଁ ୩୩% ସଂରକ୍ଷଣ, ଚାକିରୀ କାର୍ଡଧାରୀଙ୍କ ପାଇଁ ଏମ୍‌ଏନ୍‌ଆର୍‌ଇଜିଏରେ ୧୦୦% ବେତନ ପ୍ରଦାନ, ଉଚ୍ଚଶିକ୍ଷା ପାଇଁ ୦% ଋଣ ଭଳି ଗ୍ୟାରେଣ୍ଟି ଦେବ ବୋଲି ଖାର୍ଗେ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୧ ରାଜ୍ୟର ୧୦୨ ଆସନ ପାଇଁ ଆରମ୍ଭ ହେଲା ମତଦାନ, ମୋଦି କହିଲେ ଗଣତନ୍ତ୍ରର ସବୁଠାରୁ ବଡ ଉତ୍ସବ

ନୂଆଦିଲ୍ଲୀ,୧୯।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ସକାଳୁ ମତଦାନ ଆରମ୍ଭ ହୋଇଛି। ଏହା ସହିତ ବିଶ୍ୱର ବୃହତ୍ତମ ଗଣତନ୍ତ୍ରରେ ନିର୍ବାଚନ ମହା ଉତ୍ସବ...

ଇଭିଏମ୍‌ ମକ୍‌ ପୋଲ୍‌: ଭାଜପାକୁ ଯାଇଛି ଅତିରିକ୍ତ ଭୋଟ

ନୂଆଦିଲ୍ଲୀ,୧୯ା୪(ପି.ଟି.):ଦେଶରେ ଲୋକ ସଭା ନିର୍ବାଚନ ଚାଲିଥିବାବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ରେ ଜାଲିଆତି ଅଭିଯୋଗକୁ ନେଇ ବିବାଦ ଲାଗିରହିଛି। ସେଥିପାଇଁ ଭୋଟର ଭେରିଫାଏବଲ୍‌ ପେପର ଅଡିଟ୍‌ ଟ୍ରେଲ୍‌...

ଆଜି ପ୍ରଥମ ପର୍ଯ୍ୟାୟ ଭୋଟ:ଏହିସବୁ ହେଭିଓ୍ବେଟ୍‌ଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ

ନୂଆଦିଲ୍ଲୀ,୧9ା୪(ପି.ଟି.):ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ ହେବାକୁ ଯାଉଛି। ଏହି ପର୍ଯ୍ୟାୟର ପ୍ରମୁଖ...

ରାମନବମୀରେ ଭାଜପା ହିଂସାକୁ ଉସୁକାଇଥିଲା: ମମତା

କୋଲକାତା,୧୮ା୪: ପଶ୍ଚିମବଙ୍ଗରେ ରାମନବମୀ ପାଳନ ବେଳେ ଭାଜପା ହିଂସାକୁ ଉସୁକାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଅଭିଯୋଗ କରିଛନ୍ତି। ମୁର୍ଶିଦାବାଦ ଜିଲାରେ ଯେଉଁ ହିଂସାକାଣ୍ଡ...

ଏପ୍ରିଲ ୨୨ରୁ ସ୍କୁଲ ଛୁଟି

କୋଲକାତା,୧୮।୪: ରାଜ୍ୟରେ ଅତ୍ୟଧିକ ଉତ୍ତାପ ପରିସ୍ଥିତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ୨୨ ଏପ୍ରିଲରୁ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟରେ ଗ୍ରୀଷ୍ମ ଛୁଟି...

ଭୋଟିଂର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୋଇଯାଏ ପ୍ରଚାର, ଏହି ସାଇଲେନ୍ସ ପିରିୟଡରେ କ’ଣ କରନ୍ତି ପ୍ରାର୍ଥୀ ଜାଣନ୍ତୁ

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ୧୯ ଏପ୍ରିଲରୁ ଆରମ୍ଭ ହେବ। ଏହା ଅଧୀନରେ ଦେଶର ୨୧ ଟି ରାଜ୍ୟ...

ନିର୍ବାଚନ ପୂର୍ବରୁ ଏଏପିକୁ ଝଟକା, ଗିରଫ ହେଲେ ବିଧାୟକ ଅମାନତୁଲ୍ଲାହ ଖାନ

ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲାହ ଖାନଙ୍କୁ ଗୁରୁବାର ଇଡି ଗିରଫ କରିଛି। ୱାକଫ ବୋର୍ଡ ନିଯୁକ୍ତି ସ୍କାମରେ ତାଙ୍କୁ ପିଏମଏଲଏ ଅଧୀନରେ ଗିରଫ...

ଇରାନ କବଜାରେ ଥିବା ଜାହାଜରୁ ଭାରତ ଫେରିଲେ ପ୍ରଥମ କ୍ରୁ ମେମ୍ବର

ନୂଆଦିଲ୍ଲୀ,୧୮।୪: କେରଳ ତ୍ରିଶୁରର ବାସିନ୍ଦା ମହିଳାକ୍ୟାଡେଟ ଆନ ଟେସା ଜୋସେଫ, କାର୍ଗୋ ଜାହାଜ MSC Aries ରେ ଥିବା ଭାରତୀୟ କ୍ରୁଙ୍କ ଅଂଶ ଭାବରେ ଗୁରୁବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri