ପ୍ଲେ-ଅଫ୍‌ ଦ୍ୱାରରେ ମୁମ୍ବାଇ

ଆବୁଧାବି, ୨୯।୧୦- ଯଶପ୍ରୀତ ବୁମ୍‌ରାଙ୍କ ଘାତକ ବୋଲିଂ ପରେ ସୂର୍ଯ୍ୟକୁମାର ଯାଦବଙ୍କ ମ୍ୟାଚ ବିଜୟୀ ଇନିଂସ ସହାୟତାରେ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ପ୍ଲେ-ଅଫ୍‌ ଦ୍ୱାରରେ ପହଞ୍ଚତ୍ ଯାଇଛି। ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ୫ ଉଇକେଟରେ ହରାଇବା ପରେ ପ୍ରଥମ ଦଳଭାବେ ମୁମ୍ବାଇ ୧୬ ପଏଣ୍ଟରେ ପହଞ୍ଚତ୍ଛି। ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ୬ ଉଇକେଟ ହରାଇ ୧୬୪ ରନ କରିଥିବାବେଳେ ମୁମ୍ବାଇ ୧୯.୧ ଓଭରରେ ୫ ଉଇକେଟ ହରାଇ ୧୬୬ ରନ ସଂଗ୍ରହ କରି ନେଇଥିଲା। କ୍ରମାଗତ ୨ଟି ମ୍ୟାଚ ହାରିଥିବାରୁ ଆରସିବି ୧୪ ପଏଣ୍ଟରେ ସ୍ଥିର ରହଛି। ଫଳରେ ପ୍ଲେ-ଅଫ୍‌ ସ୍ଥାନ ପାଇଁ ବିରାଟ କୋହଲିଙ୍କ ଦଳର ସଂଘର୍ଷ ଜାରି ରହିଛି।
ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ମୁମ୍ବାଇର କାମଚଳା ଅଧିନାୟକ କିରନ ପୋଲାର୍ଡ। ଆରସିବିର ଦୁଇ ଓପନର ଦେବଦତ୍ତ ପଡିକାଲ ଓ ଜୋଶ୍‌ ଫିଲିପେ ସୁନ୍ଦର ଭାବରେ ଇନିଂସ ଆରମ୍ଭ କରିଥିଲେ। ତୁହେଁ ୩୪ ବଲ୍‌ରୁ ଦଳପାଇଁ ୫୦ ରନର ଭାଗୀଦାରି ଗଢ଼ିଥିବାବେଳେ ପାଓ୍ବରପ୍ଲେ ୬ ଓଭରରେ ଆରସିବି କୌଣସି ଉଇକେଟ ନ ହରାଇ ୫୪ ରନ ସଂଗ୍ରହ କରି ନେଇଥିଲା। ପଡିକାଲ ମାତ୍ର ୩୦ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ଚଳିତ ସିଜନରେ ଏହାଥିଲା ତାଙ୍କର ୪ର୍ଥ ଅର୍ଦ୍ଧଶତକ ଏବଂ ସେଥିମଧ୍ୟରୁ ଦ୍ରୁତତମ। ପୂର୍ବରୁ ସେ ଯଥାକ୍ରମେ ୩୬, ୩୭ ଓ ୩୪ ବଲ୍‌ରୁ ୩ଟି ଅର୍ଦ୍ଧଶତକ ପୂରଣ କରିଥିଲେ। ଚତୁର୍ଥ ଭାରତୀୟ ଖେଳାଳିଭାବେ ନିଜ ପଦାର୍ପଣ ସିଜନରେ ୪ ଅର୍ଦ୍ଧଶତକ ହାସଲ କରିଛନ୍ତି ପଡିକାଲ। ତାଙ୍କ ପୂର୍ବରୁ ୨୦୦୮ରେ ଶିଖର ଧାଓ୍ବନ ଓ ୨୦୧୫ରେ ଶ୍ରେୟାସ ଆୟାର ଏହି ସଫଳତା ପାଇଥିଲେ। ସ୍କୋର ୪୭ ବଲ୍‌ରୁ ୭୧ରେ ପହଞ୍ଚତ୍ବାପରେ ଆଉଟ ହୋଇଥିଲେ ଫିଲିପେ। ସେ ୨୪ ବଲ୍‌ରୁ ୪ ଚୌକା ଓ ୧ ଛକା ସହାୟତାରେ ୩୩ ରନ ସ୍କୋର କରିଥିଲେ। ପଡିକାଲ ଦ୍ରୁତ ହାରରେ ରନ ସଂଗ୍ରହ ପକ୍ରିୟା ଜାରି ରଖିବାରୁ ଆରସିବି ୧୦ ଓଭରରେ ୧ ଉଇକେଟ ହରାଇ ୮୮ ରନ ସଂଗ୍ରହ କରି ନେଇଥିଲା। ମାତ୍ର ଏହାପରେ ଦଳର ରନ ହାରରେ ପତନ ପ୍ରକିୟା ଆରମ୍ଭ ହୋଇଥିଲା। ଅଧିନାୟକ ବିରାଟ କୋହଲି ପାରମ୍ପରିକ ଭାବରେ ଧିମା ଆରମ୍ଭ କରିଥିଲେ। ତେବେ ସେ ୧୪ ବଲ୍‌ରୁ ମାତ୍ର ୯ ରନ କରିଥିବାବେଳେ ପ୍ୟାଭିଲିୟନ ପଥ ଦେଖିଥିଲେ। କୋହଲିଙ୍କୁ ସୌରଭ ତିଓ୍ବାରୀଙ୍କ ହାତରେ କ୍ୟାଚ କରାଇ ମୁମ୍ବାଇର ଯଶପ୍ରୀତ ବୁମ୍‌ରା ଆଇପିଏଲରେ ୧୦୦ ଉଇକେଟ ପୂରଣ କରିଥିଲେ। ବୁମ୍‌ରାଙ୍କ ଅଫ୍‌ଷ୍ଟମ୍ପ ବାହାରର ବଲ୍‌କୁ କୋହଲି ପୁଲ୍‌ ଶଟ୍‌ ଖେଳିବାକୁ ଯିବାପେଳେ ଟପ୍‌ ଏଜ୍‌ ହୋଇ ବହୁ ଉପରକୁ ଉଠି ଯାଇଥିଲା। ଶର୍ଟ ମିଡ୍‌ ଉଇକେଟ ଅଞ୍ଚଳରେ ଏହି କ୍ୟାଚ ନେଇଥିଲେ ସୌରଭ। ସଂଯୋଗ ବଶତଃ ବୁମ୍‌ରାଙ୍କ ପ୍ରଥମ ଆଇପିଏଲ ଉଇକେଟ ମଧ୍ୟ କୋହଲି ଥିଲେ। ଦଳ ବଡ଼ ସ୍କୋର କରିବାକୁ ହେଲେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବି ଡି’ଭିଲର୍ସଙ୍କୁ ତିଷ୍ଠି ରହିବାର ଥିଲା। ମାତ୍ର ଏହି ଦକ୍ଷିଣ ଆଫ୍ରିକୀୟ ଖେଳାଳି ଗୋଟିଏ ଲେଖାଏ ଚୌକା ଓ ଛକା ସହାୟତାରେ ମାତ୍ର ୧୫ ରନ କରି କିରନ ପୋଲାର୍ଡଙ୍କ ବଲ୍‌ରେ ଆଉଟ ହୋଇଥିଲେ। ସ୍ମରଣୀୟ ଇନିଂସ ଖେଳିଥିବା ପଡିକାଲ ୪୫ ବଲ୍‌ରୁ ୧୨ ଚୌକା ଓ ୧ ଛକା ସହାୟତାରେ ସର୍ବାଧିକ ୭୪ ରନ କରି ୫ମ ଖେଳାଳିଭାବେ ପ୍ୟାଭିଲିୟନ ଫେରିଥିଲେ। ମିଡିଲ ଅର୍ଡରରେ ଶିବମ୍‌ ଦୁବେ ୬ ବଲ୍‌ରୁ ୨ ଓ କ୍ରିସ୍‌ ମୋରିସ ୨ ବଲ୍‌ରୁ ୪ ରନ କରି ଆଉଟ ହେବାରୁ ୧୭.୨ ଓଭର ବେଳକୁ ସ୍କୋର ୧୩୮/୬ ହୋଇ ଯାଇଥିଲା। ୧୭ତମ ଓଭରରେ ବୁମ୍‌ରା ମେଡେନ ନେବା ସହ ପଡିକାଲ ଓ ଦୁବେଙ୍କ ଉଇକେଟ ନେଇ ଆରସିବିକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। ଶେଷ ଭାଗରେ ଗୁରକୀରଟ ସିଂ ମାନ୍‌ ୧୧ ବଲ୍‌ରୁ ୧୪(୨ ଚୌକା) ଓ ଓ୍ବାଶିଂଟନ ସୁନ୍ଦର ୬ ବଲ୍‌ରୁ ୧୦(୧ ଚୌକା) ରନରେ ଅପରାଜିତ ରହିବାରୁ ଆରସିବି ସ୍କୋର ୨୦ ଓଭରରେ ୧୬୪ରେ ପହଞ୍ଚତ୍ଥିଲା। ଶେଷ ୪ ଓଭରରେ ଦ୍ରୁତ ରନ ସଂଗ୍ରହ କରି ନ ପାରିବା ଆରସିବି ପାଇଁ ଚିନ୍ତାର କାରଣ ହୋଇଛି। ଗତ ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷ ମ୍ୟାଚରେ ଦଳ ୧୬ରୁ ୨୦ ଓଭର ମଧ୍ୟରେ ୪୪ ରନ କରି ୪ ଉଇକେଟ ହରାଇଥିଲା। ଏଥର ଦଳ ଶେଷ ୫ ଓଭରରେ ମାତ୍ର ୩୫ ରନ କରି ୪ ଉଇକେଟ ହରାଇ ବିପଦକୁ ଡାକି ଆଣିଥିଲା। ମୁମ୍ବାଇ ପକ୍ଷରୁ ବୁମ୍‌ରା ଚମତ୍କାର ସ୍ପେଲ (୪-୧-୧୪-୩) ପକାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟ୍ରେଣ୍ଟ ବୋଲ୍ଟ, ରାହୁଲ ଚହର ଓ କିରନ ପୋଲାର୍ଡ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ମୁମ୍ବାଇ ଓପନିଂ ଯୋଡ଼ିରେ ୩୭ ରନ ଯୋଗକରି ପ୍ରଥମ ଉଇକେଟ ହରାଇଥିଲା। କ୍ୱିଣ୍ଟନ ଡି’କକ୍‌ ୧୯ ବଲ୍‌ରୁ ୧୮ ରନ କରି ଆଉଟ ହୋଇଥିଲେ। ଅନ୍ୟତମ ଓପନର ଇଶାନ କିଶନ ୧୯ ବଲ୍‌ରୁ ଦ୍ରୁତ ୨୫(୩ ଚୌକା, ୧ ଛକା) ରନର ଯୋଗଦାନ ଦେଇଥିଲେ। ତେବେ ସୂର୍ଯ୍ୟକୁମାର ଯାଦବ ଖେଳିଥିଲେ ମ୍ୟାଚ ବିଜୟୀ ଇନିଂସ। ସେ ଆରସିବି ବୋଲରଙ୍କୁ ସଫଳ ମୁକାବିଲା କରି ଦଳକୁ ବିଜୟୀ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ସୌରଭ ତିଓ୍ବାରୀ ୫ ଓ କୃନାଲ ପାଣ୍ଡ୍ୟା ୧୦ ରନ କରି ଆଉଟ ହୋଇ ଯାଇଥିଲେ ହେଁ ଏହାର କୌଣସି ପ୍ରଭାବ ସୂର୍ଯ୍ୟକୁମାରଙ୍କ ଉପରେ ପଡ଼ି ନ ଥିଲା। ଶେଷ ୨ ଓଭରରେ ମୁମ୍ବାଇକୁ ୧୬ ରନ ଆବଶ୍ୟକ ହେଉଥିଲା। ୧୯ତମ ଓଭରରେ କ୍ରିସ୍‌ ମୋରିସ ୧୩ ରନ ଦେଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉଇକେଟ ନେଇଥିଲେ। ମାତ୍ର ଆରସିବି ପାଇଁ ଉଇକେଟ ନେବାରେ ସେତେବେଳକୁ ବହୁ ବିଳମ୍ବ ହୋଇ ଯାଇଥିଲା। ସୂର୍ଯ୍ୟକୁମାର ଓ ହାର୍ଦ୍ଦିକ ୫ମ ଉଇକେଟରେ ୫୧ ରନର ଭାଗୀଦାରି ଗଢ଼ି ଦଳକୁ ବିଜୟ ଦ୍ୱାରରେ ପହଞ୍ଚାଇ ସାରିଥିଲେ। ହାର୍ଦ୍ଦିକ ୧୫ ବଲ୍‌ରୁ ୧୭(୨ ଛକା) ରନ ସ୍କୋର କରିଥିଲେ। ୨୦ତମ ଓଭର ବୋଲିଂ କରିଥିବା ମହମ୍ମଦ ସିରାଜଙ୍କ ପ୍ରଥମ ବଲ୍‌ରେ ଚୌକା ମାରି ମୁମ୍ବାଇ ବିଜୟରେ ମୁଣ୍ଡି ମାରିଥିଲେ ସୂର୍ଯ୍ୟକୁମାର। ସେ ୪୩ଟି ବଲ୍‌ ଖେଳି ୧୦ ଚୌକା ଓ ୩ ଛକା ସହାୟତାରେ ୭୯ ରନକରି ଅପରାଜିତ ରହିଥିଲେ। ଆରସିବି ବୋଲରଙ୍କ ମଧ୍ୟରେ ଡେଲ୍‌ ଷ୍ଟେଇନ୍‌ଙ୍କୁ ଖେଳାଇବା ରଣନୀତି ଫେଲ୍‌ ମାରିଥିଲା। ସେ ପୁଣି ମହଙ୍ଗା ସାବ୍ୟସ୍ତ ହୋଇ ୪ ଓଭରରେ ୪୩ ରନ ବ୍ୟୟ କରିଥିଲେ। ଶେଷରେ ତାହା ହିଁ ଦଳ ପରାଜୟର ଅନ୍ୟତମ କାରଣ ପାଲଟିଥିଲା। ୟୁଜବେନ୍ଦ୍ର ଚହଲ ଓ ମହମ୍ମଦ ସିରାଜ ୨ଟି ଲେଖାଏ ଏବଂ କ୍ରିସ୍‌ ମୋରିସ ଗୋଟିଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦ ଓଭରରେ ୧୬୪/୬(ପଡିକାଲ-୭୪, ଫିଲିପେ-୩୩, ବୁମ୍‌ରା-୩/୧୪, ପୋଲାର୍ଡ-୧/୫, ବୋଲ୍ଟ-୧/୪୦, ରାହୁଲ ଚହର-୧/୪୩)। ମୁମ୍ବାଇ ଇଣ୍ଡିଆନ୍ସ ୧୯.୧ ଓଭରରେ ୧୬୬/୫ (ସୂର୍ଯ୍ୟକୁମାର-୭୯*, ଚହଲ-୨/୩୭, ସିରାଜ-୨/୨୮, ମୋରିସ-୧/୩୬)।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

ମିଚେଲ୍‌ ମାର୍ଶଙ୍କ ରିପ୍ଲେସମେଣ୍ଟ ଘୋଷଣା କଲା ଦିଲ୍ଲୀ କ୍ୟାପିଟାଲ୍ଡ: ଏହି ଖେଳାଳିଙ୍କୁ ଦଳରେ କଲା ସାମିଲ

ନୂଆଦିଲ୍ଲୀ, ୨୬ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ର ଅବଶିଷ୍ଟାଂଶ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ମିଚେଲ ମାର୍ଶଙ୍କ ସ୍ଥାନରେ ଆଫଗାନିସ୍ତାନ ଅଲରାଉଣ୍ଡର ଗୁଲ୍‌ବଦିନ ନାଇବଙ୍କୁ ଦଳରେ ସାମିଲ...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ସବୁ ମ୍ୟାଚ୍‌ ଜିତିପାରିବୁ ନାହିଁ…କାହିଁକି ଏମିତି କହିଲେ ୨୦.୫ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡଛି। ବେଙ୍ଗାଲୁରୁ ନିଜ ଘରେ ହାଇଦ୍ରାବାଦକୁ...

୩.୨ ଓଭର-୦ ରନ୍‌-୭ ଉଇକେଟ୍‌: ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌

ବାଲି,୨୬।୪: ଇଣ୍ଡୋନେସିଆର ବାଲିରେ ଖେଳାଯାଇଥିବା ଅନ୍ତର୍ଜାତୀୟ ମହିଳା ଟି-୨୦ ମ୍ୟାଚରେ ବିଶ୍ୱ ରେକର୍ଡ ହାସଲ କରିଛନ୍ତି ଇଣ୍ଡୋନେସିଆର ବୋଲର ରୋହମାଲିଆ। ଏହି ୧୭ ବର୍ଷୀୟା ଅଫ...

ଆରସିବିର ବିଜୟ ପରେ ବଦଳିଗଲା ପଏଣ୍ଟ୍‌ ଟେବୁଲ୍‌: ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ ବି ହେଲା ରୋଚକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସନରାଇଜର୍ସ ହାଇଦ୍ରାବାଦକୁ ୩୫ ରନରେ ପରାସ୍ତ କରିଛି। ଏହି ସିଜିନ୍‌ରେ ଏହା ଆରସିବିର ଦ୍ୱିତୀୟ...

ଶେଷରେ ରିଙ୍କୁ ସିଂଙ୍କ ମନବାଞ୍ଛା ପୂରଣ କଲେ କୋହଲି

ନୂଆଦିଲ୍ଲୀ,୨୬।୪: ଆଇପିଏଲରେ ଅନେକ ରୋଚକ ଘଟଣା ଦେଖିବାକୁ ମିଳେ। ସେହିଭଳି ବର୍ତ୍ତମାନ କିଛି ଦିନ ଧରି କୋଲକାତା ନାଇଟ ରାଇଡର୍ସର ରିଙ୍କୁ ସିଂ ଏବଂ ବିରାଟ...

ଏବେ ବି ଆରସିବିର ପ୍ଲେ ଅଫ୍‌ ଆଶା ଜୀବନ୍ତ: ଜାଣନ୍ତୁ କ’ଣ ରହିଛି ସମୀକରଣ

ହାଇଦ୍ରାବାଦ,୨୬।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫ ରନ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ଫାଫ ଡୁ ପ୍ଲେସିସ୍ଙ୍କ ନେତୃତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri