Posted inଫୁରସତ

ଏମିତି ସହର, ଯେଉଁଠି ପ୍ରତିବର୍ଷ ମାଙ୍କଡ଼ଙ୍କ ପାଇଁ ଆୟୋଜନ କରାଯାଏ ବଫେ

ଦୁନିଆରେ ଧର୍ମ ଏବଂ ସମ୍ପ୍ରଦାୟକୁ ନେଇ ଅନେକ ବିଶ୍ୱାସ ରହିଛି। ବର୍ଷ ବର୍ଷ ଧରି ଲୋକେ ଏହି ପରମ୍ପରାକୁ ମାନି ଆସୁଛନ୍ତି। ଏହିପରି ଏକ ବିଶ୍ୱାସ ହେଉଛି ଥାଇଲାଣ୍ଡର ମଙ୍କି ବଫେ ଫେଷ୍ଟିଭାଲ।

ବ୍ୟାଙ୍କକ୍‌ଠାରୁ ପ୍ରାୟ ୧୫୦ କିଲୋମିଟର ଦୂରରେ ଲୋପବୁରୀ ନାମକ ଏକ ସହର ଅଛି। ପ୍ରତିବର୍ଷ ଏହି ସହରରେ ‘ମଙ୍କି ବଫେ ଫେଷ୍ଟିଭାଲ’ ପାଳନ କରାଯାଏ । ଏହି ପର୍ବର ବିଶେଷତ୍ୱ ହେଉଛି, ଏହା ଏକ ଶୋଭାଯାତ୍ରା ପରି ହୋଇଥାଏ। ଏଠାରେ ଖାଦ୍ୟ ପାଇଁ ମାଗଣା ବ୍ୟବସ୍ଥା କରାଯାଏ। ସାଜସଜ୍ଜା ବି କରାଯାଏ। କିନ୍ତୁ ଏସବୁ ମଣିଷ ପାଇଁ ନୁହେଁ, କେବଳ ମାଙ୍କଡ଼ମାନଙ୍କ ପାଇଁ।

ମହୋତ୍ସବ ଆୟୋଜକମାନେ ମାଙ୍କଡ଼ମାନଙ୍କ ପାଇଁ ତାଜା ଫଳ, ସାଲାଡ ଏବଂ ଥାଇ ମିଠା ରଖିଥାନ୍ତି। ଏବଂ ଏହି ପର୍ବକୁ ବହୁତ ବଡ଼ ଶୋଭାଯାତ୍ରାରେ ପାଳନ କରନ୍ତି। ଏବେ ପ୍ରଶ୍ନ ଉଠୁଛି, ଏପରି ପର୍ବ ପାଳନ କରିବାର କାରଣ କ’ଣ? ଲୋକମାନେ ବିଶ୍ୱାସ କରନ୍ତି, ଏହି ପର୍ବ ଏଠାରେ ଜଣେ ସ୍ଥାନୀୟ ବ୍ୟବସାୟୀଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ସେ ବିଶ୍ୱାସ କରୁଥିଲେ ଯେ, ଲୋପବୁରୀରେ ମାଙ୍କଡ଼ଙ୍କ ସଂଖ୍ୟା ଅଧିକ ଥିଲା, ଯେଉଁ କାରଣରୁ ପର୍ଯ୍ୟଟକମାନେ ଏଠାକୁ ଆସି ସେମାନଙ୍କୁ ଖାଇବାକୁ ଦେଉଥିଲେ। ଖୁବ୍‌ ଶୀଘ୍ର ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଲା ଏବଂ ବ୍ୟବସାୟୀଙ୍କ ବ୍ୟବସାୟ ମଧ୍ୟ ବୃଦ୍ଧି ପାଇଲା। ଏଭଳି ପରିସ୍ଥିତିରେ ସେ ମାଙ୍କଡ଼ମାନଙ୍କୁ ପାର୍ଟି ଦେବା ଆରମ୍ଭ କରିଦେଲେ। ଯାହା ଫଳରେ ସହରରେ ଅଧିକରୁ ଅଧିକ ମାଙ୍କଡ଼ ବାସ କରୁଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ପୃଥିବୀର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକମାନେ ଏଠାକୁ ଆସୁଥିଲେ, ଯେଉଁମାନେ ମାଙ୍କଡ଼ମାନଙ୍କୁ ଖାଦ୍ୟ ଓ ପାନୀୟ ଦେଉଥିଲେ, କିନ୍ତୁ କରୋନା ମହାମାରୀ ଯୋଗୁ ଲୋକମାନେ ଆସିବା ବନ୍ଦ କରିଦେଲେ। ମାଙ୍କଡ଼ମାନେ ଭୋକ ଉପାସରେ ରହିଲେ। ଫଳରେ ସେମାନେ ଦୋକାନରୁ ସାମଗ୍ରୀ ଚୋରି କରି ଖାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri