ଝିଅ ଜନ୍ମ ହେବାରୁ ନିର୍ଯାତନା ପରେ ହତ୍ୟା

ଗୋପାଳପୁର,୨୭ା୬: ମହିଳାଙ୍କୁ ଯୌତୁକ ଜନିତ ହତ୍ୟା ଅଭିଯୋଗରେ ଗୋପାଳପୁର ପୋଲିସ ଜଣେ ଯବାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଗୋଳାବନ୍ଧ ସ୍ଥିତ ଆର୍ମି ଏଡ଼ି କଲେଜର ନାଏକ ଭାବେ କାର୍ଯ୍ୟ କରୁଥିବା ଆନନ୍ଦ ସିଂ (୩୦)।

ମିଳିଥିବା ସୂଚନା ମୁତାବକ, ଉତ୍ତରପ୍ରଦେଶ ରାଜ୍ୟ ପ୍ରୟାଗରାଜ ଜିଲା ଧରବାର ଗ୍ରାମର ମାନ ସିଂଙ୍କ ଝିଅ କାମିନୀ ସିଂଙ୍କୁ ଝାରସୁଗୁଡ଼ା ଅଞ୍ଚଳର ଆନନ୍ଦ ସିଂ ୨୦୧୯ ମାର୍ଚ୍ଚରେ ବିବାହ କରିଥିଲେ। ବିବାହର କିଛି ମାସ ପରେ ଆନନ୍ଦ ଅଧିକ ଯୌତୁକ ଦାବି କରିବା ସହ ଓ ଝିଅ ଜନ୍ମ ହେଲା ବୋଲି ସ୍ତ୍ରୀ କାମିନୀଙ୍କୁ ନିର୍ଯାତନା ଦେଉଥିଲେ। ଏନେଇ ବିଭିନ୍ନ ସମୟରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହୁଥିଲା। ଗତ ୨୩ ତାରିଖ ରାତିରେ କାମିନୀ ବେକରେ ଲୁଗା ଲଗାଇ ଫ୍ୟାନ୍‌ରେ ଓହଲି ପଡିଥିବା ନେଇ ଆନନ୍ଦ ତାଙ୍କର ବାପାଙ୍କୁ ଖବର ଦେଇଥିଲେ। ୨୪ ତାରିଖରେ ପୋଲିସ ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା(ନଂ. ୮/୨୧) ରୁଜୁ କରିଥିଲା। ହେଲେ ଶନିବାର ମୃତ କାମିନୀଙ୍କ ବାପା ଝିଅକୁ ଯୌତୁକ ଏବଂ ଝିଅ ଜନ୍ମ ହେଲା ବୋଲି ନିର୍ଯାତନା ହେବା ସହ ଗୋପାଳପୁର ଥାନାରେ ଏକ ହତ୍ୟା ଅଭିଯୋଗ କରିଥିଲେ। ପରବର୍ତ୍ତୀ ସମୟରେ ପୋଲିସ ଯୌତୁକ ନିର୍ଯାତନା ସହ ଏକ ହତ୍ୟା ମାମଲା(ନଂ. ୯୫/୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ପୋଲିସ ଯବାନ ଆନନ୍ଦଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଭାରତରେ ନୂଆ ଆଇନ

ନୂଆ ଭାରତ ଆମ ପାଖରେ ଏତେ ଶୀଘ୍ର ଆସିଛି ଯେ, ଆମେ କେଉଁଠି ପହଞ୍ଚିଛୁ ତାହା ଆକଳନ କରିବା ପାଇଁ ପଛକୁ ଟିକେ ଫେରି ଚାହିଁବା ଗୁରୁତ୍ୱପୂର୍ଣ୍ଣ…

ଡିଜି ପାହ୍ୟା: ବରିଷ୍ଠତା ଦେଖିପାରନ୍ତି

ଭୁବନେଶ୍ୱର,୧୪।୬(ସୁନିତ୍‌ ମିଶ୍ର): କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଥିବା ବିଭିନ୍ନ ଡିଜି ପାହ୍ୟାର ପଦବୀରେ ନିଯୁକ୍ତି ପାଇବା ପାଇଁ ଦେଶର ୩୩ ଜଣ ଆଇପିଏସ୍‌ ଅଫିସରଙ୍କ ତାଲିକା ୧୨…

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri