ପୁଅର ଚିକିତ୍ସା ପାଇଁ ଆଣିଥିବା ଅର୍ଥ ମୋ ବସ୍‌ରୁ ଚୋରି

ଭୁବନେଶ୍ୱର,୨୭।୫ (ସୂର୍ଯ୍ୟକାନ୍ତ ବେହେରା): ପୁଅର ଚିକିତ୍ସା ପାଇଁ ବହୁ କଷ୍ଟରେ ଟଙ୍କା ସଂଗ୍ରହ କରି ଆଣିଥିଲେ ବାପା। ଗଞ୍ଜାମରୁ ଆସି ଭୁବନେଶ୍ୱରରେ ପହଞ୍ଚତ୍ଥିଲେ। ହେଲେ ମୋ ବସ୍‌ରେ ହସ୍ପିଟାଲକୁ ଯାଉଥିବାବେଳେ ସବୁ ଟଙ୍କା ଚୋରି ହୋଇଗଲା। ଏମିତି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ଚୋରିର ଶିକାର ହୋଇଥିବା ଗଞ୍ଜାମ ହିଞ୍ଜିଳିକାଟୁର ବୃନ୍ଦାବନ ସାହୁ ଏନେଇ ଖଣ୍ଡଗିରି ଥାନାରେ ଏତଲା ଦେଇଛନ୍ତି। ସେ ନୟାପଲ୍ଲୀରୁ ୧୯ ନମ୍ବର ମୋ ବସ୍‌ରେ ଏମ୍ସକୁ ଯାଉଥିବାବେଳେ ବସ୍‌ ଭିତରେ ଲୁଟେରାଦଳ ତାଙ୍କୁ ଘେରି ଯାଇ କୌଶଳକ୍ରମେ ୫୭ ହଜାର ଟଙ୍କା ନେଇ ଫେରାର ହୋଇଯାଇଥିବା ସେ ଏତଲାରେ ଦର୍ଶାଇଛନ୍ତି। ଅଭିଯୋଗକୁ ଭିତ୍ତିକରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ବୃନ୍ଦାବନଙ୍କ କହିବାନୁସାରେ, ପୁଅ ଏମ୍ସର ନ୍ୟୁରୋଲୋଜି ବିଭାଗରେ ଚିକିତ୍ସା ହେଉଛନ୍ତି। ପୁଅର ଚିକିତ୍ସା ପାଇଁ ଘରୁ ଟଙ୍କା ନେଇ ଆସି ସମ୍ପର୍କୀୟଙ୍କ ଘରେ ରହିଥିଲେ। ରବିବାର ସକାଳ ସାଢେ ୯ଟାରେ ସେ ନୟାପଲ୍ଲୀ ଡିଏଭି ସ୍କୁଲ ନିକଟ ବସ୍‌ଷ୍ଟାଣ୍ଡ୍‌ରୁ ମୋ ବସ୍‌ରେ ଚଢିଥିଲେ। ଏମ୍ସ ଗେଟ ଆଗରେ ଓହ୍ଲାଇବା ପରେ ତାଙ୍କ ପକେଟରେ ଟଙ୍କା ନ ଥିବା ଜାଣିବାକୁ ପାଇଥିଲେ। ଏହାପରେ ସେ ବସ୍‌ ଡ୍ରାଇଭର ଓ ହେଲପରଙ୍କୁ ଜଣାଇବା ସହ ସିସିଟିଭି ଦେଖିବାକୁ ଯେତେ ଅନୁରୋଧ କରିଥିଲେ ମଧ୍ୟ ସେମାନେ ଶୁଣି ନ ଥିଲେ। ନିରାଶ ହେବା ପରେ ବୃନ୍ଦାବନ ଖଣ୍ଡଗିରି ଥାନାରେ ପହଞ୍ଚତ୍ ପୋଲିସକୁ ଘଟଣା ସମ୍ପର୍କରେ ଜଣାଇବା ସହ ଲିଖିତ ଅଭିଯୋଗ କରିଥିଲେ। ତେବେ ଟଙ୍କା ଚୋରି ହୋଇଯାଇଥିବାରୁ ପୁଅର ଚିକିତ୍ସାକୁ ନେଇ ବାପା ବୃନ୍ଦାବନ ଚିନ୍ତାରେ ପଡିଛନ୍ତି।
ସୂଚନାଯୋଗ୍ୟ, ମାସକ ମଧ୍ୟରେ ମୋ ବସ୍‌ ଓ ଷ୍ଟାଣ୍ଡ୍‌ରୁ ଗହଳିର ସୁଯୋଗନେଇ ଚୋରି ବଢ଼ୁଛି। ନିକଟରେ କମିଶନରେଟ ପୋଲିସ ପଶ୍ଚିମବଙ୍ଗର ମହିଳା ଗ୍ୟାଙ୍ଗ ଓ ଅନ୍ୟ ଏକ ପୁରୁଷ ଗ୍ୟାଙ୍ଗକୁ ଧରିଥିଲା। ଏହାପରେ ବି ମୋ ବସ୍‌ରୁ ଚୋରି ଜାରି ରହିଥିବାରୁ ଏଥିରେ ଆହୁରି ଏକାଧିକ ଗ୍ୟାଙ୍ଗ୍‌ ସମ୍ପୃକ୍ତ ଥିବାରୁ ପୋଲିସ ଏହାକୁ ଗୁରୁତ୍ୱର ସହ ନେଇ ଚୋରି ରୋକିବାକୁ ଯାତ୍ରୀମାନେ ଦାବି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ଛତ୍ରପୁରରେ ବେଆଇନ ମୋରମ ଚାଲାଣ ଉପରେ ପୋଲିସର ଚଢ଼ାଉ: ୧୦ ଟିପ୍ପର ସହ ଜେସିବି ଜବତ

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ବେଆଇନ ଖଣିଜ ସମ୍ପଦ ଚୋରା ଚାଲାଣ ଉପରେ ଚମାଖଣ୍ଡି ଥାନା ପୋଲିସ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri