ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।

ସୂଚନାଯୋଗ୍ୟ, ବେଲଖଣ୍ଡି ଗ୍ରାମର କଲୋନୀପଡ଼ାର ସୁବାସ ଛତ୍ରିଆଙ୍କ ଘରେ ଗତ ରବିବାର ପୂର୍ବାହ୍ନରେ ଏକ ଭୋଜିର ଆୟୋଜନ ହୋଥିଲା। ସୁବାସ ତାଙ୍କର ଆଖପାଖ ଅଞ୍ଚଳର ଶତାଧିକ ବନ୍ଧୁ ବାନ୍ଧବ ଓ ପରିଜନଙ୍କୁ ନିମନ୍ତ୍ରଣ କରିଥିଲେ। ରବିବାର ଭୋଜିରେ ଚିକେନ, ମାଛ ଓ ଦହି ବାଇଗଣ ରାଇତା ହୋଇଥିଲା। ମନ ପସନ୍ଦ ଅନୁସାରେ ଯିଏ ଯାହା ଖାଇ ଯିଏ ଯାହା ଘରକୁ ଯାଇଥିଲେ। ରବିବାର ରାତିରୁ ପ୍ରାୟ ଶତାଧିକ ଲୋକେ ଝାଡ଼ାବାନ୍ତି ହୋଇଥିଲା। ସ୍ଥାନୀୟ ସରପଞ୍ଚ ସୁଶାନ୍ତ ବାଗ ବେଲଖଣ୍ଡି ସ୍ବାସ୍ଥ୍ୟକେନ୍ଦ୍ରକୁ ଖବର ଦେଇଥିଲେ। କିନ୍ତୁ ବିଳମ୍ବରେରେ ପହଞ୍ଚି ଠିକ ଭାବେ ଚିକିତ୍ସା କରି ନ ଥିବାରୁ ବୁଧବାର ଅନୁଷ୍ଠିତ ସମିତି ମିଟିଂରେ ଅଭିଯୋଗ କରିଥିଲେ॥ କିନ୍ତୁ ହସ୍ପିଟାଲରେ ଶତାଧିକ ଲୋକଙ୍କୁ ଚିକିତ୍ସା କରିବା ପାଇଁ ଜାଗା ନ ଥିବାରୁ କର୍ଲାମୁଣ୍ଡା,ଏମ୍‌.ରାମପୁର ଓ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଛି। କିନ୍ତୁ ବେଲଖଣ୍ଡି ହସ୍ପିଟାଲର ଡାକ୍ତରୀ ଦଳ ଉକ୍ତ ଗ୍ରାମକୁ ଯାଇ ଥିଲେ। କିନ୍ତୁ ରୋଗୀଙ୍କୁ ଉପଯୁକ୍ତ ଭାବେ ଚିକିତ୍ସା ନ କରି ଫେରି ଆସିଥିବାରୁ ବୁଧବାର ଅନୁଷ୍ଠିତ ପଞ୍ଚାୟତ ସମିତି ମିଟିଂରେ ବେଲଖଣ୍ଡି ସରପଞ୍ଚ ସୁଶାନ୍ତ ବାଗ ଅଭିଯୋଗ କରି ପ୍ରସ୍ତାବ ଆଗତ କରିଥିଲେ। ଏହାର ପ୍ରଶ୍ନର ଉତ୍ତରରେ ବେଲଖଣ୍ଡି ହସ୍ପିଟାଲର ମେଡିକାଲ ଅଫିସର ଡ.ପ୍ରତିଭା ରାୟ କହିଲେ ଯେ, ପ୍ରାଥମିକ ଚିକିତ୍ସା କରାଯାଇଥିଲା। ରୋଗୀ ସଂଖ୍ୟା ଅଧିକ ହେବାରୁ ବିଭିନ୍ନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ପ୍ରକାଶ କରିଥିଲେ। କିନ୍ତୁ ଦୀର୍ଘ ୪ ଦିନ ଧରି ଝାଡ଼ାବାନ୍ତି ଲାଗି ରହିଥିବାରୁ ବୁଧବାର ପାଷ୍ଟିକୁଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଭବାନୀପାଟଣା ଏକ ମେଡିକାଲ ଟିମ୍‌ ଉକ୍ତ ଗ୍ରାମରେ ପହଞ୍ଚି ବର୍ତ୍ତମାନ ଉକ୍ତ ଗ୍ରାମରେ ଚିକିତ୍ସା କରାଯାଉଥିବାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ବର୍ତ୍ତମାନ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଲୀଳାବତୀ ତାଣ୍ଡି (୪୩) ବିନୋଦିନି ତାଣ୍ଡି (୫୯), ସମୀକ୍ଷା ନାଏକ(୨୨), କୁମୁଦିନି ଛତଆ (୫୬)ଙ୍କୁ ମିଶାଇ ୧୨ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି।
ଏ ସଂକ୍ରାନ୍ତରେ ବେଲଖଣ୍ଡି ହସ୍ପିଟାଲର ମେଡିକାଲ ଅଫିସର ଡ.ପ୍ରତିଭା ରାୟଙ୍କୁ ପଚାରିବାରୁ ଫୁଡ଼୍‌ ପଏଜନ ହୋଇଛି ବୋଲି ପ୍ରକାଶ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri