Posted inଖେଳ

ଗୋଟିଏ ତାରିଖ, ଗୋଟିଏ ମଇଦାନ; ୨ ବର୍ଷ-୨ ରେକର୍ଡ…ମହମ୍ମଦ ସାମିଙ୍କ ପାଇଁ ଖାସ୍‌ ପାଲଟିଲା ୨୨ ଜୁନ୍‌

ନୂଆଦିଲ୍ଲୀ,୨୩।୬: ପୁଣି ଥରେ ବିଦେଶୀ ମାଟିରେ ନିଜ ବଲ୍‌ର ଯାଦୁ ଦେଖାଇଛନ୍ତି ଭାରତୀୟ ଟିମ୍‌ର ୩୦ ବର୍ଷୀୟ ପେସର୍‌ ମହମ୍ମଦ ସାମି। ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲର ପଞ୍ଚମ ଦିନରେ ସେ ଏକ ବିଶେଷ ରେକର୍ଡ କରିଛନ୍ତି। ଏସବୁ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବିଷୟଟି ହେଲା ଶାମିଙ୍କ ପାଇଁ ଜୁନ୍‌ ୨୨ ଏବଂ ଏହି ମଇଦାନ ବହୁତ ଖାସ୍‌ ପାଲଟିଛି।

ମଙ୍ଗଳବାର ଫାଇନାଲର ପ୍ରଥମ ଇନିଂସରେ ସାମି ଚମତ୍କାର ବୋଲିଂ କରିଥିଲେ। ସେ ୭୬ ରନ୍‌ ସଂଗ୍ରହ କରିଥିବା ବେଳେ ୪ ଉଇକେଟ ନେଇଥିଲେ। ନ୍ୟୁଜିଲାଣ୍ଡ ପାଳିକୁ ୨୪୯ରେ ସୀମିତ କରିବା ପଛରେ ସାମିଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଥିଲା। ଏଣୁ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଖେଳାଯାଇଥିବା ଆଇସିସି ଚାମ୍ପିୟନଶିପ୍‌ର ଫାଇନାଲରେ ଭାରତ ପକ୍ଷରୁ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବୋଲର ପାଲଟିଛନ୍ତି। ସେ ମୋହିନ୍ଦର ଅମରନାଥ(୩/୧୨, ୧୯୮୩ ବିଶ୍ୱକପ୍‌)ର ରେକର୍ଡ ଭାଙ୍ଗିଛନ୍ତି।

ସାମି ଦୁଇବର୍ଷ ପୂର୍ବେ ୨୦୧୯ ବିଶ୍ୱକପ୍‌ ସମୟରେ ହ୍ୟାଟ୍ରିକ୍‌ ନେଇ ଇତିହାସ ସୃଷ୍ଟି କରିଥିଲେ। ସେ ସାଉଥାମ୍ପଟନର ଏହି ସମାନ ଗ୍ରାଉଣ୍ଡରେ ଆଫଗାନିସ୍ତାନ ବିପକ୍ଷରେ ଏହି କାରନାମା କରିଦେଖାଇଥିଲେ। ଉକ୍ତ ମ୍ୟାଚ୍‌ରେ ସେ ୪ ଉଇକେଟ ନେଇଥିଲେ। ଏହାଦ୍ୱାରା ସେ ସ୍ବତନ୍ତ୍ର ରେକର୍ଡ କରି ଚେତନ ଶର୍ମାଙ୍କ ପରେ ବିଶ୍ୱକପ୍‌ ଇତିହାସରେ ଦ୍ୱିତୀୟ ଖେଳାଳି ଭାବେ ଭାରତ ପାଇଁ ହାଟ୍ରିକ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ରୁଡ୍‌ଙ୍କୁ କ୍ୟାରିୟରର ବଡ଼ ଟାଇଟଲ

ବାର୍ସିଲୋନା, ୨୩ା୪ (ଏପି): କାସ୍ପର ରୁଡ୍‌ ବାର୍ସିଲୋନା ଓପନ ଟେନିସ ଚାମ୍ପିୟନ ହୋଇଛନ୍ତି। ଟୁର୍ନାମେଣ୍ଟର ଫାଇନାଲରେ ସେ ଷ୍ଟିଫାନସ ସିତ୍‌ସିପାସଙ୍କୁ ୭-୫, ୬-୩ରେ ହରାଇ ଦେଇଛନ୍ତି।...

ବାଗାନ ମୁକାବିଲା ପାଇଁ ଓଡ଼ିଶା ଏଫ୍‌ସି ପ୍ରସ୍ତୁତ

ଭୁବନେଶ୍ୱର, ୨୩।୪ (ତପନ ସ୍ବାଇଁ): ଇତିହାସ ସୃଷ୍ଟି ହୋଇସାରିଛି। ଓଡ଼ିଶା ଏଫ୍‌ସି ପ୍ରଥମ ଥର ପାଇଁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ସେମିଫାଇନାଲରେ ପ୍ରବେଶ କରିଛି।...

ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିବା କୋହଲିଙ୍କୁ ପଡ଼ିଲା ମହଙ୍ଗା, ବିସିସିଆଇ ନେଲା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୨।୪: ଆଇପିଏଲ ୨୦୨୪ରେ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ରବିବାର ଏକ ମ୍ୟାଚ ହୋଇଥିଲା। ଯେଉଁଥିରେ କେକେଆର୍‌ ୧ ରନ୍‌ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri