Posted inଖେଳ

ସିଏସ୍‌କେକୁ ଫେରିବାକୁ ପ୍ରସ୍ତୁତ ଏହି ଦ୍ରୁତ ବୋଲର୍‌

ନୂଆଦିଲ୍ଲୀ,୨୧।୨: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୬ ତମ ସିଜନ ୩୧ ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ ଖେଳାଯିବ। ତେବେ ଏହା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଏକ ଖୁସି ଖବର ଆସୁଛି। ଦ୍ରୁତ ବୋଲର ଦୀପକ ଚହର ସମ୍ପୂର୍ଣ୍ଣ ଫିଟ ହୋଇଥିବା ବେଳେ ଆଇପିଏଲ୍‌ ୨୦୨୩ରେ ପ୍ରତ୍ୟାବର୍ତ୍ତନ କରିବାକୁ ସେ ପ୍ରସ୍ତୁତ। ବାରମ୍ବାର ଆଘାତ ହେତୁ ସେ ଆଇପିଏଲ୍‌ର ଶେଷ ସିଜିନ ଖେଳିପାରି ନ ଥିଲେ। ଡିସେମ୍ବରରେ ସେ ବାଂଲାଦେଶ ବିପକ୍ଷରେ ଭାରତ ପାଇଁ ଶେଷ ମ୍ୟାଚ ଖେଳିଥିଲେ।

ଗତ ବର୍ଷ ଆଘାତ ଯୋଗୁ ଚହରଙ୍କ ବହୁତ ଖରାପ ସମୟ ଦେଇ ଗତି କରିଥିଲେ। ଉକ୍ତବର୍ଷ ସେ ଭାରତ ପାଇଁ ମାତ୍ର ୧୫ ଟି ମ୍ୟାଚ ଖେଳିବାକୁ ସକ୍ଷମ ହୋଇଥିଲେ। ଆହତ କାରଣରୁ ସେ ଟି -୨୦ ବିଶ୍ୱକପ୍‌ ଦଳରେ ମଧ୍ୟ ନ ଥିଲେ। ଏବେ ସୁସ୍ଥ ହେବାକୁ ନେଇ ଚହର କହିଛନ୍ତି, ’ଗତ ୨-୩ ମାସ ଧରି ମୁଁ ମୋର ଫିଟନେସ ଉପରେ କଠିନ ପରିଶ୍ରମ କରିଛି । ମୁଁ ଆଇପିଏଲ୍‌ରେ ଖେଳିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି।

ଚହରଙ୍କ ଆଇପିଏଲ କ୍ୟାରିୟରକୁ ଦେଖିଲେ, ସେ ଏପର୍ଯ୍ୟନ୍ତ ୬୩ ଟି ମ୍ୟାଚ୍‌ ଖେଳି ୫୯ ଉଇକେଟ ନେଇଛନ୍ତି। ତାଙ୍କ ଫିଟନେସ ଟିମ ଇଣ୍ଡିଆ ପାଇଁ ମଧ୍ୟ ଏକ ଖୁସି ଖବର ପାଲଟିଛି। କାରଣ ଚଳିତ ବର୍ଷ ଦିନିକିଆ ବିଶ୍ୱକପ ଭାରତ ଆୟୋଜନ କରିବ। ଏଭଳି ପରିସ୍ଥିତିରେ ଯଦି ଚହର ଦଳକୁ ଫେରନ୍ତି ତେବେ ଏହା ଦଳ ପାଇଁ ଲାଭଦାୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି ଅଭିନେତାଙ୍କ ଝିଅଙ୍କୁ ଡେଟ୍‌ କରୁଛନ୍ତି କେ.ଏଲ ରାହୁଲ

ଭାରତୀୟ କ୍ରିକେଟରମାନେ ବଲିଉଡ ସୁନ୍ଦରୀଙ୍କ ପ୍ରେମରେ ପଡ଼ିବା କିଛି ନୂଆ କଥା ନୁହେଁ। ପୂର୍ବରୁ ଅନେକ କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କୁ ଭଲ ପାଇ ବିବାହ କରିଛନ୍ତି।...

ଭାରତୀୟ ମହିଳା ଦଳକୁ ରୌପ୍ୟ ପଦକ

ଭୁବନେଶ୍ୱର, ୧୦ା୮ (କ୍ରୀଡ଼ା ପ୍ରତିନିଧି): ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଅନୁଷ୍ଠିତ ଏସିଆ ରଗ୍‌ବୀ ସେଭେନ୍ସ ପ୍ରତିଯୋଗିତାରେ ଭାରତୀୟ ମହିଳା ଦଳ ରୌପ୍ୟ ପଦକ ହାସଲ କରିଛି। ଭାରତୀୟ...

ପ୍ରଥମେ ବ୍ୟାଟିଂ କରିବ ଭାରତ

ସାଉଥାମ୍ପଟନ,୨୨।୬: ଏଠାରେ ଖେଳାଯାଉଥିବା ଆଫଗାନିସ୍ତାନ ବିପକ୍ଷ ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ବଡ଼ ସ୍କୋର ଛିଡ଼...

ପଞ୍ଜାବକୁ ୧୨୩ ରନ୍‌ରେ ରୋକିଲା କୋଲକାତା

ଅହମ୍ମଦାବାଦ,୨୬।୪ : କିଙ୍ଗ୍ସ ପଞ୍ଜାବୁ ମାତ୍ର ୧୨୩ ରନ୍‌ରେ ରୋକି ଦେଇଛି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)। ବୋଲରଙ୍କ ମାପଚୁପ ବୋଲିଂ ଯୋଗୁ ଫେଲ୍‌ ମାରିଥିଲା...

ପାକିସ୍ତାନ ପ୍ରଶଂସକଙ୍କୁ କଡ଼ା ଜବାବ ଦେଲେ ଆକାଶ ଚୋପ୍ରା

ମୁମ୍ବାଇ,୯।୩- ଭାରତୀୟ ମହିଳା ଦଳ ଟି୨୦ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆଠାରୁ ଶୋଚନୀୟ ପରାଜୟ ବରଣ କରିଛି। ଏହି ପରାଜୟ ସତ୍ତ୍ୱେ କିଛି ପ୍ରଶଂସକ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନକୁ...

ଏହି କ୍ରିକେଟରଙ୍କୁ ବୁଢା କୁହନ୍ତି ସ୍ତ୍ରୀ

ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସହ ଘଟିଥିବା ଏକ ମଜାଦାର ଘଟଣାକୁ ଶେୟାର କରିଛନ୍ତି ଟିମ ଇଣ୍ଡିଆ ଫାଷ୍ଟ ବୋଲର ଇଶାନ୍ତ ଶର୍ମା। ଏକ...

୨୦୩୨ ଅଲିମ୍ପିକ୍ସ ବିଡ୍‌ ଦାଖଲ କରିବ ଭାରତ

ବେଙ୍ଗାଲୁରୁ,୯ା୬: ୨୦୩୨ ଅଲିମ୍ପିକ୍ସ ପାଇଁ ଭାରତ ବିଡ୍‌ ଦାଖଲ କରିବାକୁ ନିଷ୍ପତ୍ତି ନେଇଛି। କେବଳ ମୁମ୍ବାଇ ଓ ନୂଆଦିଲ୍ଲୀ ନୁହେଁ ବରଂ ବେଙ୍ଗାଲୁରୁ ମଧ୍ୟ ଏହି...

ଭୁବନେଶ୍ୱର କୁମାରଙ୍କ ଚମତ୍କାର ବୋଲିଂ: ପାକିସ୍ତାନ ୧୪୭ ରନ୍‌ରେ ଅଲଆଉଟ୍‌

ଦୁବାଇ,୨୮।୮: ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଏସିଆ କପ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଭାରତକୁ ୧୪୮ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି ପାକିସ୍ତାନ। ଭାରତୀୟ ବେଲରଙ୍କ ପ୍ରଭାବୀ...

Advertisement
Archives

Model This Week