Advertisement
Posted inଜାତୀୟ

ବୁଲଡୋଜର କାର୍ଯ୍ୟାନୁଷ୍ଠାନ ନେଇ ଆସାମ ହାଇକୋର୍ଟ କଠୋର, ପ୍ରଶ୍ନ କଲେ କେଉଁ ଆଇନ ଏଭଳି କରିବାକୁ ଅନୁମତି ଦେଉଛି…

ଗୁଆହାଟୀ,୧୯।୧୧ : ଆସାମର ଗୁଆହାଟୀ ହାଇକୋର୍ଟ ଅଭିଯୁକ୍ତଙ୍କ ଘରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ମାମଲାରେ ରାଜ୍ୟ ସରକାର ଙ୍କ ଠାରୁ ପ୍ରତିକ୍ରିୟା ଲୋଡିଛନ୍ତି। କେଉଁ ଆଇନ ଅନୁଯାୟୀ ଏଭଳି ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି କୋର୍ଟ ରାଜ୍ୟ ସରକାରଙ୍କୁ ପଚାରିଛନ୍ତି?

ଗୁଆହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତି ଆରଏମ ଛାୟା ଏବଂ ଜଷ୍ଟିସ ସୌମିତ୍ର ସାଇକିଆ ପାଞ୍ଚ ଅଭିଯୁକ୍ତଙ୍କ ଘରେ ପୋଲିସ ଅଧୀକ୍ଷକଙ୍କ ଦ୍ୱାରା କରାଯାଇଥିବା ବୁଲଡୋଜର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ରାଜ୍ୟ ସରକାରଙ୍କଠାରୁ ଜବାବ ମାଗିଛନ୍ତି। ଯେଉଁ ଅଭିଯୁକ୍ତଙ୍କ ଘରେ ବୁଲଡୋଜର ଚଲାଯାଇଥିଲା ସେମାନେ ପୋଲିସ ଷ୍ଟେଶନରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଥିଲା।

ନ୍ୟୁଜ ପୋର୍ଟାଲ ବାର୍‌ ଏବଂ ବେଞ୍ଚର ରିପୋର୍ଟ ଅନୁଯାୟୀ, ରାଜ୍ୟ ସରକାରଙ୍କ ଆଇନଜୀବୀ ଏସପିଙ୍କ ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କୋର୍ଟରେ ଏକ ରିପୋର୍ଟ ଦାଖଲ କରିଛନ୍ତି। ଏହା ଉପରେ କୋର୍ଟ ସରକାରଙ୍କ ପ୍ରଶ୍ନ କରିଛନ୍ତି, ରାଜ୍ୟ ସରକାର ଆମକୁ କୌଣସି ଅପରାଧିକ ଆଇନ ଦେଖାନ୍ତୁ, ଯେଉଁଥିରେ ପୋଲିସ ଏକ ଅପରାଧର ଅନୁସନ୍ଧାନ ବେଳେ ଆଦେଶ ବିନା ବୁଲଡୋଜର ଦ୍ୱାରା ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗି ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଅଭାବ ନାହିଁ କୋଇଲା: ଡେପୁଟି ଚିଫ ଇଞ୍ଜିନିୟର ପଞ୍ଜାବ

ଚଣ୍ଡିଗଡ଼,୩୦ ।୪: ଦେଶରେ କୋଇଲା ଅଭାବ ଯୋଗୁ ରାଜଧାନୀ ଦିଲ୍ଲୀ ସମେତ କିଛି ରାଜ୍ୟରେ ବିଜୁଳି ସଙ୍କଟ ଉପୁଜିଛି । କିଛି କିଛି ରାଜ୍ୟରେ ଏବେଠାରୁ...

ଉତ୍ତରପ୍ରଦେଶରେ ଦକ୍ଷିଣ ଆଫ୍ରିକା କରୋନା ଷ୍ଟ୍ରେନ

ଲକ୍ଷ୍ନେ,୨୮।୩: ଉତ୍ତରପ୍ରଦେଶର ୪ ଜଣ ଦକ୍ଷିଣ ଆଫ୍ରିକା କରୋନା ଷ୍ଟ୍ରେନ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣ ଆଗ୍ରା ବାସିନ୍ଦା। ଅନ୍ୟ ଜଣେ ମଥୁରାର...

ସୀମାରେ ଭାରତୀୟ ସେନାଙ୍କ ଶକ୍ତି ପ୍ରଦର୍ଶନ: ଯୁଦ୍ଧାଭ୍ୟାସ ସୁଦର୍ଶନ-୭

ଜୟପୁର,୧୩।୧୧: ନିୟନ୍ତ୍ରଣ ରେଖାରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଜାରି ରଖିଛି। ଏହାକୁ ଦୃଷ୍ଟିରେ ରଖି ରାଜସ୍ଥାନର ବାଡ଼ମେର୍‌ ଏବଂ ଜୟସେଲ୍‌ମେର୍‌ରେ ଭାରତୀୟ ସେନା ପକ୍ଷରୁ ବଡ଼...

ଅର୍ଥମନ୍ତ୍ରୀଙ୍କ ଆର୍ଥିକ ପ୍ୟାକେଜ ଘୋଷଣା ପରେ ଟୁଇଟ କଲେ ମୋଦି

ନୂଆଦିଲ୍ଲୀ,୧୩।୫: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଏକ ଖବରଦାତା ସମ୍ମିଳନୀରେ ୨୦ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଏହି ଘୋଷଣା ପରେ...

୧,୩୦୦ ଭାରତୀୟ ଛାତ୍ରୀଛାତ୍ରଙ୍କୁ ଚାଇନା ଭିଜା

ନୂଆଦିଲ୍ଲୀ,୧୩।୧୦: ଦୁଇବର୍ଷରୁ ଊର୍ଦ୍ଧ୍ୱ କୋଭିଡ୍‌ କଟକଣା ପରେ ଭାରତୀୟ ଛାତ୍ରୀଛାତ୍ର ଚାଇନାରେ ପୁଣିଥରେ ପାଠ ପଢ଼ିବାର ସୁଯୋଗ ପାଇଛନ୍ତି। ୧,୩୦୦ରୁ ଊର୍ଦ୍ଧ୍ୱ ଭାରତୀୟ ଛାତ୍ରୀଛାତ୍ରଙ୍କୁ ଚାଇନା...

୨୦୧୯ରେ ଭାରତରେ ୪ହଜାର ଶହେ ୯୬ଘଣ୍ଟା ଇଣ୍ଟରନେଟ୍‌ ସେବା ବନ୍ଦ: ୯ ହଜାର ୩ ଶହ କୋଟି କ୍ଷତି

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୧।୧: ଗତ ୨୦୧୯ ବର୍ଷରେ ପୃଥିବୀର ୨୧ଟି ଦେଶରେ ମୋଟ ୧୮ ହଜାର ୨ ଶହ ୨୫ ଘଣ୍ଟା ଇଣ୍ଟରନେଟ୍‌ ସେବା ବନ୍ଦ ରହିଥିଲା। ସେଥିମଧ୍ୟରୁ...

ସ୍ବାଧୀନତା ଆନ୍ଦୋଳନ ନୁହେଁ, ଗୋଖାଦ୍ୟ ଦୁର୍ନୀତିରେ ଜେଲ୍‌ ଯାଇଛନ୍ତି ଲାଲୁ

ନୂଆଦିଲ୍ଲୀ,୨୨।୨: ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ନେଇ ଏବେ ରାଜନୀତି ସରଗରମ ରହିଛି। ଟୁଇଟରରେ ଲାଲୁଙ୍କୁ ନେଇ ଅନେକ ନେତା ମନ୍ତ୍ରୀ...

ମହାରାଷ୍ଟ୍ରରେ କରୋନା ସ୍ଥିତି ଅଣାୟତ: ୧,୧୪୦ ପୋଲିସ ସଂକ୍ରମିତ

ମୁମ୍ବାଇ,୧୬।୫: ମହାରାଷ୍ଟ୍ରରେ ଏବେ କରୋନା ସ୍ଥିତି ଅଣାୟତ ହେବାରେ ଲାଗିଛି। କରୋନା ଯୁଦ୍ଧର ଆଗଧାଡିର ଯୋଦ୍ଧା ସାଜିଥିବା ପୋଲିସ ମଧ୍ୟ ଏଥିରୁ ବାଦ୍‌ ପିଡିନି। ଶନିବାର...

Advertisement
Archives

Model This Week