ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନାଇଡ଼ୁ, ବଦଳିଲା ଶପଥ ଉତ୍ସବ ତାରିଖ

ନୂଆଦିଲ୍ଲୀ, ୬।୬: ବିଧାନସଭା ନିର୍ବାଚନ ଜିତିବା ପରେ ଆନ୍ଧ୍ରପ୍ରଦେଶରେ ସରକାର ଗଢ଼ିବ ଟିଡିପି ବା ତେଲୁଗୁ ଦେଶମ୍‌ ପାର୍ଟି। ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଟିଡିପି ମୁଖ୍ୟ ଏନ୍‌ ଚନ୍ଦ୍ରବାବୁ ନାଇଡ଼ୁ। ଏଥିପାଇଁ ଆସନ୍ତା ୯ ତାରିଖରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବା ନେଇ ଦଳ ପକ୍ଷରୁ ଘୋଷଣା କରାଯାଇଥିଲା। କିନ୍ତୁ ଏବେ ଏହି ଉତ୍ସବ ୧୨ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।

ଏନ୍‌ଡିଏ ଲୋକସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରିଥିବାରୁ ଦେଶରେ ପୁଣିଥରେ ଭାଜପା ସରକାର ଗଠନ ହେବାକୁ ଯାଉଛି। ଭାଜପା ନେତା ନରେନ୍ଦ୍ର ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ । ଏଥିପାଇଁ ୮ ତାରିଖରେ ଶପଥ ଗ୍ରହଣ ଉତ୍ସବ କରାଯିବ। ଏହାର ଦିନକ ପରେ ଅନ୍ଧ୍ରରେ ଶପଥ ଉତ୍ସବ ପାଇଁ ଘୋଷଣା ହୋଇଥିଲା । କିନ୍ତୁ ଏହାକୁ ଘୁଞ୍ଚାଇ ଦିଆଯାଇଛି।

୧୭୫ ଆସନ ବିଶିଷ୍ଟ ଆନ୍ଧ୍ରପ୍ରଦେଶ ବିଧାନସଭା ପାଇଁ ଏଥର ଜୋରଦାର ଫାଇଟ୍ ହୋଇଥିଲା । ୱାଇଏସ୍‌ଆର୍‌ କଂଗ୍ରେସକୁ ସତ୍ତାରୁ ହଟାଇବା ପାଇଁ ଟିଡିପି ଓ ଜନ ସେନା ପାର୍ଟି ବିଜେପି ନେତୃତ୍ୱାଧୀନ ଏନଡିଏ ସହ ମେଣ୍ଟ କରିଥିଲେ । ଟିଡିପିକୁ ୧୩୫ ଆସନ ମିଳିଥିବା ବେଳେ ଜନ ସେନାକୁ ୨୧ ଓ ବିଜେପିକୁ ମିଳିଥିଲା ୮ଟି ଆସନ। ସଂଖ୍ୟା ଗରିଷ୍ଠତା ସହ ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଅନ୍ୟପଟେ ମୋଦି ପ୍ରଧାନମନ୍ତ୍ରୀ ହେବା ନେଇ ବୁଧବାର ଦିଲ୍ଲୀରେ ବସିଥିବା ବୈଠକରେ ଟିଡିପି ସମର୍ଥନ ଜଣାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁକେଶ ଅମ୍ବାନୀଙ୍କ ସହ ଏହି ମହିଳାଙ୍କ ସେଲ୍‌ଫି ଭାଇରାଲ, ଜାଣନ୍ତୁ ଫଟୋକୁ ନେଇ କାହିଁକି ପାକିସ୍ତାନରେ ହେଉଛି ଚର୍ଚ୍ଚା

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଚେୟାରମ୍ୟାନ ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାର ସହ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ତାଙ୍କ ସହ ଫଟୋରେ ଦେଖାଯାଇଥିବା...

ଯିଏ ଅଣଓଡ଼ିଆଙ୍କ କଣ୍ଟ୍ରୋଲରେ ଥିଲେ ସିଏ ଆମକୁ ଓଡ଼ିଆ ‘ଅସ୍ମିତା’ ଶିଖାଉଛନ୍ତି: ଭାଜପା

ଭୁବନେଶ୍ୱର, ୨୩।୭: ଦୀର୍ଘ ୨୫ ବର୍ଷ ପରେ ବିରୋଧୀ ଆସନକୁ ଆସିଥିବା ବିଜେଡି ବିଧାନସଭାରେ ହଙ୍ଗାମା କରୁଥିବା ଦେଖାଯାଇଛି। ମଙ୍ଗଳବାର ରାଜ୍ୟପାଳଙ୍କ ପୁଅ ଏଏସ୍‌ଓଙ୍କୁ ମାଡ଼...

