ଅର୍ଥ ଆସୁନି, କାମ ଆଗଉନି

ବାଲେଶ୍ୱର ଅଫିସ, ୩୦।୫ (ମାନସ ବିଶ୍ୱାଳ): କୋଷ୍ଟାଲ ହାଇଓ୍ବେ ନିର୍ମାଣ ହେଲେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ଘଟିବ। ଏହି ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଷ୍ଟାଲ୍‌ ହାଇୱେ ନିର୍ମାଣ ପ୍ରକଳ୍ପ ଯୋଜନାର ଘୋଷଣା କରାଯାଇଥିଲା। ଏପରି କି ସର୍ଭେ କାର୍ଯ୍ୟ ମଧ୍ୟ ଶେଷ ହୋଇଥିଲା। ହେଲେ ଏହି ପ୍ରକଳ୍ପ ପାଇଁ ବ୍ୟୟବରାଦ ହୋଇଥିବା ଟଙ୍କା ଆସି ନ ପାରିବାରୁ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟ ଆରମ୍ଭ ହୋଇପାରୁ ନାହିଁ। ଅପରପକ୍ଷରେ ରାଜ୍ୟ ସରକାର ଏହି ଘୋଷଣା ପରେ ଦୀଘାଠାରୁ ବାଲେଶ୍ୱର ପର୍ଯ୍ୟନ୍ତ ୪୫.୫ କି.ମି. ଉପକୂଳ ରାସ୍ତା ନିର୍ମାଣ ଓ ସୁବର୍ଣ୍ଣରେଖା ପୋଲ ନିର୍ମାଣ ପାଇଁ ୨୧୭ କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତାବ ରଖିଥିଲେ। ଏନେଇ ପୂର୍ତ୍ତ ବିଭାଗ ବ୍ୟୟ ଅଟକଳ କରି କି.ମି. ପିଛା ୧.୫ କୋଟି ହିସାବରେ ମୋଟ୍‌ ୪୫.୫ କି.ମି. ରାସ୍ତା ନିର୍ମାଣ ବାବଦରେ ୬୮କୋଟି ୨୫ଲକ୍ଷ, ୬ଟି ପୋଲ ନିର୍ମାଣ ପାଇଁ ୧୨କୋଟି ୮୦ଲକ୍ଷ, ସୁବର୍ଣ୍ଣରେଖା ନଦୀ ଉପରେ ପୋଲ ନିର୍ମାଣ ପାଇଁ ୧୨୦ କୋଟି ଓ ୩୦ଟି ବକ୍ସ କଲଭର୍ଟ ପାଇଁ ୧୫କୋଟି ୨୫ଲକ୍ଷ ଟଙ୍କାର ଖର୍ଚ୍ଚ ଅଟକଳ ପ୍ରସ୍ତୁତ କରିଥିଲା। ସେହିଭଳି ହଳଦୀପଦାଠାରେ ୬୦ ନମ୍ବର ଜାତୀୟ ରାଜପଥକୁ ଏହି ରାସ୍ତା ସଂଯୋଗ କରୁଥିବାରୁ ହଳଦୀପଦାରୁ ପଞ୍ଚୁପଡ଼ା ଯାଏ ରାସ୍ତା ଓ ପଞ୍ଚୁପଡ଼ା ନଦୀ ଉପରେ ଆଉ ଏକ ପୋଲ ନିର୍ମାଣ ପାଇଁ ବ୍ୟୟ ଅଟକଳ କରାଯାଇ ସମ୍ପୂର୍ଣ୍ଣ ରିପୋର୍ଟ କେନ୍ଦ୍ର ସରକାର ନିକଟକୁ ପଠାଯାଇଥିଲା। ଏହି ରାସ୍ତା ନିର୍ମାଣ ହେଲେ ବାଲେଶ୍ୱରକୁ ପ୍ରାୟ ୧୭କି.ମି. ଦୂରତା କମିଯିବ। ତା’ଛଡ଼ା ଦୀଘା, ତାଳସାରୀ, ଉଦୟପୁର, ଡଗରା, ବଳରାମଗଡ଼ି ତଥା ଚାନ୍ଦିପୁର ସାମୁଦ୍ରିକ ବେଳାଭୂମିକୁ ଏହି ରାସ୍ତା ସିଧାସଳଖ ସଂଯୋଗ କରୁଥିବାରୁ ବେଳାଭୂମି ପର୍ଯ୍ୟଟନ କେନ୍ଦ୍ରଗୁଡ଼ିକର ବିକାଶ ମଧ୍ୟ ହୋଇପାରିବ। ଏଥିସହିତ ବାଲେଶ୍ୱର ସଦର, ବସ୍ତା, ବାଲିଆପାଳ ଓ ଭୋଗରାଇ ବ୍ଲକର ବନ୍ୟା ପ୍ରଭାବିତ ତଥା ଦୁର୍ଗମ ଅଞ୍ଚଳକୁ ଯାତାୟାତ ସୁବିଧା ସହିତ ବାଲେଶ୍ୱର ଏମ୍‌ସ ସାଟେଲାଇଟ୍‌ ହସ୍‌ପିଟାଲ, ଫକୀରମୋହନ ମେଡିିକାଲ କଲେଜ, ଚାନ୍ଦିପୁର ସାମରିକ କେନ୍ଦ୍ର ଆଦିକୁ ଏହି ରାସ୍ତା ସହାୟକ ହୋଇପାରିବ ବୋଲି କୁହାଯାଇଥିଲା। ସେପଟେ କେନ୍ଦ୍ର ସରକାର ମଧ୍ୟ ଏହାର ଗୁରୁତ୍ୱକୁ ଉପଲବ୍ଧି କରି ପ୍ରକଳ୍ପ ବାବଦ ଅର୍ଥ ମଞ୍ଜୁର କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ମାତ୍ର କୋଷ୍ଟାଲ ହାଇୱେ ହେବାର ୮ବର୍ଷ ପରେ ବି ଏହି ପ୍ରକଳ୍ପ ଘୋଷଣାରେ ସୀମିତ ରହିଛି। ବର୍ତ୍ତମାନ ନା ହାଇୱେ ନିର୍ମାଣ ହେଉଛି ନା ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ଉପକୂଳ ରାସ୍ତା ନିର୍ମାଣ ହେଉଛି। କେବଳ ଭୋଟ ସାଉଁଟିବା ଉଦ୍ଦେଶ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାର ଘୋଷଣା କରିଥିଲେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।
ଏନେଇ ଏନ୍‌ଏଚ୍‌ ପ୍ରୋଜେକ୍ଟ ଡାଇରେକ୍ଟର ଜୟପ୍ରକାଶ ବର୍ମା କହନ୍ତି, କୋଷ୍ଟାଲ ହାଇୱେ ପ୍ରକଳ୍ପ ପାଇଁ ସମସ୍ତ ତଥ୍ୟ ସହିତ ଆବଶ୍ୟକ ଥିବା ଜମି ଅଧିଗ୍ରହଣ ନିମନ୍ତେ ଅର୍ଥ ମଞ୍ଜୁର ପାଇଁ ସମ୍ଭାବ୍ୟ ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ପଠାଯାଇଛି। ଅର୍ଥ ମଞ୍ଜୁର ହେବା ପରେ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri