Posted inଖେଳ

ପତ୍ନୀଙ୍କୁ କଡ଼ା ଜବାବ ଦେଲେ ମହମ୍ମଦ ଶାମି, ନିର୍ବାଚନ ଲଢ଼ିବାକୁ ନେଇ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୮।୧୦: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ନେଇ ଉତ୍ତରପ୍ରଦେଶ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। କିଛି ମାସ ପୂର୍ବରୁ ଶାମି ରାଷ୍ଟ୍ରୀୟ ଲୋକ ଦଳ (RLD) ଅଧ୍ୟକ୍ଷ ଜୟନ୍ତ ଚୌଧୁରୀଙ୍କୁ ଭେଟିବା ପରେ ସେ ୨୦୨୭ ୟୁପି ବିଧାନସଭା ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହୋଇଥିଲା। ଏହା ପରେ ତାଙ୍କ ପତ୍ନୀ ହସିନ ଜହାଁ ମଧ୍ୟ ଶାମି ଓ ତାଙ୍କ ପରିବାରକୁ ନିର୍ବାଚନୀ ଚ୍ୟାଲେଞ୍ଜ ଦେଇଥିଲେ। ଏବେ ଦୀର୍ଘ ସମୟ ପରେ ଏହି ପ୍ରସଙ୍ଗରେ ଶାମି ନିଜର ପ୍ରତିକ୍ରିୟା ରଖିଛନ୍ତି।

ସେପ୍ଟେମ୍ବର ଶେଷ ଆଡ଼କୁ ହସିନ ଜହାଁ କହିଥିଲେ ଯେ, ଶାମିଙ୍କ ପରିବାରରୁ କେହି ନିର୍ବାଚନ ଲଢ଼ିଲେ ସେ ତାଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ । ଗତ କିଛି ବର୍ଷ ଧରି ଶାମି ଓ ହସିନ ଜହାଁଙ୍କ ମଧ୍ୟରେ ବିବାଦ ଚାଲିଆସୁଛି ଏବଂ ଦୁହିଁଙ୍କ ଛାଡ଼ପତ୍ର ମାମଲା ମଧ୍ୟ କୋର୍ଟରେ ଚାଲୁଥିବା କୁହାଯାଉଛି। ଏହି ବୟାନ ପରେ ଶାମିଙ୍କ ପ୍ରତିକ୍ରିୟାକୁ ନେଇ ଚର୍ଚ୍ଚା ହେଉଥିଲା। ଏବେ ରୁଡ଼କିରେ ସ୍ୱାଧୀନ ବିଧାୟକ ଉମେଶ କୁମାରଙ୍କୁ ଭେଟିବା ସମୟରେ ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେଇ ଶାମି କହିଛନ୍ତି, “ଯିଏ ଯେଉଁଠୁ ନିର୍ବାଚନ ଲଢ଼ିବାକୁ ଚାହୁଁଛି ଲଢ଼ୁ, ମୋର କୌଣସି ଆପତ୍ତି ନାହିଁ। ଏହା ତ ପୂରା ଖୋଲା ମଇଦାନ, ଯିଏ ଆସିବାକୁ ଚାହୁଁଛି ଆସୁ।”

ଶାମିଙ୍କ ଏହି ବୟାନକୁ ନେଇ ତାଙ୍କ ରାଜନୀତିରେ ପ୍ରବେଶ ସମ୍ଭାବନା ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି । ତେବେ ଶାମି ନିଜେ ନିର୍ବାଚନ ଲଢ଼ିବେ କି ନାହିଁ, ସେନେଇ କୌଣସି ସ୍ପଷ୍ଟ ଘୋଷଣା କରିନାହାନ୍ତି । ଅନ୍ୟପଟେ ଶାମିଙ୍କ କ୍ରିକେଟ୍ କ୍ୟାରିୟରକୁ ନେଇ ମଧ୍ୟ ଚର୍ଚ୍ଚା ବଢ଼ିଛି। ନିକଟରେ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଭାରତୀୟ ଦଳକୁ ଫେରିବା ପରେ ଶାମିଙ୍କ କମବ୍ୟାକ୍ ନେଇ ମଧ୍ୟ ଆଶା ବଢ଼ିଛି।

ଶାମି ଶେଷଥର ପାଇଁ ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ଭାରତ ପାଇଁ ଖେଳିଥିଲେ। ଏହା ପରେ ଆହତ ହୋଇଥିବାରୁ ସେ କିଛି ସମୟ କ୍ରିକେଟ୍‌ଠାରୁ ଦୂରେ ରହିଥିଲେ। ଫିଟ୍ ହେବା ପରେ ଘରୋଇ କ୍ରିକେଟ୍‌ରେ ସେ ନିୟମିତ ଖେଳୁଛନ୍ତି ଏବଂ ଭଲ ପ୍ରଦର୍ଶନ ମଧ୍ୟ କରୁଛନ୍ତି । ଘରୋଇ କ୍ରିକେଟ୍‌ରେ ଶାମିଙ୍କ ପ୍ରଦର୍ଶନ ଭଲ ରହିଥିଲେ ମଧ୍ୟ ତାଙ୍କୁ ଟିମ୍ ଇଣ୍ଡିଆକୁ ବାରମ୍ବାର ଫେରାଇ ନିଆଯାଇନାହିଁ। ଏବେ ଚୟନକର୍ତ୍ତା ମଣ୍ଡଳୀରେ ପରିବର୍ତ୍ତନ ପରେ ଆଗାମୀ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ କିମ୍ବା ଟେଷ୍ଟ ସିରିଜରେ ଶାମିଙ୍କୁ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM

ନୂଆଦିଲ୍ଲୀ,୮ା୧୦: ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ…

The Real Hero: ଯେତେବେଳେ ଦେଶ ପାଇଁ କାର୍ଗିଲ ଯୁଦ୍ଧ ମଇଦାନକୁ ଓହ୍ଲାଇଥିଲେ ନାନା ପାଟେକର, ଦେଖାଇଥିଲେ ଅସଲ ଦେଶପ୍ରେମ

ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କ ଅଭିନୟ ଓ ଦେଶପ୍ରେମ ବିଷୟରେ ସମସ୍ତେ ପରିଚିତ। ମାତ୍ର ବହୁତ କମ୍ ଲୋକ ଜାଣନ୍ତି ଯେ ୧୯୯୯ କାର୍ଗିଲ ଯୁଦ୍ଧ ସମୟରେ…

GST କାଉନସିଲର ଐତିହାସିକ ନିଷ୍ପତ୍ତି: ଛୋଟ ଭୁଲରେ ଗିରଫ ହେବେନି….

ନୂଆଦିଲ୍ଲୀ,୮ା୧୦: ବ୍ୟବସାୟୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ୫୭ତମ GST କାଉନସିଲ ବୈଠକ ।…

‘କଣ୍ଟ୍ରୋଲ୍ ଉଦୟ’ରୁ ‘ଲେ ମୈ ଭୀ ନାଚା’: ନାନା ପାଟେକରଙ୍କ ବିୟୋଗରେ ଝୁରୁଛି ଇଣ୍ଟରନେଟ୍, ଭାଇରାଲ୍ ହେଉଛି ଆଇକନିକ୍ ମିମ୍‌ସ

ପାଣାଜୀ:ଭାରତୀୟ ସିନେମା ଜଗତର ଜଣେ ବରିଷ୍ଠ ତଥା ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କର ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଗୁରୁବାର ସକାଳେ ଗୋଆସ୍ଥିତ ତାଙ୍କ ବାସଭବନରେ…

ମେମୁ ଟ୍ରେନରୁ ପ୍ରିନ୍ସପାଲଙ୍କ ମୃତଦେହ ଉଦ୍ଧାର

ନୟାଗଡ଼,୮।୧୦(ଲୋକନାଥ ମିଶ୍ର): ଭୁବନେଶ୍ୱର-ଦଶପଲ୍ଲା ମେମୁ ଟ୍ରେନରୁ ଶରଣକୁଳ କଲେଜ ପ୍ରିନ୍ସପାଲ ମହେଶ୍ୱର ମହାପାତ୍ର(୫୬)ଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି। ଦଶପଲ୍ଲା ଷ୍ଟେଶନରେ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଠାବ…

Nana Lover Story: ଏହି ଅଭିନେତ୍ରୀଙ୍କ ପ୍ରେମରେ ଦିୱାନା ଥିଲେ ନାନା!, ରାଇଟର କଲେ ଖୁଲାସା…

ମୁମ୍ୱାଇ: ବଲିଉଡର ଦିଗ୍‌ଜ ଅଭିନେତା ନାନା ପାଟେକରଙ୍କ ୭୫ ବର୍ଷ ବୟସରେ ହୃଦଘାତରେ ଦେହାନ୍ତ ହୋଇଛି। ନିଜ ଦୀର୍ଘ ଅଭିନୟ କ୍ୟାରିୟରରେ ନାନା ପାଟେକରଙ୍କ ନାଁ କିଛି…

୧୩ ବର୍ଷ ବୟସରେ କମାଉଥିଲେ ୩୫ ଟଙ୍କା! ପ୍ରତିଦିନ ୮ କିମି ପାଦରେ ଚାଲି କେଉଁଠିକୁ ଯାଉଥିଲେ ନାନା ପାଟେକର?

ମୁମ୍ୱାଇ: ଦିଗ୍‌ଜ ଅଭିନେତା ବିଶ୍ୱନାଥ ପାଟେକର (ନାନା ପାଟେକର) ଆଜି ୮ ଅକ୍ଟୋବର ୨୦୨୬ରେ ୭୫ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି। ହୃଦଘାତ (କାର୍ଡିଆକ ଆରେଷ୍ଟ)…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ୭୦% ଶସ୍ତା ହେବ ଏହି ଔଷଧ

ନୂଆଦିଲ୍ଲୀ,୮।୧୦: କ୍ୟାନ୍ସର ଚିକିତ୍ସାରେ ଭାରି ଖର୍ଚ୍ଚକୁ ନେଇ ଚିନ୍ତିତ ରୋଗୀ ଓ ସେମାନଙ୍କ ପରିବାର ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ସମସ୍ତ ନନ୍-ସେଡ୍ୟୁଲ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?