ଗୁଡ଼ାରୀକୁ ରେଳପଥ ସଂଯୋଗ ପାଇଁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ଏମ୍‌ପି, ଗୋପାଳପୁର-ରାୟଗଡ଼ା…

ଗୁଡ଼ାରୀ,୧୧ା୭(ପ୍ରମୋଦ କୁମାର ପତି): କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା ଗୋପାଳପୁର-ରାୟଗଡ଼ା ପ୍ରସ୍ତାବିତ ନୂତନ ରେଳପଥର ଫାଇନାଲ ଲୋକେଶନ ସର୍ଭେ(FLS)ରେ ସାମାନ୍ୟ ପରିବର୍ତ୍ତନ କରି ଗୁଡ଼ାରୀକୁ ରେଳ ସଂଯୋଗ ପ୍ରଦାନ କରିବା ପାଇଁ ଶନିବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପତ୍ର ଲେଖିଛନ୍ତି। ଏହି ରେଳପଥ ଜିଲାର ପଦ୍ମପୁର ନିକଟସ୍ଥ ଆଖୁସିଙ୍ଗରୁ ଗୁଡ଼ାରୀ ଦେଇ ରାମନାଗୁଡ଼ା ବ୍ଲକର ବାଙ୍କିଲି ନିକଟରେ ବର୍ତ୍ତମାନର ପ୍ରସ୍ତାବିତ ଗୁଣୁପୁର ଥେରୁବାଲି ରେଳପଥ ସହ ସଂଯୋଗ କରିବାକୁ ପ୍ରସ୍ତାବ ଦେଇଛନ୍ତି। ନିଜ ଚିଠିରେ ଏମ୍‌ପି ଉଲ୍ଲେଖ କରିଛନ୍ତି ଯେ, ରାମନାଗୁଡ଼ା ନିକଟରେ ବର୍ତ୍ତମାନ ପ୍ରସ୍ତାବିତ ଗୋପାଳପୁର-ରାୟଗଡ଼ା ରେଳପଥ ସଂଯୋଗ କରୁଥିବା ବେଳେ ଏହାକୁ ପରିବର୍ତ୍ତନ କରି ବାଙ୍କିଲି ନିକଟରେ ସଂଯୋଗ କରାଗଲେ ରେଳପଥର ଦୂରତା ପ୍ରାୟ ୧୨ରୁ ୧୫ କିଲୋମିଟର ପର୍ଯ୍ୟନ୍ତ କମିବ। ଏହାଛଡ଼ା ରାୟଗଡ଼ା ଜିଲାର ୧୦ମ ବ୍ଲକ ଭାବେ ଗୁଡ଼ାରୀ ସିଧାସଳଖ ରେଳପଥ ସହ ଯୋଡ଼ିହେବ। ପ୍ରସ୍ତାବିତ ରେଳପଥ ଗୁଡ଼ାରୀ ଓ ପଦ୍ମପୁର ବ୍ଲକ ମଧ୍ୟଦେଇ ଅତିକ୍ରମ କରିବା ଫଳରେ ଉଭୟ ବ୍ଲକ୍‌ର ପାଖାପାଖି ୨ ଲକ୍ଷ ଲୋକ ରେଳ ସେବାର ସୁବିଧା ପାଇପାରିବେ।

ସେହିପରି ଚନ୍ଦ୍ରପୁର ବ୍ଲକ ମଧ୍ୟ ଗୁଡ଼ାରୀ ରେଳ ଷ୍ଟେଶନ ଉପରେ ନିର୍ଭର କରିବ ଯାହା ଫଳରେ ସମଗ୍ର ଅଞ୍ଚଳର ଗମନା ଗମନ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବ। ବର୍ତ୍ତମାନ ପେଟ ପୋଷିବା ନିମନ୍ତେ ଗୁଡ଼ାରୀ, ପଦ୍ମପୁର ଓ ଚନ୍ଦ୍ରପୁର ବ୍ଲକର ଲକ୍ଷାଧିକ ଲୋକ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ଏହି ରେଳପଥ କାର୍ଯ୍ୟକାରୀ ହେଲେ ସ୍ଥାନୀୟ ଭାବେ ଶିଳ୍ପ, ବ୍ୟବସାୟ ଓ କର୍ମସଂସ୍ଥାନ ବୃଦ୍ଧି ପାଇବା ସହ ବଢୁଥିବା ଦାଦନ ସମସ୍ୟା ହ୍ରାସ ପାଇବା ଏବଂ ଲୋକଙ୍କ ଜୀବନ ଜୀବିକାରେ ପରିବର୍ତ୍ତନ ହୋଇପାରିବ। ଗୁଡ଼ାରୀ ଅଞ୍ଚଳରେ ବ୍ୟାପକ ପରିମାଣର ସରକାରୀ ଜମି ଉପଲବ୍ଧ ଥିବାରୁ ଭବିଷ୍ୟତରେ ଶିଳ୍ପ ପ୍ରତିଷ୍ଠା ପାଇଁ ବିପୁଳ ସମ୍ଭାବନା ରହିଛି। ଚିରସ୍ରୋତା ବଂଶଧାରା ନଦୀ ଉପରେ ପ୍ରସ୍ତାବିତ ପାଣିଡଙ୍ଗର ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଶିଳ୍ପ ପାଇଁ ଆବଶ୍ୟକ ଜଳ ଯୋଗାଣ ମଧ୍ୟ ସୁନିଶ୍ଚିତ ହେବ। ଏହା ଫଳରେ ଦକ୍ଷିଣ ଓଡ଼ିଶାର ଏହି ପଛୁଆ ଆଦିବାସୀ ଅଞ୍ଚଳରେ ଶିଳ୍ପାୟନ ଓ ଆର୍ଥିକ ବିକାଶର ନୂତନ ସମ୍ଭାବନା ସୃଷ୍ଟି ହେବ। ଗତ କିଛି ଦିନ ପୂର୍ବେ ଅନୁଷ୍ଠିତ ଦିଶା ବୈଠକରେ ଏମ୍‌ପି ରେଳ ବୋର୍ଡକୁ ଗୁଡ଼ାରୀକୁ ଏହି ରେଳପଥ ସହ ସଂଯୋଗ କରିବା ପାଇଁ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ଅନୁରୋଧ କରିଥିଲେ। ସ୍ଥାନୀୟ ବୁଦ୍ଧିଜୀବୀ, ‘ୟୁଥ ଫର ଚେଞ୍ଜ’ ଯୁବଗୋଷ୍ଠୀ, ବିଭିନ୍ନ ସାମାଜିକ ସଂଗଠନ ଏବଂ ‘ଗୁଡାରୀ ଉନ୍ନୟନ ପରିଷଦ’ର ସଦସ୍ୟମାନେ ଏମ୍‌ପିଙ୍କ ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏହି ପ୍ରସ୍ତାବକୁ ସକାରାତ୍ମକ ଭାବେ ବିଚାର କରି ଶୀଘ୍ର ଅନୁମୋଦନ ଦେବାକୁ ଅନୁରୋଧ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?