ପରିଧାନ ସମ୍ପର୍କରେ ଜାଣିନି ପୌରପାଳିକା

ଅନୁଗୋଳ ଅଫିସ, ୪।୪: ଅନୁଗୋଳ କୋର୍ଟ ସମ୍ମୁଖ ଗୋପବନ୍ଧୁ ଉଦ୍ୟାନରେ ବିଶିଷ୍ଟ ଗାନ୍ଧିବାଦୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଶାର୍ଟ, ପ୍ୟାଣ୍ଟ ଓ ବୁଟ୍‌ ପିନ୍ଧା ନବନିର୍ମିତ ପ୍ରତିମୂର୍ତ୍ତି ତ୍ରୁଟିପୂର୍ଣ୍ଣ ବୋଲି ଅନୁଗୋଳ ପୌର କର୍ତ୍ତୃପକ୍ଷ ସୋମବାର ସ୍ବୀକାର କରିଛନ୍ତି। ଏପରି ଅନିଚ୍ଛାକୃତ ତ୍ରୁଟି ପାଇଁ ଦୁଃଖ ପ୍ରକାଶ କରିବା ସହ ତ୍ରୁଟିରେ ସୁଧାର ଅଣାଯିବ ବୋଲି ଅନୁଗୋଳ ପୌରାଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ ସ୍ପଷ୍ଟୀକରଣରେ ପ୍ରକାଶ କରିଛନ୍ତି। ତେବେ ବରପୁତ୍ରମାନଙ୍କ ସଂଗ୍ରହ କରାଯାଇଥିବା ଆବକ୍ଷ ପ୍ରତିଛବିରେ ସେମାନଙ୍କ ସମ୍ପୂର୍ଣ୍ଣ ପୋଷାକ ସମ୍ପର୍କରେ ସୂଚନା ନ ଥିବା ବିଷୟ ସ୍ପଷ୍ଟୀକରଣରେ ଉଲ୍ଲେଖ କରାଯିବା ଉକ୍ତ ବିବାଦକୁ ଅଧିକ ତେଜିଛି। ବରପୁତ୍ରମାନଙ୍କ ପୋଷାକ ସମ୍ପର୍କରେ ପୌରପାଳିକା ଅଜ୍ଞ ବୋଲି କୁହାଯିବାକୁ ନେଇ ଜିଲାର ବୁଦ୍ଧିଜୀବୀ ଚକିତ ହୋଇଥିବା ବେଳେ ଏପରି ସ୍ପଷ୍ଟୀକରଣକୁ ସାଧାରଣରେ ନାପସନ୍ଦ କରାଯାଇଛି।
ପ୍ରକାଶ ଯେ, ଓଡ଼ିଶା ଦିବସ ଓ ଅନୁଗୋଳ ଜିଲା ପ୍ରତିଷ୍ଠାର ୩୦ ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କରିବାକୁ ପୌର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅନେକ ଯୋଜନା ହୋଇଥିଲା। ସେଥିମଧ୍ୟରୁ ସହରରେ ଥିବା ଗୋପବନ୍ଧୁ ପାର୍କରେ ୧୧ ଜଣ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଥିଲା। କିନ୍ତୁ ଧୋତି ଓ କୁର୍ତ୍ତା ପରିବର୍ତ୍ତେ ଶାର୍ଟ, ପ୍ୟାଣ୍ଟ, ବୁଟ୍‌ ପିନ୍ଧା ନବକୃଷ୍ଣ ଚୌଧୁରୀଙ୍କ ପ୍ର୍ରତିମୂର୍ତ୍ତି ନିର୍ମାଣ କରାଯାଇଥିବାରୁ ଏହାକୁ ନେଇ ବିବାଦ ଦେଖାଦେଇଥିଲା। ନବକୃଷ୍ଣଙ୍କ ଝିଅ ଗାନ୍ଧିବାଦୀ ତଥା ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତିଙ୍କ ସହ ଜିଲାର ଅନେକ ବୁଦ୍ଧିଜୀବୀ, ସଚେତନ ନାଗରିକ ପୌରପାଳିକାର ଏପରି କାର୍ଯ୍ୟକୁ ତୀବ୍ର ନିନ୍ଦା କରିଥିଲେ। ସାଧାରଣରେ କଡ଼ା ସମାଲୋଚିତ ପୌର କର୍ତ୍ତୃପକ୍ଷ ଏହା ଉପରେ ତୁରନ୍ତ ସ୍ପଷ୍ଟୀକରଣ ଦେଇ କହିଛନ୍ତି, ଏକ ମହତ ଉଦ୍ଦେଶ୍ୟ ରଖି ଜିଲାର ବରପୁତ୍ରମାନଙ୍କ ପୂର୍ଣ୍ଣ ଅବୟବ ପ୍ରତ୍ତିମୂର୍ତ୍ତି ଗୋପବନ୍ଧୁ ଉଦ୍ୟାନରେ ସ୍ଥାପନା କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ସମସ୍ତ ବରପୁତ୍ରମାନଙ୍କ ଆବକ୍ଷ ପ୍ରତିଛବି ସଂଗ୍ରହ କରାଯାଇଥିଲା, ଯେଉଁଥିରେ ସେମାନଙ୍କ ସମ୍ପୂର୍ଣ୍ଣ ପରିଧାନର ସୂଚନା ନ ଥିଲା। ଜିଲାର ଅନେକ ବୁଦ୍ଧିଜୀବୀଙ୍କ ପରାମର୍ଶ ନିଆଯାଇଥିଲେ ମଧ୍ୟ ଏ ବିଷୟରେ ସ୍ପଷ୍ଟ ସୂଚନା ମିଳିପାରି ନ ଥିଲା। ଫଳରେ କେତେଜଣ ବରପୁତ୍ରଙ୍କ ପରିଧାନ ଧୋତି, କୁର୍ତ୍ତା ବଦଳରେ ଭୁଲବଶତଃ ପ୍ୟାଣ୍ଟ ଓ କୋଟ୍‌ କରାଯାଇଥିଲା। ପରେ ଏ ବିଷୟରେ ସୂଚନା ମିଳିବାରୁ ପୌର ପରିଷଦ ତରଫରୁ ତ୍ରୁଟି ସଂଶୋଧନ କରାଯିବା କାର୍ଯ୍ୟ ଆରମ୍ଭ ହୋଇଛି।
ଏ ସମ୍ପର୍କରେ ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତି କହିଛନ୍ତି, ଓଡ଼ିଶା ଦିବସ ପୂର୍ବଦିନ ବାପିଙ୍କୁ କୋଟ୍‌ ଓ ବୁଟ୍‌ ପିନ୍ଧାଯାଇଥିବା ଫଟୋ ଦେଖିବା ପରେ ଚକିତ ହୋଇଯାଇଥିଲି। ପୌରପରିଷଦ ବରପୁତ୍ରଙ୍କୁ ଏପରି ଅବମାନନା କରିବା ଅପେକ୍ଷା ପ୍ରତିମୂର୍ତ୍ତି ପ୍ରତିଷ୍ଠା ନ କରିଥିଲେ ଭଲ ହୋଇଥାନ୍ତା। ରାଷ୍ଟ୍ରୀୟ ଯୁବା ସଙ୍ଗଠନର ରାଜ୍ୟ ସଂଯୋଜକ ସୂର୍ଯ୍ୟନାରାୟଣ ନାଥ କହିଛନ୍ତି, ଜଣେ ମହାନ୍‌ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତିକୁ ପ୍ରଶାସନ ବିକୃତ ରୂପ ଦେବା ଦୁର୍ଭାଗ୍ୟର କଥା। ଉତ୍କଳ ସମ୍ମିଳନୀ ଅନୁଗୋଳ ଜିଲା ଶାଖା ସଭାପତି ପ୍ରାଧ୍ୟାପକ ବିଶ୍ବରଞ୍ଜନ ପ୍ରଧାନ କହିଛନ୍ତି, ପୌରପରିଷଦ ତୁରନ୍ତ ତ୍ରୁଟି ସଂଶୋଧନ କରି ସ୍ବାଧୀନତା ସଂଗ୍ରାମୀଙ୍କୁ ଯଥୋଚିତ ସମ୍ମାନ ପ୍ରଦାନ କରୁ। ଅନୁଗୋଳ ପୌର ପରିଷଦ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ କହିଛନ୍ତି, ନିର୍ମାଣ ହୋଇଥିବା ୧୧ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ଉଦ୍‌ଘାଟନ କରାଯାଇନାହିଁ। ତ୍ରୁଟି ଜଣାପଡ଼ିଥିବାରୁ ୭ ଦିନ ମଧ୍ୟରେ ସଂଶୋଧନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?