Posted inଖେଳ

ସୁନା ଜିତିବା ପରେ ଟଙ୍କା ବର୍ଷା: ଏହି ଖେଳାଳିଙ୍କୁ ମିଳିବ କୋଟି କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୦: ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପ୍ରତ୍ୟେକ ଖେଳାଳିଙ୍କ ପାଇଁ ଏକ ବଡ଼ ଉପଲବ୍ଧି। ଏହି ସଫଳତା ସହ ଯଦି ଲକ୍ଷ ଲକ୍ଷ ଟଙ୍କାର ନଗଦ ପୁରସ୍କାର ମିଳେ, ତେବେ ଖୁସି ଆହୁରି ବଢ଼ିଯାଏ। ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ପୁରୁଷ ଓ ମହିଳା କ୍ରିକେଟ ଦଳ ସୱର୍ଣ୍ଣ ପଦକ ଜିତି ଦେଶର ଗୌରବ ବଢ଼ାଇଛନ୍ତି। ଏହି ସଫଳତା ପରେ ବିଭିନ୍ନ ରାଜ୍ୟ ସରକାର ଖେଳାଳିଙ୍କୁ ନଗଦ ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି।

ଏହି ଘୋଷଣା ଅନୁଯାୟୀ, ଭାରତୀୟ ଅଲ୍‌ରାଉଣ୍ଡର ୱାଶିଂଟନ ସୁନ୍ଦରଙ୍କୁ ୭୫ ଲକ୍ଷ ଟଙ୍କା ମିଳିବାକୁ ଥିବାବେଳେ ମହିଳା କ୍ରିକେଟର ଦୀପ୍ତି ଶର୍ମାଙ୍କୁ ୩ କୋଟି ଟଙ୍କା ପୁରସ୍କାର ଦେବାକୁ ଉତ୍ତର ପ୍ରଦେଶ ସରକାର ଘୋଷଣା କରିଛନ୍ତି। ପୁରୁଷ ଦଳର ଖେଳାଳି ବିପ୍ରଜ ନିଗମଙ୍କ ପାଇଁ ମଧ୍ୟ ୩ କୋଟି ଟଙ୍କାର ପୁରସ୍କାର ଘୋଷଣା ହୋଇଛି।

ଅକ୍ଟୋବର ୩ରେ ଖେଳାଯାଇଥିବା ଫାଇନାଲରେ ଭାରତୀୟ ପୁରୁଷ ଦଳ ପାକିସ୍ତାନକୁ ୧୯ ରନ୍ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୨୧୧ ରନ କରିଥିଲା। ଜବାବରେ ପାକିସ୍ତାନ ଦଳ ୧୯୨ ରନ୍‌ରେ ସୀମିତ ରହିଥିଲା। ଏହି ମ୍ୟାଚ୍‌ରେ ୱାଶିଂଟନ ସୁନ୍ଦର ବୋଲିଂରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ୨୯ ରନ ଦେଇ ୨ଟି ଉଇକେଟ ନେଇଥିଲେ। ତାଙ୍କର ଏହି ଅବଦାନକୁ ସମ୍ମାନ ଜଣାଇ ତାମିଲନାଡୁ ସରକାର ୭୫ ଲକ୍ଷ ଟଙ୍କାର ନଗଦ ପୁରସ୍କାର ଘୋଷଣା କରିଛନ୍ତି। ଅକ୍ଟୋବର ୩ରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଏହି ଘୋଷଣା କରିଥିବା ସୂଚନା ଦିଆଯାଇଛି।

ଭାରତୀୟ ମହିଳା ଦଳ ଫାଇନାଲରେ ଶ୍ରୀଲଙ୍କାକୁ ୧୪୭ ରନ୍‌ରେ ବଡ଼ ବ୍ୟବଧାନରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ୨୧୬ ରନ କରିଥିବାବେଳେ ଶ୍ରୀଲଙ୍କା ଦଳ ମାତ୍ର ୬୯ ରନ୍‌ରେ ଅଲଆଉଟ ହୋଇଯାଇଥିଲା। ଏହି ମ୍ୟାଚ୍‌ରେ ଭାରତୀୟ ବୋଲର ଦୀପ୍ତି ଶର୍ମା ମାତ୍ର ୬ ରନ ଦେଇ ୩ଟି ୱିକେଟ ନେଇଥିଲେ। ତାଙ୍କର ଚମତ୍କାର ବୋଲିଂ ପ୍ରଦର୍ଶନ ପାଇଁ ଉତ୍ତର ପ୍ରଦେଶ ସରକାର ତାଙ୍କୁ ୩ କୋଟି ଟଙ୍କାର ନଗଦ ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି।

ସ୍ବର୍ଣ୍ଣ ପଦକ ବିଜେତା ଭାରତୀୟ ପୁରୁଷ ଦଳର ସଦସ୍ୟ ବିପ୍ରଜ ନିଗମଙ୍କ ପାଇଁ ମଧ୍ୟ ଉତ୍ତର ପ୍ରଦେଶ ସରକାର ୩ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି। ଏହିପରି ଏସିଆନ ଗେମ୍ସରେ କ୍ରିକେଟ୍‌ରେ ଭାରତର ସଫଳତା ପରେ ୱାଶିଂଟନ ସୁନ୍ଦର, ଦୀପ୍ତି ଶର୍ମା ଓ ବିପ୍ରଜ ନିଗମଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ନଗଦ ପୁରସ୍କାର ଦେବାକୁ ଘୋଷଣା ହୋଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ନବରାତ୍ରୀର ପ୍ରଥମ ଦିନରେ ସୂର୍ଯ୍ୟଙ୍କ ଗୋଚର, ୫ ରାଶିଙ୍କର ହୁ ହୁ ହୋଇ ବଢିବ ଟଙ୍କା!

ସୂର୍ଯ୍ୟ ଗ୍ରହ ୧୧ ଅକ୍ଟୋବର ୨୦୨୬ ରବିବାର ରାତି ୨ଟା ୨୫ ମିନିଟରେ ହସ୍ତା ନକ୍ଷତ୍ରରୁ ଚିତ୍ରା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟ ଗ୍ରହ ମଙ୍ଗଳଙ୍କ ନକ୍ଷତ୍ରରେ…

ଚଳଚଞ୍ଚଳ କ୍ୟାମ୍ପସ  ସରିଲା ନାମାଙ୍କନ, ବୈଧ ପ୍ରାର୍ଥୀ ତାଲିକାକୁ ଅପେକ୍ଷା

ଖୋର୍ଦ୍ଧା,୯।୧୦(ପ୍ରଭାତ ପାଣିଗ୍ରାହୀ): ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇଉଠିଛି। ଦୀର୍ଘ ୮ ବର୍ଷ ପରେ କ୍ୟାମ୍ପସ୍‌ରେ ଛାତ୍ର ସଂସଦନିବାଚନ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ…

ଛାତ୍ର ନିର୍ବାଚନରେ ବଢୁଛି ଉତ୍ସାହ: ଅତାବିରା କଲେଜରେ ୨୪ଜଣଙ୍କ ନାମାଙ୍କନ ଦାଖଲ

ଅତାବିରା,୯।୧୦(ଯୁଧିଷ୍ଠିର ମହାପାତ୍ର): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେଉଥିବା ବେଳେ ଅତାବିରା କଲେଜରେ ନିର୍ବାଚନୀ ଉତ୍ସାହ ଦେଖିବାକୁ ମିଳିଛି। କଲେଜର…

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ନାମାଙ୍କନପତ୍ର ଦାଖଲ: ଶକ୍ତି ପ୍ରଦର୍ଶନ କରି ଛାତ୍ରୀଛାତ୍ର…

ଭବାନୀପାଟଣା,୯ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ନାମାଙ୍କନରେ ଦେଖିବାକୁ ମିଳିଛି ଶକ୍ତି ପ୍ରଦର୍ଶନ। ବିଶାଳ ପଟୁଆରରେ ବିଶ୍ୱବିଦ୍ୟାଳୟକୁ…

ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ବାଏ ବାଏ କରି ସମସ୍ତଙ୍କୁ ଚମକାଇଦେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୯।୧୦:ଭାରତରେ ଜନ୍ମିତ ନ୍ୟୁଜିଲାଣ୍ଡ କ୍ରିକେଟର୍‌ ଜିତ ରାଭାଲ ପେସାଦାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ୩୮ ବର୍ଷୀୟ ଏହି ଓପନିଂ ବ୍ୟାଟର୍‌ ନିଜ କ୍ୟାରିୟର ଓ ଉପଲବ୍ଧିକୁ…

୮ ବର୍ଷ ପରେ ବାୟାବାବା କଲେଜରେ ନିର୍ବାଚନ ଉଷ୍ଣତା: ବିଜେଡି-ଏବିଭିପି ଜୋର୍‌ଦାର ଲଢ଼େଇ

ମହାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜଲା ମହାକାଳପଡ଼ା ସଦରମହକୁମାଠାରେ ଶ୍ରୀ ଶ୍ରୀ ବାୟାବାବା କଲେଜରେ ୮ ବର୍ଷ ପରେ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ ଘୋଷଣା…

ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ମାନ, ଟ୍ରମ୍ପଙ୍କୁ ପୁଣି ଝଟ୍‌କା

ଷ୍ଟକହୋମ,୯।୧୦: ୨୦୨୬ ମସିହା ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି। ଦକ୍ଷିଣ ଆଫ୍ରିକାର ବିଚାରପତି ତଥା ଭାରତୀୟ ତାମିଲ ବଂଶୋଦ୍ଭବ ନାଭାନେଥେମ ‘ନାଭି’ ପିଲ୍ଲାଇଙ୍କୁ ଏହି…

ନାନା ପାଟେକରଙ୍କ ମୃତ୍ୟୁ ପରେ ବି ତାଙ୍କୁ ଛାଡ଼ିଲେନି ତନୁଶ୍ରୀ: କହିଦେଲେ ଏମିତି କଥା, ତାତିଲେ ପ୍ରଶଂସକ

ବଲିଉଡ ଅଭିନେତା ନାନା ପାଟେକରଙ୍କ ପରଲୋକ ପରେ ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବିବାଦ ସୃଷ୍ଟି ହୋଇଛି। ନାଁ ନ ନେଇ ଇନ୍‌ଷ୍ଟାଗ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?