ଆକାଶରେ ୧୫ କି.ମି. ବ୍ୟାପିଲା ପାଉଁଶ

ଜାକର୍ତ୍ତା,୫ା୧୨: ଇଣ୍ଡୋନେସିଆର ସର୍ବୋଚ୍ଚ ଆଗ୍ନେୟଗିରି ମାଉଣ୍ଟ ସେମେରୁରୁ ରବିବାର ଲାଭା ଉଦ୍‌ଗିରଣ ହୋଇଛି। ଏହାର ପ୍ରଭାବରେ ୧୫ କି.ମି. ଅଞ୍ଚଳ ପର୍ଯ୍ୟନ୍ତ ଆକାଶ ପାଉଁଶ ଓ ବାଷ୍ପରେ ମେଘାଚ୍ଛନ୍ନ ହୋଇଛି। ଆସନ୍ନ ବିପଦକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଅଞ୍ଚଳରୁ ୨,୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଜାଭା ଦ୍ୱୀପର ପୂର୍ବ ଭାଗରେ ସର୍ବୋଚ୍ଚ ସତର୍କତା ଜାରି କରାଯାଇଛି।

ଦକ୍ଷିଣପୂର୍ବ ଏସୀୟ ରାଷ୍ଟ୍ର ଇଣ୍ଡୋନେସିଆ ଉପରେ ଗୋଟିଏ ପରେ ଗୋଟିଏ ବିପତ୍ତି ମାଡ଼ିଆସୁଛି। ଗତ ମାସରେ ଓ୍ବେଷ୍ଟ୍‌ ଜାଭାରେ ୫.୬ ତୀବ୍ରତା ବିଶିଷ୍ଟ ଭୂକମ୍ପରେ ୩୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ପ୍ରାଣହାନି ଘଟିବା ପରେ ଏବେ ଦେଶର ସର୍ବୋଚ୍ଚ ଆଗ୍ନେୟଗିରି ନିଜ ପ୍ରକୋପ ଦେଖାଇଛି। ଦେଶରେ ଥିବା ମୋଟ ୧୪୨ ଆଗ୍ନେୟଗିରି ମଧ୍ୟରୁ ୧୨୯ଟି ସକ୍ରିୟ ରହିଛି। ସେଗୁଡ଼ିକ ନିକଟ ୧୦ କି.ମି. ରେ ୮.୬ ନିୟୁତ ଲୋକ ବସବାସ କରନ୍ତି। ୨୦୦ ବର୍ଷ ମଧ୍ୟରେ ଏହି ଆଗ୍ନେୟଗିରିଗୁଡ଼ିକରୁ ବହୁବାର ଉଦ୍‌ଗିରଣ ହୋଇସାରିଛି।

ଏଥିଯୋଗୁ ଲକ୍ଷାଧିକ ଲୋକଙ୍କ ଜୀବନ ପ୍ରତି ସବୁବେଳେ ବିପଦ ଆଶଙ୍କା ରହିଥାଏ। ମୌସୁମୀ ବର୍ଷା ଯୋଗୁ ଜାଭା ଦ୍ୱୀପରେ ଥିବା ୩,୬୭୬ ମିଟର ଉଚ୍ଚତା ବିଶିଷ୍ଟ ମାଉଣ୍ଟ ସେମେରୁର ଉପରଭାଗ ଧସିଯିବାରୁ ତହିଁରୁ ଲାଭା ଉଦ୍‌ଗିରଣ ହୋଇଥିବା ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥାର ମୁଖପାତ୍ର ଅବ୍‌ଦୁଲ ମୁହାରି କହିଛନ୍ତି। ସେମେରୁ ପର୍ବତରୁ ଲାଭା ନିର୍ଗତ ହେବା ପରେ ଆଖପାଖର ଅନେକ ଗ୍ରାମ ଉପରେ ପାଉଁଶ ଆଚ୍ଛାଦିତ ହୋଇରହିଛି। ସୂର୍ଯ୍ୟାଲୋକର ଚିହ୍ନବର୍ଣ୍ଣ ନାହିଁ। ଉଦ୍ଧାରକାରୀ ଦଳ ଗ୍ରାମବାସୀମାନଙ୍କୁ ସୁରକ୍ଷିତ ଅଞ୍ଚଳକୁ ସ୍ଥାନାନ୍ତର କରିଛନ୍ତି।
ଧୂଳି ଓ ବର୍ଷା ଯୋଗୁ ରାସ୍ତାଗୁଡ଼ିକୁ ବନ୍ଦ କରିଦିଆଯାଇଛି। ୮ କି.ମି ଅଞ୍ଚଳକୁ ଡେଞ୍ଜର ଜୋନ୍‌ ଘୋଷଣା କରାଯାଇଥିବା ଭୋଲ୍‌କାନୋଲୋଜି ଆଣ୍ଡ୍‌ ଜିଓଲୋଜିକାଲ ହାଜାର୍ଡ ମିଟିଗେଶନ୍‌ ସେଣ୍ଟର ମୁଖ୍ୟ ହେନ୍ଦ୍ରା ଗୁନାଓ୍ବନ୍‌ କହିଛନ୍ତି। ତେବେ ଏଥିଯୋଗୁ କେହି ମୃତାହତ ହୋଇ ନ ଥିବା ପରିବହନ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ରାଜଧାନୀ ଜାକର୍ତ୍ତାରୁ ୬୪୦ କି.ମି. ଦୂରରେ ଅବସ୍ଥିତ ସୁମେରୁ ମହାମେରୁ ନାମରେ ମଧ୍ୟ ପରିଚିତ। ଗତବର୍ଷ ଡିସେମ୍ବରରେ ଶେଷ ଥର ପାଇଁ ସେମେରୁରୁ ବଡ଼ ଧରଣର ଲାଭା ଉଦ୍‌ଗିରଣ ହୋଇଥିଲା। ଜନବସତିକୁ ଲାଭା ମାଡ଼ିଯିବାରୁ ଶତାଧିକ ଘର ମାଟିରେ ମିଶିଯାଇଥିଲା। ଏହାର ପ୍ରଭାବରେ ୫୧ ଜଣଙ୍କ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

ହେଲିକପ୍ଟର ଦୁର୍ଘଟଣାରେ କେନିଆର ପ୍ରତିରକ୍ଷା ମୁଖ୍ୟଙ୍କ ସମେତ ୯ ମୃତ୍ୟୁ

ନୈରୋବି,୧୯।୪: ଏକ ହେଲିକପ୍ଟର ଦୁର୍ଘଟଣାରେ ଗୁରୁବାର କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନସିସ ଓମୋଣ୍ଡି ଓଗୋଲାଙ୍କ ମତ୍ୟୁ ଘଟିଛି। ତାଙ୍କ ସହ ହେଲିକପ୍ଟରରେ ଥିବା ୯ଜଣ ଲୋକ...

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri