୫ ଘଣ୍ଟାରେ ପଚରାଗଲା ୧୦୦ରୁ ଊର୍ଦ୍ଧ୍ୱ ପ୍ରଶ୍ନ

ଭୁବନେଶ୍ୱର,୧୭।୩(ବ୍ୟୁରୋ): ବିଭିନ୍ନ ରାଜ୍ୟର ୧୭ରୁ ଅଧିକ ମହିଳାଙ୍କୁ ବିବାହ କରି ପ୍ରତାରଣା ପରେ ସମ୍ପତ୍ତି ଲୁଟିବା ସହ ଏକାଧିକ ଠକେଇ ମାମଲାରେ ଗିରଫ ହୋଇ ଜେଲ ଯାଇଥିବା ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ବାଇଁଙ୍କ ବୁଧବାର ଲାଏ ଡିଟେକ୍ସନ୍‌ କରାଯାଇଛି। ଭୁବନେଶ୍ୱର ରସୁଲଗଡ଼ସ୍ଥିତ ରାଜ୍ୟ ଫରେନ୍‌ସିକ୍‌ ଲାବରେଟୋରିରେ ୫ ଘଣ୍ଟା ଧରି ତାଙ୍କର ଏହି ଟେଷ୍ଟ କରାଯାଇଛି। ପୂର୍ବାହ୍ନ ପ୍ରାୟ ୧୧ଟାରେ ମହିଳା ଥାନା ପୋଲିସ ରମେଶଙ୍କୁ କଡ଼ା ସୁରକ୍ଷାରେ ଝାରପଡ଼ା ଜେଲରୁ ଫରେନ୍‌ସିକ୍‌ ଲାବ୍‌କୁ ନେଇଥିଲା। ସେଠାରେ ତାଙ୍କ ଟେଷ୍ଟ କରାଯିବା ପରେ ଅପରାହ୍ନ ୪ଟାରେ ପୁଣି ତାଙ୍କୁ ଜେଲରେ ଛାଡ଼ି ଦିଆଯାଇଛି। ତେବେ ରମେଶଙ୍କୁ ବିଭିନ୍ନ ଘଟଣା ସଂକ୍ରାନ୍ତ ୧୦୦ରୁ ଊର୍ଦ୍ଧ୍ୱ ପ୍ରଶ୍ନ ପଚରାଯାଇଥିବା ମହିଳା ଥାନାଧିକାରିଣୀ ସନ୍ତୋଷିନୀ ବେହେରା କହିଛନ୍ତି।

ପ୍ରକୃତରେ କେତେଜଣଙ୍କୁ ବିବାହ କରିଛନ୍ତି, ଏକାଧିକ ବିବାହର ରହସ୍ୟ କ’ଣ, କେତେ ଜଣଙ୍କୁ ଚାକିରି ଆଳରେ ଠକେଇ କରିଛନ୍ତି, ଠକେଇ ଟଙ୍କା କେଉଁଠି ନିବେଶ କରିଛନ୍ତି, ଏଭଳି କରିବାକୁ କେଉଁମାନେ ସହଯୋଗ କରୁଥିଲେ, ପ୍ରଥମ ସ୍ତ୍ରୀ ଶାନ୍ତିଲତାଙ୍କ ଭୂମିକା କ’ଣ, କାହା ନାଁରେ କେତେ ସମ୍ପତ୍ତି କରିଛନ୍ତି, କେତୋଟି ରାଜ୍ୟକୁ ଠକେଇର ଚେର ଲମ୍ବିଛି, ଭାଇ ଓ ଭିଣୋଇଙ୍କ ଭୂମିକା କ’ଣ, ଏଥିରେ ପ୍ରଥମ ସ୍ତ୍ରୀଙ୍କ ହାତ ରହିଛି କି, କିପରି ମହିଳାଙ୍କୁ ଜାଲରେ ଫସାଉଥିଲେ ଏଭଳି ବିଭିନ୍ନ ପ୍ରଶ୍ନ ପଚରାଯାଇଥିଲା। ସେ କହୁଥିବା କଥା ସତ ନା ମିଛ, ତାହା ଜାଣିବା ପାଇଁ ପୂର୍ବରୁ ପଚରାଯାଇଥିବା ଅଧିକାଂଶ ପ୍ରଶ୍ନ ସମାନ ଥିବା ସୂଚନା ମିଳିଛି। ତେବେ ରିପୋର୍ଟ ଆସିବା ପରେ ରମେଶ କେତେ ସତ ଓ ମିଛ କହିଛନ୍ତି, ତାହା ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ରମେଶ ଭିନ୍ନ ଭିନ୍ନ ସମୟରେ ୩ ପର୍ଯ୍ୟାୟରେ ୧୩ଦିନ ପାଇଁ ରିମାଣ୍ଡରେ ଆସିଥିଲେ ମଧ୍ୟ ପୋଲିସ ତାଙ୍କଠାରୁ ଅନେକ ତଥ୍ୟ ହାସଲ କରିପାରି ନ ଥିଲା। ପଚରାଉଚରା ସମୟରେ ରମେଶ ପୋଲିସକୁ ଭ୍ରମାତ୍ମକ କଥା କହି ଅନେକ ଘଟଣାକୁ ଗୋପନ ରଖିଥିବା ପୋଲିସ ସନ୍ଦେହ କରିଥିଲା। ତେଣୁ ପୋଲିସ ରମେଶଙ୍କ ଲାଏ ଡିଟେକ୍ସନ୍‌ ଟେଷ୍ଟ କରିବାକୁ କୋର୍ଟଙ୍କଠୁ ଅନୁମତି ଲୋଡିଥିଲା।

ସୂଚନାଯୋଗ୍ୟ, ରମେଶ ନିଜକୁ ଡାକ୍ତର କହି ବିଭିନ୍ନ ମାଟ୍ରିମୋନିଆଲ ଓ ସୋସିଆଲ୍‌ ସାଇଟ୍‌ରୁ ଉଚ୍ଚଶିକ୍ଷିତା ମହିଳାଙ୍କୁ ଫସାଇ ବିବାହ କରିବା ପରେ ସମ୍ପତ୍ତି ଲୁଟୁଥିଲେ। ଏପରିକି କେତେଜଣ ସ୍ତ୍ରୀଙ୍କୁ ଠକେଇ ଓ ପ୍ରତାରଣା କରିବା ପରେ ଦୂରେଇ ଯାଇଥିବାବେଳେ ଆଉ କେତେଜଣଙ୍କ ସହ ସମ୍ପର୍କରେ ଥିଲେ। ତେବେ ରମେଶଙ୍କ ଦ୍ୱାରା ପ୍ରତାରଣାର ଶିକାର ହୋଇଥିବା ଦିଲ୍ଲୀର ଜଣେ ମହିଳା ଗତବର୍ଷ ଜୁଲାଇରେ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିବା ପରେ ତାଙ୍କ କଳାକାରନାମା ପଦାକୁ ଆସିଥିଲା। ଏହାପରେ ଚାକିରି ଓ ଡାକ୍ତରୀ ପାଠରେ ନାମଲେଖା ପାଇଁ ବହୁ ଲକ୍ଷ ଟଙ୍କା ଠକେଇ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ପାଟ୍ରୋଲିଂ ବେଳେ କାର୍‌ ଡିକିରୁ ଆସିଲା ଛେଳି ଗନ୍ଧ, ଧରାପଡ଼ିଲେ ୪ ଚୋର; କାର୍‌-ଖଣ୍ଡା ଜବତ…

ଦିଗପହଣ୍ଡି,୭|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ଜଣେ ଚାଷୀଙ୍କ ଗୁହାଳରୁ ଛେଳି ଚୋରି ଘଟଣାରେ ପୋଲିସ ୪…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

କଳାହାଣ୍ଡିରେ କଲେଜ ନିର୍ବାଚନ ନ ହେଉଣୁ ଉତ୍ତେଜନା: ପୋଷ୍ଟର ଚିରାକୁ ନେଇ ଜାତୀୟ ରାଜପଥରେ ଏବିଭିପିର ବିକ୍ଷୋଭ, ଥାନାରେ…

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ)-କଲେଜ ନିର୍ବାଚନ ତାରିଖ ନିକଟତର ହେଉଥିବା ବେଳେ କଳାହାଣ୍ଡି ଜିଲାରେ କ୍ୟାମ୍ପସ ରାଜନୀତି ସରଗରମ ହେବାରେ ଲାଗିଛି। ବୁଧବାର ଅପରାହ୍ନରେ ଭବାନୀପାଟଣା କଲେଜ ଛକ…

କଟକରେ ଚାଞ୍ଚଲ୍ୟ: କାଠଯୋଡ଼ି ପଠାରେ ପଡ଼ିଛି ଯୁବତୀଙ୍କ ରକ୍ତରଞ୍ଜିତ ମୃତଦେହ, ବାଦାମବାଡ଼ି ପୋଲିସର…

କଟକ,୭।୧୦: କଟକ କାଠଯୋଡ଼ି ନଦୀପଠାରୁ ଜଣେ ଅଜଣା ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ପୁରୀଘାଟ ଥାନା ନିକଟସ୍ଥ କାଠଯୋଡ଼ି ପଠାରେ ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଛି।…

କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ, କଲେଜରେ ପଶି ଅଧ୍ୟାପିକାଙ୍କୁ ଅସଦାଚରଣ କଲେ….

କେନ୍ଦ୍ରାପଡା,୭।୧୦(ଜଗନ୍ନାଥ ଧଳ): କେନ୍ଦ୍ରାପଡା ସଦର ଥାନା ଅଧୀନ ଏକ କେଲଜ ଅଧ୍ୟାପିକାଙ୍କୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଣେ ଅଭିଭାବକ କଲେଜରେ ପଶି ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?