Posted inଜାତୀୟ

ଏମ୍‌ପିଙ୍କୁ ଏସିଡ୍‌ ଆକ୍ରମଣ ଧମକ

ଶିବସେନା ଏମ୍‌ପି ଅରବିନ୍ଦ ସାଓ୍ବନ୍ତ ଅମରାବତୀର ସ୍ବାଧୀନ ଏମ୍‌ପି ନବନୀତ କୌର ରାଣାଙ୍କ ଉପରେ ଏସିଡ୍‌ ଆକ୍ରମଣ କରାଇବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ନବନୀତ ଗତ ୨୨ରେ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଚିଠି ଲେଖି ଜଣାଇଥିବା କହିଛନ୍ତି। ଶିବ ସେନା ବିରୋଧରେ ପାର୍ଲାମେଣ୍ଟରେ କହିଲେ ଜେଲ ପଠାଇଦେବୁ ବୋଲି ଅରବିନ୍ଦ କହିଥିବା ନବନୀତ ଅଭିଯୋଗ କରିଛନ୍ତି। ଏହା ସହ ତାଙ୍କ ନିକଟକୁ ଫୋନ୍‌ କଲ୍‌ ମାଧ୍ୟମରେ ଏସିଡ୍‌ ଆକ୍ରମଣ ପାଇଁ ଧମକ ମିଳୁଥିବା କହିଛନ୍ତି। ଅଭିଯୋଗକୁ ଅରବିନ୍ଦ ଖଣ୍ଡନ କରି କହିଛନ୍ତି, ୨୦୧୯ରେ ଜାତିଗତ ପ୍ରମାଣପତ୍ର ସମ୍ପର୍କିତ ଏକ ମାମଲା ନବନୀତଙ୍କ ବିରୋଧରେ ଚାଲିଥିବାରୁ ସେ ଏଭଳି କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କବାଟ ନବ୍‌-ମୋବାଇଲ୍‌-ଲାପଟପ୍‌ ଦ୍ୱାରା ବି ହୋଇପାରେ କରୋନା ସଂକ୍ରମଣ !

ନୂଆଦିଲ୍ଲୀ,୨୮।୩: କରୋନା ସଂକ୍ରମଣ ସାରା ପୃଥିବୀରେ ଆତଙ୍କ ସୃଷ୍ଟି କରିଛି। ଏହାର ସଂକ୍ରମଣ ନେଇ ବିଭିନ୍ନ ସମୟରେ ବହୁ ଗୁଜବ ମଧ୍ୟ ଶୁଣିବାକୁ ମିଳୁଛି। ତେବେ...

ଦିଲ୍ଲୀରେ ଲକ୍‌ଡାଉନ୍‌ ଅବଧି ବଢିବ ନାହିଁ: ସ୍ବାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ,୧୨।୬: ଦେଶରେ କରୋନା ଭୂତାଣୁ ସଂକ୍ରମଣ ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ମହାରାଷ୍ଟ୍ର ପରେ ଏବେ ଦିଲ୍ଲୀସ୍ଥିତି ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି। ଦିଲ୍ଲୀରେ ଗତ ୨୪...

ତିନିମାସକୁ ବିଦ୍ୟୁତ ବିଲ୍‌ ୫୭ ଲକ୍ଷ ଟଙ୍କା

ଧୌଲାନା: ଘରେ ଜଳୁଛି ଗୋଟିଏ ବଲ୍‌ବ, ବୁଲୁଛି ଗୋଟିଏ ଫ୍ୟାନ, କିନ୍ତୁ ବିଦ୍ୟୁତ ବିଲ୍‌ ୫୭ ଲକ୍ଷ ଟଙ୍କାରୁ ବେଶି ଆସିଛି। ତିନିମାସକୁ ଏହି ଦେୟ...

ଚାଳକଙ୍କୁ ହୃଦ୍‌ଘାତ ଯୋଗୁ ପେଟ୍ରୋଲ ପମ୍ପରେ ପଶିଲା ଟ୍ରକ

ଭୋପାଳ,୪।୯: ମଧ୍ୟପ୍ରଦେଶ ସାଗର ସହର କେଣ୍ଟ ଥାନା ଅଞ୍ଚଳ ନିକଟ ଏକ ବାଇପାସ୍‌ରେ ବୁଧବାର ଏକ ଦୁର୍ଘଟଣା ଘଟିଛି। ଗ୍ୟାସ ସିଭିଣ୍ଡର ଭର୍ତ୍ତି ଥିବା ଟ୍ରକ୍‌ଟି...

ସହମତି ବୟସ ୧୬କୁ ହ୍ରାସ କରାଯାଉ

ଗ୍ବାଲିୟର, ୨।୭: ମହିଳାମାନଙ୍କ ସହମତି ବୟସ ୧୬ ବର୍ଷକୁ ହ୍ରାସ କରିବା ନିମନ୍ତେ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଗ୍ବାଲିୟର ବେଞ୍ଚ୍‌ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। ବର୍ତ୍ତମାନ...

ସ୍ବଦେଶ ଫେରିବେ ୧୯୩ ପାକ୍‌ ନାଗରିକ

ନୂଆଦିଲ୍ଲୀ, ୨ା୫: ପ୍ରାଣଘାତୀ କରୋନା ଭାଇରସ୍‌ର ତାଣ୍ଡବ ଜାରି ରହିଛି। ଏଥିଲାଗି ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ମହାମାରୀରୁ ବର୍ତ୍ତିବା ଲାଗି...

ଜି୨୦ ସମ୍ମିଳନୀ ପାଇଁ ପ୍ରସ୍ତୁତ ହେଲା ପ୍ରଗତି ମୈଦାନର ଆଇଟିପିଓ କମ୍ପ୍ଲେକ୍ସ, ୨୬ ଜୁଲାଇରେ ମୋଦି କରିବେ ଉଦଘାଟନ

ନୂଆଦିଲ୍ଲୀ,୨୩।୭: ରାଜଧାନୀ ଦିଲ୍ଲୀର ପ୍ରଗତି ମଇଦାନରେ ପୁନଃବିକଶିତ ଆଇଟିପିଓ କମ୍ପ୍ଲେକ୍ସରେ ଭାରତର ଜି -୨୦ ନେତାଙ୍କ ବୈଠକ ଆୟୋଜିତ ହେବ। ଏହି କମ୍ପ୍ଲେକ୍ସ ୨୬ ଜୁଲାଇରେ...

୨୦ ମହଲା କୋଠାରେ ଲାଗିଲା ନିଆଁ

ମୁମ୍ବାଇ,୨୨।୧: ମୁମ୍ବାଇର ଟାର୍ଡେଓ ଅଞ୍ଚଳ ଗୋୱାଲିଆ ଟ୍ୟାଙ୍କର ଗାନ୍ଧୀ ହସ୍ପିଟାଲ ସମ୍ମୁଖରେ ଥିବା ଏକ ୨୦ ମହିଲା କୋଠାରେ ଶନିବାର ଏକ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି।...

Advertisement
Archives

Model This Week