Posted inଫୁରସତ

ରହସ୍ୟମୟ ସ୍ମାରକ

ଆୟର୍ଲାଣ୍ଡର କାଉଣ୍ଟି ମଥ୍‌ରେ ଅଛି ଏକ ରହସ୍ୟମୟ ସ୍ମାରକ। ଏହା ଏକ ପ୍ରାଗ୍‌ଐତିହାସିକ ସ୍ମାରକ ଅଟେ, ଯାହାକି ବାୟରନ ନଦୀର ଉତ୍ତରରେ ଡ୍ରୋଘେଡାଠାରୁ ୮ କି.ମି. ଦୂର ପଶ୍ଚିମରେ ରହିଛି। ଏହା ସାରା ପୃଥିବୀରେ ନ୍ୟୁଗ୍ରେଞ୍ଜ ନାମରେ ପରିଚିତ। ଖ୍ରୀ.ପୂ. ୩୨୦୦ ନବପାଷାଣ ଯୁଗରେ ଏହାକୁ ତିଆରି କରାଯାଇଥିବା ବିଶ୍ୱାସ କରାଯାଏ। ଏହା ବିଶ୍ୱପ୍ରସିଦ୍ଧ ଷ୍ଟୋନହେଞ୍ଜ ଓ ମିଶରର ପୀରାମିଡ୍‌ଠାରୁ ବି ପୁରୁଣା ବୋଲି କୁହାଯାଏ। ଏହା ଷ୍ଟୋନହେଞ୍ଜଠାରୁ ୫୦୦ ବର୍ଷ ପୁରୁଣା। ଏହି ସ୍ମାରକଟି ଏକ ଗୋଲାକାର ସମାଧି ପୀଠ ଅଟେ। ଏଥିରେ ପଥରର ଏକ ରାସ୍ତା ଓ କିଛି କୋଠରି ଅଛି। ଏହି କୋଠରିରେ ମାନବ ଅସ୍ଥି ବ୍ୟତୀତ କବରର ଅନେକ ସାମଗ୍ରୀ ମିଳିଛି। ଖନନ ବେଳେ ଏଠାରେ ଅର୍ଦ୍ଧଦଗ୍ଧ ଓ ଦଗ୍ଧ ମାନବ ଅସ୍ଥି ମିଳିଥିଲା। ଏଇଥିରୁ ଜଣାଯାଏ ଯେ, ଏହା ମଧ୍ୟରେ ମଣିଷ ଶବ ରଖାଯାଉଥିଲା। ତାହା ମଧ୍ୟରୁ କିଛିର ଅନ୍ତିମ ସଂସ୍କାର ବି କରାଯାଇଥିଲା। କେତେକ ପୁରାତତ୍ତ୍ୱବିତ୍‌ କୁହନ୍ତି, ଏହି ସ୍ମାରକର କୌଣସି ନା କୌଣସି ପ୍ରକାରର ଧାର୍ମିକ ମହତ୍ୱ ଥିଲା। ବୋଧହୁଏ ଏଠାରେ କୌଣସି ପୂଜା କରାଯାଉଥିଲା। ତେବେ ପ୍ରକୃତରେ ଏହି ସ୍ଥାନର ବ୍ୟବହାର କେଉଁଥିପାଇଁ ହେଉଥିଲା ଓ କିଏ ଏହାକୁ ନିର୍ମାଣ କରାଇଥିଲେ ସେ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ତଥ୍ୟ ମିଳିନାହିଁ। ଏହି ସ୍ମାରକ ଭିତରେ ୧୯ ମିଟର ଲମ୍ବର ଏକ ମାର୍ଗ ଅଛି, ଯାହା କେବଳ ଶୀତଋତୁରେ ସୂର୍ଯ୍ୟୋଦୟ ସମୟରେ ଆଲୋକିତ ହୋଇଥାଏ। ଏହା କେମିତି ଓ କାହିଁକି ହୁଏ ତାହା ବି ଏକ ରହସ୍ୟ ହୋଇ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri