Posted inଫୁରସତ

ପଥର ଦେଉଛି ଅଣ୍ଡା

ଏଇ ପୃଥିବୀ ସତରେ ଏମିତି ସବୁ ବିସ୍ମୟରେ ଭରି ରହିଛି, ଯାହାକୁ ସ୍ବଚକ୍ଷୁରେ ନ ଦେଖିଲେ ବିଶ୍ୱାସ କରିହେବନି। ଯେମିତି କି ଚାଇନାର ଗିଝୋଉ ପ୍ରାନ୍ତରେ ଥିବା ଏକ ବିରାଟ ପଥର। କିଛି ପ୍ରାଣୀ ଓ ପକ୍ଷୀ ଅଣ୍ଡା ଦେଉଥିବା କଥା ସମସ୍ତେ ଜାଣନ୍ତି। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଚାଇନାର ଏହି ନିର୍ଜୀବ ପଥର ବି ଅଣ୍ଡା ଦେଉଛି। ତେବେ ପ୍ରତି ୩୦ ବର୍ଷରେ ଥରେ ଉକ୍ତ ରହସ୍ୟମୟ ବିରାଟକାୟ ପଥର ଅଣ୍ଡା ଦେଇଥାଏ। ଏହା ଶୁଣି ବିଶ୍ୱାସ ହେଉ ନ ଥିବ, ହେଲେ ଏହା ସତ। ପ୍ରାୟ ୨୦ ମିଟର ଲମ୍ବ ଓ ୨୬ ମିଟର ଉଚ୍ଚତାବିଶିଷ୍ଟ ଏଇ ପଥରର ନାମ ହେଉଛି ‘ଚନ ଦନ ୟା’, ଯାହାର ଅର୍ଥ ହେଉଛି ଅଣ୍ଡା ଦେଉଥିବା ପଥର। କଳାରଙ୍ଗର ଏହି ପଥରର ବିଭିନ୍ନ ସ୍ଥାନରେ ଅଣ୍ଡାକୃତିର କିଛି ଖୋଦେଇ ହେଲାପରି ଥାଏ। ଏହି ଅଣ୍ଡାକୃତିଗୁଡିକ ପଥର ଭିତରେ ଲାଗି ରହିଥାଏ। ୩୦ ବର୍ଷ ଲାଗେ ତାହା ପଥର ଭିତରୁ ଧୀରେ ଧୀରେ ବାହାରକୁ ଆସିବା ପାଇଁ। ଆଉ ୩୦ ବର୍ଷ ହୋଇଗଲା ପରେ କଳାରଙ୍ଗର ସେହି ଅଣ୍ଡାକୃତିର ପଥର ରହସ୍ୟମୟ ପାହାଡ଼ରୂପୀ ପଥରରୁ ବାହାରି ତଳେ ପଡ଼ିଯାଏ। ଏଠାକାର ଗ୍ରାମବାସୀ ଏହି ମସୃଣ କଳାରଙ୍ଗର ପଥର ଅଣ୍ଡାକୁ ଖୁସିର ପ୍ରତୀକ ଭାବେ ଗ୍ରହଣ କରନ୍ତି। ଆଉ ତଳେ ପଡିଯିବା ପରେ ତାକୁ ଘରକୁ ନେଇଯାନ୍ତି। ଭୂତତ୍ତ୍ୱବିତ୍‌ଙ୍କ ମତରେ ଏହି ବିରାଟକାୟ ପଥରଟି ୫୦୦ ମିଲିୟନ ବର୍ଷ ପୂର୍ବେ ମାଉଣ୍ଟ ଗାଣ୍ଡେଙ୍ଗ୍‌ର ଏକ ଖାସ୍‌ ଅଂଶରୁ ତିଆରି ହୋଇଛି। ଏତେ ବର୍ଷ ଧରି ଏହି ପଥର ବିଭିନ୍ନ ପ୍ରକାରର ତାପମାତ୍ରା ସହି ଆସିଛି। ଫଳରେ ଏହାର ଆଭ୍ୟନ୍ତରୀଣ ଗଠନରେ ଅନେକ ପରିବର୍ତ୍ତନ ଆସିଛି। ଆଉ ଏହି କାରଣରୁ ହିଁ ଏହା ମଧ୍ୟରୁ ବିଭିନ୍ନ ପ୍ରକାରର ଆକୃତି ତିଆରି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…

ନୂଆଦିଲ୍‌ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?