ଅଧିକ ମୋବାଇଲ ବ୍ୟବହାର, ଥାନାରେ ପହଞ୍ଚିଲେ ଦମ୍ପତି…

କୁଶୀନଗର,୧୯।୧୧ : ସମ୍ପ୍ରତି ମୋବାଇଲ ସମସ୍ତଙ୍କ ପାଇଁ ଜରୁରୀ ହୋଇପଡ଼ିଛି। ତେବେ ଏହାର ଅତ୍ୟଧିକ ବ୍ୟବହାର ଯୋଗୁ ପାରିବାରିକ ଜୀବନରେ ଝଡ଼ ସୃଷ୍ଟି ହେବାରେ ଲାଗିଛି। ସୋସିଆଲ ମିଡ଼ିଆରେ ସମ୍ପର୍କ ବୃଦ୍ଧି କରୁଥିବା ଲୋକେ ପାରିବାରିକ ଜୀବନରେ ନିଜ ପ୍ରିୟ ପରିଜନଙ୍କଠାରୁ ଅଲଗା ହେବାରେ ଲାଗିଛନ୍ତି। ଘର ସଦସ୍ୟ ପରସ୍ପରର ନିକଟରେ ରହିମଧ୍ୟ ସେମାନଙ୍କ ମଧ୍ୟରେ ଦୂରତା ବଢ଼ିବାରେ ଲାଗିଛି। ଏଭଳି ଏକ ଘଟଣା ଉତ୍ତରପ୍ରଦେଶର କୁଶାନଗରରେ ଘଟିଛି। ମୋବାଇଲକୁ ନେଇ ଉପୁଜିଥିବା ଝଗଡ଼ାକୁ ନେଇ ଦମ୍ପତ୍ତି ଶେଷରେ ପୋଲିସ ଷ୍ଟେଶନରେ ପହଞ୍ଚିଛନ୍ତି।

ନେବୁଆ ନୌରଙ୍ଗିଆ ଅଞ୍ଚଳରେ ସ୍ତ୍ରୀ ମୋବାଇଲ ବ୍ୟବହାରରେ ସବୁବେଳେ ବ୍ୟସ୍ତ ରହୁଥିଲେ। ଫଳରେ ଘରକାମ କରିବା ତାଙ୍କ ପାଇଁ ସମ୍ଭବ ହେଉ ନ ଥିଲା। ସେହିପରି ପାଞ୍ଚ ବର୍ଷର ପୁଅର ପାଠପଢ଼ା ପ୍ରତି ସେ ଅଣଦେଖା କରୁଥିଲେ। ଶେଷରେ ସ୍ବାମୀଙ୍କର ସହିବା ସୀମା ଟପିଯାଇଥିଲା। ସେ ସ୍ତ୍ରୀଙ୍କଠାରୁ ମୋବାଇଲ ଛଡ଼ାଇ ଆଣିଥିଲେ। ଫଳରେ କ୍ରୋଧ ବଶତଃ ସ୍ତ୍ରୀରାତିରେ ପୁଅକୁ ନେଇ ଘରୁ ବାହାରି ଯାଇଥିଲେ। ସ୍ବାମୀ ପୁଅ ଏବଂ ସ୍ତ୍ରୀଙ୍କୁ ଖୋଜିବା ପାଇଁ ବାହାରିଥିଲେ।

ରାସ୍ତାରେ ସ୍ତ୍ରୀଙ୍କ ସହିତ ତାଙ୍କର ଦେଖାହୋଇଥିଲା। ପୁଣି ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଶେଷରେ ସେମାନେ ପୋଲିସ ଷ୍ଟେଶନରେ ପହଞ୍ଚିଥିଲେ। ସ୍ତ୍ରୀ ମୋବାଇଲ ନ ମିଳିଲେ ଘରକୁ l ଫେରିବେ ନାହିଁ ବୋଲି କହିଥିଲେ। ପୋଲିସ ଉଭୟଙ୍କଠାରୁ ସମସ୍ୟା ଶୁଣି ସେମାନଙ୍କୁ ବୁଝାଶୁଝା କରି ଘରକୁ ପଠାଇଥିଲେ। ସେମାନେ ନୂଆ ଭାବେ ଜୀବନ ଆରମ୍ଭ କରିବା ଶପଥ ନେଇ ଘରକୁ ଫେରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri