Posted inଜାତୀୟ

ମୁଖ୍ୟମନ୍ତ୍ରୀଙ୍କୁ ମୋଦିଙ୍କ ଥ୍ରୀ-ଟି ମନ୍ତ୍ର

ନୂଆଦିଲ୍ଲୀ,୮ା୮: ଭାରତର ବିକାଶ ପାଇଁ କୃଷି କ୍ଷେତ୍ରରେ ଆଧୁନିକୀକରଣ ସହ ୩-ଟି ମନ୍ତ୍ର ଆପଣାଇବାକୁ ପଡ଼ିବ ବୋଲି ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ଓ ଉପରାଜ୍ୟପାଳମାନଙ୍କୁ ପରାମର୍ଶ ଦେଇଛନ୍ତି। କୃଷି, ପ୍ରାଣୀଧନ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଭାରତକୁ ବିଶ୍ୱର ନେତୃତ୍ୱ ନେବାକୁ ହେଲେ ଆଧୁନିକୀକରଣ ସହ ଖାଇବା ତେଲରେ ଆମତ୍ନିର୍ଭରଶୀଳତା ଆଣିବାକୁ ପଡ଼ିବ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି। ଏହାବାଦ୍‌ କୋଭିଡ୍‌ ପରବର୍ତ୍ତୀ ସ୍ଥିତିରେ ଭାରତର ଉଲ୍ଲେଖନୀୟ ଅଗ୍ରଗତି ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିବା ନୀତି ଆୟୋଗ ଉପାଧ୍ୟକ୍ଷ ସୁମନ ବେରି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ୨୩ ମୁଖ୍ୟମନ୍ତ୍ରୀ, ୩ ଉପରାଜ୍ୟପାଳ ଏବଂ ୨ ପ୍ରଶାସକ ନିଜ ନିଜ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଉତ୍କର୍ଷ ଓ ଆହ୍ବାନଗୁଡ଼ିକ ସମ୍ପର୍କରେ ମତବ୍ୟକ୍ତ କରିଥିବା ନୀତି ଆୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପରମେଶ୍ୱରନ୍‌ ଆୟର କହିଛନ୍ତି।
କେନ୍ଦ୍ର ସରକାରଙ୍କ ସର୍ବୋଚ୍ଚ ସାଧାରଣ ନୀତି ନିର୍ଦ୍ଧାରଣକାରୀ ଥିଙ୍କଟ୍ୟାଙ୍କ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଶନ୍‌ ଫର୍‌ ଟ୍ରାନ୍ସଫର୍ମିଂ ଇଣ୍ଡିଆ (ନୀତି) ଆୟୋଗର ସପ୍ତମ ଗଭର୍ନିଂ କାଉନ୍ସିଲ ବୈଠକ ରବିବାର ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରପତି ଭବନର କଲ୍ଚରାଲ ସେଣ୍ଟରରେ ଆୟୋଜିତ ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିଥିବାବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌)ଙ୍କ ବ୍ୟତୀତ ଅନ୍ୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳ ଯୋଗଦେଇଥିଲେ। ୨୦୧୯ ଜୁଲାଇ ପରେ ଏହା ହେଉଛି ପ୍ରଥମ ବୈଠକ; ଯେଉଁଠି ମୁଖ୍ୟମନ୍ତ୍ରୀ, ଉପରାଜ୍ୟପାଳ ଓ କେତେଜଣ କେନ୍ଦ୍ରମନ୍ତ୍ରୀ ବ୍ୟକ୍ତିଗତ ଭାବେ ସାମିଲ ହୋଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ରାଜ୍ୟଗୁଡ଼ିକୁ ତିନୋଟି ବିନ୍ଦୁ (୩-ଟି) ଉପରେ ଫୋକସ୍‌ କରିବାକୁ ପରାମର୍ଶ ଦେଇଥିଲେ। ସେଗୁଡ଼ିକ ହେଲା ଟ୍ରେଡ୍‌ (ବାଣିଜ୍ୟ), ଟୁରିଜମ୍‌ (ପର୍ଯ୍ୟଟନ) ଏବଂ ଟେକ୍ନୋଲୋଜି (କାରିଗରି)। ଏହି ୩-ଟି ଜରିଆରେ ଆମଦାନୀ ହ୍ରାସ ଓ ରପ୍ତାନିରେ ବୃଦ୍ଧି କରାଯାଇପାରିବ। ସ୍ଥାନୀୟ ସାମଗ୍ରୀ ବ୍ୟବହାର ପାଇଁ ଲୋକଙ୍କୁ ପ୍ରୋତ୍ସାହନ ଦିଆଯିବା ଉଚିତ। ସେହିପରି କୋଭିଡ୍‌ ମହାମାରୀ ସମୟରେ ରାଜ୍ୟଗୁଡ଼ିକ ସଂଘୀୟ ସହଯୋଗିତା ବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ଏହାଦ୍ୱାରା କୋଭିଡ୍‌-୧୯ ବିରୋଧୀ ଲଢ଼େଇ ପାଇଁ ଭାରତ ବଳ ପାଇଥିଲା। ଏଥିସହ ବିଶ୍ୱରେ ଭାରତ ଏକ ବିକାଶଶୀଳ ରାଷ୍ଟ୍ର ରୂପେ ନେତୃତ୍ୱ ନେଇପାରିଛି। ରାଜ୍ୟଗୁଡ଼ିକ ପକ୍ଷରୁ ଉପସ୍ଥାପିତ ସେମାନଙ୍କ ଅସୁବିଧା, ଚ୍ୟାଲେଞ୍ଜ ଓ ଉତ୍କର୍ଷ ସମ୍ପର୍କରେ ନୀତି ଆୟୋଗ ଅନୁଧ୍ୟାନ କରି ଆଗକୁ ବଢ଼ିବା ପାଇଁ ପଥ ପ୍ରଶସ୍ତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ନିର୍ବାଚନରେ ବୃଦ୍ଧ, ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା: ପୋଷ୍ଟାଲ ବାଲଟରେ ଦେଇପାରିବେ ଭୋଟ

ନୂଆଦିଲ୍ଲୀ,୬।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିଛି। ସୋମବାର ନିର୍ବାଚନ କମିଶନ ସୁନୀଲ ଅରୋରା ଖବରଦାତା ସମ୍ମିଳନୀ କରି ଆସନ୍ତା ବିଧାନସଭା ନିର୍ବାଚନ ଓ...

୨ ସପ୍ତାହ ମଧ୍ୟରେ ପଦ ଛାଡ଼ିଲେ ଏୟାର ଇଣ୍ଡିଆ ମୁଖ୍ୟ

ନୂଆଦିଲ୍ଲୀ,୧।୩: ଟାଟା ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟକାରୀ (ସିଇଓ) ହେବା ପାଇଁ ମନା କରି ଦେଇଛନ୍ତି ତୁର୍କୀର ଇଲ୍କର ଅଇସି। ଏ ନେଇ ଟାଟା ପ୍ରବକ୍ତା...

ଅମରନାଥ ଯାତ୍ରା ପ୍ରସ୍ତୁତି ପାଇଁ ସରକାର ଆକ୍ଟିଭ୍‌: ରାସ୍ତାରେ ଜମିଥିବା ବରଫକୁ ହଟାଇବ ବିଆରଓ ଟିମ୍‌

ନୂଆଦିଲ୍ଲୀ,୩।୩: ଜମ୍ମୁ-କଶ୍ମୀର ସରକାର ଏବଂ ଅମରନାଥ ଶ୍ରାଇନ୍‌ ବୋର୍ଡ ପକ୍ଷରୁ ଚଳିତ ବର୍ଷର ଅମରନାଥ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଚଳିତଥର ସେନାର ରୋଡ...

ଲକ୍‌ଡାଉନ ନିୟମ ଭାଙ୍ଗି ଗୋପାଳଗଞ୍ଜ ଅଭିମୁଖେ ତେଜସ୍ବୀ

ପାଟନା,୨୯।୫: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ବୀ ଯାଦବ ଶୁକ୍ରବାର ଲକ୍‌ଡାଉନ ନିୟମ ଭାଙ୍ଗି ବିହାର ପାଟନାରୁ ଗୋପାଳଗଞ୍ଜ ଅଭିମୁଖେ ଯାତ୍ରା କରିଛନ୍ତି। ଏହି...

ମଦ୍ରାସାରେ ପୂଜାର୍ଚ୍ଚନା: ୯ ଜଣଙ୍କ ନାମରେ ଥାନାରେ ମାମଲା

ବେଙ୍ଗାଲୁରୁ,୭।୧୦: କର୍ନାଟକର ବିଦର ଜିଲାରେ କିଛି ଲୋକ ମହମ୍ମଦ ଗଓ୍ବାନ ମଦ୍ରାସାରେ ପୂଜାର୍ଚ୍ଚନା କରିବା ଘଟଣାରେ ୯ ଜଣଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି।...

ପୋଙ୍ଗଲ ନିମନ୍ତ୍ରଣ ନେଇ ବିବାଦ ବଢ଼ିଲା…

ଚେନ୍ନାଇ,୧୦।୧ : ତାମିଲନାଡୁରେ ଶାସକ ଡିଏମକେ ଏବଂ ରାଜଭବନ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ବିଧାନସଭାରୁ ରାଜ୍ୟପାଳଙ୍କ ଗୃହତ୍ୟାଗ ଏବଂ ତାମିଲନାଡୁ ବନାମ ଥିମିଜାଗାମ ବିବାଦ...

‘କଂଗ୍ରେସକୁ ଦରକାର ଜଣେ ଅମିତ ଶାହ’

ନୂଆଦିଲ୍ଲୀ, ୩୦।୫: ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାସ୍ତ ହେବା ପରେ ଏବେ ଦେଶର ସର୍ବପୁରାତନ ଦଳ କଂଗ୍ରେସ ସଙ୍କଟ ପରିସ୍ଥିତି ଦେଇ ଗତି କରୁଛି।...

ଡ୍ରାଗନର ମିଛ ପଡ଼ିଲା ଧରା: ଗଲଓ୍ବାନରେ ୬୦ ଚାଇନା ସୈନ୍ୟଙ୍କ ମୃତ୍ୟୁ ଘଟିଥିଲା

ଓ୍ବାଶିଂଟନ, ୧୩।୯: ଗଲଓ୍ବାନ ଘାଟିରେ ଜୁନ୍‌ ୧୫ରେ ଭାରତୀୟ ଯବାନ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ୨୦ ଜଣ ଭାରତୀୟ ଯବାନ...

Advertisement
Archives

Model This Week