ମାନିବାକୁ ପଡ଼ିବ

ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ୍‌ ହରିୟାଣାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅହଂକାରୀ ଆଖ୍ୟା ଦେଇଛନ୍ତି। ସେ କହିଛନ୍ତି, ନିକଟରେ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ବେଳେ କୃଷକଙ୍କ ପ୍ରସଙ୍ଗ ଉତ୍ଥାପନ କରିଥିଲେ। ଏଥିସହିତ ସେ କହିଥିଲେ ଏହି ଆନ୍ଦୋଳନ ଯୋଗୁ ଦେଶର ୫୦୦ କୃଷକଙ୍କ ଜୀବନ ଚାଲିଗଲା। ମଲିକ୍‌ଙ୍କ କହିବା ଅନୁଯାୟୀ ତାଙ୍କୁ ଉତ୍ତରରେ ପ୍ରଧାନମନ୍ତ୍ରୀ ପଚାରିଥିଲେ, ମୋ ପାଇଁ କ’ଣ କୃଷକଙ୍କ ଜୀବନ ଗଲା କି ? ମଲିକ୍‌ କହିଥିଲେ, ଯେହେତୁ ଆପଣ ରାଜା ସେହି ଦୃଷ୍ଟିରୁ କୁହାଗଲା। ତେବେ ମାତ୍ର ପାଞ୍ଚ ମିନିଟ୍‌ର କଥୋପକଥନ ପରେ ପ୍ରଧାନମନ୍ତ୍ରୀଙ୍କ ଏଭଳି ବ୍ୟବହାରରେ ମଲିକ୍‌ ଅତିଷ୍ଠ ହୋଇଥିବା କହିଥିଲେ। ଏହା ପରେ ତାଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବାକୁ କୁହାଯାଇଥିଲା। ସେହି ଅନୁଯାୟୀ ମଲିକ୍‌ ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟି କଥାବାର୍ତ୍ତା କଲା ବେଳେ ପ୍ରଧାନମନ୍ତ୍ରୀ ତାଙ୍କ ବୁଦ୍ଧି ହରାଇ ବସିଲେଣି ଓ ଯାହା କହିବାର ଅଛି ଆମକୁ କୁହ ବୋଲି ଶାହା କହିଥିଲେ। ଏସବୁ ବିଷୟ ମଲିକ୍‌ ସାଧାରଣରେ ପ୍ରକାଶ କରିବା ପରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ ସେହିସବୁ କଥାକୁ ସୋସିଆ ମିଡିଆରେ ଶେୟାର କରିଛନ୍ତି। ପ୍ରଧାନମନ୍ତ୍ରୀ ପାଗଳ ହୋଇଗଲେଣି ବୋଲି ଶାହା ଦେଇଥିବା ମନ୍ତବ୍ୟକୁ ମଲିକ୍‌ କହୁଥିବାର ଭିଡିଓକୁ ଉପଲକ୍ଷ୍ୟ କରି ଖାର୍ଗେ ଯେଉଁ ସମାଲୋଚନା କରିଛନ୍ତି, ତାହା ଅନେକ ରାଜନୈତିକ ପ୍ରଶ୍ନ ସୃଷ୍ଟି କରୁଛି।
ଅମିତ ଶାହା ସ୍ବରାଷ୍ଟ୍ର ମନ୍ତ୍ରୀ ଭାବେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ସତ୍ୟ ହୋଇଥିବ ବୋଲି ବିଶ୍ୱାସ ହେଉନାହିଁ। ମଲିକ୍‌ଙ୍କ ମୋଦି ବିରୋଧୀ ଚିନ୍ତାଧାରା, ହୁଏତ, ଭାଜପାର ପୁରୁଖା ନେତାଙ୍କ ମଧ୍ୟରେ ବ୍ୟାପି ସାରିଛି। କିନ୍ତୁ ଅସ୍ବାଭାବିକ କଥା କହି ନିଜର ଗୁରୁତ୍ୱ ବଢ଼ାଇବାର ଉଦ୍ୟମ ମଲିକ୍‌ଙ୍କଠାରେ ସ୍ପଷ୍ଟ ଦେଖାଯାଉଛି। ସାଧାରଣ ଅଶିକ୍ଷିତ ନାଗରିକ ମଧ୍ୟ କହିପାରିବ ଯେ ଆଜିର ସମଗ୍ର ଭାଜପା ସରକାର ଏବଂ ଦଳ କେବଳ ମାତ୍ର ନରେନ୍ଦ୍ର ମୋଦିଙ୍କ କାନ୍ଧରେ ଚଢ଼ିକରି ବସିଛି। କେନ୍ଦ୍ର ସରକାରଙ୍କ ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପାର୍ଲାମେଣ୍ଟକୁ ରାଜ୍ୟ ସଭା ମାଧ୍ୟମରେ ପ୍ରବେଶ କରିସାରିଛନ୍ତି। ମୋଦିଙ୍କ ବିନା ସେମାନଙ୍କର କୌଣସି ଅସ୍ତିତ୍ୱ ନାହିଁ। ସେଥିପାଇଁ କୌଣସି କେନ୍ଦ୍ରମନ୍ତ୍ରୀ ପରୋକ୍ଷରେ ମୋଦିଙ୍କ ବିରୋଧରେ ଜଣେ ଜଣାଶୁଣା ବିରୋଧୀଙ୍କୁ ମନ୍ତବ୍ୟ ଦେବେ ବୋଲି ବିଶ୍ୱାସ କରିହେଉ ନାହିଁ। ଆଜି ଯଦି ଭାଜପାକୁ ଭୋଟ୍‌ ମିଳୁଛି ତାହାର ଶ୍ରେୟ ନରେନ୍ଦ୍ର ମୋଦିଙ୍କୁ ଯିବ। ତାଙ୍କ ବିନା ହୁଏତ ଅଧାରୁ ଅଧିକ ଭାଜପା ନେତା ନିର୍ବାଚନ ଜିଣିପାରିବେ ନାହିଁ ବୋଲି ଇତିହାସ ବାରମ୍ବାର ଭାରତୀୟ ଭୋଟରଙ୍କୁ ଦେଖାଇଆସିଛି। ତଥାପି ମଲିକ୍‌ଙ୍କ କଥାକୁ ଏଡ଼ାଇଦେବା ଉଚିତ ନୁହେଁ। ଭାଜପାର ଆଶୀର୍ବାଦ ଯୋଗୁ ରାଜ୍ୟପାଳ ପଦବୀ ପାଇଥିବା ମଲିକ୍‌ ନିଜର ମନୋବଳ ପ୍ରଦର୍ଶନ କରିବା ସହିତ ତାଙ୍କର ମେରୁଦଣ୍ଡ ଅଛି ବୋଲି ପ୍ରମାଣ କରିଦେଇଛନ୍ତି। ସାଧାରଣ ନାଗରିକ ଏହା ମଧ୍ୟ ବୁଝୁଛନ୍ତି ଯେ ମଲିକ୍‌ଙ୍କର ପୂର୍ବରୁ କୌଣସି ଅନୈତିକ କାର୍ଯ୍ୟ ଥିଲେ ତାହାକୁ ଏବେସୁଦ୍ଧା ଦାଣ୍ଡରେ ପକାଇ ଘୋଷାଡ଼ି ନେଇସାରନ୍ତେଣି। ‘ନୂଆ ଭାରତ’ରେ କୌଣସି ବିରୋଧୀଙ୍କୁ ବରଦାସ୍ତ କରାଯାଉନାହିଁ କିମ୍ବା ଗଣତାନ୍ତ୍ରିକ ପଦ୍ଧତିରେ ସମ୍ମାନ ଦେବାର ଇଚ୍ଛା ମଧ୍ୟ କରାଯାଉ ନାହିଁ। ଏଭଳି ପ୍ରଚ୍ଛଦପଟରେ ସତ୍ୟପାଲ ମଲିକ୍‌ଙ୍କର ନୈତିକ ଶକ୍ତିକୁ ପ୍ରଶଂସା କରିବାକୁ ପଡ଼ିବ। ଏଥିସହିତ ସାଧାରଣ ଭାରତୀୟ ଚରିତ୍ରକୁ ମଧ୍ୟ ଅଧ୍ୟୟନ କରିବାର ସମୟ ଆସିଲାଣି। କ୍ଷମତାରେ ଥିବାବେଳେ ମାଇଲା ମୂଷା ଭଳି ସମସ୍ତେ ଗୋଡ଼ଚଟା ହୋଇଥିବାର ଲକ୍ଷ୍ୟ କରାଯାଏ। ଅବସର ନେବାପରେ ପୁନର୍ବାର କୌଣସି ଏକ ପଦବୀରେ ଅବସ୍ଥାପିତ ହେବା ପାଇଁ ବିକଳ ହୋଇଥାନ୍ତି। ତାହା ଯଦି ନ ମିଳେ, ତେବେ ହଠାତ୍‌ ବୀର ପାଲଟି ସେହି ଗୋଡ଼ଚଟାମାନେ ନେତୃତ୍ୱକୁ ବିରୋଧ କରନ୍ତି। ସ୍ଥଳବିଶେଷରେ ମଧ୍ୟ କେତେକେ ବହି କିମ୍ବା ସ୍ତମ୍ଭ ଲେଖି ହଠାତ୍‌ ସଚ୍ଚୋଟ ପାଲଟିବାର ଚିତ୍ର ଆଙ୍କନ୍ତି। ମାନିବାକୁ ପଡ଼ିବ। ସତ୍ୟପାଲ ମଲିକ୍‌ ଜଣେ ଗୋଡ଼ଚଟା ନୁହନ୍ତି। କ୍ଷମତାରେ ଥିବା ସମୟରେ କୃଷକଙ୍କୁ ସମର୍ଥନ କରି ତାଙ୍କର ଶକ୍ତିଶାଳୀ ଚରିତ୍ରକୁ ପ୍ରତିପାଦନ କରିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?