Posted inଫୁରସତ

ଏମିତି ସହର, ଯେଉଁଠି ପ୍ରତିବର୍ଷ ମାଙ୍କଡ଼ଙ୍କ ପାଇଁ ଆୟୋଜନ କରାଯାଏ ବଫେ

ଦୁନିଆରେ ଧର୍ମ ଏବଂ ସମ୍ପ୍ରଦାୟକୁ ନେଇ ଅନେକ ବିଶ୍ୱାସ ରହିଛି। ବର୍ଷ ବର୍ଷ ଧରି ଲୋକେ ଏହି ପରମ୍ପରାକୁ ମାନି ଆସୁଛନ୍ତି। ଏହିପରି ଏକ ବିଶ୍ୱାସ ହେଉଛି ଥାଇଲାଣ୍ଡର ମଙ୍କି ବଫେ ଫେଷ୍ଟିଭାଲ।

ବ୍ୟାଙ୍କକ୍‌ଠାରୁ ପ୍ରାୟ ୧୫୦ କିଲୋମିଟର ଦୂରରେ ଲୋପବୁରୀ ନାମକ ଏକ ସହର ଅଛି। ପ୍ରତିବର୍ଷ ଏହି ସହରରେ ‘ମଙ୍କି ବଫେ ଫେଷ୍ଟିଭାଲ’ ପାଳନ କରାଯାଏ । ଏହି ପର୍ବର ବିଶେଷତ୍ୱ ହେଉଛି, ଏହା ଏକ ଶୋଭାଯାତ୍ରା ପରି ହୋଇଥାଏ। ଏଠାରେ ଖାଦ୍ୟ ପାଇଁ ମାଗଣା ବ୍ୟବସ୍ଥା କରାଯାଏ। ସାଜସଜ୍ଜା ବି କରାଯାଏ। କିନ୍ତୁ ଏସବୁ ମଣିଷ ପାଇଁ ନୁହେଁ, କେବଳ ମାଙ୍କଡ଼ମାନଙ୍କ ପାଇଁ।

ମହୋତ୍ସବ ଆୟୋଜକମାନେ ମାଙ୍କଡ଼ମାନଙ୍କ ପାଇଁ ତାଜା ଫଳ, ସାଲାଡ ଏବଂ ଥାଇ ମିଠା ରଖିଥାନ୍ତି। ଏବଂ ଏହି ପର୍ବକୁ ବହୁତ ବଡ଼ ଶୋଭାଯାତ୍ରାରେ ପାଳନ କରନ୍ତି। ଏବେ ପ୍ରଶ୍ନ ଉଠୁଛି, ଏପରି ପର୍ବ ପାଳନ କରିବାର କାରଣ କ’ଣ? ଲୋକମାନେ ବିଶ୍ୱାସ କରନ୍ତି, ଏହି ପର୍ବ ଏଠାରେ ଜଣେ ସ୍ଥାନୀୟ ବ୍ୟବସାୟୀଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ସେ ବିଶ୍ୱାସ କରୁଥିଲେ ଯେ, ଲୋପବୁରୀରେ ମାଙ୍କଡ଼ଙ୍କ ସଂଖ୍ୟା ଅଧିକ ଥିଲା, ଯେଉଁ କାରଣରୁ ପର୍ଯ୍ୟଟକମାନେ ଏଠାକୁ ଆସି ସେମାନଙ୍କୁ ଖାଇବାକୁ ଦେଉଥିଲେ। ଖୁବ୍‌ ଶୀଘ୍ର ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଲା ଏବଂ ବ୍ୟବସାୟୀଙ୍କ ବ୍ୟବସାୟ ମଧ୍ୟ ବୃଦ୍ଧି ପାଇଲା। ଏଭଳି ପରିସ୍ଥିତିରେ ସେ ମାଙ୍କଡ଼ମାନଙ୍କୁ ପାର୍ଟି ଦେବା ଆରମ୍ଭ କରିଦେଲେ। ଯାହା ଫଳରେ ସହରରେ ଅଧିକରୁ ଅଧିକ ମାଙ୍କଡ଼ ବାସ କରୁଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ପୃଥିବୀର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକମାନେ ଏଠାକୁ ଆସୁଥିଲେ, ଯେଉଁମାନେ ମାଙ୍କଡ଼ମାନଙ୍କୁ ଖାଦ୍ୟ ଓ ପାନୀୟ ଦେଉଥିଲେ, କିନ୍ତୁ କରୋନା ମହାମାରୀ ଯୋଗୁ ଲୋକମାନେ ଆସିବା ବନ୍ଦ କରିଦେଲେ। ମାଙ୍କଡ଼ମାନେ ଭୋକ ଉପାସରେ ରହିଲେ। ଫଳରେ ସେମାନେ ଦୋକାନରୁ ସାମଗ୍ରୀ ଚୋରି କରି ଖାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେରଳ ସୁନ୍ଦରୀ କୈଜିଆ ଲିଜ ମାଜ୍ଜୋ ହେଲେ ମିସ ଇଣ୍ଡିଆ ୟୁନିଭର୍ସ 2026, ମୁକୁଟ ପିନ୍ଧାଇଲେ ମନିକା ବିଶ୍ୱକର୍ମା

ନୂଆଦିଲ୍ଲୀ,୨୪।୮: ମିସ ୟୁନିଭର୍ସ ଇଣ୍ଡିଆ ୨୦୨୬ ହେଉଛି ମିସ ୟୁନିଭର୍ସ ଇଣ୍ଡିଆ ପ୍ରତିଯୋଗିତାର ତୃତୀୟ ସଂସ୍କରଣ, ଯାହା ୨୩ ଅଗଷ୍ଟ, ୨୦୨୬ରେ ରାଜସ୍ଥାନର ଜୟପୁରର ଜୀ ଷ୍ଟୁଡିଓରେ…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

୬୩ ବର୍ଷ ତଳେ ପେଟ୍ରୋଲ ଦର ଥିଲା ୭୨ ପଇସା, ରସିଦ୍‌ ପ୍ରଦାନ କରି ଅବସରପ୍ରାପ୍ତ ଏସ୍‌ବିଆଇ ଅଧିକାରୀ କହିଲେ…

କଟକ ସଦର,୨୪ା୮(ସୁଶାନ୍ତ କୁମାର ଜେନା): ବର୍ତ୍ତମାନ ପେଟ୍ରୋଲ ଦର ସ୍ଥାନ ବିଶେଷରେ ୧୧୦ ଟଙ୍କାରେ ପହଞ୍ଚିଲାଣି। ଦର ବଢ଼ିବା ସହିତ ଚାହିଦା ମଧ୍ୟ ଦିନକୁ ଦିନ ବୃଦ୍ଧି…

ରାଜ୍ୟରୁ ୨୪ ହଜାର ଶିଶୁ ନିଖୋଜ: ୨୦୨୪ରେ ସର୍ବାଧିକ ୬,୨୨୩ ନିଖୋଜ, ୮୭% ଝିଅ

ଭୁବନେଶ୍ୱର,୨୪।୮(ତ୍ରିନାଥ ମହାନ୍ତି ): ଯାଜପୁର ଜିଲାର ପିହୁ ହେଉ ଅବା ନୟାଗଡ଼ର ପରୀ। ରାଜ୍ୟର ବିଭିନ୍ନ ଜିଲାରୁ କୋମଳମତି ଶିଶୁ ନିଖୋଜ ହୋଇଯାଉଛନ୍ତି। ସେମାନଙ୍କୁ ଖୋଜିବା ପାଇଁ…

ପିଆଜ ଦର ବୃଦ୍ଧି ଉପରେ ସରକାରଙ୍କ ବଡ଼ ଆକ୍ସନ, ଏବେ ଏଇଠୁ ଆସିଲା ପରେ ମିଳିବ ଶସ୍ତା ପିଆଜ

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବୃଦ୍ଧିରେ ପୁଣି ଥରେ ଚେପା ହେଲେଣି ସାଧାରଣ ପରିବାରର। ଦେଶର ଅନେକ ସ୍ଥାନରେ ଦର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି ବୃଦ୍ଧିକୁ…

ଏଆଇ ସାହାଯ୍ୟରେ ପ୍ଲାଣ୍ଟ ଇମ୍ୟୁନିଟି ସିଷ୍ଟମ୍‌ ପ୍ରସ୍ତୁତ କଲେ ଚାଇନା ଗବେଷକ

ବେଜିଂ, ୨୪ା୮: ଫସଲକୁ ସାଂଘାତିକ ରୋଗ ଏବଂ ଜୀବାଣୁ, ଭୂତାଣୁ ଓ କବକ ଆକ୍ରମଣରୁ ରକ୍ଷା କରିବା ପାଇଁ ଚାଇନା ଗବେଷକମାନେ କୃତ୍ରିମ ପ୍ରତିରୋଧକ ବ୍ୟବସ୍ଥା ବିକଶିତ…

ବେଆଇନ ଗଛକଟା, ଲଘୁ ଖଣିଜ ସମ୍ପଦ ଲୁଟ୍‌, ମାସକ ମଧ୍ୟରେ ରିପୋର୍ଟ ଲୋଡ଼ିଲେ ଏନ୍‌ଜିଟି

ଭୁବନେଶ୍ୱର,୨୪।୮(ରବିନାରାୟଣ ଜେନା): ରାଜ୍ୟରେ ଲଘୁ ଖଣିଜ ସମ୍ପଦ ମନଇଚ୍ଛା ଖୋଳା ଚାଲିଛି। ସରକାରୀ ନୀତି ଗୋଟିଏ କଥା କହୁଥିବାବେଳେ ଲିଜ୍‌ଧାରୀମାନେ ସେସବୁକୁ ଭ୍ରୂକ୍ଷେପ ନ କରି ଯେଉଁଠି…

ସାଉଦି-ପାକ୍‌-ତୁର୍କୀ ପ୍ରତିରକ୍ଷା ମେଣ୍ଟରେ ସାମିଲ ହେବାକୁ ବାଂଲାଦେଶ ଆଗ୍ରହୀ

ନୂଆଦିଲ୍ଲୀ,୨୪ା୮: ସାଉଦି ଆରବ, ପାକିସ୍ତାନ ଏବଂ ତୁର୍କୀ ମଧ୍ୟରେ ନିକଟରେ ପ୍ରତିରକ୍ଷା ମେଣ୍ଟ ହୋଇଥିବାବେଳେ ସେଥିରେ ସାମିଲ ହେବା ଲାଗି ବାଂଲାଦେଶ ଆଗ୍ରହୀ ଥିବା ଏହାର ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri