ହୀରାକୁଦରେ ପଶିଲା ୩ ଲକ୍ଷରୁ ଅଧିକ ଘନଫୁଟ ବନ୍ୟାଜଳ

ସମ୍ବଲପୁର,୧୯ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣର ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ପାଇଁ ବୁଧବାର ପୂର୍ବାହ୍ନରେ ପୁଣିଥରେ ୨ଟି ସ୍ଲୁଇସ ଗେଟ୍‌ ଖୋଲାଯାଇଛି। ଫଳରେ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରୁ ବାମପାର୍ଶ୍ୱର ୧୧ ଓ ଦକ୍ଷିଣ ପାର୍ଶ୍ୱର ୬ଟି ମିଶି ମୋଟ୍‌ ୧୭ଟି ସ୍ଲୁଇସ୍‌ ଗେଟ୍‌ ଜରିଆରେ ଅତିରିକ୍ତ ବନ୍ୟାଳଳ ନିଷ୍କାସନ କରାଯାଉଛି। ଅପରାହ୍ନ ସାଢ଼େ ୯ଟାରେ ପ୍ରାପ୍ତ ସୂଚନା ଅନୁସାରେ ଜଳଭଣ୍ଡାରର ଜଳସ୍ତର ୬୨୦.୩୫ ଫୁଟକୁ ବୃଦ୍ଧି ପାଇଥିବାବେଳେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୩ ଲକ୍ଷ ୭୯ ହଜାର ୭୬୧ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଛି।

ସେହିପରି ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ହାରାହାରି ମୋଟ୍‌ ୩ ଲକ୍ଷ ୫୪୬ ଘନଫୁଟ ଜଳ ନିଷ୍କାସିତ ହେଉଛି। ସେଥିମଧ୍ୟରୁ ୧୭ଟି ସ୍ଲୁଇସ୍‌ ଗେଟ୍‌ ଜରିଆରେ ୨ ଲକ୍ଷ ୬୬ ହଜାର ୮୬୬ ଘନଫୁଟ ଏବଂ ବିଭିନ୍ନ କେନାଲ, ବିଦ୍ୟୁତ୍‌ ଉତ୍ପାଦନ ପାଇଁ ପାଓ୍ବାର ଚ୍ୟାନେଲ ଓ ଶିଳ୍ପଭିତ୍ତିକ ବ୍ୟବହାର ପାଇଁ ମୋଟ୍‌ ୩୩,୬୮୦ ଘନଫୁଟ ଜଳ ନିଷ୍କାସିତ ହେଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମାଷ୍ଟରକ୍ୟାଣ୍ଟିନରେ ଖଣ୍ଡଯୁଦ୍ଧ: ପୋଲିସକୁ ଢେଲା ପଥର ମାଡ଼, ଭାଙ୍ଗିଲେ ଆମ ବସ୍‌

ଭୁବନେଶ୍ୱର,୧୯।୮: ରଣକ୍ଷେତ୍ର ପାଲଟିଲା ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ଛକ । ପୋଲିସ ପକ୍ଷରୁ ଲାଠି ଚାର୍ଜ । ପୋଲିସ ଉପରକୁ ମଧ୍ୟ ଢେଲା ପଥର ମାଡ ।…

ଗୋବିନ୍ଦାଙ୍କ ସହ ଛାଡପତ୍ର ନିଶ୍ଚିତ? ପୁଅ ସହିତ ଫ୍ୟାମିଲି କୋର୍ଟରେ ପହଞ୍ଚିଲେ ସୁନିତା ଆହୁଜା

ମୁମ୍ବାଇ,୧୯।୮: ଗତ ବର୍ଷ, ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ମଧ୍ୟରେ ଛାଡପତ୍ର ନେଇ ଖୁବ୍‌ ଗୁଜବ ଉଠିଥିଲା। ଯଦିଓ ଗଣେଶ ପୂଜା ସମୟରେ ଏମାନେ…

ଭିନ୍ନକ୍ଷମ କ୍ରିକେଟ ଦଳକୁ ସମ୍ମାନିତ କଲା ଲଣ୍ଡନର ଓଡ଼ିଆ ରେସ୍ତୋରାଁ ‘ଚିଲିକା’

