ଯୁବକଙ୍କୁ ହତ୍ୟା ଅଭିଯୋଗ

ଯୋଡ଼ା,୩ା୨(ଡି.ଏନ.ଏ.) କେନ୍ଦୁଝର ଜିଲା ବାମେବାରି ଥାନା ଅଧୀନ ଧନୁର୍ଜୟପୁର ଧୀବର ସାହିର ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଗୌରାଙ୍ଗ ପାଢ଼ୀ। ମାଟିତଳେ ପୋତା ଯାଇଥିବା ତାଙ୍କ ଗଳିତ ମୃତଦେହକୁ ମଙ୍ଗଳବାର ପୋଲିସ ଜବତ କରିଛି।
ପୋଲିସ ସୂଚନା ଅନୁଯାୟୀ, ଗତ ୨୬ତାରିଖରୁ ଗୌରାଙ୍ଗ ନିଖୋଜ ଥିଲେ। ପରିବାର ଲୋକେ ଖୋଜାଖୋଜି କରି ତାଙ୍କୁ ନ ପାଇ ୨୯ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏହି ଘଟଣାର ଅନୁସନ୍ଧାନ ଜାରି ରଖିଥିଲା। ଗୌରାଙ୍ଗଙ୍କ ବାଇକ୍‌ ବୈତରଣୀ ନଦୀରେ ପଡ଼ିଥିବା ଏବଂ ତାଙ୍କ ମୃତଦେହ ନଦୀ ପାଖ ମାଟି ତଳେ ପୋତାଯାଇଥିବା ପୋଲିସ ଅନୁସନ୍ଧାନରୁ ଜାଣି ପାରିଥିଲା। ମଙ୍ଗଳବାର ମାଜିଷ୍ଟ୍ରେଟ ଝୁମ୍ପୁରା ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ମାଟି ତଳୁ ଗୌରାଙ୍ଗଙ୍କ ମୃତଦେହ ଜବତ କରାଯାଇଥିଲା। ଘଟଣା ଦିନ ରିଙ୍କୁ ଧୀବର ନାମକ ଜଣେ ଯୁବକଙ୍କ ସହ ଗୌରାଙ୍ଗ ବାଇକ୍‌ ଯୋଗେ ଯାଇ ଆଉ ଫେରି ନ ଥିଲେ। ମୃତକଙ୍କ ଭାଇଙ୍କ ଏତଲାକୁ ଭିତ୍ତି କରି ରିଙ୍କୁଙ୍କ ନଁାରେ ଏକ ହତ୍ୟା ମାମଲା (ନଂ.୨୧/୨୨)ରୁଜୁ ହୋଇଥିବା ଆଇଆଇସି ମନୋରଞ୍ଜନ ବିଶି ସୂଚନା ଦେଇଛନ୍ତି। ଫେରାର ଥିବା ରିଙ୍କୁ ଧରାପଡ଼ିବା ପରେ ହତ୍ୟାକାଣ୍ଡର କାରଣ ଜଣାପଡ଼ିବ ବୋଲି ଆଇଆଇସି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ଷ୍ଟାଣ୍ଡ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

କେନ୍ଦୁଝର,୨ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଧବାଡିହା ବସ୍‌ଷ୍ଟାଣ୍ତ ନିକଟରୁ ଜଣେ ଯୁବକଙ୍କ ମୃତଦେହ ପୋଲିସ ଜବତ କରିଛି। ମୃତ ଯୁବକ ଜଣଙ୍କ ହେଲେ...

କାର୍ଯ୍ୟରେ ଅବହେଳା: ଦୁଇ ପ୍ରଧାନଶିକ୍ଷକଙ୍କ ବଦଳି

କେନ୍ଦୁଝର,୨ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ଦୁଇ ଜଣ ପ୍ରଧାନଶିକ୍ଷକଙ୍କ କାର୍ଯ୍ୟରେ ଅବହେଳା ଯୋଗୁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆଧାରରେ ବଦଳି...

ବଳାତ୍କାର ମାମଲାରେ ୨୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ୍‌ଟ୍ରାକ୍‌ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ସଦର ଥାନା ଅନ୍ତର୍ଗତ...

କେନ୍ଦୁଝରରୁ ଟ୍ରକ ଚୋରି କରି ଝାଡ଼ଖଣ୍ଡରେ ବିକୁଥିଲେ: ୨ ଜଣଙ୍କୁ ବାନ୍ଧିଲା ପୋଲିସ

କେନ୍ଦୁଝର,୨।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ପୋଲିସ ଶନିବାର ସିରିଜ ଟ୍ରକ ଚୋରି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସରଜୁଲ...

ବେଆଇନ ପାର୍କିଂ ନେଉଛି ଜୀବନ

କେନ୍ଦୁଝର,୨ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୁର୍ଘଟଣା ରୋକିବା ପାଇଁ ଶୁକ୍ରବାରଠାରୁ ସଡ଼କ ସୁରକ୍ଷା ସପ୍ତାହ ଆରମ୍ଭ ହୋଇଛି। ତେବେ ପ୍ରଥମ ଦିନରେ କେନ୍ଦୁଝର ଜିଲା ଘଟଗଁା ଥାନା...

ବିଜୁ ପକ୍କା ଘରେ ଚାଲିଛି ସରକାରୀ ମଦ ଦୋକାନ: ବନ୍ଦ ଦାବିରେ…

ହାଟଡିହୀ,୧।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ, ଆମ୍ବଗଡ଼ିଆ, ବାରିଙ୍ଗା ଗ୍ରାମର ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟାମାନେ ଶୁକ୍ରବାର ସ୍ଥାନୀୟ ମଦ ଦୋକାନକୁ ବିରୋଧ...

ମର୍ମନ୍ତୁଦ ଦୁର୍ଘଟଣା ସଡ଼କ ଦୁର୍ଘଟଣା: ଚାଲିଗଲା ୮ ଜୀବନ

କେନ୍ଦୁଝର,୧।୧୨ : କେନ୍ଦୁଝର ଜିଲା ଏନ୍‌ଏଚ୍‌-୨୦ ବାଲିଯୋଡି ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାକଡରେ ଠିଆ ହୋଇଥିବା ଟ୍ରକକୁ ଭ୍ୟାନ ଧକ୍କା ଦେବାରୁ...

କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ

କେନ୍ଦୁଝର,୩୦ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପଣ୍ତାପଡ଼ା ଥାନା ଅନ୍ତର୍ଗତ ଉଚୁକାବେଡ଼ା-ରାମଚନ୍ଦ୍ରପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ ଓ ୧୪...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri