Posted inଖେଳ

ଶେଷ ଥର ପାଇଁ ଖେଳିବେ ଧୋନୀ, ମେ’ ୨୫ରେ IPL କ୍ୟାରିୟରରେ ପଡ଼ିବ ପୂର୍ଣ୍ଣଚ୍ଛେଦ!  

ନୂଆଦିଲ୍ଲୀ,୨୫।୫: ପୂର୍ବତନ ଟିମ୍‌ ଇଣ୍ଡିଆ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୨୦୧୯ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ହେଲେ ସେ ଇଣ୍ଡିଆନ ପ୍ରିମିୟର ଲିଗରେ ଖେଳିବା ଜାରି ରଖିଥିଲେ। ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ, ତାଙ୍କୁ ଅନେକ ଥର ପଚରାଯାଇଥିଲା ଯେ ସେ କେବେ IPLରୁ ଅବସର ନେଉଛନ୍ତି। କିନ୍ତୁ ସେ କେବେବି ଏହାର ସିଧାସଳଖ ଉତ୍ତର ଦେଇ ନଥିଲେ। ୨୦୨୩ ଏବଂ ୨୦୨୪ ସିଜିନରେ, ପ୍ରଶଂସକମାନେ ଭାବିଥିଲେ ଯେ ସେ ମଧ୍ୟ IPLକୁ ବିଦାୟ ଦେବେ କିନ୍ତୁ ସେ ଏପରି କରି ନ ଥିଲେ। କିନ୍ତୁ ଏବେ ତାଙ୍କ କ୍ୟାରିଅର ମଧ୍ୟ IPL ୨୦୨୫ ସହିତ ଶେଷ ହୋଇଯିବ ବୋଲି କୁହାଯାଉଛି। ସେ ୨୫ ମଇରେ ଅହମ୍ମଦାବାଦରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ IPLର ଶେଷ ମ୍ୟାଚ୍‌ ଖେଳିପାରନ୍ତି।
ପୂର୍ବତନ ଭାରତୀୟ ଖେଳାଳି ମହମ୍ମଦ କୈଫ ୨୫ ମଇରେ ଗୁଜରାଟ ଟାଇଟାନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌କୁ ଏକ ଉତ୍ସବ ପରି ପାଳନ କରିବାକୁ ପ୍ରଶଂସକମାନଙ୍କୁ ଅନୁରୋଧ କରିଛନ୍ତି। ତାଙ୍କ ମତରେ, ଏମ୍‌ଏସ୍‌ ଧୋନୀ ଅଧିନାୟକ ଏବଂ ଖେଳାଳି ଭାବରେ ଶେଷ ଥର ପାଇଁ ପଡ଼ିଆକୁ ଓହ୍ଲାଇପାରନ୍ତି।
ଆପଣଙ୍କୁ କହି ରଖୁଛୁ ଯେ ଏହି ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସର ଏହି ସିଜିନର ଶେଷ ମ୍ୟାଚ୍‌। କୈଫ କହିଛନ୍ତି, “ପ୍ରଶଂସକମାନେ CSK ଏବଂ GT ମଧ୍ୟରେ ମ୍ୟାଚ କୁ ଏକ ଉତ୍ସବ ପରି ପାଳନ କରିବା ଉଚିତ, କାରଣ ଏହା ଧୋନିଙ୍କର ଶେଷ ମ୍ୟାଚ୍‌ ହୋଇପାରେ। ସେ ଅଧିନାୟକ ଏବଂ ଖେଳାଳି ଭାବରେ ଶେଷ ଥର ପାଇଁ ପଡ଼ିଆକୁ ଓହ୍ଲାଇବେ। ତାଙ୍କୁ ପ୍ରେମ ଦିଅ ଏବଂ ଷ୍ଟାଡିୟମକୁ ହଳଦିଆ ରଙ୍ଗ କର।”
କୈଫ ଆହୁରି କହିଛନ୍ତି, “ସେ ଶେଷ ମ୍ୟାଚ ଜିତିବାକୁ ଚାହାଁନ୍ତି। CSK ହେଉଛି ଧୋନୀ ଏବଂ ଧୋନୀ ହେଉଛନ୍ତି CSK। ୮ ମାସ କ୍ରିକେଟରୁ ଦୂରରେ ରହିବା ପରେ ୩ ମାସ ଖେଳିବା କଷ୍ଟକର। ଧୋନି ଏହି ବର୍ଷ ଏହା ବୁଝିପାରିଛନ୍ତି।” ତଥାପି, ଧୋନୀ ଏପରି କୌଣସି ସରକାରୀ ବୟାନ ଦେଇନାହାନ୍ତି। ସେ ସିଜିନ ଆରମ୍ଭରେ କିଛି ସାକ୍ଷାତକାରରେ କହିଥିଲେ ଯେ ଆସନ୍ତା ବର୍ଷ ସୁଦ୍ଧା ତାଙ୍କ ଶରୀର କିପରି ଅଛି ତାହା ସେ ଦେଖିବେ। ତା’ପରେ ହିଁ ସେ ନିଷ୍ପତ୍ତି ନେବେ ଯେ ସେ ଖେଳିବେ କି ନାହିଁ। କିନ୍ତୁ କିଛି ଘଟଣା ତାଙ୍କ ଅବସର ଆଡ଼କୁ ଇଙ୍ଗିତ କରିଛି।

Enter your email to get our daily news in your inbox.

All Right Reserved By Dharitri.Com

ରୋମାଞ୍ଚକର ଫାଇନାଲ ମ୍ୟାଚ୍‌: ପାକିସ୍ତାନକୁ ପରାସ୍ତ କରି ଟାଇଟଲ ଜିତିଲା ଶ୍ରୀଲଙ୍କା

ଦୋହା,୨୯।୧୧: Asia Cup Rising Stars 2026 ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ଅତ୍ୟନ୍ତ ରୋମାଞ୍ଚକପୂର୍ଣ୍ଣ ହୋଇଥିଲା। ଯେଉଁଥିରେ ଶ୍ରୀଲଙ୍କା ‘ଏ’ (Sri Lanka ’A’) ଦଳ ପାକିସ୍ତାନ…

ଝାଡ଼ଖଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା: ୧୩ ମୃତ, ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ରାଞ୍ଚି,୨୯ା୧୧: ଝାଡ଼ଖଣ୍ଡର ରାମଗଡ଼ ଜିଲାରେ ଦ୍ରୁତ ବେଗରେ ଆସୁଥିବା ଏକ ଏସ୍‌ୟୁଭି ଭାରୀ ଯାନକୁ ଧକ୍କା ଦେବାରୁ ୫ ପିଲା ଓ ୩ ମହିଳାଙ୍କ ସମେତ ୧୩…

ମହମ୍ମଦ ସିରାଜଙ୍କୁ ଅଣଦେଖା କରିବା ନେଇ ରାଗିଗଲେ ସୁନୀଲ ଗାଭାସ୍କର, ଟିମ୍ ଇଣ୍ଡିଆର ନିଷ୍ପତ୍ତିକୁ ନେଇ କହିଲେ….

ନୂଆଦିଲ୍ଲୀ,୨୯।୧୧: ନ୍ୟୁଜିଲାଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଅପେକ୍ଷା ଦଳର କିଛି ନିଷ୍ପତ୍ତିକୁ ନେଇ ଅଧିକ ଚର୍ଚ୍ଚା ଓ ବିବାଦ ଦେଖାଦେଇଛି । ଟି-୨୦ ସିରିଜ୍‌ରେ ଯୁବ…

ମନ୍‌ କି ବାତ୍‌ କାର୍ଯ୍ୟକ୍ରମ: ଏକାଠି ବସି ମୋଦିଙ୍କ ବାର୍ତ୍ତା ଶୁଣିଲେ ଭାଜପା କାର୍ଯ୍ୟକର୍ତ୍ତା

ହାଟଡ଼ିହୀ/ଆନନ୍ଦପୁର/ଛେନାପଦୀ,୨୯।୧୧(ଶୁଭକାନ୍ତ ନାୟକ/ସୁଶାନ୍ତ ସାହୁ/ଶ୍ରୀଧର ମହାରଣା/ନିରାକାର ପରିଡ଼ା): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ରବିବାର ବିଧାନସଭାସ୍ତରୀୟ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏକ ହୋଟେଲରେ ଯୁବମୋର୍ଚ୍ଚା…

ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାଇଁ ସରକାରଙ୍କୁ ୩୭୧ ସାଂସଦଙ୍କ ସମର୍ଥନ! ଲୋକ ସଭା ଆସନ ୮୫୦କୁ ବଢ଼ାଇବାକୁ ପ୍ରସ୍ତାବ

ନୂଆଦିଲ୍ଲୀ,୨୯ା୧୧: ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ସହ ଜଡ଼ିତ ସମ୍ବିଧାନ ସଂଶୋଧନ ବିଲ୍‌ ଗୃହୀତ କରାଇବା ପାଇଁ ସୋମବାରଠାରୁ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେଉଛି ।…

ଭୂସ୍ଖଳନରେ ୧୩ ଜୀବନ ହାନି, ଦୁର୍ଦ୍ଦିନରେ ଥିବା ଗିଡ଼ିପାବାଲି ପରିବାରଙ୍କୁ ପୁଣି ସହାୟତାର ହାତ ବଢ଼ାଇଲେ ଅସୀମା

ଭଞ୍ଜନଗର,୨୯।୧୧(ବାବୁଲା ପ୍ରଧାନ): ବାତ୍ୟା, ବର୍ଷାର ବିଭୀଷିକା ଥମିଯାଇଛି, ହେଲେ ଏହାର ଦୁଃଖଦ ଚିହ୍ନ ଏବେ ବି ଅନେକ ପରିବାରଙ୍କ ଜୀବନରେ ଲିଭିନାହିଁ। ଅନେକ ପରିବାର ସର୍ବସ୍ବ ହରାଇଥିବା…

କେରଳରୁ ଘରକୁ ଫେରୁଥିବା ବେଳେ ବିଜୟୱାଡ଼ାରୁ ନିଖୋଜ ଲାଞ୍ଜିଗଡ଼ର ଯୁବକ, ୧୦ ଦିନ ହେଲା ମିଳୁନି ପତ୍ତା

ଲାଞ୍ଜିଗଡ଼,୨୯।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଆଦିବାସୀ ଅଧ୍ଯୁଷିତ ଅଞ୍ଚଳରେ କାମ ନପାଇ ହଜାର ହଜାର ସଂଖ୍ୟାରେ ଲୋକେ ବିଭିନ୍ନ ରାଜ୍ୟକୁ ଦାଦନ ଖଟିବାକୁ…

ଗୁଡ଼ାରି ଡାକ୍ତରଖାନାରେ ନାହିଁ ଏକ୍ସ-ରେ ସୁବିଧା, ୪୫ କିମି ଦୂର ଯାଉଛନ୍ତି ରୋଗୀ

ଗୁଡାରି,୨୯।୧୧(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାର ଗୁଡାରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ୍ସ-ରେ (X-Ray) ସୁବିଧା ନଥିବାରୁ ରୋଗୀମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?