ଝିଅ ଜନ୍ମ ହେବାରୁ ନିର୍ଯାତନା ପରେ ହତ୍ୟା

ଗୋପାଳପୁର,୨୭ା୬: ମହିଳାଙ୍କୁ ଯୌତୁକ ଜନିତ ହତ୍ୟା ଅଭିଯୋଗରେ ଗୋପାଳପୁର ପୋଲିସ ଜଣେ ଯବାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଗୋଳାବନ୍ଧ ସ୍ଥିତ ଆର୍ମି ଏଡ଼ି କଲେଜର ନାଏକ ଭାବେ କାର୍ଯ୍ୟ କରୁଥିବା ଆନନ୍ଦ ସିଂ (୩୦)।

ମିଳିଥିବା ସୂଚନା ମୁତାବକ, ଉତ୍ତରପ୍ରଦେଶ ରାଜ୍ୟ ପ୍ରୟାଗରାଜ ଜିଲା ଧରବାର ଗ୍ରାମର ମାନ ସିଂଙ୍କ ଝିଅ କାମିନୀ ସିଂଙ୍କୁ ଝାରସୁଗୁଡ଼ା ଅଞ୍ଚଳର ଆନନ୍ଦ ସିଂ ୨୦୧୯ ମାର୍ଚ୍ଚରେ ବିବାହ କରିଥିଲେ। ବିବାହର କିଛି ମାସ ପରେ ଆନନ୍ଦ ଅଧିକ ଯୌତୁକ ଦାବି କରିବା ସହ ଓ ଝିଅ ଜନ୍ମ ହେଲା ବୋଲି ସ୍ତ୍ରୀ କାମିନୀଙ୍କୁ ନିର୍ଯାତନା ଦେଉଥିଲେ। ଏନେଇ ବିଭିନ୍ନ ସମୟରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହୁଥିଲା। ଗତ ୨୩ ତାରିଖ ରାତିରେ କାମିନୀ ବେକରେ ଲୁଗା ଲଗାଇ ଫ୍ୟାନ୍‌ରେ ଓହଲି ପଡିଥିବା ନେଇ ଆନନ୍ଦ ତାଙ୍କର ବାପାଙ୍କୁ ଖବର ଦେଇଥିଲେ। ୨୪ ତାରିଖରେ ପୋଲିସ ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା(ନଂ. ୮/୨୧) ରୁଜୁ କରିଥିଲା। ହେଲେ ଶନିବାର ମୃତ କାମିନୀଙ୍କ ବାପା ଝିଅକୁ ଯୌତୁକ ଏବଂ ଝିଅ ଜନ୍ମ ହେଲା ବୋଲି ନିର୍ଯାତନା ହେବା ସହ ଗୋପାଳପୁର ଥାନାରେ ଏକ ହତ୍ୟା ଅଭିଯୋଗ କରିଥିଲେ। ପରବର୍ତ୍ତୀ ସମୟରେ ପୋଲିସ ଯୌତୁକ ନିର୍ଯାତନା ସହ ଏକ ହତ୍ୟା ମାମଲା(ନଂ. ୯୫/୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ପୋଲିସ ଯବାନ ଆନନ୍ଦଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୁଗୁଡାଥାନାର ପୁଣି ୧୬ପୋଲିସ କର୍ମଚାରୀଙ୍କ ସହ କାନସୁକା ଗ୍ରାମର ସ୍ବାମୀ, ସ୍ତ୍ରୀ କରୋନା ସଂକ୍ରମିତ

ବୁଗୁଡା,୪।୭(ଡି.ଏନ୍‌.ଏ): ଗଞ୍ଜାମ ଜିଲା ବୁଗୁଡା ବ୍ଳକ ଅନ୍ତର୍ଗତ ଗୌଡିଆବୋରଦା ପଞ୍ଚାୟତ ଅନ୍ତର୍ଗତ କାନସୁକା ଗ୍ରାମର ଗୋଟିଏ ପରିବାରର ସ୍ବାମୀ ଓ ସ୍ତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ...

ମିଳିଲା କ୍ଷମତା: ଜବରଦଖଲ ଉଚ୍ଛେଦ କରିପାରିବେ ତହସିଲଦାର

ଭୁବନେଶ୍ୱର,୧୫।୯(ବ୍ୟୁରୋ): ସର୍ବସାଧାରଣ ସ୍ଥାନରୁ ଜବରଦଖଲ ଉଚ୍ଛେଦ କରିବା ଲାଗି ରାଜ୍ୟ ସରକାର ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ଇଷ୍ଟେଟ ଅଫିସର କ୍ଷମତା ପ୍ରଦାନ କରିଛନ୍ତି। ଏ...

ଶକ୍ତିମନ୍ତ୍ରୀଙ୍କ ତାଗିଦ୍‌ ପରେ ମଣ୍ଡିରୁ ଉଠିଲା ଧାନ

ଜୁନାଗଡ,୧୮।୬(ଡି.ଏନ୍‌.ଏ)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକର ବିଭିନ୍ନ ମଣ୍ଡିକୁ ଜୁନାଗଡ ବିଧାୟକ ତଥା ଶକ୍ତିମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ର ପରିଦର୍ଶନ କରିଛନ୍ତି। ମନ୍ତ୍ରୀ ଦିବ୍ୟଶଙ୍କର ପ୍ରଥମେ ବ୍ଲକର...

ଜଙ୍ଗଲ ଜମି ମାଲଗୋଡ଼ାରୁ ଚାଲିଛି କଳାପଥର ଲୁଟ୍‌

ଯାଜପୁର ଅଫିସ,୧୪।୫: ଯାଜପୁର ଜିଲା ଧର୍ମଶାଳା ତହସିଲର କଳାପଥର ଖାଦାନ କେଳେଙ୍କାରୀକୁ ନେଇ ଏବେ ପ୍ରଶାସନ ଦୋମୁହଁା ନୀତି ଅବଲମ୍ବନ କରୁଥିବା ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି।...

ଭୋଟ ଗଣତି ପାଇଁ ପ୍ରସ୍ତୁତି: ଜିଲାପାଳ,ଏସ୍‌ପି ଭଞ୍ଜନଗର କେନ୍ଦ୍ର ପରିଦର୍ଶନ କଲେ

ଭଞ୍ଜନଗର,୨୦।୫(ଡି.ଏନ.ଏ.)-ଆସନ୍ତା ୨୩ ତାରିଖରେ ଭୋଟ ଗଣତି କରାଯିବ। ଏଥିପାଇଁ ଭୋଟଗଣତି କେନ୍ଦ୍ର ଗୁଡ଼ିକରେ ପ୍ରସ୍ତୁତି ଚାଲିଛି। ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜରେ ଆସିକା, ସୋରଡ଼ା...

ନୂଆପଡା ପ୍ରିମିୟର ଲିଗ ଫୁଟବଲ ଟୁର୍ନାମେଣ୍ଟ: କୋମନା, ମହାମାୟା ବିଜୟୀ

ନୂଆପଡା ଅଫିସ,୩୦ା୮-ସ୍ଥାନୀୟ ମିନିଷ୍ଟାଡିୟମରେ ଚାଲିଥିବା ନୂଆପଡା ପ୍ରିମିୟର ଲିଗ ଫୁଟବଲ ଟୁର୍ନାମେଣ୍ଟର ଗୁରୁବାର ଦ୍ୱିତୀୟ ଦିନରେ ୨ଟି ମ୍ୟାଚ ଅନୁଷ୍ଠିତ ହୋଇଛି। କୋମନା ଦଳ ଦବଙ୍ଗ...

ଆଜି ଆଉ ୬୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୭୪୨୬କୁ ବୃଦ୍ଧି

ଭୁବନେଶ୍ୱର,୨୩ା୮(ବ୍ୟୁରୋ): ରାଜ୍ୟରେ ଯଦିଓ କରୋନା ସଂକ୍ରମଣ କମିଛି କିନ୍ତୁ ଦୈନିକ ମୃତ୍ୟୁସଂଖ୍ୟା ୬୦ ତଳକୁ କମୁନି। ସୋମବାର ସର୍ବାଧିକ ୬୮ ଜଣଙ୍କ ଜୀବନ ନେଇଛି କରୋନା।...

ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କୁ ଆଶ୍ୱସ୍ତି

ଭୁବନେଶ୍ୱର,୨୫।୨(ବ୍ୟୁରୋ): ବହୁଚର୍ଚ୍ଚିତ ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ କମିଶନରେଟ ପୋଲିସ ତଦନ୍ତ କରିଛି। ଇନ୍‌ଫୋସିଟି ଥାନା ପୋଲିସ ପକ୍ଷରୁ ଶୁକ୍ରବାର ଭୁବନେଶ୍ୱର ଜେଏମ୍‌ଏଫ୍‌ସି-୨ଙ୍କ କୋର୍ଟରେ ମାମଲା...

Advertisement
Archives

Model This Week