ମୋଦି ଆସିିବେ ଇସଲାମାବାଦ୍‌, ଭାରତ-ପାକିସ୍ତାନ ମଧ୍ୟରେ ଜାରି ରହିଛି ଆଲୋଚନା, ପାକିସ୍ତାନୀ କୁବେରଙ୍କ ଦାବି…

ଇସଲାମାବାଦ୍‌, ୩।୨ : ଭାରତ ଏବଂ ପାକିସ୍ତାନର ସମ୍ପର୍କକୁ ନେଇ ପାକିସ୍ତାନର ବିଲିୟନେୟାର ବ୍ୟବସାୟୀ ମିଆଁ ମାଂଶା ଦାବି କରିଛନ୍ତି। ମିଆଁ ମାଂଶା କହିଛନ୍ତି ଯେ ପରଦା ପଛରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଲୋଚନା ଚାଲିଛି। ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ଯଦି ଆମେ ଏକାଠି କାମ କରିବା ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ମାସ ମଧ୍ୟରେ ପାକିସ୍ତାନ ଗସ୍ତ କରିପାରିବାର ଆଶା ରହିଛି। ସେ ଏହା ମଧ୍ୟ କହିଛନ୍ତି ଯେ କେହି କେବେ କାହାର ସ୍ଥାୟୀ ଶତ୍ରୁ ନୁହନ୍ତି। ଆମକୁ ଭାରତ ସହିତ ସମ୍ପର୍କ ଠିକ କରିବାକୁ ପଡିବ।

ପାକିସ୍ତାନର ବହୁରାଷ୍ଟ୍ରୀୟ କମ୍ପାନୀ ନିଶାତ ଗ୍ରୁପର ମୁଖ୍ୟ ମିଆଁ ମାଂଶା କହିଛନ୍ତି ଯେ ୧୯୬୫ ଯୁଦ୍ଧ ପୂର୍ବରୁ ପାକିସ୍ତାନ ଭାରତ ସହିତ ବାଣିଜ୍ୟର ୫୦ ପ୍ରତିଶତ ଥିଲା। ସେ କହିଛନ୍ତି ଯେ ଆମକୁ ଶାନ୍ତି ଦରକାର। ଭାରତରେ ଭଲ ଟେକ୍ନୋଲୋଜି ଅଛି। ଆମ ପାଖରେ ମଧ୍ୟ ଅନେକ ଜିନିଷ ଅଛି ଯାହାକୁ ଆମେ ଭାରତକୁ ଦେଇପାରିବା। ଆମ ପାଖରେ ବହୁତ ଦାରିଦ୍ର୍ୟ ଅଛି, ଆମକୁ ଭାରତ ସହିତ ସମ୍ପର୍କରେ ସୁଧାର କରିବାକୁ ପଡିବ।

ପାକିସ୍ତାନୀ ବିଲିୟନେୟାରଙ୍କ ଏହି ଦାବି ଏପରି ଏକ ସମୟରେ ଆସିଛି ଯେତେବେଳେ ନିକଟରେ ପ୍ରକାଶିତ ପ୍ରଥମ ଜାତୀୟ ସୁରକ୍ଷା ନୀତିରେ ପାକିସ୍ତାନ ଭାରତ ସହ ଶାନ୍ତି ଉପରେ ଗୁରୁତ୍ୱାରୋପ କରିଥିଲା। ନିକଟରେ ଜାତୀୟ ସୁରକ୍ଷା ନୀତି ସହ ଜଡିତ ଜଣେ ଅଧିକାରୀ ପାକିସ୍ତାନୀ ଖବରକାଗଜ ଏକ୍ସପ୍ରେସ ଟ୍ରିବ୍ୟୁନକୁ କହିଛନ୍ତି ଯେ ଆସନ୍ତା ୧୦୦ ବର୍ଷ ପାଇଁ ଆମେ ଭାରତ ସହିତ ଶତ୍ରୁତା କରିବୁ ନାହିଁ।

ଏହି ନୂତନ ନୀତିରେ ପଡୋଶୀ ଦେଶ ସହିତ ଶାନ୍ତି ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ସେ କହିଛନ୍ତି ଯେ ଯଦି ଏହି ପ୍ରସଙ୍ଗରେ କଥାବାର୍ତ୍ତା ଏବଂ ଅଗ୍ରଗତି ହୁଏ, ତେବେ ଭାରତ ସହିତ ବାଣିଜ୍ୟ ଏବଂ ବ୍ୟବସାୟିକ ସମ୍ପର୍କ ପୂର୍ବ ପରି ସ୍ବାଭାବିକ ଅବସ୍ଥାକୁ ଫେରିବାର ସମ୍ଭାବନା ରହିଛି। ପାକିସ୍ତାନ ଏହାର ଜାତୀୟ ସୁରକ୍ଷା ନୀତିର କେବଳ ଗୋଟିଏ ଅଂଶ ସାର୍ବଜନୀନ କରିବ, ବାକି ସବୁକୁ ଗୁପ୍ତ ରଖାଯିବ। ଏହି ସୁରକ୍ଷା ନୀତି ପ୍ରସ୍ତୁତ କରିବାରେ ପାକିସ୍ତାନ ସେନା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ୟୁଏଇ ମଧ୍ୟ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ବନ୍ଧୁତା ସୃଷ୍ଟି କରିବାକୁ ଉଦ୍ୟମ କରିଥିଲା।

ଏହାପୂର୍ବରୁ ଭାରତ ଏବଂ ପାକିସ୍ତାନ ସୈନ୍ୟ ଅସ୍ତ୍ରବିରତି ପାଇଁ ରାଜି ହୋଇଥିଲେ। ଆଫଗାନିସ୍ତାନରେ ତାଲିବାନ ଶାସନର ଆଗମନ ପୂର୍ବରୁ ଭାରତ ଓ ପାକିସ୍ତାନ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିବା ଖବର ଆସିଥିଲା। ଏହା ମଧ୍ୟ କୁହାଯାଇଥିଲା ଯେ ଭାରତ ଏବଂ ପାକିସ୍ତାନର ଜାତୀୟ ସୁରକ୍ଷା ସହ ଜଡିତ ଦୁଇଜଣ ବରିଷ୍ଠ ଅଧିକାରୀ ମଧ୍ୟ ତୃତୀୟ ଦେଶରେ ସାକ୍ଷାତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓ୍ବାର୍କଶପ୍‌ରେ ଲାଗିଲା ନିଆଁ: ୩୬ ମୃତ

ବେଜିଂ,୨୨।୧୧: ଚାଇନାର କେନ୍ଦ୍ରୀୟ ଅନ୍ୟାଙ୍ଗ ସହରରେ ଥିବା ଏକ ଓ୍ବାର୍କଶପ୍‌ରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୩୬ ଜଣ ପ୍ରାଣ ହରାଇଛନ୍ତି। ମଙ୍ଗଳବାର ଚାଇନା ଗଣମାଧ୍ୟମ ଏହି...

ବାଇଡେନ୍‌ଙ୍କ ସହ ଆଲୋଚନା କଲେ ମୋଦି

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୧୧।୪: ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ ସୋମବାର ୪୭ ଦିନରେ ପହଞ୍ଚିଥିବା ବେଳେ ପ୍ରଥମ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା...

ବାଲୁଚିସ୍ତାନରେ ବିଦ୍ରୋହୀଙ୍କ ବିରୋଧରେ ପାକିସ୍ତାନ ବ୍ୟବହାର କରୁଛି ଚାଇନା ଡ୍ରୋନ…

ଇସଲାମାବାଦ,୨୧।୧୧ : ପାକିସ୍ତାନୀ ସେନା ବର୍ତ୍ତମାନ ଚାଇନାର ଡ୍ରୋନ ସିଏଚ-୪ବି ବ୍ୟବହାର କରି ବାଲୁଚିସ୍ତାନରେ ବିଦ୍ରୋହୀଙ୍କୁ ଦମନ କରୁଛି। ବର୍ତ୍ତମାନ ପର୍ଯ୍ୟନ୍ତ ପାକିସ୍ତାନ ଯୁଦ୍ଧ ବିମାନ...

ଗୁପ୍ତଚର ଉପଗ୍ରହର ପରୀକ୍ଷା କଲେ କିମ୍‌…

ପ୍ୟୋଙ୍ଗୟାଙ୍ଗ,୧୯।୧୨ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ପୁଣି ଥରେ ତାଙ୍କ ବିପଜ୍ଜନକ ଯୋଜନାରେ ସଫଳ ହୋଇଛନ୍ତି। ବାସ୍ତବରେ ଉତ୍ତର କୋରିଆ...

ଇଟାଲୀରେ କରୋନା ଆତଙ୍କ: ଗୋଟିଏ ଦିନରେ ୪୯ମୃତ

ରୋମ,୭।୩: ସାରା ବିଶ୍ୱରେ କରୋନା ଭାଇରସ୍‌ କାୟା ବିସ୍ତାର କରିଚାଲିଛି। ଏଥିଯୋଗୁ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଇଟାଲିରେ...

ୟୁକ୍ରେନ୍‌ରେ ଆମେରିକୀୟ ଫିଲ୍ମ ନିର୍ମାତା ନିହତ

ଓ୍ବାଶିଂଟନ୍‌, ୧୪ା୩: ଆମେରିକୀୟ ଫିଲ୍ମ ନିର୍ମାତା ତଥା ଖବରଦାତା ରବିବାର ୟୁକ୍ରେନ୍‌ରେ ରୁଷିଆ ଆକ୍ରମଣର ଶିକାର ହୋଇଛନ୍ତି। କ୍ୱିଭ୍‌ରେ ରୁଷୀୟ ସୈନ୍ୟଙ୍କ ଗୁଳି ବାଜିବାରୁ ତାଙ୍କ...

ଉଚ୍ଚ ଶିକ୍ଷିତା ଯୁବତୀ ବିବାହ କରିବାକୁ ଅମଙ୍ଗ, ଚିନ୍ତାରେ ଜାପାନ ସରକାର…

ଟୋକିଓ,୧୩।୭ : ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ (ଷ୍ଟେମ) ପାଠ୍ୟକ୍ରମ ସହିତ ଜଡ଼ିତ ଥିବା ଜାପାନର ଉଚ୍ଚଶିକ୍ଷିତାରେ ବିବାହ ଯୋଗ୍ୟା ଯୁବତୀମାନଙ୍କର ବହୁତ ଅଭାବ...

ମହିଳାଙ୍କ ବିଉଟି ସେଲୁନ ଉପରେ ପ୍ରତିବନ୍ଧକ ଲଗାଇଲା ତାଲିବାନ

କାବୁଲ,୪।୭: ତାଲିବାନ ଏକ ନୂତନ ଆଦେଶ ଜାରି କରି କରିଛି, ଯେଉଁଥିରେ କାବୁଲରେ ମହିଳାଙ୍କ ବିଉଟି ସେଲୁନ ଉପରେ ପ୍ରତିବନ୍ଧକ ଲଗାଯାଇଛି। ତାଲିବାନର ଗୁଣବତ୍ତା ମନ୍ତ୍ରଣାଳୟର...

Advertisement
Archives

Model This Week