Posted inଫୁରସତ

ଓଲଟା ଯାଉଛି ଟ୍ରେନ୍‌

ଯାତାୟାତର ଏକ ବଡ଼ ମାଧ୍ୟମ ହେଉଛି ଟ୍ରେନ୍‌। ଯେକୌଣସି ଦେଶ ହେଉନା କାହିଁକି ରେଳ ଧାରଣା ଉପରେ ଚାଲୁଥିବା ଏହି ଟ୍ରେନ୍‌ ସବୁଠି ଏକ ଶସ୍ତା ଓ ସୁଗମ ଯାତାୟାତର ମାଧ୍ୟମ ଭାବେ ପରିଚିତ। ଆଜିକାଲି ବିଭିନ୍ନ ବିଶେଷତ୍ୱ ଥିବା ଟ୍ରେନ୍‌ ଚାଲୁଛି। କାହାର ସ୍ପିଡ୍‌ ଅଧିକ ତ କେଉଁ ଟ୍ରେନ୍‌ ପାହାଡ଼ିଆ ଅଞ୍ଚଳରେ ଯାଏ। କେଉଁ ଟ୍ରେନ୍‌ ହୋଇଥାଏ ବହୁତ ଲକ୍‌ଜୁରିୟସ୍‌। ତେବେ ଜାଣନ୍ତିକି ଏମିତି ବି ଏକ ଟ୍ରେନ୍‌ ଅଛି, ଯାହା ତା’ର ଟ୍ରାକ୍‌ ଉପରେ ନ ଯାଇ, ଯାଇଥାଏ ରେଳଧାରଣାର ତଳଭାଗରେ ଝୁଲନ୍ତା ଅବସ୍ଥାରେ। ଆଉ ଏଇ ଅଜବ ଟ୍ରେନ୍‌ ଜର୍ମାନୀରେ ଦେଖିବାକୁ ମିଳେ। ଏଥିରେ ଯାତ୍ରା କରିବାର ମଜା ଅଲଗା। ଏହାକୁ ଦେଖିଲେ ମନରେ ଆସେ ଏଇ ଝୁଲନ୍ତା ଟ୍ରେନ୍‌ ଖସି ପଡ଼ିବନି ତ! ହେଲେ ଏଥିରେ ଯାତ୍ରା କରିବା ଯେତିକି ନିରାପଦ ସେତିକି ମଜାଦାର ମଧ୍ୟ। ସେଇଥିପାଇଁ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ଆସନ୍ତି ଏହି ଓଲ୍ଟା ପୋଲ୍ଟା ଟ୍ରେନ୍‌ରେ ବସି ଭିନ୍ନ ଏକ ଅନୁଭବ ସାଉଁଟିବା ପାଇଁ। ଜର୍ମାନୀର ଏହି ଟ୍ରାକ୍‌ ଓ ଟ୍ରେନ୍‌ ତିଆରି ହେବାର ୧୨୧ ବର୍ଷ ହୋଇଗଲାଣି। ଉକ୍ତ ଟ୍ରେନ୍‌ ୧୯୦୧ରେ ଆରମ୍ଭ ହୋଇଥିଲା। ତେବେ ଏଭଳି ରେଳପଥ ନିର୍ମାଣ କରିବା ପଛର କାରଣ ହେଉଛି, ଏହି ଟ୍ରେନ୍‌ର ରୁଟ୍‌ ଆରମ୍ଭ ହେବା ପୂର୍ବରୁ ହିଁ ସହର ବହୁତ ଡେଭେଲପ୍‌ ହୋଇସାରିଥିଲା। ତେଣୁ ଟ୍ରାକ୍‌ କରିବା ଲାଗି ସ୍ଥାନ ନ ଥିଲା। ଶେଷରେ ରେଳ ଟ୍ରାକ୍‌ ଭୂମିରେ ନ କରି ବ୍ରିଜ୍‌ ପରି ନର୍ମାଣ କରି ଝୁଲନ୍ତା ଅବସ୍ଥାରେ ଟ୍ରେନ୍‌ ଯିବାର ଯୋଜନା କରାଗଲା। ୧୩.୩ କିମିର ଉକ୍ତ ଟ୍ରେନ୍‌ ରୁଟ୍‌ରେ ଟ୍ରେନ୍‌ଟି ଝୁଲନ୍ତା ଅବସ୍ଥାରେ ନଦୀ, ଝରଣା, ରାସ୍ତା ଆଦି ଅତିକ୍ରମ କରି ଯାଇଥାଏ। ଆଉ ପର୍ଯ୍ୟଟକ ଏହାର ବେଶ୍‌ ମଜା ଉଠାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri