ଏଇ ଭାରତରେ

ପ୍ଲାଷ୍ଟିକ୍‌ ବର୍ଜ୍ୟ ଏବେ ନଦୀ, ହ୍ରଦ ଓ ସମୁଦ୍ରରେ ଜଳଜୀବଙ୍କ ପାଇଁ ବିପଦ ପାଲଟିଛି। ଏଭଳି ସ୍ଥିତିକୁ ସମସ୍ତେ ହୃଦୟଙ୍ଗମ କଲେ ମଧ୍ୟ ୨୪ ବର୍ଷୀୟ ସ୍ନେହା ସାହିଙ୍କ ଚିନ୍ତାଧାରା ଭିନ୍ନ। ଗୁଜରାଟର ଝିଅ ସ୍ନେହା ନିଜ ଟିମ୍‌କୁ ନେଇ ନଦୀରୁ ପ୍ଲାଷ୍ଟିକ୍‌ ବର୍ଜ୍ୟ ସଫା କରିବା ସହ ଅନ୍ୟ ସଫେଇ କାର୍ଯ୍ୟରେ ଲାଗିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ସେମାନେ ‘ଭୁଖି ଷ୍ଟ୍ରିମ୍‌ ପ୍ରୋଜେକ୍ଟ’ରେ ଭୁଖି ନଦୀରୁ ୭୦୦ କେ.ଜି. ବର୍ଜ୍ୟ ସଫା କରି କଇଁଚ୍ଛଙ୍କ ପାଇଁ ସୁରକ୍ଷିତ ଜୀବନ ସୁନିଶ୍ଚିତ କରିପାରିଛନ୍ତି। ଜାତିସଂଘ ପରିବେଶ କାର୍ଯ୍ୟକ୍ରମ(ୟୁଏନ୍‌ଇପି)ର ପ୍ଲାଷ୍ଟିକ୍‌ ଟର୍ନର ଚ୍ୟାଲେଞ୍ଜ ଦ୍ୱାରା ତାଙ୍କ ଟିମ୍‌ ପ୍ରେରିତ ତଥା ଅନୁବନ୍ଧିତ ହେବା ପରେ ଏହି କାର୍ଯ୍ୟ ୨୦୧୯ରେ ବରୋଦାର ମହାରାଜା ସୟଜୀରାଓ ୟୁନିଭର୍ସିଟିରେ ଆରମ୍ଭ କରିଥିଲେ। ଏହି ଅଭିଯାନ ପାଇଁ ତାଙ୍କ ୧୮ ଜଣିଆ ଟିମ୍‌କୁ ଆମ ଦେଶ ସ୍ବୀକୃତି ଦେଲା ପରେ ସେମାନେ ତାଙ୍କ କାର୍ଯ୍ୟ ଜାରି ରଖିଛନ୍ତି। ଭୁଖିତ୍ ନଦୀରୁ ସଂଗ୍ରହ କରିଥିବା ପ୍ଲାଷ୍ଟିକ ବର୍ଜ୍ୟକୁ ରିସାଇକ୍ଲିଂ ମଧ୍ୟ କରିଛନ୍ତି। ସେଥିରୁ ଓ୍ବାଲ ହ୍ୟାଙ୍ଗିଙ୍ଗ ଓ ପ୍ଲାଣ୍ଟର ପ୍ରସ୍ତୁତ କରାଯାଇଛି। ଏହି କାର୍ଯ୍ୟ ଲାଗି ସ୍ନେହା ଏବଂ ତାଙ୍କ ଟିମ୍‌କୁ ୟୁଥ୍‌ ଫର୍‌ ଆଓ୍ବାର୍ଡ ମିଳିଛି। ଏହା ବ୍ୟତୀତ ସ୍ନେହା ମଧ୍ୟ ସ୍ଥାନୀୟ ଏନ୍‌ଜିଓଗୁଡ଼ିକରେ ସଫେଇ ଓ ଜଳସଂରକ୍ଷଣ କାର୍ଯ୍ୟକଳାପରେ ଜଡ଼ିତ ରହିଛନ୍ତି। ପରିବେଶକୁ ପ୍ର୍ରଦୂଷଣମୁକ୍ତ ରଖିବାରେ ତାଙ୍କ ଅଭିଯାନ ଛାତ୍ରୀଛାତ୍ରମାନଙ୍କୁ ନୂଆ ରାସ୍ତା ଦେଖାଇଛି।


Enter your email to get our daily news in your inbox.

All Right Reserved By Dharitri.Com
Dillip Cherian

ନିଯୁକ୍ତିକୁ ଚ୍ୟାଲେଞ୍ଜ

ତେଲଙ୍ଗାନା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମେମ୍ବର ସେକ୍ରେଟାରି ତଥା ଆଇଏଏସ୍‌ ଅଧିକାରୀ ନୀତୁ କୁମାରୀ ପ୍ରସାଦଙ୍କ ପାଇଁ ଅଡୁଆ ବଢିଛି। ତାଙ୍କୁ ପଦବୀରୁ ହଟାଇବା ଲାଗି...

ଖାଦ୍ୟ ବ୍ୟବସ୍ଥାରେ ପରିବର୍ତ୍ତନ ଜରୁରୀ

ସିମୋନ ଜାଡେକ୍‌ ସାମ୍ପ୍ରତିକ ସମୟରେ ଗ୍ଲୋବାଲ ଫୁଡ୍‌ ସିଷ୍ଟମ ବା ବୈଶ୍ୱିକ ଖାଦ୍ୟ ବ୍ୟବସ୍ଥା ପରିବେଶ ପ୍ରତିକୂଳ ହୋଇଯାଇଛି। ଏହାର ମୂଲ୍ୟ ପ୍ରାୟ ୮ ଟ୍ରିଲିୟନ...

ମାଗଣା ଯୋଜନା ଓ ଭବିଷ୍ୟତ

ଏବେ ଆମ ଜନପ୍ରିୟ ଗଣତାନ୍ତ୍ରିକ ସରକାର ନିର୍ବାଚନରେ ବାରମ୍ବାର ଜିତି ଶାସନ କ୍ଷମତା ଅକ୍ତିଆର କରିବାକୁ କେବଳ ଟଙ୍କା, ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ...

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବାରେ ଗୁଜରାଟର ଜଣେ ମହିଳାଙ୍କ ଅଭିଯାନ ବେଶ୍‌ ପ୍ରଶଂସନୀୟ। ଏହି ମହିଳା ଜଣକ ହେଉଛନ୍ତି ଅହମଦାବାଦର ଗଜ୍‌ଲା ପଲ୍‌। ସେ ସାମର୍ଥ୍ୟ...

ଭିଟାମିନ୍‌ ଓ ସ୍ୱାସ୍ଥ୍ୟ

ଭାରତରେ ଅଧିକାଂଶ ଲୋକଙ୍କ ଅଭ୍ୟାସ ରହିଛି ଯଦି ସେମାନଙ୍କୁ କୌଣସି ରୋଗ ହୁଏ ଡାକ୍ତରଙ୍କ ପରାମର୍ଶ ନେବା ଅପେକ୍ଷା ଦୋକାନରୁ ଔଷଧ କିଣି ସେବନ କରିଥାଆନ୍ତି।...

ମୃତ୍ୟୁ ପାଇଁ ଅଧିତ୍କାର

ପିଟର ସିଙ୍ଗର ମୃତ୍ୟୁ ପାଇଁ ସହାୟତାର ଅଧିକାର ଲଗାତର ମଜଭୁତ ହେବାରେ ଲାଗିଛି। ସ୍ପେନ ପାର୍ଲାମେଣ୍ଟ ଏକ ଆଇନ ପାସ୍‌ କରିଛି, ଯାହା ଜୁନ୍‌ରେ କାର୍ଯ୍ୟକାରୀ...

ଭସ୍ମାସୁର

ଖବର ମିଳିଛି ଯେ ଆଫଗାନିସ୍ତାନର ତାଲିବାନ୍‌ ସରକାର ସୁଇସାଇଡ୍‌ ବମ୍ବର ବା ଆତ୍ମଘାତୀ ବୋମାଧାରୀଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନକୁ ଆଣିବ। ସ୍ବତନ୍ତ୍ର କାର୍ଯ୍ୟାନୁଷ୍ଠାନ ବେଳେ ସେମାନଙ୍କୁ...

ହାତୀ ମଲେ, ଜିଇଲେ

ଓଡ଼ିଶାରେ ଏଇ କିଛି ଦିନ ହେବ ହାତୀଙ୍କ ମୃତ୍ୟୁ ଓ ଆହତ ହେବା ବିଷୟ ନିତିଦିନିଆ ଘଟଣା ହୋଇଗଲାଣି। ଗତ ସପ୍ତାହରେ ନରସିଂହପୁର ବନାଞ୍ଚଳରେ ଶିକାରୀ...

Advertisement
Archives

Model This Week