Posted inଖେଳ

ବେଗ ବଢ଼ାଇବା ପାଇଁ ପୋଷା କୁକୁରର ସହାୟତା ନେଲେ ସାମି

କୋଲକାତା, ୨୭।୬- କରୋନା ଭାଇରସ ଲାଗି ଦୀର୍ଘ ଦିନ ଧରି କ୍ରିକେଟ୍‌ରୁ ଦୂରେଇ ରହିଥିବା ଭାରତୀୟ ଦଳର ଖେଳାଳିମାନେ ଏବେ ଧିରେ ଧିରେ ପଡ଼ିଆକୁ ପ୍ରତ୍ୟାବର୍ତ୍ତନ କରୁଥିବା ଦେଖିବାକୁ ମିଳୁଛି। ପୂର୍ବରୁ ଚେତେଶ୍ୱର ପୂଜାରା, ଇଶାନ୍ତ ଶର୍ମା, ରୋହିତ୍‌ ଶର୍ମା ପ୍ରମୁଖ ସେମାନଙ୍କ ଅଭ୍ୟାସ ଆରମ୍ଭ କରିସାରିଛନ୍ତି। ଏବେ ଭାରତୀୟ ଦଳର ପ୍ରମୁଖ ଦ୍ରୁତ ବୋଲର ମହମ୍ମଦ ସାମି ଟ୍ରେନିଂ ଆରମ୍ଭ କରିଥିବା ଜଣାପଡ଼ିଛି। ଟ୍ରେନିଂ ଅବସରର ଏକ ଭିଡିଓକୁ ସାମି ନିଜ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ନିଜ ଦୌଡ଼ର ବେଗ ବଢ଼ାଇବା ପାଇଁ ପୋଷା କୁକୁରର ସହାୟତା ନେଇଛନ୍ତି। ଏହି ଭିଡିଓରେ ସାମି ତାଙ୍କ ପୋଷା କୁକୁର ଜ୍ୟାକ୍‌ ସହ ଏକାଠି ଦୌଡ଼ୁଥିବାରୁ ଦେଖିବାକୁ ମିଳିଛି। ଦୌଡ଼ ଆରମ୍ଭରୁ ଆଗରେ ରହିଥିବା ସାମି କିନ୍ତୁ ଅନ୍ତିମ ଭାଗରେ ଜ୍ୟାକ୍‌ଠାରୁ ପଛରେ ପଡ଼ିଯାଇଛନ୍ତି। ଏହି ଭିଡିଓ ତଳେ ସାମି ‘ସ୍ପିଡ୍‌ ଓ୍ବର୍କ ଓ୍ବିଥ୍‌ ଜ୍ୟାକ୍‌’ ବୋଲି ଏକ କ୍ୟାପ୍‌ସନ ଲେଖିଛନ୍ତି। ବେଗ ବଢ଼ାଇବା ପାଇଁ ସାମିଙ୍କ ଏହି ଉପାୟକୁ ଅନେକ ପ୍ରଶଂସକ ପସନ୍ଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲାଇଭ୍‌ ମ୍ୟାଚ୍‌ରେ ଏହି ଖେଳାଳିଙ୍କ ସହ ପଡ଼ିଆରେ ପ୍ରବଳ ଝଗଡ଼ା କଲେ ଗୌତମ ଗମ୍ଭୀର: ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୭।୧୨: ଗୌତମ ଗମ୍ଭୀର ପ୍ରାୟତଃ ପଡ଼ିଆରେ ଖେଳାଳିଙ୍କ ସହ ସଂଘର୍ଷ କରୁଥିବା ଦେଖାଯାଏ। ଆଇପିଏଲ ୨୦୨୩ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ପାଇଁ ମେଣ୍ଟର ଭୂମିକାରେ ଥିବା...

ଏଥର ଆଇପିଏଲ୍‌ରେ ଏହି ୫ ଖେଳାଳିଙ୍କୁ କିଣି ନ ପାରନ୍ତି କୌଣସି ଦଳ: ଲିଷ୍ଟ୍‌ରେ ସାମିଲ ଅଛନ୍ତି ପର୍ପଲ କ୍ୟାପ୍‌ ବିଜେତା

ନୂଆଦିଲ୍ଲୀ,୭।୧୨:ଆଇପିଏଲ୍‌ର ପରବର୍ତ୍ତୀ ସିଜିନ ପାଇଁ ନିଲାମ ଆସନ୍ତା ୧୯ରେ ଆୟୋଜିତ ହେବ। ଏଥର ଦୁବାଇରେ ନିଲାମ ଅନୁଷ୍ଠିତ ହେବ। ଐଥର ନିଲାମରେ ଅନେକ ଖେଳାଳିଙ୍କ ଭାଗ୍ୟ...

ନ୍ୟୁଜିଲାଣ୍ଡର ଅବସ୍ଥା ଦୟନୀୟ କରିଦେଲା ବାଂଲାଦେଶ

ମୀରପୁର,୬ା୧୨:ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ନ୍ୟୁଜିଲାଣ୍ଡର ପରିସ୍ଥିତି ଖରାପ କରିଦେଇଛି ବାଂଲାଦେଶ। ମୀରପୁରରେ ଖେଳା ଯାଇଥିବା ମ୍ୟାଚ୍‌ରେ...

ମ୍ୟାକ୍ସଓ୍ବେଲଙ୍କ ଆଇପିଏଲ୍‌ ପ୍ରେମ: ଚାଲିପାରୁଥିବା ଯାଏ ଖେଳିବି ଆଇପିଏଲ୍‌

ମେଲବୋର୍ନ,୬ା୧୨: ଅଷ୍ଟ୍ରେଲୀୟ ବିସ୍ଫୋରକ ଅଲରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ଆଇପିଏଲ୍‌ ପ୍ରତି ଥିବା ଭଲପାଇବା ଦର୍ଶାଇଛନ୍ତି। ଯେତେବେଳ ଯାଏ ଚାଲିପାରୁଥିବି ସେ ପର୍ଯ୍ୟନ୍ତ ଆଇପିଏଲ୍‌ ଖେଳିବି ବୋଲି...

ମହିଳା ଟି୨୦ କ୍ରିକେଟ: ଇଂଲଣ୍ଡଠାରୁ ୩୮ ରନରେ ହାରିଲା ଭାରତ

ମୁମ୍ବାଇ, ୬।୧୨: ଶେଫାଳି ବର୍ମାଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଭାରତ ବୁଧବାର ଏଠାରେ ଅନୁଷ୍ଠିତ ପ୍ରଥମ ମହିଳା ଟି୨୦ କ୍ରିକେଟ ମ୍ୟାଚରେ ଇଂଲଣ୍ଡଠାରୁ ୩୮ ରନରେ ହାରି...

ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବେ ଡୁପ୍ଲେସି

ଆବୁଧାବି,୬ା୧୨: ପୂର୍ବତନ ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍‌ ଡୁପ୍ଲେସି ଆଉ ଥରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବେ। ଆସନ୍ତା ଟି୨୦ ବିଶ୍ୱକପ୍‌ ପୂର୍ବରୁ ସେ ଅନ୍ତର୍ଜାତୀୟ କ୍ରିକେଟକୁ...

ଗୋଟିଏ ଓଭରରେ ୬ ଛକା, ୨୪ ବଲରେ ଶତକ, ୪୩ ବଲରେ କଲେ ୧୯୩ ରନ୍, ଜାଣନ୍ତୁ କିଏ ଏହି ଦୁର୍ଦଶ ବ୍ୟାଟର

ନୂଆଦିଲ୍ଲୀ , ୬ା୧୨: ଟି୧୦ ଲିଗରେ କାଟାଲୋନିଆ ଜାଗୁଆରର ଓପନିଂ ବ୍ୟାଟ୍ସମ୍ୟାନ୍ ହାମଜା ସଲିମ ଡାର ଇତିହାସ ସୃଷ୍ଟି କରିଛନ୍ତି। ସେ ମାତ୍ର ୪୩ ବଲରେ...

ଭାରତର ରବି ବିଷ୍ଣୋଇ ଏକ ନମ୍ବର ଟି୨୦ ବୋଲର, ସୂର୍ଯ୍ୟଙ୍କ ଚମକ କାଏମ

ନୂଆଦିଲ୍ଲୀ,୬।୧୧: ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜରେ ଭାରତ ଜବରଦସ୍ତ ପ୍ରଦର୍ଶନ କରି ସିରିଜ ହାତେଇଛି। ସୂର୍ଯ୍ୟକୁମାରଙ୍କ ନେତୃତ୍ୱରେ ଭାରତ ୪-୧ରେ ଏହି ସିରିଜ ଜିତିଛି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri