ଦାୟିତ୍ୱହୀନତାରୁ ବିପର୍ଯ୍ୟୟ

ଏବେ ଦୁଇଟି ଦୁର୍ଘଟଣା ସମସ୍ତଙ୍କୁ ବ୍ୟଥିତ କରିବା ଭଳି ବିଷୟ ଭାବେ ଉଭା ହୋଇଛି। ୨୫ ମେ’ ୨୦୨୪ରେ ଗୁଜରାଟର ରାଜକୋଟସ୍ଥିତ ଗେମିଂ ଜୋନ୍‌ରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିବାରୁ ୯ ଯୁବକଙ୍କ ସମେତ ୨୭ ଜଣଙ୍କ ମୃତ୍ୟୁ ଏବଂ ସେହି ୨୫ ମେ’ ପାହାନ୍ତାରେ ନୂଆଦିଲ୍ଲୀସ୍ଥିତ ନ୍ୟୁ ବର୍ନ ବେବି କେୟାର ହସ୍ପିଟାଲରେ ନିଆଁ ଲାଗି ୭ ଜଣ ନବଜାତଙ୍କ ପ୍ରାଣହାନି ଘଟିଛି। ଦୁଇଟି ଘଟଣା ଅତ୍ୟନ୍ତ ଦୁଃଖଦାୟକ। ଇତିମଧ୍ୟରେ ଗୁଜରାଟ ହାଇକୋର୍ଟ ନିଜ ଆଡ଼ୁ ଏହି ବିଷୟକୁ ଗମ୍ଭୀରତାର ସହିତ ନେଇ ତୁରନ୍ତ ରିପୋର୍ଟ ଦେବାକୁ ରାଜ୍ୟ ସରକାର ଓ ମ୍ୟୁନିସିପାଲ କର୍ପୋରେଶନକୁ ନିର୍ଦ୍ଦେଶ ଦେଇଛନ୍ତି। ଅନୁରୂପ ଭାବେ ଦିଲ୍ଲୀ ଘଟଣାରେ ଲ୍ୟୁଟ୍‌ନାଣ୍ଟ ଜେନେରାଲ ଭି. କେ. ସାକ୍ସେନା ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ଉପରୋକ୍ତ ଦୁଇଟି ଦୁର୍ଘଟଣାକୁ ଦେଖିଲେ ସେସବୁ ମନୁଷ୍ୟକୃତ। ଶୁଣିବାକୁ ମିଳୁଛି, କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ରାଜକୋଟ ଗେମିଂ ଜୋନ୍‌ ବେଆଇନ ଭାବେ ଚାଲୁଥିଲା। ସେହିଭଳି ନୂଆଦିଲ୍ଲୀସ୍ଥିତ ନ୍ୟୁ ବର୍ନ ବେବି କେୟାର ହସ୍ପିଟାଲରେ ନିଆଁ ଲାଗି ଶିଶୁଙ୍କ ମୃତ୍ୟୁ ଘଟିବା ପରେ ଏହାର ମାଲିକ ଡାକ୍ତର ନବୀନ ଫେରାର ହୋଇଯାଇଥିଲେ ଓ ପରବର୍ତ୍ତୀ ସମୟରେ ତାଙ୍କୁ ଅଟକ ରଖାଯାଇଛି। ଏଥିରୁ ବୁଝିବାକୁ ହେବ ଯେ, ସମ୍ପୃକ୍ତ ହସ୍ପିଟାଲରେ ରୋଗୀଙ୍କ ନିରାପତ୍ତାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି। ଅବଶ୍ୟ ଏଭଳି ଘଟଣା ଅତୀତରେ ଓଡ଼ିଶା ସମେତ ଅନେକ ରାଜ୍ୟରେ ବାରମ୍ବାର ଘଟିଛି। କେବଳ ଲାଭକୁ ଅନାଇ ଲୋକଙ୍କ ସାଧାରଣ ନିରାପତ୍ତାକୁ ଗୁରୁତ୍ୱ ଦିଆଯାଉ ନ ଥିବାରୁ ଏଭଳି ଦୁର୍ଘଟଣା ଘଟୁଛି। ଅନୁମତି ଦେଉଥିବା ଓ ଯାଞ୍ଚ ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସୁଛି। ଅଧିକାରୀମାନେ ଲାଞ୍ଚ ନେଇ ଲାଇସେନ୍ସ ଦେଇ ଦେଉଥିବାରୁ ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥଳେ କୋର୍ଟ ଏବଂ ସରକାରଙ୍କ ତଦନ୍ତ କେବଳ ନିର୍ଦ୍ଦେଶ ଭିତରେ ସୀମିତ ରହିଗଲେ ବେଆଇନ ଉପାୟ ଅନୁସରଣ କରୁଥିବା ବ୍ୟକ୍ତିମାନେ ଚେତିବେ ନାହିଁ। ଏଭଳି ମାମଲାକୁ କ୍ରମାଗତ ଅନୁସରଣ କରାଯାଇ ଦୋଷୀଙ୍କୁ ଯଥାଶୀଘ୍ର ଦଣ୍ଡ ଦିଆଗଲେ ହୁଏତ ଅବହେଳାରୁ ସୃଷ୍ଟି ହେଉଥିବା ବିପର୍ଯ୍ୟୟର ମାତ୍ରା କମିପାରନ୍ତା।
କେବଳ ଅଗ୍ନିକାଣ୍ଡରେ ମୃତ୍ୟୁ ଘଟୁଛି, ତାହା ନୁହେଁ। ୨ ଜୁନ୍‌ ୨୦୨୩ରେ ବାଲେଶ୍ୱର ଜିଲା ବାହାନଗା ରେଳ ଷ୍ଟେଶନରେ ଘଟିଥିବା ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣା ମଧ୍ୟ ମନୁଷ୍ୟକୃତ ଥିଲା ଓ କର୍ମଚାରୀ ସମ୍ପୂର୍ଣ୍ଣ କାର୍ଯ୍ୟରେ ଅବହେଳା କରିଥିବା ହେତୁ ଏହା ଘଟିଥିଲା। ଏଥିରେ ୨୯୬ ଜଣଙ୍କ ମୃତ୍ୟୁ ଘଟିଥିଲା ଓ ଅନେକ ଆହତ ହୋଇଥିଲେ। ସେହିପରି ୩୦ ଅକ୍ଟୋବର ୨୦୨୨ ସନ୍ଧ୍ୟାରେ ଗୁଜରାଟର ମୋର୍ବିସ୍ଥିତ ମାଛୁ ନଦୀରେ ୧୦୦ ବର୍ଷର ପୁରୁଣା ସସ୍ପେନ୍‌ସନ ବ୍ରିଜ୍‌ ଭୁଶୁଡ଼ି ପଡ଼ିଥିଲା। ଏଥିଯୋଗୁ ୧୪୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇ ପାଣିରେ ଫସିରହିଥିଲେ। ଉକ୍ତ ଝୁଲା ପୋଲ ବ୍ରିଟିଶ ସରକାର ଅମଳରେ ନିର୍ମାଣ କରାଯାଇଥିଲା। ଏହା ଦୁର୍ବଳ ହୋଇଯାଇଥିବାରୁ ତାହାର ମରାମତି କରାଯାଇଥିଲା। ପୁନଃ ନିର୍ମାଣ ପରେ ସେହିବର୍ଷ ୨୬ ଅକ୍ଟୋବରରେ ଖୋଲାଯାଇଥିଲା। ସେତେବେଳେ କୁହାଯାଇଥିଲା ଯେ, ମୋର୍ବି ମ୍ୟୁନିସିପାଲ କର୍ତ୍ତୃପକ୍ଷଙ୍କ ନିକଟରୁ ଫିଟ୍‌ନେସ୍‌ ସାର୍ଟିଫିକେଟ ମିଳି ନ ଥିବା ସତ୍ତ୍ୱେ ସର୍ବସାଧାରଣଙ୍କ ପାଇଁ ଉକ୍ତ ବ୍ରିଜ୍‌କୁ ଖୋଲି ଦିଆଯାଇଥିଲା। ଅନୁରୂପ ଭାବେ ୩୧ ମାର୍ଚ୍ଚ ୨୦୧୬ରେ କୋଲକାତାର ଗିରିଶ ପାର୍କ ଅଞ୍ଚଳରେ ନିର୍ମାଣାଧୀନ ବିବେକାନନ୍ଦ ରୋଡ୍‌ ଫ୍ଲାଏଓଭର ଭୁଶୁଡ଼ି ପଡ଼ିବାରୁ ୨୭ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୮୦ ଜଣ ଆହତ ହୋଇଥିଲେ। ଏହିଭଳି ଅନେକ ଉଦାହରଣ ଆମ ମନକୁ ଆସୁଛି। ଏସବୁ ଦୁର୍ଘଟଣା ହେଉଛି ମନୁଷ୍ୟକୃତ ଓ ଲାଞ୍ଚରୁ ଜନ୍ମ। ଆମ ଦେଶର ସବୁଠାରୁ ବଡ଼ ରୋଗ ହେଉଛି ଦାୟିତ୍ୱହୀନତା। କେହି କୌଣସି କାର୍ଯ୍ୟ କରିବାକୁ ଉତ୍ତରଦାୟୀ ରହୁ ନ ଥିବାରୁ ସବୁ ସ୍ତରରେ ମନଇଚ୍ଛା କାର୍ଯ୍ୟ କରିବାର ସୁଯୋଗ ସୃଷ୍ଟି ହେଉଛି। ସେହିଭଳି କାର୍ଯ୍ୟ ନ କରି ଅବହେଳା କରିବାର ସୁଯୋଗ ମଧ୍ୟ ସୃଷ୍ଟି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରଣ୍ଡାରେ ଖାଉଛନ୍ତି ୧୬୯ ଛାତ୍ରୀଛାତ୍ର: ମଧ୍ୟାହ୍ନ ଭୋଜନ ପାଇଁ ଶେଡ ନିର୍ମାଣ ଦାବି

କେସିଙ୍ଗା,୨୩।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ଗାଈଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଶେଡ ନଥିବାରୁ ଛାତ୍ରୀଛାତ୍ରମାନେ…

ଜଣେ ‘ହିଟ୍‌’, ଜଣେ ‘ଫ୍ଲପ୍‌’: ଜାଣନ୍ତୁ ଟିମ୍‌ଇଣ୍ଡିଆ ପାଇଁ କେମିତି ରହିଲା ଦ୍ରାବିଡ-ସେହ୍ବାଗ ପୁଅଙ୍କ ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୯: କ୍ରିକେଟ ମଇଦାନରେ ଯେତେବେଳେ ଦୁଇ କିମ୍ବଦନ୍ତୀ କ୍ରିକେଟରଙ୍କ ପୁଅ ଏକାଠି ଖେଳନ୍ତି ସେତେବେଳେ ସମସ୍ତଙ୍କ ନଜର ସେମାନଙ୍କ ପ୍ରଦର୍ଶନ ଉପରେ ରହିଥାଏ। ଭାରତ ଓ ଅଷ୍ଟ୍ରେଲିଆ…

ଇରାନକୁ ଧ୍ୱଂସ କରିଦେବୁ: ୟୁଏନ୍‌ଜିଏରେ ଧମକ ଦେଲେ ଟ୍ରମ୍ପ୍‌

ଜାତିସଂଘ,୨୩ା୯:ଇରାନ ଯଦି ଓ୍ବାଶିଂଟନ ସହ ଚୁକ୍ତି ସ୍ବାକ୍ଷର ନ କରେ ତେବେ ଏହାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦିଆଯିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଙ୍ଗଳବାର ଜାତିସଂଘ…

ଶିଶୁର ଆମେରିକା ନାଗରିକତ୍ୱ ପାଇଁ ସରୋଗେସି ଆପଣାଉଛନ୍ତି ଚାଇନା ଦମ୍ପତି

ନ୍ୟୁୟର୍କ,୨୩ା୯:ଆମେରିକାରେ ଶିଶୁ ଜନ୍ମ କରିବାକୁ ଚାଇନାର ଅନେକ ଧନୀ ପରିବାର ଆକାଂକ୍ଷା ରଖୁଛନ୍ତି। କାଲିଫର୍ନିଆରେ ବଢ଼ିଚାଲିଥିବା ସରୋଗେସି ଶିଳ୍ପ ଏଭଳି ଧନୀ ଚାଇନିଜ୍‌ ପରିବାରଗୁଡ଼ିକୁ ଆକର୍ଷିତ କରୁଛି,…

କାର୍‌କୁ ଧକ୍କା ପରେ ରାସ୍ତାରେ ଓଲଟିଲା କଦଳୀ ବୋଝେଇ ଟ୍ରକ୍‌

ଭୁବନେଶ୍ୱର,୨୩।୯: ରାଜଧାନୀ ଭୁବନେଶ୍ୱରର ଜୟଦେବ ବିହାର ଜାତୀୟ ରାଜପଥରେ ଏକ କାର୍‌କୁ ଧକ୍କା ଦେଇ କଦଳୀ ବୋଝେଇ ଟ୍ରକ୍‌ ଓଲଟିପଡ଼ିଛି। ଏହି ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭର ଗୁରୁତର…

କପିଳେନ୍ଦ୍ରଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି: ଦଳକୁ ମଜଭୁତ କରିବା ଲକ୍ଷ୍ୟ

ରାଜକନିକା, ୨୩।୯ (ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକର ନୂତନ ବିଜେଡି ସଭାପତି ଭାବେ ପ୍ରାକ୍ତନ ରାଜକନିକା ପଞ୍ଚାୟତ ସମିତି ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲିକଙ୍କୁ…

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

ଜିଡିପି ବୃଦ୍ଧିର ରହସ୍ୟ

ଭାରତରେ ୨୦୨୬ ଏପ୍ରିଲ-ଜୁନ ତ୍ରୈମାସିକରେ ପ୍ରକାଶିତ ୭.୮% ବାସ୍ତବ ଜିଡିପି ବୃଦ୍ଧି କେବଳ ଅର୍ଥନୀତି କେତେ ଦ୍ରୁତ ବଢ଼ୁଛି ତାହା ନୁହେଁ, ବରଂ ସେହି ବୃଦ୍ଧିକୁ କିପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?