Posted inଫୁରସତ

ରହସ୍ୟମୟ ସ୍ମାରକ

ଆୟର୍ଲାଣ୍ଡର କାଉଣ୍ଟି ମଥ୍‌ରେ ଅଛି ଏକ ରହସ୍ୟମୟ ସ୍ମାରକ। ଏହା ଏକ ପ୍ରାଗ୍‌ଐତିହାସିକ ସ୍ମାରକ ଅଟେ, ଯାହାକି ବାୟରନ ନଦୀର ଉତ୍ତରରେ ଡ୍ରୋଘେଡାଠାରୁ ୮ କି.ମି. ଦୂର ପଶ୍ଚିମରେ ରହିଛି। ଏହା ସାରା ପୃଥିବୀରେ ନ୍ୟୁଗ୍ରେଞ୍ଜ ନାମରେ ପରିଚିତ। ଖ୍ରୀ.ପୂ. ୩୨୦୦ ନବପାଷାଣ ଯୁଗରେ ଏହାକୁ ତିଆରି କରାଯାଇଥିବା ବିଶ୍ୱାସ କରାଯାଏ। ଏହା ବିଶ୍ୱପ୍ରସିଦ୍ଧ ଷ୍ଟୋନହେଞ୍ଜ ଓ ମିଶରର ପୀରାମିଡ୍‌ଠାରୁ ବି ପୁରୁଣା ବୋଲି କୁହାଯାଏ। ଏହା ଷ୍ଟୋନହେଞ୍ଜଠାରୁ ୫୦୦ ବର୍ଷ ପୁରୁଣା। ଏହି ସ୍ମାରକଟି ଏକ ଗୋଲାକାର ସମାଧି ପୀଠ ଅଟେ। ଏଥିରେ ପଥରର ଏକ ରାସ୍ତା ଓ କିଛି କୋଠରି ଅଛି। ଏହି କୋଠରିରେ ମାନବ ଅସ୍ଥି ବ୍ୟତୀତ କବରର ଅନେକ ସାମଗ୍ରୀ ମିଳିଛି। ଖନନ ବେଳେ ଏଠାରେ ଅର୍ଦ୍ଧଦଗ୍ଧ ଓ ଦଗ୍ଧ ମାନବ ଅସ୍ଥି ମିଳିଥିଲା। ଏଇଥିରୁ ଜଣାଯାଏ ଯେ, ଏହା ମଧ୍ୟରେ ମଣିଷ ଶବ ରଖାଯାଉଥିଲା। ତାହା ମଧ୍ୟରୁ କିଛିର ଅନ୍ତିମ ସଂସ୍କାର ବି କରାଯାଇଥିଲା। କେତେକ ପୁରାତତ୍ତ୍ୱବିତ୍‌ କୁହନ୍ତି, ଏହି ସ୍ମାରକର କୌଣସି ନା କୌଣସି ପ୍ରକାରର ଧାର୍ମିକ ମହତ୍ୱ ଥିଲା। ବୋଧହୁଏ ଏଠାରେ କୌଣସି ପୂଜା କରାଯାଉଥିଲା। ତେବେ ପ୍ରକୃତରେ ଏହି ସ୍ଥାନର ବ୍ୟବହାର କେଉଁଥିପାଇଁ ହେଉଥିଲା ଓ କିଏ ଏହାକୁ ନିର୍ମାଣ କରାଇଥିଲେ ସେ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ତଥ୍ୟ ମିଳିନାହିଁ। ଏହି ସ୍ମାରକ ଭିତରେ ୧୯ ମିଟର ଲମ୍ବର ଏକ ମାର୍ଗ ଅଛି, ଯାହା କେବଳ ଶୀତଋତୁରେ ସୂର୍ଯ୍ୟୋଦୟ ସମୟରେ ଆଲୋକିତ ହୋଇଥାଏ। ଏହା କେମିତି ଓ କାହିଁକି ହୁଏ ତାହା ବି ଏକ ରହସ୍ୟ ହୋଇ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…

ନୂଆଦିଲ୍‌ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?