ବସିଲା ଭାଜପାର ରାଜ୍ୟ ପଦାଧିକାରୀ ବୈଠକ

ପୁରୀ,୧୯ା୭: ଶୁକ୍ରବାର ପୁରୀରେ ଭାଜପାର ରାଜ୍ୟ ପଦାଧିକାରୀ ବୈଠକ ଆରମ୍ଭ ହୋଇଛି। ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ପଦାଧିକାରୀ ବୈଠକ ବସିଥିବା ଜଣାପଡ଼ିଛି। ଉକ୍ତ...

ସୋସିଆଲ ମିଡିଆରେ ନବୀନଙ୍କ ଫଟୋ ଶେୟାର କଲେ ପାଣ୍ଡିଆନ, ଲେଖିଲେ ଏମିତି…

ଭୁବନେଶ୍ୱର,୮ା୭: ସାଧାରଣ ନିର୍ବାଚନ ପରଠାରୁ ବିଜେଡିର ପୂର୍ବତନ ନେତା କାର୍ତ୍ତିକ ପାଣ୍ଡିଆନ କେଉଁଆଡ଼େ ଉଭାନ ହୋଇଯାଇଛନ୍ତି। ଯାହାକୁ ନେଇ ରାଜ୍ୟରେ ଚର୍ଚ୍ଚା ଚାଲିଛି। ପାଣ୍ଡିଆନ କେଉଁଠି...

ସରକାରଙ୍କୁ BJDର ଟାର୍ଗେଟ୍‌, ପ୍ରମିଳା କହିଲେ ଆନ୍ଦୋଳନ କରିବୁ

ଭୁବନେଶ଼୍ବର, ୦୬।୦୭: ନିର୍ବାଚନ ସମୟରେ ଓଡ଼ିଶାବାସୀଙ୍କୁ ଭାରତୀୟ ଜନତା ପାର୍ଟି ଦେଇଥିବା ପ୍ରତିଶ୍ରୁତିକୁ ନେଇ ବିଜୁ ଜନତା ଦଳର ନେତ୍ରୀ ତଥା ବିରୋଧୀ ଦଳ ମୁଖ୍ୟସଚେତକ...

ରତ୍ନ ଭଣ୍ଡାର ନିଶ୍ଚୟ ଖୋଲିବ, ଦୋଷୀଙ୍କୁ ଦଣ୍ଡ ମିଳିବ: ମୁଖ୍ୟମନ୍ତ୍ରୀ

ଭୁବନେଶ଼୍ବର, ୩୦।୦୬: ଭାରତୀୟ ଜନତା ପାର୍ଟିର ନବନିର୍ବାଚିତ ବିଧାୟକ ଏବଂ ଏମ୍‌ପିମାନଙ୍କୁ ସମ଼୍ବର୍ଦ୍ଧନା ଦେବା ପାଇଁ ଆରମ୍ଭ ହୋଇଛି କାର୍ଯ୍ୟକ୍ରମ । ଭୁବନେଶ଼୍ବରର ପ୍ରଦର୍ଶନୀ ପଡ଼ିଆରେ...

ମନମୋହନ କହିଲେ ଓଡ଼ିଶାବାସୀଙ୍କୁ ଧନ୍ୟବାଦ, ଆଗାମୀ ୫ ବର୍ଷରେ…

ଭୁବନେଶ଼୍ବର, ୩୦।୦୬: ଭାରତୀୟ ଜନତା ପାର୍ଟିର ନବନିର୍ବାଚିତ ବିଧାୟକ ଏବଂ ଏମ୍‌ପିମାନଙ୍କୁ ସମ଼୍ବର୍ଦ୍ଧନା ଦେବା ପାଇଁ ଆରମ୍ଭ ହୋଇଛି କାର୍ଯ୍ୟକ୍ରମ । ଭୁବନେଶ଼୍ବରର ପ୍ରଦର୍ଶନୀ ପଡ଼ିଆରେ...

ଜନାଦେଶକୁ କେବେ ଚୋରି କରାଯାଇପାରିବ ନାହିଁ

୨୦୨୪ ସାଧାରଣ ନିର୍ବାଚନରେ ଖୁବ୍‌ କମ୍‌ ସମୟ ଲାଗି ଓଡ଼ିଶା ଭାଜପାର ଦାୟିତ୍ୱ ନେଇ ରାଜ୍ୟରେ ଦଳକୁ ସରକାର ଗଠନ କରିବା ଦିଗରେ କାର୍ଯ୍ୟ କରିଥିଲେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri