ମୋରାଲିଟି ପୋଲିସ ହଟିଲା

ତେହରାନ,୫ା୧୨: ଦୀର୍ଘ ଅଢ଼େଇ ମାସର ଆନ୍ଦୋଳନ ପରେ ଶେଷରେ ମୁଣ୍ଡ ନୁଅଁାଇଛନ୍ତି ଇରାନର ଇବ୍ରାହିମ ରଇସି ସରକାର। ଧର୍ମୀୟ ବ୍ୟାପାରରେ ହସ୍ତକ୍ଷେପ କରୁଥିବା ମୋରାଲିଟି ପୋଲିସ ହାଜତରେ ମହସା ଅମିନିଙ୍କ ମୃତ୍ୟୁ ପରେ ଦେଶରେ ମୁଣ୍ଡ ଟେକିଥିବା ହିଜାବ ବିରୋଧୀ ଆନ୍ଦୋଳନ ଅନେକ ରାଷ୍ଟ୍ରକୁ ବ୍ୟାପିବା ପରେ ତେହରାନ ଉପରେ ଅନ୍ତର୍ଜାତୀୟ ଚାପ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରଇସିଙ୍କ ଅତି ରକ୍ଷଣଶୀଳ ସରକାର ରବିବାର ମୋରାଲିଟି ପୋଲିସକୁ ଉଚ୍ଛେଦ କରିବା ସହ ମହିଳାଙ୍କ ଡ୍ରେସ୍‌ କୋଡ୍‌ର ସମୀକ୍ଷା କରିବା ନେଇ ଘୋଷଣା କରିଛନ୍ତି।

ନ୍ୟାୟପାଳିକା ସହ ମୋରାଲିଟି ପୋଲିସର କିଛି ସମ୍ପର୍କ ନାହିଁ। ଏହି ପୋଲିସ ବାହିନୀକୁ ଉଚ୍ଛେଦ କରାଯାଇଛି ବୋଲି ଆଟର୍ନି ଜେନେରାଲ ମହମ୍ମଦ ଜାଫର ମୋଣ୍ଟାଜେରି ସ୍ପଷ୍ଟ କରିଛନ୍ତି।

ଗତ ସେପ୍ଟେମ୍ବରରେ ୧୩ରେ ୨୨ ବର୍ଷୀୟା କୁର୍ଦ୍ଦିଶ ବଂଶୋଦ୍ଭବ ମହସା ଅମିନି ଉଚିତ ଢଙ୍ଗରେ ହିଜାବ ପରିଧାନ କରି ନ ଥିବା ଦର୍ଶାଇ ମୋରାଲିଟି ପୋଲିସ ତାଙ୍କୁ ଗିରଫ କରିଥିଲା। ଏହାର ୩ ଦିନ ପରେ ଅର୍ଥାତ୍‌ ୧୬ ତାରିଖରେ ପୋଲିସ ହାଜତରେ ତାଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ବର୍ବରତାରେ ମହସାଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଥିଲା। ସେବେଠୁ ଏହାର ପ୍ରତିବାଦରେ ଯୁବପିଢ଼ି ହିଜାବ ବିରୋଧୀ ଆନ୍ଦୋଳନକୁ ଓହ୍ଲାଇଥିଲେ। ୧୯୭୯ ଇସ୍‌ଲାମୀୟ ବିପ୍ଳବ ପରଠୁ ଇରାନ ଆମେରିକା ସମର୍ଥିତ ରାଜତନ୍ତ୍ରକୁ ପ୍ରତ୍ୟାଖ୍ୟାନ କରି ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ଡ୍ରେସ୍‌ କୋଡ୍‌ ଲାଗୁ କରିଥିଲା। କିଏ କିପରି ପୋଷାକ ପିନ୍ଧୁଛନ୍ତି ତାହା ଉପରେ ସରକାରୀ ଅଧିକାରୀମାନଙ୍କ କଡ଼ା ନଜର ରହିଥିଲା।

ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ଅହମାଦିନେଜାଦଙ୍କ ଅମଳରେ ମୋରାଲିଟି ପୋଲିସ (ଗସ୍‌ହତ୍‌-ଇ-ଏର୍ଶାଦ) ବା ଗାଇଡେନ୍ସ ପାଟ୍ରୋଲ ପ୍ରତିଷ୍ଠା କରାଯାଇଥିଲା। ମର୍ଯ୍ୟାଦା ଓ ହିଜାବ ସଂସ୍କୃତିର ପ୍ରସାର ଥିଲା ସୁପ୍ରିମ କାଉନ୍‌ସିଲ ଅଧୀନ ଏହି ପୋଲିସର ଦାୟିତ୍ୱ। ୧୯୮୩ରେ ହିଜାବ ପରିଧାନକୁ ବାଧ୍ୟତାମୂଳକ କରାଯାଇଥିବାବେଳେ ୨୦୦୬ରୁ ମୋରାଲିଟି ପୋଲିସ ୟୁନିଟ୍‌ ଡ୍ରେସ୍‌ କୋଡ୍‌ ଉଲ୍ଲଂଘନକାରୀଙ୍କୁ ଦଣ୍ଡିତ କରିଆସୁଥିଲା। ଛୋଟ ବସ୍ତ୍ର କିମ୍ବା ଜିନ୍ସ ପିନ୍ଧିବା ମହିଳାଙ୍କ ପାଇଁ ସ୍ବପ୍ନ ହୋଇଯାଇଥିଲା। ଏବେ ରାଷ୍ଟ୍ରପତି ଇବ୍ରାହିମ୍‌ ରଇସିଙ୍କ ଅଧୀନରେ ଥିବା ସୁପ୍ରିମ କାଉନ୍‌ସିଲ ହିଜାବ ପରିଧାନକୁ ଆହୁରି କଡ଼ାକଡ଼ି କରିଥିଲା, ଯାହାର ପରିଣାମ ସ୍ବରୂପ ମହସାଙ୍କୁ ପ୍ରାଣବଳି ଦେବାକୁ ପଡ଼ିଲା। ମହସାଙ୍କ ମୃତ୍ୟୁ ପରେ ଆନ୍ଦୋଳନକାରୀ ଯୁବତୀମାନେ ନିଜ ଚୁଟି କାଟି ନିଜ ନିଜ ହିଜାବକୁ ଜାଳିବାରେ ଲାଗିଥିଲେ। ସରକାର ବିରୋଧୀ ସ୍ଲୋଗାନର ଧ୍ୱନିରେ ରାଜଧାନୀ ତେହରାନ ପ୍ରକମ୍ପିତ ହୋଇଥିଲା। ପୋଲିସ ସେମାନଙ୍କୁ ଘଉଡ଼ିବାକୁ ଯାଇ ଅନେକ ସ୍ଥାନରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇଥିଲା।

ଆନ୍ଦୋଳନକାରୀମାନେ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନେଇଙ୍କ ବିରୋଧରେ ନାରାବାଜି କରି ଦେଶରେ ଇସ୍‌ଲାମିକ୍‌ ସରକାର ଉଚ୍ଛେଦ ପାଇଁ ମଧ୍ୟ ଦାବି କରିଥିଲେ। ସାମାଜିକ ଗଣମାଧ୍ୟମରେ ଏସବୁ ବହୁଳ ପ୍ରସାରିତ ହେବା ପରେ ଆମେରିକା ସମେତ ବିଭିନ୍ନ ଦେଶରେ ଇରାନ ବିରୋଧୀ ମନୋଭାବ ବଢ଼ିବାରେ ଲାଗିଥିଲା। ପୋଲିସର ଲାଠିମାଡ଼ ଓ ଗୁଳିରେ ପ୍ରାୟ ୩୦୦ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଥିବାବେଳେ ବହୁସଂଖ୍ୟକ ଲୋକ ଆହତ ହୋଇଥିବା ଜାତିସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ମୃତକଙ୍କ ପ୍ରକୃତ ସଂଖ୍ୟା ୪୪୮ ବୋଲି ଓସ୍‌ଲୋର ଏନ୍‌ଜିଓ ଇରାନ ହ୍ୟୁମାନ୍‌ ରାଇଟ୍ସ ଗତ ମଙ୍ଗଳବାର କହିଥିଲା। କିନ୍ତୁ ଇରାନର ସିକ୍ୟୁରିଟି କାଉନ୍‌ସିଲ ଏହାକୁ ଖଣ୍ଡନ କରିବା ସହ ମୃତ୍ୟୁସଂଖ୍ୟା ୨୦୦ ମଧ୍ୟରେ ସୀମିତ ବୋଲି କହିଛି। ଏଥିସହ ଆନ୍ଦୋଳନ ପଛରେ ବିଦେଶୀ ଶକ୍ତିଙ୍କ ହାତ ଥିବା ସମାଲୋଚନା କରିଛି। ରଷ୍ଟ୍ରେପତି ରଇସି ବୁଧବାର ଷ୍ଟୁଡେଣ୍ଟ ଡେ ପାଳନ ଅବସରରେ ତେହରାନ ୟୁନିଭର୍ସିଟିରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାକୁ ଥିବାବେଳେ ଛାତ୍ରୀଛାତ୍ରମାନେ ରବିବାରଠାରୁ ୩ ଦିନିଆ ଷ୍ଟ୍ରାଇକ୍‌ର ଆହ୍ବାନ ଦେଇଥିଲେ। ଏହାର ଅବ୍ୟବହିତ ପୂର୍ବରୁ ରଇସି ସରକାର ଦେଶ ଭିତର ଓ ବାହାର ଚାପରେ ଆସି ମୁଣ୍ଡ ନୁଅଁାଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଲଢ଼େଇ ଜାରି ରହିବ

ନୂଆଦିଲ୍ଲୀ,୮୧୦ ମୁଖ୍ୟ ନିର୍ବାଚନ କମିଶନର(ସିଇସି)ଙ୍କ ବିରୋଧରେ କକ୍‌ରୋଚ ଜନତା ପାର୍ଟି (ସିଜେପି)ର ଆନ୍ଦୋଳନ ନିର୍ବାଚନ ବ୍ୟବସ୍ଥାରେ ପରିବର୍ତ୍ତନ ପର୍ଯ୍ୟନ୍ତ ଜାରି ରହିବ। ଏପରିକି ସିଇସି ଜ୍ଞାନେଶ କୁମାରଙ୍କ…

ଚୀରନିଦ୍ରାରେ ବଲିଉଡ଼ର ଭେଟେରାନ ଆକ୍ଟର ‘ନାନା ପାଟେକର’

ମୁମ୍ବାଇ: ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ ଘଟିଛି। ଗୁରୁବାର ୭୫ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଗୋଆର ଡୋନା ପାଉଲା ସ୍ଥିତ…

‘ଇଣ୍ଡି’ ମେଣ୍ଟର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ, ଅଖଚକ ସବୁ ବନ୍ଦ

ଭୁବନେଶ୍ୱର,୮।୧୦: ଗୁରୁବାର ସକାଳୁ ସକାଳୁ ସାରା ଓଡ଼ିଶାରେ ‘ଓଡ଼ିଶା ବନ୍ଦ’ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ୪ଦଫା ଦାବିରେ କଂଗ୍ରେସ ସହ ୯ଟି ବିରୋଧି ଦଳ ଏହି…

ଆଜି ଓଡ଼ିଶା ବନ୍ଦ

ଭୁବନେଶ୍ୱର, ୮ା୧୦, (ରବିନାରାୟଣ ଜେନା): କଂଗ୍ରେସ ନେତୃତ୍ୱରେ ଇଣ୍ଡିଆ ବ୍ଲକ୍‌ ପକ୍ଷରୁ ୪ ଦଫା ଦାବି ନେଇ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ…

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?