Posted inଫୁରସତ

ପଥର ଦେଉଛି ଅଣ୍ଡା

ଏଇ ପୃଥିବୀ ସତରେ ଏମିତି ସବୁ ବିସ୍ମୟରେ ଭରି ରହିଛି, ଯାହାକୁ ସ୍ବଚକ୍ଷୁରେ ନ ଦେଖିଲେ ବିଶ୍ୱାସ କରିହେବନି। ଯେମିତି କି ଚାଇନାର ଗିଝୋଉ ପ୍ରାନ୍ତରେ ଥିବା ଏକ ବିରାଟ ପଥର। କିଛି ପ୍ରାଣୀ ଓ ପକ୍ଷୀ ଅଣ୍ଡା ଦେଉଥିବା କଥା ସମସ୍ତେ ଜାଣନ୍ତି। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଚାଇନାର ଏହି ନିର୍ଜୀବ ପଥର ବି ଅଣ୍ଡା ଦେଉଛି। ତେବେ ପ୍ରତି ୩୦ ବର୍ଷରେ ଥରେ ଉକ୍ତ ରହସ୍ୟମୟ ବିରାଟକାୟ ପଥର ଅଣ୍ଡା ଦେଇଥାଏ। ଏହା ଶୁଣି ବିଶ୍ୱାସ ହେଉ ନ ଥିବ, ହେଲେ ଏହା ସତ। ପ୍ରାୟ ୨୦ ମିଟର ଲମ୍ବ ଓ ୨୬ ମିଟର ଉଚ୍ଚତାବିଶିଷ୍ଟ ଏଇ ପଥରର ନାମ ହେଉଛି ‘ଚନ ଦନ ୟା’, ଯାହାର ଅର୍ଥ ହେଉଛି ଅଣ୍ଡା ଦେଉଥିବା ପଥର। କଳାରଙ୍ଗର ଏହି ପଥରର ବିଭିନ୍ନ ସ୍ଥାନରେ ଅଣ୍ଡାକୃତିର କିଛି ଖୋଦେଇ ହେଲାପରି ଥାଏ। ଏହି ଅଣ୍ଡାକୃତିଗୁଡିକ ପଥର ଭିତରେ ଲାଗି ରହିଥାଏ। ୩୦ ବର୍ଷ ଲାଗେ ତାହା ପଥର ଭିତରୁ ଧୀରେ ଧୀରେ ବାହାରକୁ ଆସିବା ପାଇଁ। ଆଉ ୩୦ ବର୍ଷ ହୋଇଗଲା ପରେ କଳାରଙ୍ଗର ସେହି ଅଣ୍ଡାକୃତିର ପଥର ରହସ୍ୟମୟ ପାହାଡ଼ରୂପୀ ପଥରରୁ ବାହାରି ତଳେ ପଡ଼ିଯାଏ। ଏଠାକାର ଗ୍ରାମବାସୀ ଏହି ମସୃଣ କଳାରଙ୍ଗର ପଥର ଅଣ୍ଡାକୁ ଖୁସିର ପ୍ରତୀକ ଭାବେ ଗ୍ରହଣ କରନ୍ତି। ଆଉ ତଳେ ପଡିଯିବା ପରେ ତାକୁ ଘରକୁ ନେଇଯାନ୍ତି। ଭୂତତ୍ତ୍ୱବିତ୍‌ଙ୍କ ମତରେ ଏହି ବିରାଟକାୟ ପଥରଟି ୫୦୦ ମିଲିୟନ ବର୍ଷ ପୂର୍ବେ ମାଉଣ୍ଟ ଗାଣ୍ଡେଙ୍ଗ୍‌ର ଏକ ଖାସ୍‌ ଅଂଶରୁ ତିଆରି ହୋଇଛି। ଏତେ ବର୍ଷ ଧରି ଏହି ପଥର ବିଭିନ୍ନ ପ୍ରକାରର ତାପମାତ୍ରା ସହି ଆସିଛି। ଫଳରେ ଏହାର ଆଭ୍ୟନ୍ତରୀଣ ଗଠନରେ ଅନେକ ପରିବର୍ତ୍ତନ ଆସିଛି। ଆଉ ଏହି କାରଣରୁ ହିଁ ଏହା ମଧ୍ୟରୁ ବିଭିନ୍ନ ପ୍ରକାରର ଆକୃତି ତିଆରି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri