ଅନନ୍ୟାଙ୍କ ପ୍ରଶଂସକ ପାଲଟିଲା ମୁମ୍ବାଇ ପୋଲିସ

ମୁମ୍ବାଇ: ନାୟିକା ଅନନ୍ୟା ପାଣ୍ଡେ ନିଜର ଅଭିନୟକୁ ନେଇ ନ୍ୟୁ କମର ଭାବେ ବଲିଉଡରେ ସୃଷ୍ଟି କରିଛନ୍ତି ନିଜର ଏକ ଭିନ୍ନ ପରିଚୟ । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଅନନ୍ୟାଙ୍କ ଖୁବ୍ ପ୍ରଶଂସକ ବି ରହିଛନ୍ତି । କେବେ କେବେ ସେ ସୋସିଆଲ ମିଡିଆ ୟୁଜର୍ସଙ୍କ ବାଃ ବାଃ ପାଇ ଥାଆନ୍ତି ତ ପୁଣି କେବେ କେବେ ଟ୍ରୋଲ ବି ହୋଇ ଥାଆନ୍ତି । ହେଲେ ଏବେ ଏହି ଅଭିନେତ୍ରୀଙ୍କ ପ୍ରଶଂସକ ପାଲଟି ଯାଇଛି ମୁମ୍ବଇ ପୋଲିସ । ଅନନ୍ୟା ଏବେ ମୁମ୍ବାଇ ସାଇବର ପୋଲିସ ସହ ମିଶି ସାଇବର କ୍ରାଇମ ଉପରେ ସଚେତନତା ସୃଷ୍ଟି କରିବା ଆରମ୍ଭ କରିଛନ୍ତି । ନିକଟରେ ସେ ମୁମ୍ବାଇ ପୋଲିସର ସାଇବର ଅପରାଧ ଶାଖାର ଏସିପି ସନ୍ଦିପ କାର୍ତ୍ତିକ, ପିଏସ୍‌ଆଇ ଦତ୍ତାତ୍ରେୟ ଜ୍ଞାନେଶ୍ୱର ଭୋଜନେ ତଥା ପିଏସ୍‌ଆଇ ଅଜୟ କାଶୀନାଥ ପାଟିଲଙ୍କ ସହ ଏକ ଭର୍ଚୁଆଲ ମିଟିଂ କରିଥିଲେ । ଏହି ସମୟରେ ସେ ସାଇବର ଅପରାଧ ବିଷୟରେ ଏମାନଙ୍କଠାରୁ କିଛି ଜାଣିବାକୁ ଚାହିଁଥିଲେ । ଏହାସହ ସାଇବର ଅପରାଧକୁ ନେଇ ସେ କେତେଜଣ ବିଶେଷଜ୍ଞଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ତାଙ୍କର ମୂଳ ଉଦ୍ଦେଶ୍ୟ ଥିଲା ସୋସିଆଲ ମିଡିଆରେ କିପରି ନିଜର ସ୍ପେସ ଷ୍ଟ୍ରଙ୍ଗ କରିହେବ । ଏହାସହ ସାଇବର ଅପରାଧରୁ ନିଜକୁ କିପରି ବଞ୍ଚାଇ ହେବ । ଏହାପରେ ସେ ବିଭିନ୍ନ ସୋସିଆଲ ମିଡିଆରେ ୟୁଜର୍ସଙ୍କୁ ଏ ଦିଗରେ ସାହାଯ୍ୟ କରିବା ଆରମ୍ଭ କରିଛନ୍ତି । ତେବେ ସାଇବର ସ୍ପେସକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବାକୁ ଅନନ୍ୟା ଯେଉଁ କାମ କରୁଛନ୍ତି ତାହା ପ୍ରକୃତରେ ପ୍ରଶଂସାଯୋଗ୍ୟ । ପୂର୍ବରୁ ମଧ୍ୟ ଏହାକୁ ନେଇ ଅଭିନେତ୍ରୀ ସ୍ୱର ଉଠାଇ ସାରିଛନ୍ତି । ଏବେ ମୁମ୍ବାଇ ପୋଲିସ ସହ ମିଶି ଅନନ୍ୟା ଯେଉଁ କାମ କରୁଛନ୍ତି ତାହା ମୁମ୍ବାଇ ପୋଲିସକୁ ଖୁବ୍ ପସନ୍ଦ ଆସିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri