Posted inଜାତୀୟ

ମୋଦି-ଶାହା ଯୋଡ଼ିଙ୍କ ଚୌକା ଛକା: ୭ ବର୍ଷରେ ୭ ରାଜ୍ୟରେ ଅସମ୍ଭବ ହୋଇଛି ସମ୍ଭବ

ନୂଆଦିଲ୍ଲୀ, ୧୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଯୋଡ଼ି ବେଶ୍‌ ସଫଳ ରହିଛି। ୨୦୧୪ ଠାରୁ ଗତ ୭ ବର୍ଷ ମଧ୍ୟରେ ୭ ରାଜ୍ୟରେ ମୋଦି-ଶାହାଙ୍କ ଯୋଜନାବଦ୍ଧ ରଣନୀତି ଯୋଗୁ ଅସମ୍ଭବ ସମ୍ଭବ ହୋଇଛି। ମୋଦି-ଶାହା ଯୋଡ଼ିଙ୍କ ଚୌକା ଛକାରେ ବିରୋଧୀ ଧରାଶାୟୀ ହୋଇଛନ୍ତି। ଗୋଆ, କର୍ନାଟକ, ମଧ୍ୟପ୍ରଦେଶ, ବିହାର, ମେଘାଳୟ, ମଣିପୁର ଏବଂ ଅରୁଣାଚଳ ପ୍ରଦେଶରେ ମୋଦି-ଶାହାଙ୍କ ନିପୁଣ କୂଟନୀତି ବେଶ୍‌ ସଫଳ ରହିଛି। ଫଳରେ ରାଜ୍ୟରେ ଶାସନ କରୁଥିବା ଶାସକ କ୍ଷମତାଚ୍ୟୁତ ହୋଇଛନ୍ତି। ୨୦୧୬ ଜୁଲାଇ ୧୭ରେ ଅରୁଣାଚଳପ୍ରଦେଶରେ ଭାଜପାର ଅପରେଶନ ଲୋଟସ୍‌ ଆରମ୍ଭ ହୋଇଥିଲା। ପରେ ୨୦୧୬ ଡିସେମ୍ବର ୨୯ରେ ରାଜ୍ୟରେ କଂଗ୍ରେସ ସରକାରର ପତନ ହୋଇଥିଲା। ବିହାରରେ ଲାଲୁ ଯାଦବ ଏବଂ ନୀତୀଶ କୁମାରଙ୍କ ମଧ୍ୟରେ ଫାଟ ସୃଷ୍ଟି କରି ଭାଜପା ରାଜ୍ୟରେ କ୍ଷମତା ଦଖଲ କରିଥିଲା। ଗୋଆରେ ଶାହାଙ୍କ ରଣନୀତି ଯୋଗୁ କଂଗ୍ରେସ କ୍ଷମତାଠାରୁ ଦୂରେଇ ରହିଥିଲା। ମଣିପୁରରେ ଗୋଆ ଭଳି ସ୍ଥିିତି ସୃଷ୍ଟି କରି ଭାଜପା ସହଜରେ ସରକାର ଗଠନ କରିବାକୁ ସକ୍ଷମ ହୋଇଥିଲା। ମେଘାଳୟରେ ଅସମ୍ଭବ ମନେ ହେଉଥିବା ସ୍ଥଳେ ଯୋଜନା ବଦ୍ଧ ରଣନୀତି ଯୋଗୁ ଭାଜପା କ୍ଷମତା ହାତେଇ ନେଇଛି। କର୍ନାଟକରେ ଶାସକ ଦଳରେ ବିଦ୍ରୋହ ସୃଷ୍ଟି କରି ଭାଜପା ସରକାର ଗଠନ କରିପାରିଛି। ସେହିପରି ମଧ୍ୟପ୍ରଦେଶରେ କଂଗ୍ରେସରେ ବିଦ୍ରୋହ ଦ୍ୱାରା ଭାଜପା କ୍ଷମତା ଦଖଲ କରିଛି। ତେବେ ମହାରାଷ୍ଟ୍ରରେ ଭାଜପାର ପଶାପାଲି ଟିକେ ଅଲଗା ହେବାରୁ ଆଶା ପୂରଣ ହୋଇ ପାରି ନାହିଁ। ସେହିପରି ଏବେ ରାଜସ୍ଥାନରେ କଂଗ୍ରେସର ରଣନୀତି ଆଗରେ ଭାଜପାର ଯୋଜନା ଅସଫଳ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

‘ନାରୀ ଶକ୍ତି ହେଉଛି ଦେଶର ଶକ୍ତି’, ମଞ୍ଚରେ ଏମିତି କହି ରାହୁଲ…

ନୂଆଦିଲ୍ଲୀ,୨୨ା୮: କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ପୁଣେରେ ‘ସ୍କୁଲ୍‌ସ ଇକୋ’ କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ନାରୀମାନଙ୍କୁ…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri