କରୋନା ମହାମାରୀକୁ ଦୂରେଇବା ପାଇଁ ମୁମ୍ବାଇ ପୋଲିସର ମଜାଦାର ପୋଷ୍ଟ

ମୁମ୍ବାଇ,୧୨ ।୩: କରୋନା ମହାମାରୀକୁ ନେଇ ବିଭିନ୍ନ ରାଜ୍ୟର ପୋଲିସଙ୍କ ଦ୍ୱାରା ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି । ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ପୋଲିସ ଲୋକଙ୍କୁ ସଚେତନ କରୁଛି । ମୁମ୍ବାଇ ପୋଲିସର ଇନଷ୍ଟାଗ୍ରାମ ଏକାଉଣ୍ଟ ଏଥିପାଇଁ ଖୁବ୍ ଚର୍ଚ୍ଚାରେ । ଏବେ ପୁଣିଥରେ ମୁମ୍ବାଇ ପୋଲିସ ଦ୍ୱାରା ଇନଷ୍ଟାଗ୍ରାମରେ ଏମିତି ଏକ ପୋଷ୍ଟ କରାଯାଇଛି ଯାହା ଭାଇରାଲ ହେବାରେ ଲାଗିଛି । ଉକ୍ତ ପୋଷ୍ଟରେ ପିଜା, ବିରିୟାନି, ଚକୋଲେଟ୍ ଶେୟାର କରି ପୋଲିସ ପ୍ରେମୀ ଯୁଗଳଙ୍କ ତୁଳନା କରିଛି । କିଛି ଫଟୋକୁ କୋଲାଜ କରାଯାଇ ଗୋଟିଏ ଫଟୋ ତିଆରି କରାଯାଇଛି ଯେଉଁଥିରେ ମାସ୍କ ପିନ୍ଧିଥିବାର ଏକ ଫଟୋ ବି ରହିଛି । ଏହି ଫଟୋ ଶେୟାର କରାଯାଇ ଲେଖାଯାଇଛି ପିଜା ସହ ପାଇନ ଆପଲ୍ ହୁଏତ ଠିକ୍ ଲାଗିପାରେ କିନ୍ତୁ ଦାଢିରେ ମାସ୍କ ପିନ୍ଧିବାର ଯେଉଁ କମ୍ବିନେଶନ ତାହା ଆଦୌ ଠିକ୍ ଲାଗୁନାହିଁ । କାରଣ ଉକ୍ତ ଫଟୋରେ ଜଣେ ବ୍ୟକ୍ତି ମୁହଁରେ ନୁହେଁ ଦାଢିରେ ମାସ୍କ ପିନ୍ଧିଥିବା ଦେଖାଯାଇଛି । ମୁମ୍ବାଇ ପୋଲିସର ଏହି ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି । ଏବେ ପୁଣିଥରେ କରୋନା ମାହାମାରୀ ଫେରିଥିବା ବେଳେ ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି । ଯାହା ଉଭୟ ରାଜ୍ୟ ସରକାର ଓ ଦେଶବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ୬୫୪. ୫ ମି.ମି. ରେକର୍ଡ ବର୍ଷା, ଭାଙ୍ଗିଲା ୮ ଘର

କୋରାପୁଟ,୩୦ା୭(ଅମିତାଭ ବେହେରା): ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାର ୧୪ ବ୍ଲକରେ ମୋଟ ୬୫୪.୫ ମି.ମି. ବର୍ଷା ରେକର୍ଡ ହୋଇଛି। ହାରାହାରି ବର୍ଷାର ପରିମାଣ ୪୬.୭୫…

ଆମେରିକାର ବଡ଼ ଆକ୍ରମଣ, ଧ୍ୱଂସ ହେଲା ଇରାନର ସାମରିକ ଘାଟି

ବାଗଦାଦ୍‌,୩୦।୭: ଆମେରିକୀୟ ସେନା ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ବଡ଼ ଜବାବ ଦେଇଛି ଆମେରିକା। ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ଅନୁଯାୟୀ ଇରାନର ବିପ୍ଳବୀ ଗାର୍ଡ କୋର୍‌(ଆଇଆରଜିସି)ର…

ଜର୍ସି ସମର୍ଥନରେ ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ,୩୦ା୭: ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁରୁଷ ଦଳର ଅଧିନାୟକ ହରମନପ୍ରୀତ ଏଥିପ୍ରତି…

ଲୋକ ସଭା ପରେ ରାଜ୍ୟ ସଭାରେ ବି ମୋହର; ପାରିତ ହେଲା ‘ଆଣ୍ଟି-ପେପର ଲିକ୍ ବିଲ୍’, ଦୋଷୀଙ୍କୁ ହେବ ୧୦ ବର୍ଷ ଜେଲ୍

ନୂଆଦିଲ୍ଲୀ,୩୦।୭: ଲୋକ ସଭାରେ ଆଣ୍ଟି-ପେପର ଲିକ୍ ବିଲ୍ ଗୃହୀତ ହେବା ପରେ, ରାଜ୍ୟ ସଭାରେ ପାସ୍ ହୋଇଛି। ଅଧ୍ୟକ୍ଷ ସି.ଭି. ରାଧାକୃଷ୍ଣନ୍ ଏହାକୁ ଭଏସ୍ ଭୋଟ୍ ଦ୍ୱାରା…

ଜାଭେଲିନ ଫାଇନାଲରେ ଏହି ୩ ଭାରତୀୟ

ଗ୍ଲାସ୍‌ଗୋ,୩୦ା୭: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

୪୮ ଘଣ୍ଟା ପାଇଁ ଧବଳେଶ୍ବର ପୀଠକୁ ଯିବା ମନା: ଲାଗିଲା ପ୍ରଶାସନିକ କଟକଣା

ଆଠଗଡ଼, ୩୦।୭: ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବରଙ୍କ ପୀଠକୁ ଗୁରୁବାର ଅପରାହ୍ଣ ୪ଟାରୁ ପରବର୍ତ୍ତୀ ୪୮ ଘଣ୍ଟା ପାଇଁ ଶ୍ରଦ୍ଧାଳୁଙ୍କ ଯିବା ଆସିବା ସମ୍ପୂର୍ଣ୍ଣ ବାରଣ…

ଟଙ୍କା ହେରଫେର, ପୂର୍ବତନ ସମିତି ସମ୍ପାଦକ ଗିରଫ

ହାଟଡିହୀ,୩୦।୭(ଶୁଭକାନ୍ତ ନାୟକ): ଟଙ୍କା ହେରଫେର ଅଭିଯୋଗରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସଢା ସେବା ସମବାୟ ସମିତିର ପୂର୍ବତନ ସମ୍ପାଦକ ଦୀନବନ୍ଧୁ ଜେନାଙ୍କୁ ଭିଜିଲାନ୍ସ ଗୁରୁବାର ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri