ମହିଳାଙ୍କ ପାଇଁ ୫୦%ରୁ ଊର୍ଦ୍ଧ୍ୱ ଆସନ ସଂରକ୍ଷିତ

ପାରାଦୀପ, ୧୦।୧୧(ସ୍ବ.ପ୍ର.): ପାରାଦୀପ ପୌର ନିର୍ବାଚନ ପାଇଁ ମଙ୍ଗଳବାର ଚିଠା ସଂରକ୍ଷଣ ତାଲିକା ଘୋଷଣା କରାଯାଇଛି। ଜିଲାପାଳ ପାରୁଲ ପଟଓ୍ବାରିଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ ସମସ୍ତ ଓ୍ବାର୍ଡର ତାଲିକା ବଦଳି ଯାଇଛି। ଏଥିରେ ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ୧୯ଟି ଓ୍ବାର୍ଡରୁ ମହିଳାଙ୍କ ପାଇଁ ୧୦ ଓ ପୁରୁଷଙ୍କ ଆସନ ସଂଖ୍ୟା ୯ ରହିଛି। ୧, ୪, ୫, ୬, ୧୧, ୧୨ ନଂ . ଓ୍ବାର୍ଡ ସାଧାରଣ ବର୍ଗ, ୨, ୭, ୧୫, ୧୬ ଓ ୧୮ନଂ. ଓ୍ବାର୍ଡ ମହିଳାଙ୍କ ଲାଗି ସଂରକ୍ଷିତ ରହିଛି। ୮,୯ ଓ ୧୪ ଓ୍ବାର୍ଡ ପଛୁଆବର୍ଗ ମହିଳା ପାଇଁ ଉଦ୍ଦିଷ୍ଟ ରହିଛି। ୧୩ ନଂ. ଓ୍ବାର୍ଡ ଅନୁସୂଚିତ ଜନଜାତି ମହିଳା, ୧୭ ନଂ. ଓ୍ବାର୍ଡ ଅନୁସୂଚିତ ଜାତିର ମହିଳା, ୧୦ ନଂ. ଓ୍ବାର୍ଡ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ରହିଛି। ୩ ନଂ. ଓ ୧୯ନଂ. ପଛୁଆବର୍ଗଙ୍କ ସଂରକ୍ଷିତ ରହିଛି । ଏହାବାଦ୍‌ ୧୯ ଟି ଓ୍ବାର୍ଡର ସୀମା ନିର୍ଦ୍ଧାରଣ ତାଲିକା ପ୍ରକାଶ ପାଇଛି। ଏହି ତାଲିକା ଉପରେ ଅଭିଯୋଗ କିମ୍ବା ପ୍ରସ୍ତାବ ଥିଲେ ନଭେମ୍ବର ୧୮ ମଧ୍ୟରେ ଜଣାଇବାକୁ ବିଜ୍ଞପ୍ତିରେ ଦର୍ଶାଯାଇଛି। ତାଲିକା ଘୋଷଣା ପରେ ଅନେକ ଆଶାୟୀଙ୍କ ମଧ୍ୟରେ ଛନକା ପଶିଯାଇଛି। ସରକାରୀ ବିଜ୍ଞପ୍ତିକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଅଲଗା ଅଲଗା ବୈଠକ ଚାଲିଛି। ଏତଦ୍‌ବ୍ୟତୀତ ପୌରାଧ୍ୟକ୍ଷ ପାଇଁ ସିଧାସଳଖ ନିର୍ବାଚନ ବ୍ୟବସ୍ଥା ଥିବାରୁ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ସଂରକ୍ଷଣ ତାଲିକା ୨୦୧୧ ଜନଗଣନା ଅନୁଯାୟୀ ହୋଇଛି। ୬୮, ୩୮୫ ଜନସଂଖ୍ୟା ବିଶିଷ୍ଟ ପାରାଦୀପ ପୌର ପରିଷଦରେ ୧୭ ଏପ୍ରିଲ ୨୦୨୦ରୁ କାଉନ୍‌ସିଲର ଖାଲି ପଡିଛି। ଏବେ ସଂରକ୍ଷଣ ତାଲିକା ଘୋଷଣା ପରେ ନିର୍ବାଚନ ହେବାର ସମ୍ଭାବନା ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ର ଗଠନରେ ଶ୍ରମିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଦାରିଙ୍ଗବାଡି,୧।୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟରେ ସୋମବାର ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ରାଷ୍ଟ୍ର ଗଠନରେ ଶ୍ରମିକମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଶ୍ରମିକ...

ହକି ବିଶ୍ୱକପ୍‌କୁ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ନିମନ୍ତ୍ରଣ, ସାଦରରେ ଗ୍ରହଣ କଲେ ଶିବରାଜ

ଭୁବନେଶ୍ୱର,୨୭ା୧୨(ବ୍ୟୁରୋ): ଆସନ୍ତା ଜାନୁୟାରୀ ୧୩ରୁ ୨୯ ଯାଏ ଭୁବନେଶ୍ୱର ଓ ରାଉରକେଲାରେ ପୁରୁଷ ହକି ବିଶ୍ବକପ୍‌ ଅନୁଷ୍ଠିତ ହେବ। ଦ୍ବିତୀୟ ଥର ପାଇଁ ଓଡ଼ିଶା ଏହି...

ବଲାଙ୍ଗୀର ଲୋକନୃତ୍ୟରେ ଝୁମିଲେ ଦର୍ଶକ

ରାଇକିଆ ୧୦।୨(ଡି.ଏନ୍‌.ଏ.)-କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ରାଇକିଆ ମହୋତ୍ସବ-୨୦୨୦ ଉଦ୍‌ଘାଟିତ ହୋଇଯାଇଛି। ଗୁନ୍ଧାଣୀ ଛକ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବାଣିଜ୍ୟ ଓ...

‘ଦମନ’ ଦେଖିଲେ ଅଧିକାରୀ

ଢେଙ୍କାନାଳ ଅଫିସ, ୬।୧୨: ଢେଙ୍କାନାଳ ଜିଲାପାଳ ସରୋଜ କୁମାର ସେଠୀ, ସ୍ବାସ୍ଥ୍ୟ ବିଭାଗ ଅଧିକାରୀ, କର୍ମଚାରୀ ଏବଂ ସମସ୍ତ ପ୍ରଶାସନିକ ଅଧିକାରୀମାନେ ସୋମବାର ସନ୍ଧ୍ୟା ୬ଟାରେ...

ଜୁନ୍‌ ୩୦ ଯାଏ ଚାଲିବ ରବିଧାନ ସଂଗ୍ରହ

ଭୁବନେଶ୍ୱର,୧୪।୪(ବ୍ୟୁରୋ): ରାଜ୍ୟର ୧୭ ଜିଲାରେ ଚଳିତ ରବିଧାନ ବିକ୍ରି ନିମନ୍ତେ ମୋଟ ୨ ଲକ୍ଷ ୫୭ ହଜାର ୯୫୬ ଜଣ ଚାଷୀ ଅନ୍‌ଲାଇନ ମାଧ୍ୟମରେ ସେମାନଙ୍କର...

ବେନିୟମ ଚାଲାଣ ହେଉଛି କେନ୍ଦୁପତ୍ର: ବିନା ନଥିପତ୍ରରେ ଚାଲିଛି କାରବାର

ମାଲକାନଗିରି,୪ା୫(ଡି.ଏନ୍‌.ଏ.) : ମାଲକାନଗିରି ଜିଲାରେ ବର୍ଷକୁ କୋଟି କୋଟି ଟଙ୍କାର କେନ୍ଦୁପତ୍ର କାରବାର ହୋଇଥାଏ। ଜିଲାର ଆଦିବାସୀ ଏବଂ ଅଣ ଆଦିବାସୀ କେନ୍ଦୁପତ୍ର ସଂଗ୍ରହକରି ଗୁଜୁରଣ...

‘ଔଷଧର ନାଁ କ୍ୟାପିଟାଲ ଲେଟରରେ ଲେଖ’

କଟକ ଅଫିସ,୧୩।୮: ଏକ ଅନ୍ତରୀଣ ଜାମିନ ଆବେଦନର ଶୁଣାଣିବେଳେ ଡାକ୍ତରମାନଙ୍କ ଖରାପ ହସ୍ତାକ୍ଷରକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଡାକ୍ତରମାନେ ଛୋଟ ଅକ୍ଷରରେ ଔଷଧ...

ଷ୍ଟିମ ପାଇପ୍‌ ଫାଟି ଶ୍ରମିକ ମୃତ୍ୟୁ ପ୍ରସଙ୍ଗ: ନଭେମ୍ବର ୫ରେ ନିଯୁକ୍ତି ପାଇବେ ମୃତ ଶଙ୍କରଙ୍କ ସ୍ତ୍ରୀ

ଗଞ୍ଜାମ,୩।୧୧(ଡି.ଏନ୍‌.ଏ.): ଗଞ୍ଜାମ ସହରସ୍ଥିତ ଗ୍ରାସୀମ କମ୍ପାନୀରେ ଗତ ଅକ୍ଟୋବର ୬ରେ ଷ୍ଟିମ ପାଇପ ଫାଟି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ କାର୍ଯ୍ୟରତ ଇଞ୍ଜିନିୟରଙ୍କୁ ସମେତ ଜଣେ...

Advertisement
Archives

Model This Week