ବାଲିପାଟଣା, ୧୯।୮(ଅଭିମନ୍ୟୁ ନାୟକ ): ଭାରତୀୟ ଭିନ୍ନକ୍ଷମ କ୍ରିକେଟ ଖେଳାଳିଙ୍କ ସାହସ, ଦୃଢ଼ତା ଓ ସଫଳତାକୁ ସମ୍ମାନ ଜଣାଇ ଦକ୍ଷିଣ-ପୂର୍ୱ ଲଣ୍ଡନରେ ଥିବା ଓଡ଼ିଆ ରେସ୍ତୋରାଁ ‘ଚିଲିକା’…

ବିବାଦ ମଧ୍ୟରେ ଭାରତ ଆସିବେ ବାଂଲାଦେଶ ପ୍ରଧାନମନ୍ତ୍ରୀ, ନିଜର ମତ ସ୍ପଷ୍ଟ କଲା ଭାରତ

ନୂଆଦିଲ୍ଲୀ/ଢାକା,୧୯।୮: ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଭାରତୀୟ ହାଇକମିଶନର ଦିନେଶ ତ୍ରିବେଦୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଂଲାଦେଶର ତାରିକ…

ତାମିଲନାଡୁରେ ୬ ଦାଦନ ଶ୍ରମିକ ଅଟକ ଅଭିଯୋଗ: ଉଦ୍ଧାର ପାଇଁ ନିବେଦନ

ପାଟଣା,୧୯ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା କପୁଣ୍ଡି ପଞ୍ଚାୟତ ଖଲିଆରୀପାଟ ନୂଆଗାଁ ଗ୍ରାମର ୬ଜଣ ଶ୍ରମିକ ତାମିଲନାଡୁର ଚେନ୍ନାଇସ୍ଥିତ ଏକ ଟାୟାର କାରଖାନାରେ ଦାଦନ ଖଟିବାକୁ…

୩ ରାଜ୍ୟରେ ବଢିଲା ପେଟ୍ରୋଲ ଦର, ଜାରି ହେଲା ନୂଆ ରେଟ୍‌…

ନୂଆଦିଲ୍ଲୀ, ୧୯।୮: ଦେଶବ୍ୟାପୀ ପେଟ୍ରୋଲ-ଡିଜେଲ ଦର କମିବାର କୌଣସି ଆଶା ଦେଖାଯାଉନାହିଁ। ଆନ୍ତର୍ଜାତୀୟ ବଜାରରେ କ୍ରୁଡ୍ ଅଏଲ୍ (କଚ୍ଚା ତେଲ) ଦର ପୁଣି ଥରେ ବୃଦ୍ଧି ପାଇଛି…

ତାମିଲନାଡୁ ସରକାରଙ୍କ କଡ଼ା ନିର୍ଦ୍ଦେଶ: CJP ଆନ୍ଦୋଳନରେ ସାମିଲ ହୋଇପାରିବେନି ଛାତ୍ରୀଛାତ୍ର

ଚେନ୍ନାଇ,୧୯ା୮: ତାମିଲନାଡୁ ସରକାର ବୁଧବାର ଏକ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି। CJP ଆନ୍ଦୋଳନରେ କୌଣସି ଛାତ୍ରୀଛାତ୍ର ସାମିଲ ହୋଇପାରିବେନି ବୋଲି ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି।…

ଦାରିଙ୍ଗବାଡି-କୋଟଗଡ଼ ରାସ୍ତା ଅବସ୍ଥା ଶୋଚନୀୟ: ଯାତ୍ରୀବାହୀ ବସ ଚଳାଚଳ ବନ୍ଦ

ଦାରିଙ୍ଗବାଡି, ୧୯।୮ (ଅରୁଣ ସାହୁ):କନ୍ଧମାଳ ଜିଲାରେ ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଜିଲା ପ୍ରଭାବିତ ହୋଇଛି। ଏହି ପ୍ରରିପ୍ରେକ୍ଷୀରେ ଦାରିଙ୍ଗବାଡି ଅଞ୍ଚଳରେ ମଧ୍ୟ ବର୍ଷାର ପ୍ରଭାବ ଲାଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri