Posted inଫୁରସତ

ମେଣ୍ଢା ଛୁଆର ଲମ୍ବା କାନ

ମେଣ୍ଢା ଛୁଆଗୁଡ଼ିକ ଦେଖିବାକୁ ବହୁତ ସୁନ୍ଦର। ତେବେ ଆଜି ଆମେ ଏମିତି ଏକ ମେଣ୍ଢା ଛୁଆ ବିଷୟରେ କହିବୁ ଯିଏ ଦେଖିବାକୁ ଯେତିକି ସୁନ୍ଦର ସେତିକି ଆଶ୍ଚର୍ଯ୍ୟଜନକ ମଧ୍ୟ। କାରଣ ଏହାର କାନ ଏତେ ଲମ୍ବା ଯେ, ତାହା ତଳେ ଘୋଷାଡ଼ି ହୁଏ। ଏଇ ଲମ୍ବା କାନ ଥିବା ମେଣ୍ଢା ଛୁଆର ନାମ ହେଉଛି ସିମ୍ବା। ପଞ୍ଜାବର ସିନ୍ଧ ପ୍ରାନ୍ତରେ ଜୁନ୍‌ ୪ରେ ମମି ନାମକ ମେଣ୍ଢା ଏହି ଅଜବ ମେଣ୍ଢା ଛୁଆକୁ ଜନ୍ମ ଦେଇଛି। ଜନ୍ମ ସମୟରେ ଏହାର କାନର ଲମ୍ବ ୪୮ ସେ.ମି. ଥିଲା। ହେଲେ ମାସକ ଭିତରେ ତାହା ଆହୁରି ଲମ୍ବା ହୋଇ ୫୬ ସେ.ମି. ହୋଇଗଲାଣି। ତେଣୁ ସେ ଚାଲିବାବେଳେ କାନ ଦୁଇଟି ତଳେ ଘୋଷାଡ଼ି ହେଉଛି। ଆଉ କାନ ମଇଳା ହୋଇଯାଉଛି। ତେଣୁ ମାଲିକ ମହମ୍ମଦ ହସନ ଅଖାକୁ କାଟି ସିଲେଇକରି କାନରେ ଲଗାଇ ଦେଉଛନ୍ତି। ଏବେ ମହମ୍ମଦଙ୍କ ଘରେ ମେଣ୍ଢା ଛୁଆକୁ ଦେଖିବାକୁ ଲୋକଙ୍କ ଭିଡ ଲାଗି ରହୁଛି। ବିଭିନ୍ନ ଗଣମାଧ୍ୟମ ମେଣ୍ଢାଛୁଆକୁ ନେଇ ଅନେକ ପ୍ରୋଗ୍ରାମ କରିଛନ୍ତି। ମହମ୍ମଦ ଆଶା ରଖିଛନ୍ତି ତାଙ୍କ ମେଣ୍ଢା ଛୁଆର ନାମ ଗିନିଜ ଓ୍ବାର୍ଲଡ ରେକର୍ଡସ୍‌ରେ ନିଶ୍ଚୟ ସାମିଲ ହେବ।


Enter your email to get our daily news in your inbox.

All Right Reserved By Dharitri.Com

HRଙ୍କ ଗୋଟିଏ ଫୋନ୍‌ କଲ୍‌ରେ ଚାଲିଗଲା ଯୁବତୀଙ୍କର ସାଢ଼େ ୫ ବର୍ଷର ଚାକିରି, କହିଲେ ଭଗବାନଙ୍କ ନିର୍ଦ୍ଦେଶ ଯାହା…

ଦିଲ୍ଲୀର ଜଣେ ଆଇଟି ପ୍ରଫେଶନାଲଙ୍କ ଏକ ଭାବପ୍ରବଣ ଭିଡିଓ ସୋସିଆଲ ମିଡିଆରେ ତୀବ୍ର ବେଗରେ ଭାଇରାଲ ହେଉଛି। ଭିଡିଓରେ ଯୁବତୀ ଜଣକ କହୁଛନ୍ତି ସେ ଏଚ୍‌ଆରଙ୍କଠାରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri