ଦୁଇଟି ନାରୀସ୍ବର

ଡ. ବାସନ୍ତୀ ମହାନ୍ତି

ଆବହମାନ କାଳରୁ ମହିଳାମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରର ଭିନ୍ନ ଭିନ୍ନ ରୂପରେଖ ଆମର ଶ୍ରୁତି ଗୋଚର ଓ ଦୃଷ୍ଟି ଗୋଚର ହୋଇ ଆସୁଅଛି। ରାମାୟଣ, ମହାଭାରତ, ପୁରାଣ, ଇତିହାସ ଆଦି ଶାସ୍ତ୍ର ସଂହିତାରେ ମଧ୍ୟ କମ୍‌ ଉଦାହରଣ ନାହିଁ। ଏହା କେବଳ ଆମ ଦେଶର ସମସ୍ୟା ନୁହେଁ, ସମଗ୍ର ବିଶ୍ୱରେ ନାରୀମାନଙ୍କ ପ୍ରତି ସମାଜର ଦୃଷ୍ଟିକୋଣ ଭିନ୍ନ ଥିଲା। ଜର୍ମାନ ମହିଳା କ୍ଲାରା ଜେଟ୍‌କିନ୍‌ ପ୍ରଥମଥର ପାଇଁ ଏହି ଲିଙ୍ଗଗତ ବୈଷମ୍ୟ ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ତାଙ୍କ ଦ୍ୱାରା ସମ୍ପାଦିତ ‘ଇକ୍ୱାଲିଟି’ ପତ୍ରିକାରେ ଏହି ସ୍ବର ଆହୁରି ଶାଣିତ ହୋଇଥିଲା। ଆଜି ଯଦି ବିଶ୍ୱରେ ଲିଙ୍ଗ ଭେଦାଭେଦ ବ୍ୟବଧାନ କମି ଆସିଥାଏ ତେବେ ତାହାର ସବୁତକ ଶ୍ରେୟ ଏହି ମହିଳା ଓକିଲଙ୍କ ପାଖକୁ ହିଁ ଯିବ।
କିନ୍ତୁ ବିଡ଼ମ୍ବନାର ବିଷୟ ଆମ ଦେଶରୁ ମହିଳାମାନଙ୍କର ଏହି ସଂଗ୍ରାମ ତଥାପି ଶେଷ ହୋଇ ନାହିଁ। ସେମାନଙ୍କ ସ୍ବରକୁ ଯେଉଁପରି ଭାବରେ ଚାପି ଦେବାର ଉଦ୍ୟମ ହେଉଛି, ଦିନକୁ ଦିନ ଯେପରି ନିର୍ଯାତନା ବୃଦ୍ଧି ପାଇବାରେ ଲାଗିଛି, ସେଥିପାଇଁ ଯଦି ସର୍ବାନ୍ତଃକରଣରେ ଜନଜାଗରଣ ସୃଷ୍ଟି କରା ନ ଯାଏ ଆଗାମୀପିଢ଼ିର ନାରୀମାନେ ଏମିତି ବଳି ପଡୁଥିବେ। କେତେବେଳେ ସମାଜର ଅସାମାଜିକ ବ୍ୟକ୍ତିମାନଙ୍କ ଶିକାର ତ ଆଉ କେତେବେଳେ ପାରିବାରିକ ହିଂସାର ବଳୟ। ଏସବୁ ସତ୍ତ୍ୱେ ଆଶ୍ୱାସନାର ବିଷୟ ଏହି ଯେ, କେତେକ ମହିଳା ଏ ପର୍ଯ୍ୟନ୍ତ ତଥାପି ଅସ୍ତ୍ର ତ୍ୟାଗ କରିନାହାନ୍ତି ,ସଂଗ୍ରାମରୁ ଓହରି ଯାଇନାହାନ୍ତି। ଯାହାକୁ ଅବଳା ଦୁର୍ବଳା କହି ଏରୁଣ୍ଡି ଭିତରେ ଆବଦ୍ଧ କରାଯାଉଥିଲା ଏବେ ତା’ ସ୍ବରରେ ସମସ୍ତେ ଥରହର। ସେହି ସ୍ବରକୁ ଚାପିବା ପାଇଁ କାହିଁ କେତେ ଷଡ଼ଯନ୍ତ୍ର।
୨୦୨୧ର ଶେଷ ପାଦରେ ଦୁଇଟି ନାରୀ ସ୍ବର ସମାଜର ଏକ କଳଙ୍କିତ ଦିଗକୁ ଉନ୍ମୋଚିତ କରୁଛି। ଗୋଟିଏ ନାରୀ ଅନ୍ୟାୟ ବିରୋଧରେ ସଂଗ୍ରାମ କରି ଆତତାୟୀର ଶିକାର ହୋଇଥିବା ସ୍ଥଳେ ଆଉ ଗୋଟିଏ ନାରୀ ତା’ ଅଧିକାର ପାଇଁ କରୁଥିବା ସଂଗ୍ରାମ ଜନସାଧାରଣଙ୍କୁ ଆବେଗ ପ୍ରବଣ କରିଦେଇଛି। ଏହି ଘଟଣା ଏବଂ ସଂପୃକ୍ତା ନାରୀ ଦୁଇଙ୍କ ସଂଗ୍ରାମରେ ନିଶ୍ଚୟ ଅନେକ ସମ୍ଭାବନା ଓ ପ୍ରେରଣାର ଉପାଦାନ ରହିଛି।
ଗୋଟିଏ ଘରୋଇ କଲେଜ ପରିସରରେ ଗୋଟାକ ପରେ ଗୋଟାଏ ଅଘଟଣ ଘଟୁଥିବାର ରହସ୍ୟ ଉନ୍ମୋଚନ କରିବାକୁ ଅଣ୍ଟା ଭିଡ଼ିଥିଲା ନାରୀଟିଏ। ପ୍ରଶ୍ନପତ୍ର ଲିକ୍‌ ସହ ଆହୁରି ଅନେକ ଅଭିଯୋଗ କଲେଜ ନଁାରେ ଥିଲେ ସୁଦ୍ଧା ତାହା ରାଜନେତାଙ୍କ ଛତ୍ରଛାୟା ତଳେ ସୁରକ୍ଷିତ ଥିଲା। ଜନସାଧାରଣଙ୍କ ମନରେ ଏଥିପ୍ରତି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଥିଲେ ବି କେହି ଏ ସମ୍ପର୍କରେ ଅଙ୍ଗୁଳି ଉଠାଇବାର ସାହସ କରିପାରୁ ନ ଥିଲେ। ଆଖପାଖ ସରକାରୀ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ଛାତ୍ରୀଛାତ୍ର ସଂଖ୍ୟା ହ୍ରାସ ଘଟି ସଂପୃକ୍ତ କଲେଜରେ ବୃଦ୍ଧି ହେଉଥିଲେ। ରାଜନୈତିକ ପ୍ରୋତ୍ସାହନ ମିଳୁଥିଲା। ସମ୍ପୂର୍ଣ୍ଣ ଘରୋଇ କଲେଜଟିଏ କିନ୍ତୁ ଭିତ୍ତିଭୂମିରେ ରାଜ୍ୟର ଯେକୌଣସି ସ୍ବୟଂଶାସିତ କଲେଜଠୁଁ କୌଣସି ଗୁଣରେ କମ୍‌ ନ ଥିଲା। ପ୍ରଥମ କରି ପାଟି ଖୋଲିବାର ସାହସ କରିଥିଲା ନିର୍ଭୟା ନାରୀଟିଏ। ତା’ ସ୍ବରକୁ ଏପରି ଦମନ କରିଦିଆଗଲା ଯେ, ଯାହା ମାନବ ଇତିହାସରେ କେବେ କେଉଁଠି ଏପରି ବୀଭତ୍ସ ଘଟଣା ଘଟିବାର ଦୃଷ୍ଟାନ୍ତ ଆମ ପାଖରେ ନାହିଁ। ତା’ ଶରୀରକୁ ସିନା ଜାଳି ପୋଡ଼ି ଦିଆଗଲା କିନ୍ତୁ ତା’ର ସତ୍‌ସାହସ ନିର୍ଭୀକତା ସମସ୍ତଙ୍କ ପାଇଁ ପ୍ରଶ୍ନବାଚୀ କରିଦେଲା। ସାରା ଓଡ଼ିଶାରେ ଝିଅଟା ପାଇଁ ନ୍ୟାୟ ଦାବିର ତାତି ଥମିବା ପୂର୍ବରୁ ଆଉ ଗୋଟିଏ ସାହସିନୀ ମହିଳା ନିଜ ଅଧିକାର ସାବ୍ୟସ୍ତ କରିବା ପାଇଁ ଯେଉଁ ସଂଘର୍ଷ କରୁଛି ତାହା ସମଗ୍ର ନାରୀଜାତି ପାଇଁ ପ୍ରେରଣା। ନାରୀଜାତିର ସମ୍ମାନ ଓ ସ୍ବାଧିକାରର ପ୍ରଶ୍ନ। ବିବାହ ଅନୁଷ୍ଠାନ ପ୍ରତି ମର୍ଯ୍ୟାଦାର ପ୍ରଶ୍ନ। ସାହସ ଅଭାବରୁ ଅନେକ ମହିଳା ସ୍ବାମୀ ଓ ଶ୍ୱଶୁର ଘର ସଦସ୍ୟଙ୍କ ସବୁ ଅନ୍ୟାୟ ଅତ୍ୟାଚାରକୁ ମୁଣ୍ଡପାତି ସହି ପୁଣି ଛାଡ଼ପତ୍ରକୁ ମଧ୍ୟ ନୀରବରେ ଗ୍ରହଣ କରିଥାନ୍ତି। ସାରା ଜୀବନ ଦୁଃଖ ଯନ୍ତ୍ରଣାରେ କଟେଇ ଦିଅନ୍ତି। ଆମ ସମାଜରେ ଖୁବ୍‌ କମ୍‌ ପତିପରିତ୍ୟକ୍ତା ମହିଳାଙ୍କ ଭାଗ୍ୟରେ ଦ୍ୱିତୀୟ ବିବାହ କରିବାର ସୁଯୋଗ ଯୁଟିଥାଏ। ଝିଅଟି ଦୃଢ଼ତାର ସହ ଦାବି ସାବ୍ୟସ୍ତ କରିବାକୁ ଯାଇ ଦୁଇପ୍ରକାର ଶିକ୍ଷା ସମାଜକୁ ଦେଉଛି, ବିବାହ ପରି ଏକ ସର୍ବ ପୁରାତନ ଅନୁଷ୍ଠାନକୁ ଏପରି ଅମର୍ଯ୍ୟାଦା କରିବା କୌଣସି ସଭ୍ୟସମାଜ ପକ୍ଷରେ ସ୍ପୃହଣୀୟ ନୁହେଁ। ବିବାହ ପାଇଁ ଶିକ୍ଷାଗତ ଯୋଗ୍ୟତା, ପରିବାରର ଆଭିଜାତ୍ୟ କିମ୍ବା ବଡ଼ ଚାକିରି କିମ୍ବା ଧନ ସମ୍ପତ୍ତି ନୁହେଁ, ବରଂ ଦୁଇଟି ସୁନ୍ଦର ମନ, ଆମତ୍ା, ପ୍ରେମ ଓ ସମର୍ପଣ ଭାବର ଆବଶ୍ୟକତା ରହିଛି। ଝିଅମାନେ ତରବରିଆ ଭାବେ କୌଣସି ବିବାହ ନିଷ୍ପତ୍ତି ନେଇଯିବା ଉଚିତ ନୁହେଁ, ଯାହା ଭବିଷ୍ୟତ ଜୀବନକୁ ଏହିପରି ବିର୍ଯ୍ୟସ୍ତ କରିଦେବ। ଝିଅଟି ଉଚ୍ଚଶିକ୍ଷିତା। ସେ ସ୍ବାମୀ ଓ ତା’ ପରିବାର ବିରୋଧରେ ଅଭିଯୋଗ ଆଣିଛନ୍ତି। ଘଟଣାରେ କିଏ ଦୋଷୀ କିଏ ନିର୍ଦ୍ଦୋଷ ତାହା କୋର୍ଟ ସାବ୍ୟସ୍ତ କରିବ।
ଏମିତି ଅନେକ ମହିଳା ଅଛନ୍ତି ଯେଉଁମାନେ ସ୍ବାମୀ ଘରର ପ୍ରତିପତ୍ତି ଓ ଅହଂର ଶିକାର ହୋଇ ଭରଣପୋଷଣରେ ସନ୍ତୁଷ୍ଟ ରହିବାକୁ ବାଧ୍ୟ ହୁଅନ୍ତି। ଶକ୍ତି ସାମର୍ଥ୍ୟ ଓ ସାହସର ଅଭାବରୁ ମଧ୍ୟଯୁଗୀୟ ନାରୀମାନଙ୍କ ପରି ଭାଗ୍ୟ ଦୋଷ ଦେଇ ନୀରବ ରହନ୍ତି। ଜନସାଧାରଣଙ୍କ ପାଖକୁ ସେମାନଙ୍କ ନୀରବ ଆର୍ତ୍ତନାଦ ପହଞ୍ଚତ୍ପାରେ ନାହିଁ। ସେମାନଙ୍କର ସବୁ ଦୁଃଖ ଯନ୍ତ୍ରଣା ଅରଣ୍ୟ ରୋଦନ ହୋଇ ରହିଯାଏ। କିନ୍ତୁ ସଂପୃକ୍ତା ଝିଅଟିର ନ୍ୟାୟ ପାଇଁ ଲଢ଼େଇକୁ ଲକ୍ଷ୍ୟ କଲେ ମନେହୁଏ ନାରୀମାନେ ପ୍ରକୃତରେ ଦୁର୍ବଳ ନୁହନ୍ତି। ସେମାନେ ଜାଗିଲେଣି, ତାଙ୍କ ପ୍ରତି ଆଉ ବେଶିଦିନ ଅନ୍ୟାୟ କରାଯାଇ ପାରିବ ନାହିଁ।
ଏକବିଂଶ ଶତାବ୍ଦୀ ଏକବିଂଶ ବର୍ଷର ଶେଷ ପାଦରେ ଦୁଇଟି ନାରୀ ଯେଉଁପରି ନିର୍ଭୀକ ଭାବରେ ସଂଗ୍ରାମ କରିଛନ୍ତି ତାହା ନିଶ୍ଚୟ ଆଗାମୀ ଦିନମାନଙ୍କ ପାଇଁ ସକାରାମତ୍କ ବାର୍ତ୍ତା ଆଣିବ। ତା’ ଦୁଃଖରେ ଦୁଃଖୀ ହେବାକୁ ସାହାଯ୍ୟ ସହାୟତାର ହାତ ବଢ଼ାଇବା ପାଇଁ ସମଗ୍ର ନାରୀ ସମାଜ ସଦା ଜାଗ୍ରତ ହୋଇ ରହିଛି, ଏହି ଆଶ୍ୱାସନା ତାକୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେବ।
୨୧୩ ସି-ବ୍ଲକ୍‌, ଏମେରାଲ୍ଡ ଆପାର୍ଟମେଣ୍ଟ, ଲକ୍ଷ୍ମୀସାଗର, ଭୁବନେଶ୍ୱର
ମୋ-୯୪୩୭୦୩୩୦୭୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?